ଷ୍ଟାର୍ଟ-ଅପ୍ କେକ୍ ଉପରେ କୋଟିପତି ଉଦ୍ୟୋଗପତିଙ୍କ ନଜର

ଷ୍ଟାର୍ଟ-ଅପ୍ କେକ୍ ଉପରେ କୋଟିପତି ଉଦ୍ୟୋଗପତିଙ୍କ ନଜର

Wednesday February 10, 2016,

2 min Read

ଭାରତରେ ଷ୍ଟାର୍ଟ-ଅପ୍ ଜଗତ ଆକର୍ଷଣୀୟ ଢ଼ଙ୍ଗରେ ଦ୍ରୁତ ଗତିରେ ଆଗକୁ ବଢ଼ୁଛି । ଏହି ସଫଳ କାହାଣୀର ଅଂଶ ହେବାକୁ ଦେଶର ବଡ଼ କର୍ପୋରେଟ୍ ସଂସ୍ଥା ଓ କୋଟିପତି ଉଦ୍ୟୋଗପତି ଆଗେଇ ଆସିଲେଣି । ଟାଟା ଗୃପ ପୂର୍ବତନ ମୁଖ୍ୟ ରତନ ଟାଟା ଦୁଇ ବର୍ଷ ଭିତରେ ୨୫ରୁ ଅଧିକ ଷ୍ଟାର୍ଟ-ଅପ୍ ସଂସ୍ଥାରେ ନିବେଶ କରିସାରିଲେଣି । କେବଳ ସେ ନୁହେଁ ଆହୁରି ଅନେକ ଉଦ୍ୟୋଗପତି ଓ କଂପାନି ଏବେ ଷ୍ଟାର୍ଟ-ଅପ୍ କେକରେ ଭାଗ ବସାଇବାକୁ ପରସ୍ପର ସହ ପ୍ରତିଯୋଗିତା ଆରମ୍ଭ କରିଦେଇଛନ୍ତି ।

image


କୋଟିପତି ଉଦ୍ୟୋଗପତିମାନେ ଜାଣି ସାରିଲେଣି ଯେ ଭାରତରେ ଇକ୍ୱିଟି ବଜାର କିମ୍ବା ରିଅଲ ଇଷ୍ଟେଟରେ ନିବେଶରୁ ଆଉ ଆଗ ଭଳି ରିଟର୍ଣ୍ଣ ମିଳିବ ନାହିଁ । ତେଣୁ ସେମାନେ ଷ୍ଟାର୍ଟ-ଅପ୍ ସଂସ୍ଥାଗୁଡ଼ିକରେ ପୁଞ୍ଜିନିବେଶ ଆରମ୍ଭ କରିଛନ୍ତି । ପରମ୍ପରାଗତ ଭାବେ ପରିବାର ବ୍ୟବସାୟକୁ ବଡ଼ କର୍ପୋରେଟ୍ ସଂସ୍ଥାରେ ପରିଣତ କରିଥିବା କଂପାନିଗୁଡ଼ିକ ମଧ୍ୟ ଷ୍ଟାର୍ଟ-ଅପରେ ନିବେଶ କରିବାକୁ ପଛାଉ ନାହାନ୍ତିି ।

ପଢନ୍ତୁ - ଷ୍ଟାର୍ଟ-ଅପ୍‍ ନୀତି ଆଣିବେ ଓଡ଼ିଶା ସରକାର

ଇଣ୍ଟରନେଟକୁ ନେଇ ଗଢି ଉଠିଥିବା କିଛି କଂପାନି ବିଗତ କିଛି ବର୍ଷ ମଧ୍ୟରେ ବିଲିୟନ ଡଲାର କଂପାନିରେ ପରିଣତ ହୋଇପାରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଏହି କଂପାନିଗୁଡ଼ିକ ଇଣ୍ଟରନେଟ ଓ ପ୍ରଯୁକ୍ତି ଭିତିକ କଂପାନିରେ ପୁଞ୍ଜିନିବେଶ କରିବାକୁ ଚାହୁଁଛନ୍ତି ।

କୋଟିପତି ଉଦ୍ୟୋଗପତିମାନେ ଭେଂଚର କ୍ୟାପିଟାଲ୍ କିମ୍ବା ଡେଟ କ୍ୟାପିଟାଲଗୁଡ଼ିକୁ ହାତ କରି ଷ୍ଟାର୍ଟ-ଅପ୍ ସଂସ୍ଥାଗୁଡ଼ିକରେ ନିବେଶ କରୁଛନ୍ତି । ମଣିପାଳ ଗୃପ ମୁଖ୍ୟ ରଂଜନ ପାଇ ଓ ଟି ଭି ମୋହନଦାସ ପାଇଁଙ୍କ ଦ୍ୱାରା ଗଠନ କରାଯାଇଥିବା “ଆରିନ୍ କ୍ୟାପିଟାଲ୍’ ପକ୍ଷରୁ ଆଇଏନ୍ସି ୪୨ ନାମକ ଷ୍ଟାର୍ଟ-ଅପ୍ ସଂସ୍ଥାରେ ନିବେଶ କରାଯାଇଛି ।

ମୋହନଦାସ ପାଇ ଷ୍ଟାର୍ଟ-ଅପ୍ ସଂସ୍ଥାରେ ନିବେଶ କରିବା ପାଇଁ ଏକ ୧୦୦ କୋଟି ଟଙ୍କାର ପାଣ୍ଠି ଗଠନ କରିଛନ୍ତି । ସେହିପରି ଉଦ୍ୟୋଗପତି ରନି ସ୍କୃୱାଲା ଅନଲାଇନ୍ ବୀମା ପଲିସି ସୂଚନା ପ୍ରଦାନକାରୀ ଇଜି ପଲିସିରେ ୧୫ କୋଟି ଟଙ୍କା ନିବେଶ କରିଛନ୍ତି ।

ଆଇସର୍ ମୋଟର ପ୍ରତିଷ୍ଠା କରିଥିବା ପରିବାର, ହାଭେଲ୍ସ ଇଣ୍ଡିଆ ଓ ପାଟ୍ନି ପରିବାର ପକ୍ଷରୁ ନିକଟରେ ଟ୍ରିଫେକ୍ଟା କ୍ୟାପିଟାଲ୍ ନାମକ ଷ୍ଟାର୍ଟ-ଅପ୍ ସଂସ୍ଥାରେ ପୁଞ୍ଜିନିବେଶ କରିଛନ୍ତି । ତିନି ଦଶନ୍ଧୀ ତଳେ ଭାରତ ଛାଡ଼ି ଚାଲିଯାଇଥିବା ଉଦ୍ୟୋଗପତିମାନେ ଷ୍ଟାର୍ଟ-ଅପରେ ନିବେଶ କରିବା ପାଇଁ ପୁଣି ଭାରତ ଫେରିଛନ୍ତି ।

ଷ୍ଟାର୍ଟ-ଅପ୍ ସଂସ୍ଥାଗୁଡ଼ିକରେ ନିବେଶ କରିବା ପାଇଁ କୋଟିପତି ଉଦ୍ୟୋଗପତିମାନେ ନିଜସ୍ୱ ଭେଂଚର କ୍ୟାପିଟାଲ୍ ସଂସ୍ଥା ଗଠନ କରିଛନ୍ତି । ୱିପ୍ରୋ ମୁଖ୍ୟ ଅଜିମ୍ ପ୍ରେମଜୀ ନିଜସ୍ୱ ନିବେଶ ସଂସ୍ଥା ପ୍ରେମଜୀଇନଭେଷ୍ଟ ଗଠନ କରିଥିବା ବେଳେ ଇନ୍ଫୋସିସର ପ୍ରତିଷ୍ଟାତା ଏନ୍ ଆର୍ ନାରାୟଣମୂର୍ତି କାଟରମ୍ୟାନ୍ ଭେଂଚର ନାମକ ସଂସ୍ଥା ଗଠନ କରିଛନ୍ତି ।

ଡାବର ଇଣ୍ଡିଆର ମୁଖ୍ୟ ଗୌରବ ବର୍ମନ ଷ୍ଟାର୍ଟ-ଅପ୍ ସଂସ୍ଥାରେ ନିବେଶ କରିବା ପାଇଁ ଦି ବର୍ମନ ଫାମିଲି ଅଫିସ୍ ନାମକ ସଂସ୍ଥା ଗଠନ କରିଛନ୍ତି । ଏହି ସଂସ୍ଥା ଇଜିପଲିସି ଓ ଷ୍ଟୋର୍ମୋର୍ ନାମକ ସଂସ୍ଥାରେ ପୁଞ୍ଜିନିବେଶ କରିଛି ।

ଏହି ଉଦ୍ୟୋଗପତି ନିବେଶ କଲେଣି

-ରତନ ଟାଟା-ପୂର୍ବତନ ଟାଟା ଗ୍ରୁପ୍ ମୁଖ୍ୟ

-ଅଜିମ୍ ପ୍ରେମ୍ଜୀ-ୱିପ୍ରୋ ମୁଖ୍ୟ

-ଏନ୍ ଆର୍ ନାରାୟଣମୂର୍ତି-ଇନ୍ଫୋସିସ୍ର ପୂର୍ବତନ ମୁଖ୍ୟ

-ଗୌରବ ବର୍ମନ-ଡାବର୍ ଇଣ୍ଡିଆର ମୁଖ୍ୟ

-ଆଇସର୍ ମୋଟରସ୍

-ହାଭେଲ୍ସ ଇଣ୍ଡିଆ

-ପାଟ୍ନି ପରିବାର

-ଟିଭି ମୋହନଦାସ ପାଇ

-ରଂଜନ ପାଇ-ମଣିପାଳ ଗ୍ରୁପ୍

ଆଉ କିଛି ସମ୍ପର୍କିତ କାହାଣୀ-

1। ଏଣିକି ପରଖି ହେବ ଅଫ୍-ଲାଇନ୍ ବିକ୍ରେତାଙ୍କ ଦ୍ରବ୍ୟର ମୂଲ୍ୟ: ଦିଲ୍ଲୀର PriceMap ପକ୍ଷରୁ ଅଭିନବ ଉଦ୍ୟମ

2। eFarmର ଦକ୍ଷ ଯୋଗାଯୋଗ ବ୍ୟବସ୍ଥା କୃଷକର ରୋଜଗାର ବଢ଼ାଇଛି

3। ଲାଭକୁ ନେଇ ନୁହେଁ, ଉତ୍ପାଦକୁ ନେଇ ବ୍ୟବସାୟ