ରାଜ୍ୟରେ ଦୁଇଟି ସ୍ଥାନରେ ଏଲପିଜି ପ୍ଲାଣ୍ଟ, ବଲାଙ୍ଗୀର ବଟଲିଂ ପ୍ଲାଣ୍ଟକୁ ସରକାରଙ୍କ ଗ୍ରିନ୍ ସିଗନାଲ୍

ରାଜ୍ୟରେ ଦୁଇଟି ସ୍ଥାନରେ ଏଲପିଜି ପ୍ଲାଣ୍ଟ, ବଲାଙ୍ଗୀର ବଟଲିଂ ପ୍ଲାଣ୍ଟକୁ ସରକାରଙ୍କ ଗ୍ରିନ୍ ସିଗନାଲ୍

Thursday February 25, 2016,

2 min Read

ରାଷ୍ଟ୍ରାୟତ ତୈଳ କମ୍ପାନୀଗୁଡିକ ଓଡିଶାରେ ଅନେକ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଆଗଭର ହୋଇଛନ୍ତି | ପେଟ୍ରୋଲିୟମ ମନ୍ତ୍ରଣାଳୟ ମଧ୍ୟ ଓଡିଶାକୁ ବେଶ୍ ଗୁରୁତ୍ୱ ଦେଉଥିବା ଲକ୍ଷ୍ୟ କରାଯାଉଛି | ରାଜ୍ୟ ସରକାର ମଧ୍ୟ ଏହି ସୁଯୋଗକୁ ହାତଛଡା କରିବାକୁ ଚାହୁଁନାହାନ୍ତି | ଏଥିପାଇଁ ତୈଳ କମ୍ପାନୀଗୁଡିକୁ ଆବଶ୍ୟକ ସାହାଯ୍ୟ ସହଯୋଗ କରିବାକୁ ସରକାର ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି | ଏହି ସବୁ ପ୍ରସ୍ତାବିତ ପ୍ରକଳ୍ପଗୁଡିକ କାର୍ଯ୍ୟକାରୀ ହେଲେ ଅନେକଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷ ରୋଜଗାର ମିଳିପାରିବ |

ଭାରତ ପେଟ୍ରୋଲିୟମ (ବିପିସିଏଲ୍) ଓ ହିନ୍ଦୁସ୍ତାନ ପେଟ୍ରୋଲିୟମ୍ (ଏଚପିସିଏଲ୍) କୋରାପୁଟ ଓ ସମ୍ବଲପୁରରେ ଏଲପିଜି ପ୍ଲାଣ୍ଟ ସ୍ଥାପନ କରିବା ପାଇଁ ଆଗ୍ରହ ପକାଶ କରିଛନ୍ତି | ଏଥିପାଇଁ ରାଜ୍ୟ ସରକାର ଜମି ଯୋଗାଇଦେବାକୁ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନେବେ | ପୁଣି ସମ୍ବଲପୁରରେ ପ୍ରସ୍ତାବିତ ଏଲପିଜି ପ୍ଲାଣ୍ଟ ପାଇଁ ଏହି ଦୁଇ କମ୍ପାନୀ ନୂଆ ସ୍ଥାନ ଚିହ୍ନଟ କରିବେ | ପୂର୍ବରୁ ମାନେସରରେ ଏହା ପ୍ରତିଷ୍ଠା କରିବାର ଯୋଜନା ଥିଲା | କିନ୍ତୁ ଏହା ଜଳସେଚିତ ଅଂଚଳ ହୋଇଥିବାରୁ ସେଠାରେ ପ୍ଲାଣ୍ଟ ବସା ଯାଇପାରିବ ନାହିଁ | ନିକଟରେ ମୁମ୍ବାଇରେ ଅନୁଷ୍ଠିତ ହୋଇଥିବା ମେକ୍ ଇନ୍ ଇଣ୍ଡିଆ ସପ୍ତାହରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ରାଷ୍ଟ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ମଧ୍ୟରେ ହୋଇଥିବା ଆଲୋଚନାରେ ଏହି ନିଷ୍ପତି ହୋଇଛି |

image


ଏହି ଅବସରରରେ ପେଟ୍ରୋଲିୟମ ମନ୍ତ୍ରୀ କହିଛନ୍ତି,

ଭୁବନେଶ୍ୱରରେ ଏକ ହାଇଡ୍ରୋକାର୍ବନ ଦକ୍ଷତା ବିକାଶ କେନ୍ଦ୍ର ସ୍ଥାପନ ପାଇଁ ଯୋଜନା କରାଯାଇଛି | ଏଥିପାଇଁ ରାଜ୍ୟ ସରକାର ଆବଶ୍ୟକୀୟ ଜମି ଯୋଗାଇଦେବେ ବୋଲି ଆଶା | ଜମି ମିଳିବା ପରେ ତ୍ୱରିକ କାମ ଆରମ୍ଭ ହେବ |

ବଲାଙ୍ଗୀରରେ ବଟଲିଂ ପ୍ଲାଣ୍ଟ

ବଲାଙ୍ଗୀରରେ ହେବାକୁ ଥିବା ଏଲପିଜି ବଟଲିଂ ପ୍ଲାଣ୍ଟ ପ୍ରସ୍ତାବକୁ ସରକାର ମଂଜୁର କରିଛନ୍ତି | ୧୦୦ କୋଟି ଟଙ୍କାରେ ଏହାକୁ ନିର୍ମାଣ କରିବା ଲାଗି ରାଷ୍ଟ୍ରାୟତ ତୈଳ କମ୍ପାନି ବିପିସିଏଲ୍ ପୂର୍ବରୁ ସରକାରଙ୍କ ନିକଟରେ ପ୍ରସ୍ତାବ ରଖିଥିଲା | ଏହି ପ୍ରସ୍ତାବକୁ ରାଜ୍ୟ ସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥୋରିଟି ମଂଜୁରୀ ପ୍ରଦାନ କରିଛି | ଏହି ପ୍ରକଳ୍ପ ଫଳରେ ପ୍ରାୟ ୫୦୦ ଲୋକଙ୍କୁ ରୋଜଗାର ସୁଯୋଗ ମିଳିବ | କ୍ଲିୟରାନ୍ସ ଅଥୋରିଟି ନିଷ୍ପତ୍ତି ସମ୍ପର୍କରେ ଇପିକଲ୍ ର ମହାପ୍ରବନ୍ଧକ କଲ୍ୟାଣ ମହାନ୍ତି କହିଛନ୍ତି,

୪୨୦.୩୫ କୋଟି ଟଙ୍କାର ୩ଟି ନିବେଶ ପ୍ରସ୍ତାବକୁ ଅଥୋରିଟି ମଂଜୁରୀ ପ୍ରଦାନ କରିଛି | ଏହା ମଧ୍ୟରେ ରହିଛି ବଲାଙ୍ଗିରର ଏଲପିଜି ବଟଲିଂ ପ୍ଲାଣ୍ଟ | ଏହି ପ୍ଲାଣ୍ଟ ଫଳରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ୪୯୩ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ ବୋଲି ଆକଳନ କରାଯାଇଛି | କ୍ଲିଅରାନ୍ସ ପାଇବା ପରେ ପ୍ରକଳ୍ପ କାମ ଶୀଘ୍ର ଆରମ୍ଭ ହୋଇଯିବ |
image


ଏହି ପ୍ରସ୍ତାବିତ ପ୍ରକଳ୍ପ ନିମନ୍ତେ ଜମି ଅଧିଗ୍ରହଣ, ଆପ୍ରୋଚ୍ ରୋଡ୍ ନିର୍ମାଣ, ଡିଜିପିଏସ୍ ସର୍ଭେ, ବିଦ୍ୟୁତ୍ ଯୋଗାଣ, ଜଳ ଉପଯୋଗ ଆଦି ଆବଶ୍ୟକ ପଡିବ | ଏଗୁଡିକୁ ରାଜ୍ୟ ସରକାରଙ୍କ ସଂପୃକ୍ତ ବିଭାଗ କରିବ |