ଦେଶର ଶ୍ରେଷ୍ଠ ସ୍ମାର୍ଟ ସହର ଭୁବନେଶ୍ୱର

ଦେଶର ଶ୍ରେଷ୍ଠ ସ୍ମାର୍ଟ ସହର ଭୁବନେଶ୍ୱର

Thursday January 28, 2016,

1 min Read

image



ପ୍ରଥମ ଦଫାରେ ଆଜି (୨୮ ଜାନୁଆରି ୨୦୧୬) କେନ୍ଦ୍ର ସରକାର ଦେଶର ୨୦ଟି ସହରକୁ ସ୍ମାର୍ଟ ସିଟି ଘୋଷଣା କରିଥିବା ବେଳେ ସର୍ବାଗ୍ରେ ଭୁବନେଶ୍ୱର ରହିଛି । ଦ୍ୱିତୀୟରେ ମହାରାଷ୍ଟ୍ରର ପୂଣେ ଥିବା ବେଳେ ତୃତୀୟରେ ରାଜସ୍ଥାନର ଜୟପୁର ସହର ରହିଛି । ପୂର୍ବରୁ ଓଡ଼ିଶାରୁ ଦୁଇଟି ସହର ସ୍ମାର୍ଟ ସିଟି କ୍ଷୁଦ୍ର ତାଲିକା(short list)ରେ ସ୍ଥାନ ପାଇଥିବା ବେଳେ ଆଜି ଘୋଷିତ ପ୍ରଥମ ତାଲିକାରେ ରାଉରକେଲା ସହର ବାଦ ପଡ଼ିଛି ।

ସ୍ମାର୍ଟ ସିଟି ତାଲିକା

୧. ଭୁବନେଶ୍ୱର, ଓଡ଼ିଶା

୨. ପୂଣେ, ମହାରାଷ୍ଟ୍ର

୩. ଜୟପୁର, ରାଜସ୍ଥାନ

୪. ସୁରତ ଗୁଜରାତ

୫. କୋଚି, କେରଳ

୬. ଅହମଦାବାଦ, ଗୁଜରାତ

୭. ଜବଲପୁର, ମଧ୍ୟପ୍ରଦେଶ

୮. ବିଶାଖାପାଟଣା, ଆନ୍ଧ୍ରପ୍ରଦେଶ

୯. ଶୋଲାପୁର, ମହାରାଷ୍ଟ୍ର

୧୦. ଦାବାନଗେରେ, କର୍ଣାଟକ

୧୧. ଇନ୍ଦୋର, ମଧ୍ୟପ୍ରଦେଶ

୧୨. ନୂଆଦିଲ୍ଲୀ ମୁନିସପାଲ କର୍ପୋରେସନ(ଏନ୍‍ଡିଏମ୍ସି), ଦିଲ୍ଲୀ

୧୩. କୋଇମ୍ବାଟୁର, ତାମିଲନାଡ଼ୁ

୧୪. କାକିନାଡ଼ା, ଆନ୍ଧ୍ରପ୍ରଦେଶ

୧୫. ବେଲାଗାଭି, କର୍ଣାଟକ

୧୬. ଉଦୟପୁର, ରାଜସ୍ଥାନ

୧୭. ଗୌହାଟୀ, ଆସାମ

୧୮. ଚେନ୍ନାଇ, ତାମିଲନାଡ଼ୁ

୧୯. ଲୁଧିଆନା, ପଞ୍ଜାବ

୨୦. ଭୋପାଳ, ମଧ୍ୟପ୍ରଦେଶ

image


କେନ୍ଦ୍ର ସହରାଞ୍ଚଳ ବିକାଶ ମନ୍ତ୍ରୀ ଭେେଙ୍କୟା ନାଇଡ଼ୁ ଆଜି ସ୍ମାର୍ଟ ସିଟି ତାଲିକା ଘୋଷଣା କରିଛନ୍ତି । ଏହି ସବୁ ସହରର ବିକାଶ ପାଇଁ ସ୍ମାର୍ଟ ସିଟିଜ୍‍ ମିସନ୍‍ ମାଧ୍ୟମରେ ଆବଶ୍ୟକୀୟ କେନ୍ଦ୍ରୀୟ ସହାୟତା ଯୋଗାଇ ଦିଆଯିବ । ଆଗାମୀ ଦୁଇ ବର୍ଷରେ ଦୁଇଟି ପର୍ଯ୍ୟାୟରେ ଯଥାକ୍ରମେ ୪୦ ଓ ୩୮ଟି ସହରକୁ ସ୍ମାର୍ଟ ସିଟି ତାଲିକାରେ ସାମିଲ କରାଯିବ ବୋଲି ନାଇଡ଼ୁ ସୂଚନା ଦେଇଛନ୍ତି । ବର୍ତମାନ ଘୋଷିତ ୨୦ଖୁ ମିଶାଇ ମୋଟ ୯୮ଟି ସହର ଭବିଷ୍ୟତରେ ସ୍ମାର୍ଟ ସିଟି ହେବାର ସୌଭାଗ୍ୟ ପାଇବେ । ଏହି ୯୮ ମଧ୍ୟରେ ଓଡ଼ିଶାର ରାଉରକେଲା ମଧ୍ୟ ରହିଛି ।

ଭୁବନେଶ୍ୱର ଶ୍ରେଷ୍ଟ ସ୍ମାର୍ଟ ସହର ଘୋଷିତ ହେବା ପରେ ଓଡ଼ିଶାରେ ଆନନ୍ଦର ଲହରୀ ଖେଳିଯାଇଛି ।


ଲେଖକ ଶୁଭ୍ରାଂଶୁ ପଣ୍ଡା ଜଣେ ସାହିତ୍ୟିକ ଓ ସାମ୍ବାଦିକ ଭାବେ ଜଣାଶୁଣା । ତାଙ୍କୁ +91 9338655845 କିମ୍ବା [email protected] ରେ ଯୋଗାଯୋଗ କରାଯାଇ ପାରିବ।