ଆମ ଦେଶର ଅଜବ ବ୍ୟାଙ୍କ

ଆପଣମାନେ ବ୍ୟାଙ୍କ କଥା ଶୁଣିଥିବେ । ସେଇଠି ଋଣ ମିଳେ । ଅର୍ଥ ଡିପୋଜିଟ୍ ହୁଏ । ନେଣଦେଣ ଚାଲେ । କିନ୍ତୁ ଆମ ଦେଶରେ ଏମିତି କିଛି ଅଜବ ବ୍ୟାଙ୍କ ଅଛି, ଯାହା ଗରିବ ଏବଂ ଦରକାରୀ ମଣିଷମାନଙ୍କ କାମରେ ଆସୁଛି । ମାନବିକତା ଓ ସହୃଦୟତାକୁ ନେଇ ଏହା ବଂଚିଛି ।

ଆମ ଦେଶର ଅଜବ ବ୍ୟାଙ୍କ

Monday January 04, 2016,

3 min Read

ଆପଣମାନେ ବ୍ୟାଙ୍କ କଥା ଶୁଣିଥିବେ । ସେଇଠି ଋଣ ମିଳେ । ଅର୍ଥ ଡିପୋଜିଟ୍ ହୁଏ । ନେଣଦେଣ ଚାଲେ । କିନ୍ତୁ ଆମ ଦେଶରେ ଏମିତି କିଛି ଅଜବ ବ୍ୟାଙ୍କ ଅଛି, ଯାହା ଗରିବ ଏବଂ ଦରକାରୀ ମଣିଷମାନଙ୍କ କାମରେ ଆସୁଛି । ମାନବିକତା ଓ ସହୃଦୟତାକୁ ନେଇ ଏହା ବଂଚିଛି ।

ରୋଟି ବ୍ୟାଙ୍କ

image


ଏଠଇ ନୋଟ୍ ନୁହେଁ ବରଂ ରୋଟି ଗଣାଯାଏ । ଏଇଠି ଗରିବ, ଅସହାୟ ଏବଂ ଭୋକିଲା ମଣିଷମାନଙ୍କୁ ରୁଟି ଦିଆଯାଏ।

ଉତ୍ତର ପ୍ରଦେଶର ବୁନ୍ଦେଲଖଣ୍ଡରେ ଦେଶର ଏମିତି ରୁଟି ବ୍ୟାଙ୍କ ପ୍ରଥମେ ଆରମ୍ଭ ହୋଇଥିଲା । ହରୁନ ମୁକ୍ତି ଇସ୍ଲାମିକ ସେଂଟରର ପ୍ରତିଷ୍ଠାତା ୟୁସୁଫ୍ ମୁକ୍ତି ଯେବେ ବି ରାସ୍ତା କଡ଼ର ଭୋକିଲା ମଣିଷଙ୍କୁ ଦେଖିଛନ୍ତି, ତାଙ୍କ ଛାତି ଭିତରେ ବେଶ କଷ୍ଟ ହୋଇଛି । ସେ ସମସ୍ୟାର ସମାଧାନ କରିବା ପାଇଁ ୟୁସୁଫ୍ ଆରମ୍ଭ କରିଥିଲେ ରୁଟି ବ୍ୟାଙ୍କ । ନିଜର ମନର କଥା ପତ୍ନୀ ଓ ଭଉଣୀଙ୍କ ସହ କଥା ହେଲା ପରେ ଖୋଲିଥିଲା ରୁଟି ବ୍ୟାଙ୍କ ।

ଆରମ୍ଭରୁ କେବଳ ୧୦ଟି ଘରୁ ରୁଟି ଆଣି ସେ କାମ ଚଳାଉ ଥିଲେ । ଏବେ ୪୦୦ ଘରୁ ଆସୁଛି ରୁଟି ।

ରୁଟି ବ୍ୟାଙ୍କ ଦିନ ୧୧ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ଖୋଲା ରହେ । ଯାହା ଭିତରେ ଯେଉଁମାନେ ରୁଟି ଦେଇ ପାରିବେ ଓ ଅସହାୟମାନେ ରୁଟି ନେଇପାରିବେ । ବ୍ୟାଙ୍କର ସଭ୍ୟ ହେବା ପାଇଁ ନିୟମ ରହିଛି । ଯେଉଁମାନେ ସଭ୍ୟ ହେବେ, ସେମାନେ ପ୍ରତିଦିନ ୨ଟି ରୁଟି ଅତି କମରେ ଦେବେ । କିଛି ତରକାରୀ ମଧ୍ୟ ଦେବେ । ଏହାଛଡ଼ା ତାଙ୍କୁ କୋଡ଼୍ ନମ୍ବର ମଧ୍ୟ ଦିଆଯାଇଛି । ସେହିପରି ହୋଟେଲ କିମ୍ବା ବାହାଘର ବା ପାର୍ଟିରେ ବଳୁଥିବା ଖାଦ୍ୟ ମଧ୍ୟ ରୁଟି ବ୍ୟାଙ୍କରେ ଦିଆଯାଏ । ଏହା ସେ ଅଂଚଳର ଲୋକଙ୍କ ନିୟମିତ ଅଭ୍ୟାସରେ ପରିଣତ ହୋଇଗଲାଣି ।

ଚାଉଳ ବ୍ୟାଙ୍କ

ଏ ବ୍ୟାଙ୍କଟି ରହିଛି ବାରାଣାସୀର ହକୁଲଗଂଜରେ । ଯେଉଁମାନଙ୍କୁ ଦିନକର ଗଣ୍ଡାଏ ଖାଇବାକୁ ବି ମିଳେନି, ସେମାନଙ୍କୁ ଏହି ବ୍ୟାଙ୍କ ସାହାଯ୍ୟ କରେ ।

୫ କିଲୋ ଚାଉଳ ଜମା ଦେଇ କେହି ବି ଏହାର ସଦସ୍ୟ ହୋଇପାରେ । ଏଥିପାଇଁ ଜମା ଖାତା, ଡିପୋଜିଟର୍ ଫର୍ମ ରହିଛି । ଚାଉଳ ଛଡ଼ା ଗହମ ବି ନିଆଯାଏ । ଯେଉଁମାନେ ୧ରୁ ୧୦ କିଲୋ ଚାଉଳ ଜମା କରନ୍ତି, ତାଙ୍କୁ ସନ୍ତୋଷ ମିଳେ । ଯେଉଁମାନେ ୧୧ରୁ ୨୦ କିଲୋ ଚାଉଳ ଜମା କରନ୍ତି, ସେମାନଙ୍କୁ ଆଶୀର୍ବାଦ ମିଳେ ଏବଂ ୨୧ରୁ ୩୦ କିଲୋ ଚାଉଳ ଜମା କରୁଥିବା ଲୋକଙ୍କୁ ତ୍ୟାଗ ମିଳେ ।

ଔଷଧ ବ୍ୟାଙ୍କ

‘ସିଟି ଅଫ୍ ଜୟ’ କୋଲକାତାରେ ଅନେକ ଲୋକ ବସ୍ତିରେ ରହନ୍ତି । ନା ସେମାନଙ୍କୁ ଭଲ କରି ଦି’ ଗଣ୍ଡା ଖାଇବାକୁ ମିଳେ ନା ସ୍ୱାସ୍ଥ୍ୟସେବା । ଔଷଧ ଅଭାବରୁ ଅନେକ ସେଇଠି ଅଳ୍ପ ବୟସରୁ ଆଖି ବୁଜନ୍ତି ।

ସେଇ ମଣିଷମାନଙ୍କୁ ସାହାଯ୍ୟ କରିବା ପାଇଁ କିଛି ଲୋକ ଏକାଠି ହୋଇ ଆରମ୍ଭ କରିଥିଲେ ଔଷଧ ବ୍ୟାଙ୍କ । ଅନେକ ଘରୁ ବଳିଥିବା ଔଷଧ, ଚଷମା, ଗର୍ମ ପଟ୍ଟି, ୱାକର୍ ଇତ୍ୟାଦି ସେମାନେ ମାଗି ଆଣନ୍ତି । ଆଉ ଦରକାରୀ ଲୋକଙ୍କୁ ଦିଅନ୍ତି ।

ଭିକାରୀମାନଙ୍କ ବ୍ୟାଙ୍କ

ବିହାରର ଗୟା ସହରରେ ଭିକାରୀମାନେ ମିଶି ଏମିତି ଏକ ବ୍ୟାଙ୍କ ଖୋଲିଛନ୍ତି । ଯେଉଁଠି ସେମାନେ ହିଁ ନିଜେ ସମୁଦାୟ ବ୍ୟାଙ୍କ ଚଳାନ୍ତି । ବ୍ୟାଙ୍କର ନାମ - ମଙ୍ଗଳା ବ୍ୟାଙ୍କ । ମଙ୍ଗଳା ଗୌରୀ ମନ୍ଦିର ସାମ୍ନାରେ ବସୁଥିବା ଭିକାରୀମାନେ ଏହା ତିଆରି କରିଥିଲେ । ଏଥିରେ ପ୍ରତି ମଙ୍ଗଳବାର ସଦସ୍ୟମାନଙ୍କୁ ୨୦ ଟଙ୍କା ଅତି କମରେ ଡିପୋଜିଟ କରିବାକୁ ପଡ଼େ । ଦରକାର ବେଳେ ସୁଧ ବି ଦିଆଯାଏ । ୨ରୁ ୫ ପ୍ରତିଶତ ହାରରେ ।

କପଡ଼ା ବ୍ୟାଙ୍କ

ଗୁଂଜ ନାମକ ସଂସ୍ଥା ଏହା ଆରମ୍ଭ କରିଛି । ଯେଉଁଠି ଲୋକଙ୍କଠାରୁ କପଡ଼ା, ଲୁଗାପଟା ମାଗି ନେଇ ଦରକାରୀ ଲୋକଙ୍କୁ ଦିଆଯାଏ ।

Jyoti Prakash Mohapatra is Journalist turned Media Academician.