ଅନ୍ୟ ସହରରେ ବି ଗଡ଼ିବ ନୋଇଡାର ମହିଳା ଅଟୋ

ଅନ୍ୟ ସହରରେ ବି ଗଡ଼ିବ ନୋଇଡାର ମହିଳା ଅଟୋ

Thursday January 14, 2016,

2 min Read

ବର୍ତ୍ତମାନ ଅର୍ଥନୀତିର ଦାବି ଅନୁସାରେ ମହିଳାଙ୍କ ସହଭାଗିତା ବଢ଼ାଇବା ଲକ୍ଷ୍ୟରେ ଚଣ୍ଡିଗଡ଼ର ଅଟୋରିକ୍ସା ସେବା ଆପ୍ Jugnoo ମହିଳା ଚାଳକଙ୍କୁ ନିଯୁକ୍ତି ଦେବା ଆରମ୍ଭ କରିଛି । ଏବେ ପରୀକ୍ଷାମୂଳକ ଭାବେ କମ୍ପାନି ନୋଇଡାରେ ପ୍ରଥମ ମହିଳା ଡ୍ରାଇଭର ନିଯୁକ୍ତ କରିଥିବା ବେଳେ ଭବିଷ୍ୟତରେ ଏହା ବ୍ୟାପକ ହେବ ।

image


PayTM ସହାୟତାରେ ଆରମ୍ଭ ଏହି କାର୍ଯ୍ୟକ୍ରମରେ ମହିଳାମାନଙ୍କୁ ଆତ୍ମରକ୍ଷା ଓ ଟ୍ରାଫିକ ନିୟମ ପ୍ରଶିକ୍ଷଣ ଦିଆଯିବ । ଏହା କମ୍ପାନିର ସାମାଜିକ ଦାୟିତ୍ୱର ଏକ ଅଂଶ ।

Jugnooର ସହ-ପ୍ରତିଷ୍ଠାତା ତଥା ସିଇଓ ସମର ସିଂ କହନ୍ତି,

ସୌଭାଗ୍ୟକୁ ତ୍ରୁଣମୂଳ ସ୍ତରରେ ଲୋକଙ୍କ ମନଭାବ ବଦଳିଲାଣି । ପୁରୁଷକୈନ୍ଦ୍ରୀକ ଶିଳ୍ପରେ ମହିଳାମାନେ ପ୍ରବେଶ କରିବାକୁ ଆଗ୍ରହୀ ହେଲେଣି ।

ଆଉଗୋଟେ ଗୁରୁତ୍ୱପୂର୍ଣ କଥା ହେଉଛି, ବାଙ୍ଗାଲୋରର ZipGo ଦିଲ୍ଲୀର କିଛି ଅଞ୍ଚଳରେ ବି ମହିଳାକେବଳ ମହିଳାଙ୍କ ପାଇଁ ଯାତ୍ରା ସୁବିଧା ଦେଉଛି । ସମର କହନ୍ତି, ‘ମହିଳାମାନେ ସାମାଜିକ ପ୍ରତିବନ୍ଧକ ଭାଙ୍ଗୁଛନ୍ତି ଓ ରିକ୍ସା ଚଳାଇବାକୁ ଆଗ୍ରହୀ ହେଉଛନ୍ତି । ସେମାନଙ୍କୁ ଅଧିକ ଦକ୍ଷ ଓ ସ୍ଥିର ରୋଜଗାର ଦେବାକୁ Jugnoo ଲକ୍ଷ୍ୟ ରଖିଛି।’

ନିତିଦିନିଆ ଯାତାୟତରେ ମହିଳାଙ୍କ ପାଇଁ ସୁରକ୍ଷା ହିଁ ସବୁଠୁ ବଡ଼ ଚିନ୍ତା । ଟ୍ୟାକ୍ସି ଯାତ୍ରା ଅଧିକ ବ୍ୟୟସାପେକ୍ଷ ଓ ଭିଡ଼ ସମୟରେ ମିଳିବା ବି କାଠିକର । ଅଟୋ ସହଜରେ ଉପଲବ୍ଧ, ଅପେକ୍ଷାକୃତ ଶସ୍ତା ଏବଂ ଶୀଘ୍ର ପହଞ୍ଚିଯାଏ ।

HerStoryର ମତ

ଏ ପ୍ରକାର ଉଦ୍ୟମ ଉଭୟ ମହିଳା ଓ ଯାତ୍ରୀଙ୍କ ଲାଗି ଭଲ କଥା । ୨୦୧୪ ଦିଲ୍ଲୀ ଘଟଣା(ଉବର କ୍ୟାବ୍) ପରେ ମହିଳା ସ୍ଵତନ୍ତ୍ର କ୍ୟାବ୍ ଓ ଅଟୋର ଚାହିଦା ବଢ଼ିଛି । ଗୁରଗାଓଁରେ ପିଙ୍କ ଅଟୋ ଦୁଇବର୍ଷ ହେଲା କାମ କରୁଛି, ତେବେ ଏହା ସେତେଟା ଲୋକପ୍ରିୟ ହୋଇପାରିନି ।

ZipGo ଓ Jugnoo ବ୍ୟତୀତ ଶସ୍ତା ହୋଟେଲ ସେବା ଯୋଗାଣକାରୀ Oyo ମଧ୍ୟ Oye We ନାମରେ ଦିଲ୍ଲୀରେ ସ୍ଵତନ୍ତ୍ର ମହିଳା ହୋଟେଲ ଖୋଲିବାର ଯୋଜନା କରୁଛି । ବର୍ତ୍ତମାନ Oye We ସେବା ଗୁରଗାଓଁରେ ଚାଲୁରହିଛି ।

ମୂଳ ଲେଖା - ଜୟ ବର୍ଦ୍ଧନ

ଭାଷାନ୍ତର - ଶୁଭ୍ରାଂଶୁ ପଣ୍ଡା