CraftGully: ହସ୍ତଶିଳ୍ପ ଓ ହସ୍ତଶିଳ୍ପୀମାନଙ୍କ ପାଇଁ ନୂଆ ଲକ୍ଷ୍ୟସ୍ଥଳ

CraftGully: ହସ୍ତଶିଳ୍ପ ଓ ହସ୍ତଶିଳ୍ପୀମାନଙ୍କ ପାଇଁ ନୂଆ ଲକ୍ଷ୍ୟସ୍ଥଳ

Saturday November 07, 2015,

3 min Read

୫ ବିଲିଅନ ଡଲାରର ବ୍ୟବସାୟ ଲକ୍ଷ୍ୟ ରଖି ଭାରତର ସବୁଠୁ ବଡ ଅନଲାଇନ ହସ୍ତଶିଳ୍ପ ସରଞ୍ଜାମ ବ୍ୟବସାୟ ଆରମ୍ଭ ହୋଇଥିଲା ୨୦୧୪ରେ । ମାତ୍ର ଦୁଇ ବର୍ଷରୁ କମ ସମୟରେ ସେମାନେ ୧୫୦୦ରୁ ଅଧିକ ପ୍ରକାରର ହସ୍ତଶିଳ୍ପ ଦ୍ରବ୍ୟର ବ୍ୟବସାୟ କରିବାକୁ ସକ୍ଷମ ହେବା ସହ ହସ୍ତଶିଳ୍ପର ଏକ ଅନନ୍ୟ ଳକ୍ଷ୍ୟସ୍ଥଳ ରୂପେ ପରିଚିତ ହୋଇପାରିଛନ୍ତି । ହସ୍ତଶିଳ୍ପ ଦ୍ରବ୍ୟ ଓ ହସ୍ତଶିଳ୍ପରେ ବ୍ୟବହୃତ ସରଞ୍ଜାମକୁ ସମସ୍ତଙ୍କ ପାଖରେ ପହଚାଂଇବା ସହ ଶିଳ୍ପୀମାନଙ୍କୁ ସହଜ ଓ ସୁବିଧାରେ ଏହାକୁ ଉପଲବ୍ଧ କରାଇବାର ଲକ୍ଷ୍ୟ ନେଇ CraftGully.comର ଆରମ୍ଭ ହୋଇଥିଲା । ବର୍ତ୍ତମାନ ଗୋଆରେ CraftGullyର ନିଜର ଗୋଦାମ ଘର ଓ ଅଫିସ ହୋଇ ବ୍ୟବସାୟ ଚାଲିବା ସହ ମୁମ୍ବାଇରେ ଏହାର ପରିଚାଳନା ଅଫିସ ରହିଛି ।

image


ଗୋଆରେ ଆରମ୍ଭ ହେବ କି ନାହିଁ, ଯଦି ହେବ କାହିଁକି ? ଏପରି କାରଣ ଖୋଜୁ ଖୋଜୁ ଗୋଆର ପାରିପାର୍ଶ୍ଵିକ ବାତାବରଣ ଅତ୍ୟନ୍ତ ଅନୁକୂଳ ମନେହେବାରୁ ଗୋଆରୁ ହିଁ ବ୍ୟବସାୟ ଆରମ୍ଭ କରିବାକୁ ସ୍ଥିର କଲେ ବୋଲି ଧୀରେନ୍ଦ୍ର କୁହନ୍ତି ।

ଆରମ୍ଭ କରିବାରୁ ଆଜି ଯାଏ ସେମାନେ ଭାରତର ସବୁ ରାଜ୍ୟକୁ ହସ୍ତଶିଳ୍ପ ସାମଗ୍ରୀ ପଠାଇ ବ୍ୟବସାୟ କରିଛନ୍ତି । ସୁଦୂର ଆଣ୍ଡାମାନରୁ ଅଣୁଣାଚଳ ପ୍ରଦେଶ ହେଉ କିମ୍ବା ଜାମ୍ମୁ-କାଶୀର ହେଉ ସେମାନେ ନିଜର ବ୍ୟବସାୟକୁ ନେଇପାରିବାରେ ସକ୍ଷମ ହୋଇପାରିଛନ୍ତି । ଏହି ସ୍ୱାମୀ-ସ୍ତ୍ରୀ ଯୋଡି ବ୍ୟବସାୟୀ ଦମ୍ପତି ଧୀରେନ୍ଦ୍ର ଓ କୁଞ୍ଜଲ ନିରୱାନୀ CraftGully ଆରମ୍ଭ କରିବା ପାଇଁ ସେମାନଙ୍କର ଆକର୍ଷଣୀୟ ଚାକିରୀ ମଧ୍ୟ ଛାଡିଛନ୍ତି । କୁଞ୍ଜଲ ହସ୍ତଶିଳ୍ପକୁ ଖୁବ ପସନ୍ଦ କରୁଥିଲେ ଓ ବିଭିନ୍ନ ହସ୍ତଶିଳ୍ପ ପ୍ରଦର୍ଶନୀ ବୁଲିବାକୁ ପସନ୍ଦ କରୁଥିଲେ । ସେ ଭାରତରେ ଉତ୍ତମ ଅନଲାଇନ ହସ୍ତଶିଳ୍ପ ଭିତ୍ତିଭୂମି ନଥିବାର ଅନୁଭବ କଲେ ।

Dhirender Nirwani

Dhirender Nirwani


ଧୀରେନ୍ଦ୍ର ନିରୱାନୀ ତାଙ୍କର ଡିଜିଟାଲ ମିଡିଆରେ ଥିବା ବହୁଦିନର ଅଭିଜ୍ଞତାକୁ ବ୍ୟବହାର କରି ଏହି ବ୍ୟବସାୟର ଟେକନିକାଲ ବିଭାଗ ସମ୍ଭାଳୁଛନ୍ତି । ସେ ଆଗରୁ କାନାଡାରେ ଏକ ଇ-ଗଭର୍ନ୍ନାନ୍ସ ଇନିସିଏଟିଭରେ କାର୍ଯ୍ୟ କରୁଥିଲେ ଓ ଭାରତର ଶାଦୀ ଡଟକମ୍, ଶେରଖାନ ଡଟକମ୍ ପରି ବଡ ବଡ ଅନଲାଇନ ପୋର୍ଟାଲରେ ମଧ୍ୟ କାମ କରିଛନ୍ତି । ଶେଷ ପର୍ଯ୍ୟାୟରେ ସେ ଆଇବିଏମ୍ ର କଣ୍ଟ୍ରି ଲିଡର-ଡେଭଲପର ରିଲେସନ୍ସରେ କାମ କରି ସେ ସଫ୍ଟୱେୟାର ଡେଭଲପରମାନଙ୍କ ସହ ସଂପର୍କରେ ଆସିଥିଲେ । ମୋର ଏହି ଜ୍ଞ୍ୟାନ ମୋତେ କ୍ରାଫ୍ଟଗୁଲିର ଆରମ୍ଭ କରିବାକୁ ସାହସ ଦେବା ସହ ଉତ୍ସାହିତ କରିଥିଲା ବୋଲି ଧୀରେନ୍ଦ୍ର କୁହନ୍ତି ।

ଏକ ନୂତନ କଂପାନୀ ହିସାବରେ ୫୦ରୁ ଅଧିକ କ୍ୟୁଲିଙ୍ଗ ପେପର, ୧୫ ପ୍ରକାରର କେବଳ କାନସଜା ଏବଂ ୪୦ ପ୍ରକାରରୁ ଅଧିକ ପୋଲେନ ସେମାନେ ରଖିଥିବା ବେଳେ ବର୍ତ୍ତମାନର ହସ୍ତଶିଳ୍ପ ଜଗତର ଚାହିଦା ଅନୁଯାଇ ନିଜ ଦ୍ୱାରା ପ୍ରସ୍ତୁତ ଅନେକ ହସ୍ତଶିଳ୍ପ ସରଞ୍ଜାମ ରଖିଛନ୍ତି ।

Kunjal Nirwani

Kunjal Nirwani


ନୂଆ କଂପାନୀ ହିସାବରେ ବୃହତ ବ୍ୟବସାୟମାନଙ୍କ ସହ ପ୍ରତିଦ୍ୱନ୍ଦିତା କରିବା ସହଜ ନଥିଲେ ମଧ୍ୟ କ୍ରାଫ୍ଟଗୁଲି ନିଜର ଏକ ସ୍ୱତନ୍ତ୍ର ବଜାର ସୃଷ୍ଟି କରିପାରିଛି । ଅନ୍ୟ ଷ୍ଟାର୍ଟଅପ କଂପାନୀଗୁଡିକ ଭଳି CraftGullyକୁ ମଧ୍ୟ ଆରମ୍ଭରେ ଅନେକ କଷ୍ଟ କରିବା ସହ ଧର୍ଯ୍ୟ ଧରିବାକୁ ପଡିଛି । ପ୍ରାଥମିକ ପର୍ଯ୍ୟାୟରେ ୧୦,୦୦୦ ଅର୍ଡର ପାଇବାରୁ ୨୦,୦୦୦ ପାଇବାପାଇଁ ମନ ମଧ୍ୟରେ ଯେଉଁ ଅଦମ୍ୟ ଉତ୍କଣ୍ଠା ଓ ଶୀହରଣ ତାକୁ ଆମେ ମର୍ମେ ମର୍ମେ ଅନୁଭବ କରିଛୁ ଓ ଉପଭୋଗ କରିଛୁ ବୋଲି ଧୀରେନ୍ଦ୍ର କୁହନ୍ତି । ଏପରିକି ଗ୍ରାହକମାନଙ୍କୁ ଇ-ମେଲରେ ସନ୍ତୁଷ୍ଟ କରିବା ପାଇଁ ମଧ୍ୟ ଆମେମାନେ ଆବଶ୍ୟକତରୁ ଅଧିକ ସତର୍କତାର ସହ କାମ କରିଛୁ ।

ଏହାକୁ ଆରମ୍ଭ କରିବା ପାଇଁ ପ୍ରାରମ୍ଭିକ ପର୍ଯ୍ୟାୟରେ ସେମାନେ କିଛି ମାତ୍ରାରେ କୁଣ୍ଠାବୋଧ କରିଥିଲେ ବୋଲି ପ୍ରତିଷ୍ଠାତା ଦମ୍ପତି କୁହନ୍ତି, କିନ୍ତୁ ବର୍ତ୍ତମାନ ସେମାନେ ଏହି ବ୍ୟବସାୟକୁ ନେଇ ଦୃଢ଼ ନିଶ୍ଚିତ ଓ ସମସ୍ତ ଅସୁବିଧାରେ ବି ଆଗକୁ ବଢ଼ିବାରେ ବଦ୍ଧପରିକର । ଏବଂ ଏହା ସେମାନଙ୍କୁ ଏକ ବିରଳ ଆନନ୍ଦ ପ୍ରଦାନ କରୁଛି ।

ବର୍ତ୍ତମାନ ସେମାନେ CraftGullyର ନୂଆ ମୋବାଇଲ ଆପ ଆରମ୍ଭ କରିଛନ୍ତି, ଯାହାକି ହସ୍ତଶିଳ୍ପୀମାନଙ୍କୁ ଯେକୌଣସି ସମୟରେ କିଣିବାର ସୁବିଧା ପ୍ରଦାନ କରିବ । CraftGullyର ନୂଆ ମୋବାଇଲ ଆପ ଆଣ୍ଡ୍ରୋଏଡ ସିଷ୍ଟମ ପାଇଁ ପ୍ରଚଳିତ ହୋଇସାରିଛି ଓ ଗୁଗୁଲ ପ୍ଲେ ଷ୍ଟୋରରେ ଡାଉନଲୋଡ କରିବାକୁ ଉପଲବ୍ଧ ।

ନିକଟ ଭବିଷ୍ୟତରେ ଆହୁରି ଅନେକ ସୁବିଧା ଓ ଜ୍ଞାନକୌଶଳର ଆରମ୍ଭ ହେବାକୁ ଯୋଜନା ରହିଛି, ଯାହାକି ହସ୍ତଶିଳ୍ପୀମାନଙ୍କୁ ପ୍ରତିଟି କ୍ଷେତ୍ରରେ ସାହାଯ୍ୟ କରିବା ସହ ସେମାନଙ୍କ ବୃତିଗତ ଓ ବ୍ୟକ୍ତିଗତ କାମକୁ ସହଜ କରିବାରେ ସହାୟକ ହେବ ।