୩ଟି ଗାଁରେ ଫ୍ରି ୱାଇ ଫାଇ ସେବା ଆଣିଦେଲେ ଚାରି ସାଙ୍ଗ

ଏଇମିତି ସ୍ୱପ୍ନକୁ ସାଙ୍ଗରେ ଧରି ରାସ୍ତା ଚାଲୁଥିବା ୪ ଜଣ ସାଙ୍ଗ ଏକ ଦୂରନ୍ତ, ଅପହଂଚ ଜିନିଷକୁ ସତ କରି ଦେଖାଇଛନ୍ତି । ନିପଟ ମଫସଲ ଗାଁକୁ ସେମାନେ ୱାଇ-ଫାଇ ସୁବିଧା ଯୋଗାଇ ଦେଇଛନ୍ତି । ଗୋଟିଏ ନୁହେଁ, ତାହା ପୁଣି ଏକାଥରେ ତିନି ତିନିଟି ଗାଁରେ ଏହି ସୁବିଧା ମିଳୁଛି ।

୩ଟି ଗାଁରେ ଫ୍ରି ୱାଇ ଫାଇ ସେବା ଆଣିଦେଲେ ଚାରି ସାଙ୍ଗ

Tuesday January 12, 2016,

2 min Read

ହମ ହୋଙ୍ଗେ କାମୟାବ

ହମ ହୋଙ୍ଗେ କାମୟାବ ଏକ ଦିନ...

ଏଇମିତି ସ୍ୱପ୍ନକୁ ସାଙ୍ଗରେ ଧରି ରାସ୍ତା ଚାଲୁଥିବା ୪ ଜଣ ସାଙ୍ଗ ଏକ ଦୂରନ୍ତ, ଅପହଂଚ ଜିନିଷକୁ ସତ କରି ଦେଖାଇଛନ୍ତି । ନିପଟ ମଫସଲ ଗାଁକୁ ସେମାନେ ୱାଇ-ଫାଇ ସୁବିଧା ଯୋଗାଇ ଦେଇଛନ୍ତି । ଗୋଟିଏ ନୁହେଁ, ତାହା ପୁଣି ଏକାଥରେ ତିନି ତିନିଟି ଗାଁରେ ଏହି ସୁବିଧା ମିଳୁଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଡିଜିଟାଲ୍ ଇଣ୍ଡିଆ ସ୍ୱପ୍ନରେ ଉଦବୁଦ୍ଧ ହୋଇ ସେମାନେ ଏମିତି ନୂଆ କିଛି କରି ଦେଖାଇଛନ୍ତି ।

ରାୟଗଡ଼ ଜିଲ୍ଲାରେ ବିନା ସରକାରୀ ପ୍ରୋତ୍ସାହନରେ ଏହା କରିଛନ୍ତି । ଶିବନାଥପୁର ଗାଁର ସକୀଲ ଅଂଜୁମ, ତୁଷାର ବଠାରୀ, ଭାନୁ ଯାଦବ ଓ ଅଭିଷେକ ଦିନେ ବସି ଚିନ୍ତା କଲେ, ଇଂଟରନେଟ୍ ସୁବିଧା ନଥିବା କାରଣରୁ ଗାଁ ଲୋକେ କେତେ ଅସୁବିଧାର ସାମ୍ନା କରୁଛନ୍ତି । ବିଶେଷକରି ଡିଜିଟାଲ୍ ଯୁଗରେ ଏହି ଅସୁବିଧା ଆହୁରି ବଢି ଯାଇଛି । ତେଣୁ ଗାଁରେ ଇଂଟରନେଟ୍ ସୁବିଧା ଯୋଗାଇ ଦେବାକୁ ସେମାନେ ଭାବିଲେ । ଯଦି ଇଂଟରନେଟ ହେବ, ତାହାଲେ ୱାଇଫାଇ କାହିଁକି ନ ହେବ, ବୋଲି ଚିନ୍ତା ଢୁକିଲା । ସେମାନେ ସମସ୍ତେ ପେଶାରେ ଇଞ୍ଜିନିୟର।

image


ପ୍ରଥମେ ଗୋଟିଏ ଗାଁରେ ଏହି ସେବା ଆରମ୍ଭ ହେଲା । ତା’ପରେ ବବାଡ଼ିଖେଡ଼ା ଜାଗୀର ଓ ଦେବାରିଆ ଗାଁକୁ ଏଥିରେ ସାମିଲ କରିନେଲେ ।

ଶିବନାଥପୁର ଗାଁର ସ୍କୁଲ ଶିକ୍ଷକ ଲାଲ ସିଂହଙ୍କ କହିବା ଅନୁସାରେ, ଯେତେବେଳେ ମୁଁ ଜାଣିଲି ଗାଁକୁ ୱାଇଫାଇ ଆସି ଯାଇଛି, ସାଙ୍ଗେ ସାଙ୍ଗେ ମୁଁ କମ୍ପ୍ୟୁଟର କିଣିନେଲି । ପୂର୍ବରୁ ଏଥିପାଇଁ ବହୁ ଅସୁବିଧା ହେଉଥିଲା । ଆମକୁ ଖିଚଡ଼ିପୁରା ପର୍ଯ୍ୟନ୍ତ ଯିବାକୁ ପଡ଼ୁଥିଲା ବୋଲି ଲାଲ ସିଂହ ପ୍ରକାଶ କରିଛନ୍ତି ।

ୱାଇଫାଇ ସେବା ଆସିବା ପରେ ଗାଁରେ ସ୍ମାର୍ଟଫୋନ ସଂଖ୍ୟା ବଢି ଯାଇଛି ।

ୱାଇଫାଇ ବ୍ୟବସ୍ଥା ପାଇଁ ୮୦ ଫୁଟ ଉଚ୍ଚର ଏକ ଟାୱାର ଲଗା ଯାଇଛି । ୨୪ ଘଂଟିଆ ସେବା ପାଇଁ ଇନଭର୍ଟର ବ୍ୟବସ୍ଥା ହୋଇଛି ।

ବହୁତ କମ ଖର୍ଚ୍ଚରେ ଆମେ ଏହା କରିଛୁ ବୋଲି ଅଂଜୁମ କହିଛନ୍ତି ।

ଜିଲ୍ଲାପାଳ ତରୁଣ ପିଥୌଡେ଼ଙ୍କ କହିବା ଅନୁସାରେ, ଏହା ନିଶ୍ଚିତ ଭାବେ ସମସ୍ତଙ୍କୁ ପ୍ରେରଣା ଯୋଗାଇବ । ସାରା ଜିଲ୍ଲାରେ ଏହି ମଡେଲ ସ୍ଥାପନ ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯିବ ।