୬ ଲକ୍ଷ ଗୃହହୀନଙ୍କ ମୁହଁରେ ଖାଦ୍ୟ ଦେଇଥିବା କୋମଲ ଅହମଦ

୬ ଲକ୍ଷ ଗୃହହୀନଙ୍କ ମୁହଁରେ ଖାଦ୍ୟ ଦେଇଥିବା କୋମଲ ଅହମଦ

Friday December 04, 2015,

1 min Read

କୋମଳ ଅହମଦଙ୍କ ଘର ପାକିସ୍ତାନରେ । ଆମେରିକାରେ ରହୁଥିବା ଅଧିକାଂଶ ସ୍ଥାନାନ୍ତରିତ ପରିବାର ଭଳି ପ୍ରତିଦିନ ଖାଦ୍ୟ ଯୋଗାଡ଼ କରିବାକୁ ତାଙ୍କ ବାପା ମା’ ବେଶ୍ ପରିଶ୍ରମ କରୁଥିଲେ । ତାଙ୍କ ବାପା ସବୁବେଳେ ତାଙ୍କୁ ଖାଦ୍ୟ ନଷ୍ଟ ନ କରିବାକୁ ପରାମର୍ଶ ଦେଉଥିଲେ । ଦୈନିକ ଆମେରିକାରେ ଯେତିକି ଖାଦ୍ୟ ନଷ୍ଟ ହୁଏ, ଗୋଟିଏ ଫୁଟବଲ ଷ୍ଟାଡିୟମ ପୂର୍ଣ ହୋଇଯିବ ।

image


ତେବେ ପରିସଂଖ୍ୟାନ ଅପେକ୍ଷା ବ୍ୟକ୍ତିଗତ ଅନୁଭବ ଅଧିକ ପ୍ରଚୋଦିତ କରେ । ସେ ନିଜ କଲେଜ କ୍ୟାମ୍ପସରେ ଥରେ ଜଣେ ଗୃହହୀନଙ୍କୁ ଭେଟିଲେ । ସେ ତାକୁ ଡାକିନେଇ ଏକାଠି ଖାଇଲେ । ଏ ସମୟରେ ଗୃହହୀନ ବ୍ୟକ୍ତିଜଣକ କହିଲେ ଯେ ସେ କେିମିତି ଏକଦା ଇରାକ୍ ଯୁଦ୍ଧରେ ଲଢେ଼ଇ କରିଥିଲେ ଆଉ ଏବେ ତାଙ୍କ ପେଟ ପୁରୁନି । ଏହି ଅନୁଭବ କୋମଳଙ୍କ ମନ ପରିବର୍ତ୍ତନ କରିଦେଲା । ସେ ନିଜର କଲେଜ ସାଙ୍ଗମାନଙ୍କୁ ଖାଦ୍ୟ ନଷ୍ଟ ନକରି ଗୃହହୀନଙ୍କ ଲାଗି ଦେବାକୁ ଆହ୍ୱାନ ଦେଲେ ।

ପରେ ଏହି କାର୍ଯ୍ୟକ୍ରମକୁ ବୃହତ୍ତର ପରିବେଶରେ କରି ଏବେ ସେ ଫିଡିଂ ଫରୱାର୍ଡ ନାମରେ ଏକ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଚଳାଉଛନ୍ତି । ଅତିରିକ୍ତ ଖାଦ୍ୟ ନଷ୍ଟ ହେବା ବିଶ୍ୱର ସବୁଠୁ ବଡ଼ ସମସ୍ୟା ବୋଲି ସେ କହିଛନ୍ତି । ତାଙ୍କ ଅନୁଷ୍ଠାନ ଏକ ଆପ୍, ଫିଡିଂ ଫରୱାର୍ଡ ପ୍ରସ୍ତୁତ କରିଛି, ଯାହା ମାଧ୍ୟମରେ କମ୍ପାନି ଓ ଉତ୍ସବ ସଂଚାଳକମାନେ ସେମାନଙ୍କ ବଳକା ଖାଦ୍ୟ ନିକଟସ୍ଥ ଗରିବ ଲୋକଙ୍କୁ ଦାନ ଦେଇ ପାରୁଛନ୍ତି । ଫିଡିଂ ଫରୱାର୍ଡର କର୍ମକର୍ତାମାନେ ବଳକା ଖାଦ୍ୟ ସଂଗ୍ରହ କରି ଉପଯୁକ୍ତ ହିତାଧିକାରୀ ପାଖରେ ପହଞ୍ଚାଇଥାନ୍ତି ।

ଏବେ ସାନଫ୍ରାନସିସ୍କୋ ଅଞ୍ଚଳରେ ଏହି ସଂସ୍ଥା କାର୍ଯ୍ୟ କରୁଛି ଓ ଏଯାବତ ୫ ଲକ୍ଷ ୭୫ ହଜାରରୁ ଅଧିକ ଲୋକଙ୍କ ମୁହଁରେ ସେମାନେ ଖାଦ୍ୟ ଦେଇ ପାରିଛନ୍ତି ।

ମୂଳ ଲେଖା - Think Change India

ଭାଷାନ୍ତର - ଶୁଭ୍ରାଂଶୁ ପଣ୍ଡା