ଗ୍ରାମୀଣ ମହିଳାମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରି ଗରିବୀ ହଟାଇବା ଲକ୍ଷ୍ୟରେ ତାମିଲ ନାଡୁର ଗ୍ରାମାଳୟ ମାଇକ୍ରୋ ଫିନ ଫାଉଣ୍ଡେସନ

ଗ୍ରାମୀଣ ମହିଳାମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରି ଗରିବୀ ହଟାଇବା ଲକ୍ଷ୍ୟରେ ତାମିଲ ନାଡୁର ଗ୍ରାମାଳୟ ମାଇକ୍ରୋ ଫିନ ଫାଉଣ୍ଡେସନ

Thursday November 19, 2015,

2 min Read

ଗ୍ରାମୀଣ ମହିଳାମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କଲେ ଏହା ଗ୍ରାମଗୁଡିକରୁ ଦାରିଦ୍ର୍ୟ ହଟାଇବାରେ ସହାୟକ ହେବ । ବିଶ୍ୱ ବ୍ୟାଙ୍କର କହବାନୁଯାୟୀ ଭାରତରେ ପୁରୁଷମାନେ ସେମାନଙ୍କ ରୋଜଗାରର ଏକ ବୃହତ ଭାଗ ଧୁମ୍ରପାନ, ମଦ୍ୟପାନ ଓ ଜୁଆ ଖେଳିବାରେ ଖର୍ଚ୍ଚ କରୁଥିବା ବେଳେ ମହିଳାମାନେ ସେମାନଙ୍କ ସମସ୍ତ ରୋଜଗାର ପରିବାର ଖାଦ୍ୟ, ସ୍ୱାସ୍ଥ୍ୟ ଓ ପିଲାମାନଙ୍କ ବସ୍ତ୍ର, ବିଦ୍ୟାଳୟ ଖର୍ଚ୍ଚରେ ବିନିଯୋଗ କରିଥାନ୍ତି ।

ତାମିଲ ନାଡୁର ଗ୍ରାମାଳୟ ମାଇଗ୍ରୋ ଫିନ ଫାଉଣ୍ଡେସନ (ଜିଏମଏଫ), ଯାହାକି ଏକ ନନ୍ ପ୍ରଫିଟ ଅନୁଷ୍ଠାନ ମହିଳା ସଶକ୍ତୀକରଣ ପାଇଁ ୨୦୧୧ ମସିହାରେ ଅନ୍ୟ ମାଇକ୍ରୋ ଫାଇନାନ୍ସ ଅନୁଷ୍ଠାନଠୁ ଏକ ଭିନ୍ନଧରଣର ପ୍ରଚେଷ୍ଟା କଲା । ମିଲାପ ଡଟ୍ ଅର୍ଗ ସହାୟତା ଦେଉଥିବା ଅନୁଷ୍ଠାନମାନଙ୍କ ମଧ୍ୟରେ ଜିଏମଏଫ ଅନ୍ୟତମ । ମିଲାପ ଡଟ୍ ଅର୍ଗ ଏହାର ୱେବସାଇଟ www.milaap.org ଜରିଆରେ ମହିଳା ଶିଳ୍ପାୟନ ପାଇଁ ଅର୍ଥ ଯୋଗାଡ କରିଥାଏ ।

image


ଜିଏମଏଫ ଏହାର ସମସ୍ତ ମହିଳାମାନଙ୍କୁ ଏହାର ଜିଏମଏଫ ଗ୍ରାମାଳୟ ଏଣ୍ଟରପ୍ରିନ୍ୟୁଅରର୍ସ ଆସୋସିଏଟ୍ସ, ତାମିଲ ନାଡୁ ଟ୍ରେନିଂ ସେଣ୍ଟର (ଜିଆରଇଏଟି) ତାଲିମ ପ୍ରଦାନ କରିଥାଏ । ମିଲାପର ଆର୍ଥିକ ସହଯୋଗରେ ପାରିଚାଳିତ ଏହି ଟ୍ରେନିଂ କାର୍ଯ୍ୟକ୍ରମ ମହିଳାମାନଙ୍କୁ ଏକ ବିଜିନେଓ କାଉନସେଲିଂ ଜରିଆରେ ଦକ୍ଷତା ତାଲିମ, ଜ୍ଞ୍ୟାନକୌଶଳ ସହାୟତା ଏବଂ ଅନ୍ୟାନ୍ୟ ବ୍ୟବସାୟ ଭିତ୍ତିକ ଟେନିଂ ପ୍ରଦାନ କରିଥାଏ । ଏହି ତାଲିମ ନେବା ପରେ ଏହା ମହିଳାମାନଙ୍କୁ ରୋଜଗାର ପାଇଁ ଋଣ ପ୍ରଦାନ କରିଥାଏ । ଜୈବିକ କୃଷି, କୃଷି, କଦଳୀ ଚାଷ ପରି ସେମାନଙ୍କ ଅନୁସାରେ ଅନେକ କ୍ଷେତ୍ରରେ ତାଲିମ ନେଇପାରିବେ । ଏହା ପରେ ସେମାନଙ୍କୁ ସ୍ୱୟଂ ସହାୟତା ଗ୍ରୁପରେ ସାମିଲ କରାଯାଇ ସେମାନଙ୍କର ବ୍ୟବସାୟ ଆରମ୍ଭ କିମ୍ବା ସେମାନଙ୍କର ଚାଲିଥିବା କ୍ଷୁଦ୍ର ବ୍ୟବସାୟର ବୃଦ୍ଧି ପାଇଁ ସହଯୋଗ କରାଯାଇଥାଏ ।

image


ଏକ ସାକ୍ଷାତକାରରେ ଆମକୁ ଜିଏମଏଫର ସିଇଓ ଗୀଠା ଜେଗାନ ମହିଳା ଶିଳ୍ପାୟନକୁ ପ୍ରୋତ୍ସାହିତ କରିବା ସହ ସେମାନଙ୍କୁ ପରିବାରେ ରୋଜଗାରକ୍ଷମ କରାଇବା ନେଇ ତାଙ୍କର ସ୍ୱପ୍ନ ବିଷୟରେ କୁହନ୍ତି, ଆତ୍ମବିଶ୍ୱାସ ଅଭାବରୁ ମହିଳାମାନେ ଅନେକ ସମୟରେ କିଭଳି ବ୍ୟାଙ୍କରୁ ଋଣ ଆଣିବେ ଓ କଣ କହିବେ ଜାଣିପାରନ୍ତି ନାହିଁ । ସେମାନେ ଅର୍ଥ ପାଇଁ ସ୍ୱାମୀ ଏବଂ ପୁଅ ଉପରେ ନିର୍ଭର କରୁଥିବାରୁ କିଛି ସଂଚୟ ମଧ୍ୟ କରିପାରନ୍ତି ନାହିଁ । ତେଣୁ କୌଣସି ପ୍ରକାର ଆର୍ଥିକ ଆବଶ୍ୟକତା ପଡିଲେ ସେମାନଙ୍କୁ ଅନ୍ୟମାନଙ୍କର ସହାୟତା ନେବାକୁ ପଡିଥାଏ ।

ଜିଏମଏଫରେ ଆମେ ମହିଳାମାନଙ୍କୁ ରୋଜଗାରକ୍ଷମ ହେବାର ତାଲିମ ପ୍ରଦାନକରି ଆମେ ସେମାନଙ୍କ ଆତ୍ମବିଶ୍ୱାସ ବଢ଼ାଇଥାଉ । ମହିଳାମାନଙ୍କ ପାଖରେ ଅନେକ ଶକ୍ତି ଓ ଦକ୍ଷତା ଥିବା ସତ୍ୱେ ସେମାନେ ଏହାର ଉପଯୋଗ କରିପାରନ୍ତି ନାହିଁ । ଯଦି ଆମେ ମହିଳା ସଶକ୍ତୀକରଣର କ୍ଷେତ୍ର ସୃଷ୍ଟି କରିବାସହ ସେମାନଙ୍କୁ ସହାୟତା ଯୋଗାଇଦେବା ଏହା ଆମ ଦେଶର ଉନ୍ନତିରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ । ଏହା ଦ୍ୱାରା ପୁରା ପରିବାର ଉପକୃତ ହେବା ସହ ଲିଙ୍ଗଗତ ବିଭେଦ ମଧ୍ୟ ଦୂରହେବ।

ପ୍ରାଥମିକ ପର୍ଯ୍ୟାୟରେ ଜିଏମଏଫ ୧୦୦୦୦ ରୁ ୧୨୦୦୦ ଟଙ୍କାର ଋଣ ପ୍ରଦାନ କରିଥାଏ ଓ ଏହାକୁ ସୁଝିବାକୁ ୧୨ ରୁ୧୮ ମାସ ସମୟ ଦେଇଥାଏ । ଏହା ବ୍ୟାଙ୍କ୍, ଆର୍ଥିକ ଅନୁଷ୍ଠାନ କିମ୍ବା ବେସରକାରୀ ଦାନରୁ ଅଣାଯାଇଥାଏ ।