ମୋବାଇଲ୍ ପର୍ସର ଡିଜିଟାଲ୍ ଟଙ୍କା ଦେଇ ପଇଠ କରନ୍ତୁ ବିଜୁଳି ବିଲ୍

ମୋବାଇଲ୍ ପର୍ସର ଡିଜିଟାଲ୍ ଟଙ୍କା ଦେଇ ପଇଠ କରନ୍ତୁ ବିଜୁଳି ବିଲ୍

Friday March 04, 2016,

3 min Read

ଭୋଡାଫୋନ୍ ଇଣ୍ଡିଆ, ଦେଶର ଅଗ୍ରଣୀ ଦୂର ସଂଚାର ସେବା ପ୍ରଦାନକାରୀ ଓଡ଼ିଶା ଡିସକମ (ସାଉଥକୋ ୟୁଟିଲିଟି) ସହ ମିଶି କ୍ୟାସଲେସ୍, ସୁରକ୍ଷିତ ଓ ସହଜ ବିଦ୍ୟୁତ ବିଲ୍ ପଇଠ ବ୍ୟବସ୍ଥା ବିଷୟରେ ଘୋଷଣା କରିଛି । ଏଥିରେ ଗ୍ରାହକମାନେ ଭୋଡାଫୋନ୍ ଏମ୍-ପେସା (ପାୱାରଡ୍ ବାଏ ବିଲଡେସ୍କ), ଭୋଡାଫୋନର ଏକ ସ୍ୱତନ୍ତ୍ର ନୂତନ ମୋବାଇଲ୍ ୱାଲେଟ୍/ପେମେଂଟ୍ ସେବା କୁ ବ୍ୟବହାର କରି ବିଦ୍ୟୁତ ବିଲ୍ ପଇଠ କରିପାରିବେ । ଲୋକମାନଙ୍କୁ କ୍ୟାସ୍ ବଦଳରେ ଡିଜିଟାଲ୍ ମନିର ସୁବିଧା ପ୍ରଦାନ କରିବା ପାଇଁ ସର୍ବବୃହତ ଏଜେଂଟ୍ ନେଟୱର୍କକୁ ନେଇ ଏମ୍-ସେପା କାର୍ଯ୍ୟ କରୁଛି ।

ଓଡ଼ିଶାରେ ଥିବା ଭୋଡାଫୋନର ୩୮ ଲକ୍ଷ ଗ୍ରାହକ ଏମ୍-ପେସା ଜରିଆରେ ବିଦ୍ୟୁତ ବିଲ୍ ପଇଠ କରି ନିଜ ଜୀବନକୁ ସହଜ କରିପାରିବେ । ଏହି ବ୍ୟବସ୍ଥା ଜରିଆରେ ଆର୍ଥିକ ଅନ୍ତର୍ଭୁକ୍ତିକରଣ ବ୍ୟାପକ ହୋଇପାରିବ ଓ ଓଡ଼ିଶାର ବିଦ୍ୟୁତ ବୋର୍ଡର ଗ୍ରାହକମାନେ ସହଜରେ ମୋବାଇଲ୍ ଫୋନକୁ ବ୍ୟବହାର କରି ତୁରନ୍ତ ବିଲ୍ ପଇଠ କରିପାରିବେ ।

image


ଭୋଡାଫୋନର ଏମ୍-ପେସା ପେମେଂଟ୍ ବିକଳ୍ପକୁ ବ୍ୟବହାର କରି ସହଜରେ ସାଉଥକୋ ୟୁଟିଲିଟି ବିଲ୍ ପଇଠ କରାଯାଇପାରିବ । ସାଉଥକୋ ୟୁଟିଲିଟି ୧୫ ଲକ୍ଷ ଗ୍ରାହକଙ୍କୁ ସେବା ଯୋଗାଇ ଦେଉଛି ଯାହାକୁ ଭୋଡାଫୋନ୍ କଂପାନିର ଷ୍ଟୋର, ଫ୍ରାଂଚାଇଜ୍, ମଲ୍ଟି ବ୍ରାଣ୍ଡ୍ ଆଉଟଲେଟ ଭଳି ୩୦୦୦ ଆଉଟଲେଟ୍ ସହାୟତା ପ୍ରଦାନ କରିବେ । ଏହି କ୍ୟାସ୍ ଇନ୍ ପଏଣ୍ଟଗୁଡିକୁ ବ୍ୟବହାର କରି ଗ୍ରାହକମାନେ ନିଜର ଟଙ୍କାକୁ ଡିଜିଟାଲ୍ ମନିରେ ପରିଣତ କରିପାରିବା ସହ ବିଲ୍ ର ଡିଜିଟାଲ୍ ପେମେଂଟ୍ କରିପାରିବେ ଓ ଇ-କମର୍ସ/ଏମ୍-କମର୍ସ ପାଇଁ ମଧ୍ୟ ପେମେଂଟ୍ କରିପାରିବେ । ଭୋଡାଫୋନ୍ ଏମ୍-ପେସା ଗ୍ରାହକମାନେ 55400 ଡାଏଲ୍ କରି କିମ୍ବା ଅନଲାଇନରେ www.mpesa.in ରେ ପେମେଂଟ୍ କରିପାରିବେ । ଭୋଡାଫୋନର ୪୦ଟି ବ୍ରାଣ୍ଡ୍ ଷ୍ଟୋର ସହିତ ପ୍ରାୟ ସମସ୍ତ ଗଳିକନ୍ଦିରେ ଏହି ସୁବିଧା ଉପଲବ୍ଧ ହେଉଛି ।

ସାଉଥକୋ ୟୁଟିଲିଟି ୱେବସାଇଟରେ ବିଲ୍ ପଇଠ କରୁଥିବା ଗ୍ରାହକମାନେ ଏବେ ଏମ୍-ପେସା ବିକଳ୍ପ ଚୟନ କରିପାରିବେ । ଅଣ ଭୋଡାଫୋନ୍ ଗ୍ରାହକମାନେ ମଧ୍ୟ ଏହି ସୁବିଧା ପାଇପାରିବେ । ସେମାନେ ଭୋଡାଫୋଡ଼୍ ଏମ୍ ପେସା ଆପ୍ ଡାଉନଲୋଡ୍ କରି ଏହା କରିପାରିବେ । ସେମାନଙ୍କୁ ବିଲ୍ ପଇଠ କରିବା ପାଇଁ ବିଲ୍ ପ୍ରଦାନ କେନ୍ଦ୍ରରେ ଥିବା ଲମ୍ବା ଧାଡ଼ିରେ ଠିଆ ହେବାକୁ ପଡ଼ିବ ନାହିଁ ।

ଏହି ପଦକ୍ଷେପ ବିଷୟରେ ଦୀପକ ସାଲୁଜା, ବ୍ୟବସାୟ ମୁଖ୍ୟ, ଓଡ଼ିଶା, ଭୋଡାଫୋନ୍ ଇଣ୍ଡିଆ କହିଛନ୍ତି ଯେ, “ଓଡ଼ିଶାର ଗ୍ରାହକମାନଙ୍କୁ ବିଶ୍ୱ ସ୍ତରୀୟ ସେବା ଯୋଗାଇ ଦେବାକୁ ଆମେ ସବୁ ବେଳେ ପ୍ରୟାସ କରିଥାଉ । ଓଡ଼ିଶା ଡିସକମ ସାଉଥକୋ ୟୁଟିଲିଟି ସହ ଏହି ସହବନ୍ଧନ ଜରିଆରେ ଗ୍ରାହକମାନେ ସହଜ ଓ ସୁବିଧାରେ ନିଜ ମୋବାଇଲ୍ ଫୋନକୁ ବ୍ୟବହାର କରି କ୍ୟାସଲେସ୍ ପେମେଂଟ୍ କରିପାରିବେ ।’’

ବି ଏନ୍ ମଲ୍ଲିକ, ସିଏଫ୍ଓ, ଓଡ଼ିଶା ଡିସ୍କମ୍ (ସାଉଥକୋ ୟୁଟିଲିଟି) କହିଛନ୍ତି ଯେ, “ଭୋଡାଫୋନ୍ ଏମ୍-ପେସା ସହ ଏହି ସହବନ୍ଧନ ବିଷୟରେ ଆମେ ଖୁସିର ସହ ଘୋଷଣା କରୁଛୁ । ଆମେ ଗ୍ରାହକଙ୍କୁ ବହୁତ ମୂଲ୍ୟ ପ୍ରଦାନ କରୁ ଓ ସେମାନଙ୍କୁ ବନ୍ଧନମୁକ୍ତ ସେବା ଅନୁଭୂତି ପ୍ରଦାନ କରିବାକୁ ଚେଷ୍ଟା କରୁଛୁ । ଆମେ ନିଶ୍ଚିତ ଯେ ଏହି ପଦକ୍ଷେପ ଯୋଗୁଁ ଆମର ଗ୍ରାହକମାନେ ଆଙ୍ଗୁଠି ଟିପରେ ବିଲ୍ ପଇଠ କରିବାର ସୁବିଧା ପାଇବେ ।’’

ଏ ସଂପର୍କରେ ସୁରେଶ ସେଠୀ, ବ୍ୟବସାୟ ମୁଖ୍ୟ, ଏମ୍-ପେସା, ଭୋଡାଫୋନ୍ ଇଣ୍ଡିଆ କହିଛନ୍ତି ଯେ, “ ଆମେ ମୋବାଇଲରେ ବ୍ୟାଙ୍କ ସୁବିଧା ଆଣି ଗ୍ରାହକଙ୍କୁ ସୁରକ୍ଷିତ, ଶୀଘ୍ର ଓ ସହଜ ପେମେଂଟ୍ ବ୍ୟବସ୍ଥା ଯୋଗାଇ ଦେଉଥିବାରୁ ଅତ୍ୟନ୍ତ ଆନନ୍ଦିତ । ଏହି ସୁବିଧା ଯୋଗୁଁ ଓଡ଼ିଶା ଡିସକମ ସାଉଥକୋ ୟୁଟିଲିଟିର ଗ୍ରାହକମାନେ ସହଜ ଓ ବନ୍ଧନମୁକ୍ତ ଭାବେ ବିଲ୍ ପେମେଂଟ୍ କରିବା ପାଇଁ ବ୍ୟାପକ ଟଚ୍ ପଏଣ୍ଟ ସୁବିଧା ହାସଲ କରିପାରିବେ। ଅଟୋମେସନ୍ ପ୍ରକ୍ରିୟା, ଶୀଘ୍ର ଓ ସୁରକ୍ଷିତ କାରବାର ଯୋଗୁଁ ଆମେ ବିଶ୍ୱାସ କରୁଛୁ ଯେ ଏମ୍-ପେସା ଓଡ଼ିଶାର ଲୋକମାନଙ୍କ ଜୀବନରେ ପରିବର୍ତ୍ତନ ଆଣିପାରିବ ଓ ରାଜ୍ୟରେ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଆଗକୁ ବଢ଼ାଇବ ।

ମୋବାଇଲ୍ ଜରିଆରେ ବ୍ୟାଙ୍କ ସେବା ପ୍ରଦାନ କରିବା ପାଇଁ ଏମ୍-ପେସା ବିକଶିତ କରାଯାଇଛି । ସର୍ବଭାରତୀୟ ସ୍ତରରେ ଏହାର ୯୭ ହଜାର ଏଜେଂଟ୍ ଓ ୩୯ ଲକ୍ଷ ଗ୍ରାହକ ରହିଛନ୍ତି । ଦେଶରେ ଏମ୍-ପେସା ହେଉଛି ସର୍ବବୃହତ ବ୍ୟାଙ୍କିଙ୍ଗ ବିଜନେସ୍ କରେସ୍ପଣ୍ଡେଂଟ୍ । ଆର୍ଥିକ ଅନ୍ତର୍ଭୁକ୍ତିକରଣ ଓ ଏମ୍ କମର୍ସ କ୍ଷେତ୍ରରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିଛି ।

ପଢନ୍ତୁ ଆଉ କିଛି ସମ୍ବନ୍ଧିତ କାହାଣୀ - 

ଭୁବନେଶ୍ୱର ଷ୍ଟେସନ୍ ପାଲଟିଲା କାନଭାସ

ରାଜ୍ୟରେ ଖୋଲିଲା ପ୍ରଥମ ଭାଷା ପାଠାଗାର

ମାଛ ଚାଷ ପାଇଁ ଯୋଜନା: ୫ ବର୍ଷ ମଧ୍ୟରେ ମାଛ ଉତ୍ପାଦନ ଦ୍ୱିଗୁଣିତ କରିବା ଲକ୍ଷ୍ୟ, ମତ୍ସ୍ୟଜୀବୀଙ୍କ ଉନ୍ନତିକୁ ପ୍ରାଥମିକତା