ମାତୃ, ଶିଶୁ ମୃତ୍ୟୁ ହାର ରୋକିବାକୁ ପ୍ରୟାସ : ଖୁବ୍ ଶୀଘ୍ର ନ୍ୟୁଟ୍ରିସନ୍ ମିଶନ

ମାତୃ, ଶିଶୁ ମୃତ୍ୟୁ ହାର ରୋକିବାକୁ ପ୍ରୟାସ : ଖୁବ୍ ଶୀଘ୍ର ନ୍ୟୁଟ୍ରିସନ୍ ମିଶନ

Sunday February 07, 2016,

2 min Read

କୌଣସି ଦେଶର ବିକାଶର ମାନଦଣ୍ଡ ଭାବେ ସ୍ୱାସ୍ଥ୍ୟ ଏକ ପ୍ରମୁଖ ପରିମାପକ | ପୁଣି ସ୍ୱାସ୍ଥ୍ୟର ମୁଖ୍ୟ ମାନଦଣ୍ଡ ହେଉଛି ମାତୃ ଓ ଶିଶୁ ମୃତ୍ୟୁ ହାର | ଏହି ମୃତ୍ୟୁ ସଂଖ୍ୟା ଯେତେ କମ୍, ସେ ଦେଶ ସେତେ ବିକାଶଶୀଳ ବୋଲି ସାଧାରଣ ଭାବେ ବୁଝିବାକୁ ପଡିବ | ସୁସ୍ଥ ମା ଓ ସୁସ୍ଥ ଶିଶୁ ହିଁ ଦେଶର ଭବିଷ୍ୟତକୁ ସୁଦୃଢ କରିଥାଏ | ଓଡିଶାରେ ମାତୃ ମୃତ୍ୟୁ ଓ ଶିଶୁ ମୃତ୍ୟୁ ରୋକିବା ଲାଗି ରାଜ୍ୟ ସରକାର ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି | ଏଥିରେ ସଫଳତା ମଧ୍ୟ ମିଳିଛି | ତେବେ ଏହା ଜାତୀୟ ହାର ସହ ସମାନ ହୋଇ ପାରିନାହିଁ | ତେଣୁ ଏହାକୁ ସଂପୂର୍ଣ ନିୟନ୍ତ୍ରଣକୁ ଆଣିବା ଲାଗି ରାଜ୍ୟରେ ଷ୍ଟେଟ୍ ନ୍ୟୁଟ୍ରିସନ୍ ମିଶନ(ରାଜ୍ୟ ପୌଷ୍ଟିକତା ମିଶନ) ଗଠନ କରାଯିବ | ୟୁନିସେଫ୍ ଏଥିରେ ସବୁ ପ୍ରକାର ସହଯୋଗ ଯୋଗାଇଦେବ |

image


ରାଜ୍ୟ ସରକାର ଓ ୟୁନିସେଫ୍ ସହଯୋଗିତାରେ ଆରମ୍ଭ କରାଯାଇଥିବା କାର୍ଯ୍ୟକ୍ରମ ବହୁତ ଫଳପ୍ରଦ ହୋଇଥିବାରୁ ୨୦୧୬-୧୭ ଆର୍ଥିକ ବର୍ଷରେ ଏହାକୁ ବଜାୟ ରଖିବା ପାଇଁ ନିଷ୍ପତି ହୋଇଛି | ଏଥିପାଇଁ କାର୍ଯ୍ୟ ଯୋଜନା ମଧ୍ୟ ନିର୍ଦ୍ଧାରଣ କରାଯାଇଛି |

ପଢନ୍ତୁ - ବସ୍ତି ମହିଳାଙ୍କୁ ମାଗଣା ଗାଡ଼ିଚାଳନା ଶିଖାଉଛି CCWD

image


ଏହି ଅବସରରେ ୟୁନିସେଫ୍ ର ଓଡିଶା ମୁଖ୍ୟ ୟୁମି ବେ କହିଛନ୍ତି,

ଓଡିଶାରେ ଜୀବନଧାରାର ଗୁଣାତ୍ମକ ବିକାଶ ପାଇଁ ରାଜ୍ୟ ସରକାର ଓ ୟୁନିସେଫ୍ ର ମିଳିତ ଉଦ୍ୟମ ଆରମ୍ଭ ହୋଇଛି | ଗତ ବର୍ଷ ବିଭିନ୍ନ କ୍ଷେତ୍ରରେ ଏହି ସହଯୋଗିତା ଉତ୍ସାହଜନକ ଭାବେ ସଫଳ ରୂପାୟନ ହୋଇପାରିଛି | ଆଗାମୀ ଦିନରେ ମଧ୍ୟ ଏହା ଆହୁରି ସଫଳ ହେବ |
image


୨୦୧୫-୧୬ ଆର୍ଥିକ ବର୍ଷରେ ୟୁନିସେଫ୍ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ୨୨ କୋଟି ୮୮ ଲକ୍ଷ ଟଙ୍କା ଅନୁଦାନ ଦେଇଥିଲା | ୨୦୧୬-୧୭ ବର୍ଷ ପାଇଁ ମଧ୍ୟ ସମପରିମାଣର ଅର୍ଥ ଖର୍ଚ୍ଚ କରାଯିବ | ଏହି ବର୍ଷ ରାଜ୍ୟ ସରକାର ଓ ୟୁନିସେଫ୍ ସହଭାଗିତାରେ ପାନୀୟ ଜଳ, ପରିମଳ, ବିଦ୍ୟାଳୟରେ ହାତଧୁଆ, ଖୋଲାରେ ମଳତ୍ୟାଗ ବର୍ଜନ, ମା ଓ ଶିଶୁ ପୌଷ୍ଟିକତା, ନବଜାତକଙ୍କ ଜନ୍ମ, ଟିକାକରଣ, ଶିଶୁ ସରୁକ୍ଷା, ପ୍ରଜନନ, ଶିଶୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ତାଲିମ, ଦକ୍ଷତା ଅଭିବୃଦ୍ଧି, ସେବା ସଂପ୍ରସାରଣ, ସଚେତନତା ଅଭିବୃଦ୍ଧି, ସୂଚନା ସଂପ୍ରସାରଣ ସହ ଜନ ସଚେତନତା ସୃଷ୍ଟି ଆଦି କାର୍ଯ୍ୟକ୍ରମ କରାଯିବ | ସେହିପରି ମାତୃ ଓ ଶିଶୁ ମୃତ୍ୟୁ ହାର ହ୍ରାସ କରିବା ଓ ମହିଳା-ପୁରୁଷ ଅନୁପାତରେ ଉନ୍ନତି ଆଣିବା ଲାଗି ମଧ୍ୟ କାର୍ଯ୍ୟକ୍ରମ ହାତକୁ ନିଆଯିବ |

ୟୁନିସେଫ୍ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସହଭାଗିତାର ନବୀକରଣ ଅବସରରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ କହିଛନ୍ତି,

ମାତୃ ଓ ଶିଶୁ ମୃତ୍ୟୁ ହାର କମାଇବା ଲାଗି ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି | ଏଥିପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି | କେହି ଯେମିତି ଅପପୁଷ୍ଟିର ଶିକାର ନ ହେବେ ସେଥିପାଇଁ ରାଜ୍ୟରେ ଏକ ନ୍ୟୁଟ୍ରିସନ୍ ମିଶନ ପ୍ରତିଷ୍ଠା ପାଇଁ ସରକାର ବିଚାର କରୁଛନ୍ତି | ସେହିପରି ମହିଳା-ପୁରୁଷ ଅନୁପାତ ସମାନ କରିବା ପାଇଁ ମଧ୍ୟ ପ୍ରୟାସ ହେଉଛି |

ୟୁନିସେଫ୍ ଓ ଓଡିଶାର ସରକାରଙ୍କ ସହଭାଗିତାରେ ଆଗକୁ ଆହୁରି ଅନେକ ସେବା ଓ ବିକାଶ ମୂଳକ କାର୍ଯ୍ୟ ହେବ ବୋଲି ଆଶା |

ଆଉ କିଛି କାହାଣୀ -

1। ଟିସିଏସ୍ ସର୍ବେକ୍ଷଣ: ଭୁବନେଶ୍ୱର Z ପୀଢି ସମ୍ପର୍କରେ ୧୦ଟି ରୋଚକ ତଥ୍ୟ

2। ‘ଝାଡ଼ୁଦାରର ପୁଅ’ରୁ ସଫେଇ ସଂପ୍ରଦାୟର ତ୍ରାଣକର୍ତା

3। ଅନ୍ଧାରୀ ମୁଲକର ମୁକ୍ତିଦାତା : ରେଡ୍ ଲାଇଟ୍ ଅଂଚଳରୁ ଝିଅଙ୍କୁ ମୁକୁଳାଉଥିବା ଜଣେ ସଂଗ୍ରାମୀଙ୍କ କଥା