ଅଜିତ ସିଂହଙ୍କ ଜୟ ଜବାନ୍ ଜୟ କିଶାନର କବିତା

ଅଜିତ ସିଂହଙ୍କ ଜୟ ଜବାନ୍ ଜୟ କିଶାନର କବିତା

Tuesday October 13, 2015,

4 min Read

କାନ୍ଥରୁ ଝୁଲି ରହିଥିବା ମିଲିଟାରୀ ପୋଷାକ, ବାମ୍ଫ ଉଠା ଚା କପ ସହିତ ବହୁ ଗୁରୁତ୍ବପୁର୍ଣ୍ଣ ଆଲୋଚନା, ମନରେ ଦୃଢ଼ ପ୍ରତିଜ୍ଞା- ଏହା ହିଁ ବୋଧହୁଏ ଥିଲା ଅନନ୍ତ ସେବା ଏବଂ ବିକାଶ ଗଠନ ହେବା ପଛର କାହାଣୀ।

image


କୃଷକମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ବୈଷୟିକ ସହାୟତା ଦେବାକୁ ଗଢ଼ା ହେଇଛି ଅନନ୍ତ ଏବଂ ରୋଜଗାର ଯୋଗାଇବା ପାଇଁ rozgarmela.com ନାମରେ ଏକ ୱେବସାଇଟ୍ ରହିଛି। କିଛିଦିନ ପୂର୍ବେ କଂପାନୀ ବିହନ ପାଇଁ ଇନୋଭେଣ୍ଟ ଇମ୍ପାକ୍ଟ ଇନଭେଷ୍ଟମେଣ୍ଟ ହୋଲ୍ଡିଂ ଏବଂ ଉପାୟ ସୋସିଆଲ ଭେଞ୍ଚର ଠାରୁ ଆର୍ଥିକ ସହାୟତା ଲାଭ କରିଛି। ସମାଜରେ ସମସ୍ତଙ୍କର ବିକାଶ ଅନନ୍ତର ମୁଖ୍ୟ ଲକ୍ଷ୍ୟ ରହିଛି ବୋଲି ଏହାର ପ୍ରତିଷ୍ଠାତା ଅଜିତ ସିଂହ କହନ୍ତି। କୌଣସି ବିଷୟରେ କାମ ସୀମିତ ନରହିବା ଲକ୍ଷ୍ୟରେ ଅନନ୍ତର ନାମକରଣ ହୋଇଛି। ଅନନ୍ତର ଅର୍ଥ ଅସୀମ, ସୀମାହୀନ ଯାହା ତାର ଲୋଗୋରେ ବି ପ୍ରତିଫଳିତ ହୋଇଛି ।

ଆର୍ମିରେ କାମ କରିଥିବା ଅଜିତ ଏପରି ସଂସ୍ଥା ଆରମ୍ଭ କରିବା ଶୁଣିବା ପରେ ଘଟଣାକୁ ଜାଣିବା ପାଇଁ ମନରେ ଉତ୍କଣ୍ଠା ଆସେ। ଆର୍ମି ଚାକିରୀରେ କୌଣସି ବି ପ୍ରତିକୂଳ ପରିସ୍ଥିତିରେ ଲୋକଙ୍କ ସେବା କରିବା ପାଇଁ ମନରେ ପ୍ରେରଣା ଆସିଥାଏ ଏବଂ ଏଥିରୁ ସେବା ମନୋବୃତ୍ତି ସହ ଅନେକ ଜାଗାକୁ ଯାଇ ଲୋକଙ୍କ ସହ ମିଶିବାର ସୁଯୋଗ ମିଳିଥାଏ। ଏହା ତାଙ୍କୁ ଆନନ୍ଦ ଦେଇଥାଏ ବୋଲି ଅଜିତ କୁହନ୍ତି। ଆର୍ମିରୁ ଅବସର ନେବା ପରେ ମୁଁ ଏମିତି କିଛି କରିବାକୁ ଚାହିଁଥିଲା ଯାହା ଆର୍ମିରେ ଥାଇ ବି କରିବାକୁ ଇଚ୍ଛାଥିଲା। ଭାରତର ବହୁ ପ୍ରତିକୂଳ ଜାଗାରେ କାମକରିବା ସହ 1999ର ବିବାଦୀୟ ସ୍ଥିତିରେ ମଧ୍ୟ କାମ କରିବାର ସୁଯୋଗ ପାଇଥିଲି। ପ୍ରତି ନୂଆ ଅନୁଭବକୁ ଜୀବନର ଆଉ ଏକ ଉପଲବ୍ଧି ବୋଲି ଗୁରୁତ୍ବ ଦେଇ ଆସିଛି। ବାସ୍ତବରେ ବହୁ ଆଭ୍ୟନ୍ତରୀଣ ଜାଗାର ଲୋକଙ୍କ ସହ ମିଶିବା ଏବଂ ସେମାନଙ୍କ ଅସୁବିଧାକୁ ବୁଝିବାର ସୁଯୋଗ ଆର୍ମି ଆଣି ଦେଇଛି ବୋଲି ଅଜିତ କୁହନ୍ତି।

ଆର୍ମିରୁ ଅବସର ନେବା ପରେ ଭେଟିଥିବା ବିଭିନ୍ନ ବର୍ଗର ଲୋକଙ୍କ ବିଷୟରେ ଚିନ୍ତା କରି ସେ ବୃତ୍ତିଗତ କ୍ଷେତ୍ରରେ ସଫଳ ହେବାକୁ ମନ କଲେ। ଏହା ବିଷୟରେ ସେ ଦିଲୀର ଏକ ଚା ଦୋକାନରେ ପ୍ରତିଦିନ ଭେଟୁଥିବା ନିଜର କିଛି ବନ୍ଧୁଙ୍କ ସହ ଆଲୋଚନା କଲେ। ସେମାନଙ୍କ ମଧ୍ୟରୁ ପାଞ୍ଚଜଣ ଦେଶର ଗ୍ରାମୀଣ ଅଞ୍ଚଳର ବିକାଶ ପାଇଁ ବିଭିନ୍ନ କ୍ଷେତ୍ରରେ କାମ କରୁଥିଲେ। ଏଥିରେ ହିତାଧିକାରୀ ପାଖକୁ ଆସୁଥିବା ବାଧା ଏବଂ ଅସୁବିଧାକୁ ସେମାନେ ବହୁ ପାଖରୁ ଦେଖିଥିଲେ। କାମ କରିବା ସତ୍ତ୍ବେ ହିତାଧିକାରୀ ହଇରାଣ ହେବା ଦେଖି ସେମାନେ ହତାଶ ଅନୁଭବ କରିଥିଲେ।

image


ଏପରି ଅବସ୍ଥାରେ ଅନନ୍ତ ଆରମ୍ଭ କରିବାର ଯୋଜନା ଆସିଥିଲା। ପ୍ରାଥମିକ ସ୍ତରରେ ଏହା ବହୁ କଠିନ ଥିଲା ଏବଂ ଶେଷରେ ମାତ୍ର ଦୁଇଜଣ ହିଁ ଏହି ପ୍ରକଳ୍ପରେ ରହିଥିଲେ- ସୁରେଶ କୁମାର ଏବଂ ମୁଁ ନିଜେ ବୋଲି ଅଜିତ କୁହନ୍ତି। ଗତବର୍ଷ ଠାରୁ ଏହା ମୁଖ୍ୟତଃ ତିନୋଟି ଦିଗ ଉପରେ କାମ କରୁଛି- ପୋଷ୍ଟ ପ୍ଲେସମେଣ୍ଟ ଟ୍ରାକିଂ, ଆସେସମେଣ୍ଟ ଏବଂ ଜବ୍ ପୋର୍ଟାଲ।

ହିତାଧିକାରୀଙ୍କ ଆଶା, ଆକାଂକ୍ଷା ଏବଂ ମତାମତ ନେଇ ଆମେ ପ୍ରସ୍ତୁତ କରିଥିବା ଆବେଦନ ପତ୍ରରେ ସଂଯୋଗ କରିଥାଉ। ଏହାଦ୍ବାରା ଆମ ସହଯୋଗୀମାନେ ଠିକ୍ ସମୟରେ ସୂଚନା ପାଇବା ସହ ରିପୋର୍ଟର ପ୍ରଭାବ ଉପରେ କାମ କରିଥାନ୍ତି। ସେମାନେ ପୁରା ପ୍ରକଳ୍ପକୁ ଦେଖିପାରିବା ସହ ଏହାର ମୂଲ୍ୟାୟନ ମଧ୍ୟ କରିପାରିବେ ଏବଂ ପୁରା ଡିଜାଇନରେ କୌଣସି ପ୍ରକାର ପରିବର୍ତ୍ତନ କରିବାକୁ ସକ୍ଷମ ହେବେ।

ଏଗ୍ରିକଲଚରାଲ୍ ସ୍କିଲ୍ କାଉନସିଲ୍ ଅଫ୍ ଇଣ୍ଡିଆ ସହିତ ସହଭାଗିତାରେ କୃଷିର ବିଭିନ୍ନ କ୍ଷେତ୍ରରେ ନିୟୋଜିତ କୃଷକମାନଙ୍କୁ ଚିହ୍ନଟ କରିବା ଦ୍ବିତୀୟ ପ୍ରଧାନ କାର୍ଯ୍ୟଥିଲା। ଏଭଳି ଚିହ୍ନଟ କରାଯିବାକୁ ପ୍ରୟୋଗ କରାଯାଇଥିବା ବୈଷୟିକ ଜ୍ଞାନକୌଶଳ ବୋଧହୁଏ ହାତଗଣତି ଏଜେନସି ଭିତରେ ଥିଲା ଆମ ସଂସ୍ଥା ଥିଲା ବୋଲି କୁହନ୍ତି ଅଜିତ । ଭାରତର 19ଟି ରାଜ୍ୟର 11ଟି ଭାଷାର ପ୍ରାୟ 30ହଜାରରୁ ଅଧିକ କୃଷକ ଏହି ପ୍ରକ୍ରିୟା ମାଧ୍ୟମରେ ଚିହ୍ନଟ କରାଯାଇଥିଲା।

image


ଚାକିରୀ ଆଶାୟୀ ପ୍ରାର୍ଥୀଙ୍କ ପାଇଁ rozgarmela.com ଏକ ବିଶାଳ ୱେବ୍ ପ୍ଲାଟଫର୍ମ। ଏଥିରେ ଏସଏମଏସ୍ ମାଧ୍ୟମରେ ପ୍ରାର୍ଥୀମାନଙ୍କୁ ଚାକିରୀ ସଂପର୍କିତ ସୂଚନା ଦିଆଯାଇଥାଏ। ଏହି ମଡେଲକୁ ଏଭଳି ଭାବରେ ପ୍ରସ୍ତୁତ କରାଯାଇଛି ଯେ ଆଶାୟୀ ପ୍ରାର୍ଥୀମାନଙ୍କୁ ବିନା ମୂଲ୍ୟରେ ସହାୟତା ଯୋଗାଇ ଦିଆଯାଏ। ଚାକିରୀ ଖୋଜିବା ବେଳେ ଯେପରି ପ୍ରାର୍ଥୀ ନିଜର ଅଧିକ ମନୋବଳ କ୍ଷୟ ନକରି ସଫଳତା ପାଇବ ଏବଂ ୱେବସାଇଟର ବିଶ୍ବସନୀୟତା ବଜାୟ ରହିବ ତାକୁ ଦୃଷ୍ଟି ଦିଆଯାଇଥାଏ ବୋଲି ଅଜିତ କୁହନ୍ତି।

ସଂସାଧନର ସଂଘର୍ଷ ଭିତରେ ପ୍ରମୁଖ ଚିନ୍ତାର ବିଷୟ ହେଉଛି ନିଜ ଉପରେ ବିଶ୍ବସନୀୟତା ରଖିବା। ପ୍ରଥମ ଥର ପାଇଁ ଆରମ୍ଭ ହୋଇଥିବା ଏକ ସଂସ୍ଥା ଏବଂ ଏକ ଛୋଟ ଦଳ ଯେ ଏକ ବିଶାଳ ଆକାରର ଚିନ୍ତାଧାରାକୁ ସଫଳ କରିବାରେ ସକ୍ଷମ ହେବ ତାକୁ ଗ୍ରହଣ କରିବା ଲୋକଙ୍କ ପକ୍ଷରେ କଷ୍ଟସାଧ୍ୟ ଥିଲା ବୋଲି ସେ କୁହନ୍ତି। ପରେ ଅନନ୍ତ ଅବିଶ୍ବସନୀୟ ସଫଳତା ଲାଭ କଲା ଏବଂ ଦିତୀୟ ବର୍ଷରେ ଏହା ଲାଭ କରିବାରେ ସକ୍ଷମ ହେଲା। ବର୍ତ୍ତମାନ ଏଥିରେ ଆହୁରି ଅର୍ଥ ବିନିଯୋଗ କରାଯାଇଛି। ଏହା ଦ୍ବାରା ଏଥିରେ ଏକ ନୂଆ ବୈଷୟିକ ଦିଗ ଦିଆଯିବା ସହ ବଜାରରେ ନୂଆ ବ୍ୟାବସାୟିକ କୌଶଳ ପ୍ରୟୋଗ କରାଯିବ ବୋଲି ସ୍ଥିର ହୋଇଛି।

ଅଜିତ ଏବେ ବି ନିଜର ବନ୍ଧୁତ୍ବର ଦିନଗୁଡ଼ିକୁ ମନେ ପକାନ୍ତି ଯାହାର ପରିକଳ୍ପନାରେ ଅନନ୍ତର ଜନ୍ମ ହୋଇଥିଲା। ଯେତେବେଳେ କିଛି ଭଲ ଲୋକ ନିଜ ଭିତରେ ଭାବର ଆଦାନପ୍ରଦାନ କରନ୍ତି, ସେଥିରୁ ନିଶ୍ଚୟ କିଛି ନା କିଛି ଭଲ ଫଳ ମିଳେ। ଆମର ଦଳ ଅଭିଜ୍ଞ ପରିପକ୍ବ ଏବଂ ଯୁବବର୍ଗଙ୍କ ମିଶ୍ରଣ। ସେମାନଙ୍କ ମଧ୍ୟରୁ ଅନେକ ବହୁ ଆଶା, ଅଭିଳାଷ ନେଇ ଏଥିରେ ଯୋଗ ଦେଇଥାନ୍ତି। ପରେ ସେମାନେ ଏଥିରେ ବିଚକ୍ଷଣ ପରିଚାଳନା ଦକ୍ଷତା ଏବଂ ପ୍ରତିବଦ୍ଧତା ଦେଖାଇବାରେ ସକ୍ଷମ ହୋଇଥାନ୍ତି।

ଯେଉଁଠି ପରିସ୍ଥିତି ସବୁବେଳେ ବଦଳୁଥାଏ, ସେଭଳି କ୍ଷେତ୍ରରେ କାମ କରୁଥିବା ଅନନ୍ତ ଯୁଗ ଉପଯୋଗୀ ପରିବର୍ତ୍ତନଶୀଳ ହେବା ଆବଶ୍ୟକ । ଆମେ ଓ ଆମର ଅଂଶଧନକାରୀଙ୍କୁ ବରାବର ନୂଆ କୌଶଳ ଆପଣେଇବା, ଉଦ୍ଭାବନ କରିବା ବଏବଂ ନୂଆ ଜ୍ଞାନକୌଶଳ ସଂପର୍କରେ ଜାଣିବା ଆବଶ୍ୟକ ବୋଲି ଅଜିତ କୁହନ୍ତି। ତୁମେ କେତେ କରିପାରିବ ବା କଣ କରିବାର ଇଚ୍ଛା ରଖିଛ ତାକୁ ସମତୁଲ କରି ଚାଲିଛି।

image