ଭାରତରେ ପ୍ରଥମ ହିଞ୍ଜଡ଼ା ସଂଗୀତ ଗୋଷ୍ଠୀ 6 Pack Band

ଭାରତରେ ପ୍ରଥମ ହିଞ୍ଜଡ଼ା ସଂଗୀତ ଗୋଷ୍ଠୀ 6 Pack Band

Friday February 05, 2016,

2 min Read

ହିଞ୍ଜଡ଼ା ସମାଜ ଲାଗି ନୂଆ ବର୍ଷ ଆଣିଛି ଖୁସି ଖବର । କାରଣ, ୟଶରାଜ ଫିଲ୍ମସର ଯୁବ ମନରଂଜନ ବିଭାଗ Y-Films ଆରମ୍ଭ କରିଛି ଦେଶର ପ୍ରଥମ ହିଞ୍ଜଡ଼ା ସଂଗୀତ ଗୋଷ୍ଠୀ, 6 Pack Band । ଆଶା ଜଗତପ, ଭାବିକା ପାଟିଲ, ଚାନ୍ଦିନୀ ସୁବର୍ଣକର, ଫିଦା ଖାନ୍, କୋମଲ ଜଗତପ ଓ ରବୀନା ଜଗତପଙ୍କୁ ନେଇ ଗଢ଼ା ହୋଇଛି ଏହି ମ୍ୟୁଜିକ ବ୍ୟାଣ୍ଡ୍ । ଅଡିସନ୍ ମାଧ୍ୟମରେ ୨୦୦ ଜଣ ହିଞ୍ଜଡ଼ାଙ୍କ ମଧ୍ୟରୁ ଏହି ୬ ଜଣଙ୍କୁ ବଛାଯାଇଛି ।

image


ଅଭିନେତ୍ରୀ ଅନୁଷ୍କା ଶର୍ମା ଓ ଗାୟକ ସୋନୁ ନିଗମ ଏଭଳି ପ୍ରୟାସକୁ ସମର୍ଥନ କରିଛନ୍ତି । ନିକଟରେ ବଜାର ପ୍ରବେଶ କରିଥିବା ଏହି ବ୍ୟାଣ୍ଡର ପ୍ରଥମ ସଂଗୀତ ହମ ହେ ହାପିର ଆରମ୍ଭରେ କଣ୍ଠ ଦେଇଛନ୍ତି ଅନୁଷ୍କା । ଦ୍ୱିତୀୟ ସଙ୍ଗୀତ ରବ୍ ଦେ ବନ୍ଦେରେ ଏହି ବ୍ୟାଣ୍ଡ ସହ ସୋନୁ ନିଗମ ଆସୁଛନ୍ତି । Indian Expressକୁ ଏକ ସାକ୍ଷାତକାରରେ ସୋନୁ କହିଛନ୍ତି,


“ଏହା ଏକ ଚମତ୍କାର କାମ । ସେମାନଙ୍କ ସହ ସାମିଲ ହୋଇ ମୁଁ ନିଜକୁ ଗୌରବାନ୍ୱୀତ ମନେ କରୁଛି । ଆମେ ଯାହା କରୁଛୁ ତାହା ସମାଜ ସେବା ନୁହେଁ, ବରଂ ଏହା ସଂଗୀତ ନିର୍ମାଣ ଓ ସଂଗୀତ ପରିବେଷଣ କାର୍ଯ୍ୟକ୍ରମ ମାଧ୍ୟମରେ ସଂଗୀତ ଜଗତରେ ଏହା ଏକ ଅଭ୍ୟୁଦୟ ଆଣିବ ।”

ପଢନ୍ତୁ - ବାଲ୍ୟବିବାହକୁ ବିରୋଧ କଲେ ଓଡ଼ିଆ ବାଳିକା

ୱାଇ-ଫିଲ୍ମସ ମୁଖ୍ୟ ଆଶିଷ ପାଟିଲ ୬ ପ୍ୟାକ୍ ବ୍ୟାଣ୍ଡ୍ ଭିଡିଓ ରିଲିଜ୍ ଅବସରରେ Scrollକୁ କହିଛନ୍ତି, “ଟ୍ରାଫିକ ସିଗନାଲ ମାନଙ୍କରେ ଆମେ ହିଞ୍ଜଡ଼ାଙ୍କୁ ଭିକ୍ଷା ମାଗୁଥିବାର ଦେଖୁ । ସେମାନଙ୍କୁ କେହି କାମ ଦିଅନ୍ତି ନାହିଁ, ସେମାନଙ୍କ ପ୍ରତି କାହାର ସମ୍ମାନ ନାହିଁ, ଉଭୟ ପରିବାର ଓ ସମାଜ ସେମାନଙ୍କୁ ଦୂରେଇ ଦେଇଛି ।”

ତୃତୀୟ ଲିଙ୍ଗର ସଦସ୍ୟମାନେ ବହୁ ସମୟରେ ପାତରଅନ୍ତର, ଦୁର୍ବ୍ୟବହାର ଓ ଘୃଣାର ଶିକାର ହେଉଥିବାର ଦେଖାଯାଉଛି । ସେମାନଙ୍କ ପ୍ରଥମ ଭିଡିଓକୁ ସମାଜ ସ୍ଵାଗତ କରିଥିବାରୁ ଓ ସହ୍ୟ କରିଥିବାରୁ ଏବେ ସେମାନେ ଖୁସି ଅଛନ୍ତି । ଆମେ ଏମିତି ଏକ ଖୁସିର ପୃଥିବୀରେ ସମସ୍ତେ ରହିବାକୁ ଚାହିଁଥାଉ ।

ଆଉ କିଛି ସମ୍ପର୍କିତ କାହାଣୀ ପଢନ୍ତୁ -

1। ଶ୍ରୁତି: କୋର୍ଟରେ ଚା ବିକାଳୀଙ୍କ ଝିଅରୁ ବିଚାରପତି

2। ବସ୍ତିପିଲାଙ୍କୁ ବହିଖାତା ଧରାଇବାର ଏକ ଅଭିନବ ପ୍ରୟୋଗଶାଳା: ମ୍ୟୁଜିୟମ ସ୍କୁଲ

3। ପୁରୁଣା ବାଇକ୍ ଖୋଜୁଖୋଜୁ ଗୃହିଣୀ ଚିତ୍ରା ବାନାର୍ଜି ଉଦ୍ୟୋଗୀ ପାଲଟିଗଲେ