ଗେ’ ବିଶ୍ୱ ସୁନ୍ଦର ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ୱ କରିବେ ଓଡ଼ିଆ ପୁଅ ଅନ୍ୱେଷ

ଗେ’ ବିଶ୍ୱ ସୁନ୍ଦର ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ୱ କରିବେ ଓଡ଼ିଆ ପୁଅ ଅନ୍ୱେଷ

Thursday January 28, 2016,

2 min Read

image


ସମାଜରେ ତୃତୀୟ ଲିଙ୍ଗର ପରିଚୟ ନେଇ ବଞ୍ଚିବା ଏବେ ବି ଏକ କଷ୍ଟକର ବ୍ୟାପାର ଓ ଅନେକଙ୍କ ଆଖିରେ ଘୃଣ୍ୟ ମଧ୍ୟ । ତେବେ ସବୁ ସାମାଜିକ ପ୍ରତିବନ୍ଧକକୁ ବେଖାତିର କରି ନିଜର Gay (ପୁରୁଷ ସମଲିଙ୍ଗି) ପରିଚୟକୁ ନେଇ ଗର୍ବିତ ଓଡ଼ିଆ ଯୁବକ ଅନ୍ୱେଷ ସାହୁ । 

image


ନିକଟରେ ସେ ମିଷ୍ଟର ଗେ’ ୱାର୍ଲ୍ଡ ଇଣ୍ଡିଆ(MGWI) ସୁନ୍ଦର ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ Mr Gay World ପ୍ରତିଯୋଗିତାରେ ଆମ ଦେଶକୁ ପ୍ରତିନିଧିତ୍ୱ କରିବାର ଗୌରବ ଅର୍ଜନ କରିଛନ୍ତି ।

image


ଅନୁଗୁଳ ଜିଲ୍ଲା କଣିହା ସହରରେ ୨୦ ବର୍ଷୀୟ ଅନ୍ୱେଷଙ୍କ ଜନ୍ମ । ବର୍ତମାନ ସେ ଦିଲ୍ଲୀ IIITରେ ଅଧ୍ୟୟନ କରୁଛନ୍ତି ।

ଅନ୍ୱେଷ ନିଜର ଫେସବୁକ ପୃଷ୍ଠାରେ କହିଛନ୍ତି,

ପ୍ରାୟ ଚାରିବର୍ଷ ତଳେ ନିଜର ପରିଚୟ ପ୍ରକାଶ କରି ସତ୍ୟର ସାମନା କରିବାକୁ ମୁଁ ନିଷ୍ପତ୍ତି ନେଲି । ମୁଁ ନିଜକୁ ନିଶ୍ଚିତ କଲିଯେ ମୋର ଜନ୍ମ ଯାତନା ସହିବାକୁ ନୁହେଁ, ବରଂ କିଛି ପ୍ରଭାବ ପକାଇବାକୁ ମୁଁ ଜନ୍ମ ନେଇଛି । ଆଉ MGWI କର୍ମକର୍ତାମାନେ ମୋତେ ମୋ ସ୍ଵପ୍ନ ସହ ବଞ୍ଚିବାର ସୁଯୋଗ ଦେଲେ ଓ କିଛି ବ୍ୟତିକ୍ରମ କରି ଦେଖାଇବାର ଅବସର ଦେଲେ ।
image


ଚଳିତ ଜାନୁଆରି ୨୫ ତାରିଖରେ ମୁମ୍ବାଇ ଠାରେ ଅନୁଷ୍ଠିତ MGWI ଚୂଡ଼ାନ୍ତ ପ୍ରତିଯୋଗିତାରେ ଅନ୍ୱେଷ ବିଜୟୀ ହୋଇଛନ୍ତି । ସେ ଚଳିତ ବର୍ଷ ଏକମାତ୍ର ଭାରତୀୟ ଭାବେ ଗେ’ ବିଶ୍ୱ ସୁନ୍ଦର ପ୍ରତିଯୋଗିତାରେ ଭାଗ ନେବେ । ଏହା ଆସନ୍ତା ଏପ୍ରିଲ ୯ରୁ ୨୩ ତାରିଖ ଯାଏଁ ୟୁରୋପର ମାଲଟା ଠାରେ ଅନୁଷ୍ଠିତ ହେବ ।

MGWI ଜାତୀୟ ନିର୍ଦେଶକ ସୁଶାନ୍ତ ଦିଗଭିକାର ଓ ତାଙ୍କର ଦଳ ଅନ୍ୱେଷଙ୍କୁ ବିଶ୍ୱ ପ୍ରତିଯୋଗିତା ପାଇଁ ପ୍ରସ୍ତୁତ କରାଇବେ । ସୂଚନାଯୋଗ୍ୟ ରୋମରେ ୨୦୧୪ରେ ଅନୁଷ୍ଠିତ ବିଶ୍ୱ ଗେ’ ପ୍ରତିଯୋଗିତାରେ ସୁଶାନ୍ତ ଭାରତର ପ୍ରତିନିଧିତ୍ୱ କରିଥିଲେ । ୨୦୧୨ ମସିହାରେ ବିଶ୍ୱ ଗେ’ ସୁନ୍ଦର ହୋଇଥିବା ନ୍ୟୁଜିଲାଣ୍ଡର ଆଣ୍ଡ୍ର୍ୟୁ ଡର୍ଲେଥଙ୍କ ଦ୍ୱାରା ପ୍ରଭାବିତ ହୋଇ ସେ ଆଗକୁ ଆସିଲେ ବୋଲି କହନ୍ତି ଅନ୍ୱେଷ ।


ଲେଖକ ଶୁଭ୍ରାଂଶୁ ପଣ୍ଡା ଜଣେ ସାହିତ୍ୟିକ ଓ ସାମ୍ବାଦିକ ଭାବେ ଜଣାଶୁଣା । ତାଙ୍କୁ +91 9338655845 କିମ୍ବା [email protected] ରେ ଯୋଗାଯୋଗ କରାଯାଇ ପାରିବ।