୮ମ ବେଙ୍ଗାଲୁରୁ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ଏକମାତ୍ର ଓଡ଼ିଆ ସିନେମା ‘ତୁଳସୀ ଅପା’

୮ମ ବେଙ୍ଗାଲୁରୁ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ଏକମାତ୍ର ଓଡ଼ିଆ ସିନେମା ‘ତୁଳସୀ ଅପା’

Thursday February 04, 2016,

2 min Read

ବେଙ୍ଗାଲୁରୁର ପିଭିଆର୍ ସିନେମା ଓ ମହୀଶୂରର ଆଇନକ୍ସ ସିନେମା ହଲରେ ଚାଲିଥିବା ୮ମ ବେଙ୍ଗାଲୁରୁ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ଏକମାତ୍ର ଓଡ଼ିଆ ଚଳଚ୍ଚିତ୍ର ଭାବେ ପ୍ରଦର୍ଶିତ ହୋଇଛି ତୁଳସୀ ଅପା । ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କ ଜୀବନ ଆଧାରିତ ଏହି ଚଳଚ୍ଚିତ୍ରର ପ୍ରଯୋଜନା ଅନୁପମ ପଟ୍ଟନାୟକ କରିଥିବା ବେଳେ ନିର୍ଦେଶନା ଦେଇଛନ୍ତି ଖ୍ୟାତନାମା ସିନେନିର୍ମାତା ଅମିୟ ପଟ୍ଟନାୟକ ।

ପଢନ୍ତୁ - ପ୍ରଥମ ଥର ପାଇଁ ଭାରତରେ ହେଉଛି ଅନ୍ତର୍ଜାତୀୟ କ୍ୟାମ୍ପସ୍ ସିନେମା ଉତ୍ସବ

image


ଉତ୍ସବର ୭ମ ଦିନରେ (୩ ଫେବ୍ରୁଆରି ୨୦୧୬) ପ୍ରଦର୍ଶିତ ହୋଇଛି ‘ତୁଳସୀ ଅପା’ । ମଲ ଅଫ୍ ମହୀଶୂରରେ ଥିବା ଆଇନକ୍ସ ସିନେମାର ଦ୍ୱିତୀୟ ପରଦାରେ ପୂର୍ବାହ୍ନ ୧୦ଟା ୧୦ ମିନିଟରେ ପ୍ରଦର୍ଶିତ ହୋଇଛି ଏହି ଓଡ଼ିଆ ଚଳଚ୍ଚିତ୍ର । ୨୦୧୪ ମସିହାରେ ନିର୍ମିତ ହୋଇଥିବା ୧୨୧ ମିନିଟ ଅବଧିର ଏହି ଚଳଚ୍ଚିତ୍ରଟି ପୂର୍ବରୁ ଏକାଧିକ ଅନ୍ତର୍ଜାତୀୟ ଉତ୍ସବରେ ପ୍ରଦର୍ଶିତ ହୋଇ ଉଚ୍ଚ ପ୍ରଶଂସିତ ହୋଇ ସାରିଛି ।

image


୧୭୦ ସିନେମା, ୧୮ ଭାଷା, ୬୧ ଦେଶ

୨୦୧୬ ମସିହା ଜାନୁଆରି ୨୮ରୁ ଆରମ୍ଭ ହୋଇ ଫେବୃଆରି ୪ରେ ଶେଷ ହେଉଥିବା ଏହି ଅନ୍ତର୍ଜାତୀୟ ସିନେମା ଉତ୍ସବରେ ଏଥର ୬୧ଟି ଦେଶରୁ ମୋଟ ୧୮ଟି ଭାଷାର ୧୭୦ ସିନେମା ଅଂଶଗ୍ରହଣ କରିଛନ୍ତି । ଏଥର ଉତ୍ସବରେ ମେକ୍ସିକୋ, ଇରାନ ଓ ତୁର୍କୀ (ଫୋକସ୍ କଣ୍ଟ୍ରି) ଅଧିକ ଗୁରୁତ୍ୱ ବହନ କରିଛି । ଆୟୋଜକ ରାଜ୍ୟ କନ୍ନଡ଼ ଭାଷାର ୧୫ଟି ସିନେମା ଅଂଶଗ୍ରହଣ କରିଥିବା ବେଳେ ଏହା ଭିନ୍ନ ଓଡ଼ିଆ ସମେତ ବିଭିନ୍ନ ଭାରତୀୟ ଭାଷାର ୧୩ଟି ସିନେମା ରହିଛି । ଭାରତ ଭିନ୍ନ ଅନ୍ୟାନ୍ୟ ଏସୀୟ ଦେଶମାନଙ୍କରୁ ୧୨ଟି ସିନେମା ଆସିଥିବା ବେଳେ ବାକି ସିନେମା ପୃଥିବୀର ବିଭିନ୍ନ ଦେଶରୁ ଆସିଛି ।

image


ଉତ୍ସବ ଉଭୟ ବେଙ୍ଗାଲୁରୁ ଓ ମହୀଶୂର ସହରରେ ଚାଲିଛି । ସପ୍ତାହ ପାଇଁ ମୋଟ ଦୁଇଟି ସିନେମା କମ୍ପ୍ଲେକ୍ସରେ ଚଳଚ୍ଚିତ୍ର ଉତ୍ସବ ହେଉଛି । ବେଙ୍ଗାଲୁରୁର ଓରିଅନ ମଲରେ ଥିବା ପିଭିଆର୍ ସିନେମାର ସମସ୍ତ ୧୧ଟି ପରଦାରେ ସିନେମା ପ୍ରଦର୍ଶିତ ହେଉଥିବା ବେଳେ ମହୀଶୂରରେ ଥିବା ଆଇନକ୍ସର ୪ଟି ପରଦା ଏଥିପାଇଁ ବ୍ୟବହୃତ ହୋଇଛି । ପ୍ରଥମ ଥର ପାଇଁ ନିଜେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିନେମା ଅ‍ାୟୋଜନ କମିଟିର ଅଧ୍ୟକ୍ଷ ଅଛନ୍ତି ।

ଆଉ କିଛି ସମାନ ଧାରାର କାହାଣୀ ପଢନ୍ତୁ -

1। ଗ୍ଲାମର ଦୁନିଆରେ ୪ ଓଡ଼ିଆ ଝିଅ

2। ଗେ’ ବିଶ୍ୱ ସୁନ୍ଦର ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ୱ କରିବେ ଓଡ଼ିଆ ପୁଅ ଅନ୍ୱେଷ

3। ପ୍ରେମ ପାଇଁ ସାଇକେଲରେ ସ୍ଵିଡେନ ଗଲେ ପ୍ରଦ୍ୟୁମ୍ନ


ଲେଖକ ଶୁଭ୍ରାଂଶୁ ପଣ୍ଡା ଜଣେ ସାହିତ୍ୟିକ ଓ ସାମ୍ବାଦିକ ଭାବେ ଜଣାଶୁଣା । ତାଙ୍କୁ +91 9338655845 କିମ୍ବା [email protected] ରେ ଯୋଗାଯୋଗ କରାଯାଇ ପାରିବ।