ଆତ୍ମନିର୍ଭରଶୀଳତାରେ ଆତ୍ମସମ୍ମାନ - ଦୃଷ୍ଟିହୀନଙ୍କୁ ଆତ୍ମନିର୍ଭର କରାଉଛି Made in the Dark

ଆତ୍ମନିର୍ଭରଶୀଳତାରେ ଆତ୍ମସମ୍ମାନ - ଦୃଷ୍ଟିହୀନଙ୍କୁ ଆତ୍ମନିର୍ଭର କରାଉଛି Made in the Dark

Thursday November 19, 2015,

2 min Read

ବିଶ୍ୱର ପ୍ରତି ତିନି ଜଣରେ ଜଣେ ଅନ୍ଧ ବ୍ୟକ୍ତି ଭାରତରେ ବାସ କରନ୍ତି । ଏକ ବିଲିଅନରୁ ଅଧିକ ଜନସଂଖ୍ୟାର ଦେଶ ଭାରତରେ ୧୫ ମିଲିଅନ ଲୋକ ସଂପୂର୍ଣ୍ଣ ଅନ୍ଧ ଓ ୫୨ ମିଲିଅନ ଲୋକ ଅଧା ଅନ୍ଧ ଥିବାର ବିଶ୍ୱାସ କରାଯାଏ ।

image


ଏହାର ୮୦ ପ୍ରତିଶତ ଲୋକ ଅନ୍ଧାର କଣା ଏବଂ ପୃଷ୍ଟିହୀନତାର ଅଭାବ ହେତୁ ଅନ୍ଧତ୍ୱ ଭୋଗୁଥିବା ବେଳେ ଆବଶ୍ୟକୀୟ ଚକ୍ଷୁ ସେବା ଓ ସତର୍କତାର ଅଭାବ ଏହାକୁ ଆହୁରୀ ସଙ୍ଗୀନ କରିଛି । ଗରିବମାନଙ୍କ କ୍ଷେତ୍ରରେ ଅନ୍ଧତ୍ୱ ଏକ ବଡ ସମସ୍ୟା ହୋଇ ଉଭା ହୋଇଥାଏ । ଏଥି ସହିତ ଏମାନେ ଚାକିରୀ ପାଇବାରେ ଅନେକ ଅସୁବିଧା ଭୋଗିବା ସହ ଅଣକୁଶଳୀ କାର୍ଯ୍ୟରେ ବହୁତ କମ ପାରିଶ୍ରମିକରେ କାର୍ଯ୍ୟ କରିବାକୁ ବାଧ୍ୟ ହୋଇଥାନ୍ତି ।

image


ଏହି ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରୁଥିବା ବେଳେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଡିଜାଇନ ଏବଂ ରୟାଲ କଲେଜ ଅଫ ଆର୍ଟ ମିଳିତ ଭାବେ ମେଡ ଇନ ଦ ଡାର୍କ ନାମକ ଏକ ପ୍ରକଳ୍ପ ଆରମ୍ଭ କଲେ । ସୁବାସିତ ବିଡିଙ୍ଗ ଗହଣା ତିଆରି କରି ଦୃଷ୍ଟିହୀନ ମହିଳାହସ୍ତଶିଳ୍ପୀମାନଙ୍କ ଦକ୍ଷତାକୁ ବ୍ୟବହାର କରି ଗହଣା ପ୍ରସ୍ତୁତ କରିବା ପାଇଁ ଏହି ପ୍ରକଳ୍ପ କାର୍ଯ୍ୟକଲା । ଅହମଦାବାଦର ଖୁସବୁ ଦୁବଲିଶ, ଦୀପେନ ଟୋପୋ, ରୁବି ଷ୍ଟିଳ, ହଲ ୱାର୍ଟ୍ସ ଏବଂ ଜନ ଫ୍ରେଜର ଏହି ଅବ୍ୟବହୃତ ଦକ୍ଷତାର ଉପଯୋଗ କରିପାରିବାର ଏକ ସୁଯୋଗ ଲକ୍ଷ୍ୟ କଲେ । ଦୃଷ୍ଟିହୀନ ହସ୍ତଶିଳ୍ପୀମାନଙ୍କ ଦ୍ୱାରା ଅତ୍ୟାବଶ୍ୟକୀୟ ସ୍ୱତନ୍ତ୍ର ବସ୍ତୁମାନ ପ୍ରସ୍ତୁତ କରି ସେମାନଙ୍କ ସାମାଜିକ ଜୀବନରେ ଉନ୍ନତି ଆଣିବା ପାଇଁ ଏହା ଉଦ୍ଧିଷ୍ଟ ହେଲା ।

image


ଡିଜାଇନ ଟିମ ପ୍ରଚଳିତ କାରୁକାର୍ଯ୍ୟ ଶୈଳୀରେ ସମ୍ୟକ ନୂତନତ୍ୱ ଆଣି ଶିଳ୍ପୀମାନଙ୍କୁ ଅଗ୍ରାଧୀକାର ଦେଇ କଳାର ଏକ ନୂତନ ରୂପ ଆଣିବାକୁ ଚାହିଁଲେ । ସେମାନେ କାରିଗରମାନଙ୍କ ପାଇଁ ଏକ ନୂତନ ଭାଷାର ସୃଷ୍ଟିକରି ବିଭିନ୍ନ ପଥର ପାଇଁ ଭିନ୍ନ ଭିନ୍ନ ବାସ୍ନାର ବ୍ୟବହାର କରି ରଙ୍ଗ ଓ ବାସ୍ନା ମଧ୍ୟରେ ଏକ ସମ୍ପର୍କ ସ୍ଥାପନ କଲେ । ଏହା ଦୃଷ୍ଟିଦୀନମାନଙ୍କ କାର୍ଯ୍ୟକୁ ସରଳ କରିବା ସହ ଦ୍ରବ୍ୟକୁ ସୁବାସିତ କରି ଏଥିରେ ଏକ ପାରମ୍ପାରିକ ଭାରତୀୟ ସୁବାସରେ ଅଧିକ ଆକର୍ଷଣୀୟ କରିଥାଏ ।

ଦୃଷ୍ଟିଦୀନମାନଙ୍କୁ ହସ୍ତକଳାରେ କାର୍ଯ୍ୟ କରିବାରେ ଏକ ସାମାଜିକ ସମ୍ମାନ ମିଳିବା ସହ ସେମାନଙ୍କୁ ଆର୍ଥିକ ସ୍ୱଛଳ ମଧ୍ୟ କରିଥାଏ । ମେଡ ଇନ ଦ ଡାର୍କ ଦୃଷ୍ଟିହୀନମାନଙ୍କ ସଂଗଠନ ଓ ଅନ୍ଧ କନ୍ୟା ସ୍କୁଲ, ଯାହାକି ଗୁଜୁରାଟ ରାଜ୍ୟରେ ସର୍ବତ୍ର ଦୃଷ୍ଟିହୀନମାନଙ୍କୁ ଶିକ୍ଷା ଓ କଳା ଦକ୍ଷତା ପ୍ରଦାନ କରୁଛି, ସହ ମିଶି କାର୍ଯ୍ୟ କରୁଛି । ଦୃଷ୍ଟିହୀନମାନେ ହିଁ ଏହି ପ୍ରକଳ୍ପରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଷ୍ଟେକହୋଲଡର ଭୂମିକା ନିଭାଇଥାନ୍ତି ।

୨୦୧୧ ମସିହାରେ Made in the Dark ଏହାର ବହୁବିଧ ଡିଜାଇନରେ ସାମାଜିକ ଗରୁତ୍ୱ ପ୍ରତିଷ୍ଠା କରି ଦ କୋର ୭୭ ଡିଜାଇନ ଆୱାର୍ଡ ଲାଭ କରିଛି । ଆମେ ବୟନ ଶିଳ୍ପ, ବୁଣା, କାଠକାମ, ଚିତ୍ରକଳା ଆଦି କ୍ଷେତ୍ରରେ ରଙ୍ଗ ବାସ୍ନା ଭାଷାର ବ୍ୟବହାର କରିବାକୁ ଇଛା ରଖିଛୁ ବୋଲି ଜନ କହିଛନ୍ତି ।

ଦୃଷ୍ଟିହୀନମାନଙ୍କୁ ସାମାଜିକ ପ୍ରତିଷ୍ଠା ଦେବା, ଅନ୍ଧତ୍ୱ ଦୂରୀକରଣ ପାଇଁ ସତର୍କତା ସୃଷ୍ଟି କରିବା ଓ ସେମାନଙ୍କୁ ଏକ ସମ୍ମାନ ଜନକ ଦୀର୍ଘସ୍ଥାୟୀ ରୋଜଗାର ପନ୍ଥା ଦେବା, ଏହି ପରି ତିନୋଟି ମୌଳିକ ଲକ୍ଷ୍ୟ ରଖିଛୁ ବୋଲି ସେ କହିଛନ୍ତି ।

ମୂଳ ଲେଖା - ମାରିଆନ ହେଇନିକ

ଅନୁବାଦ - ସୌରଭ କୁମାର ପରିଡ଼ା