ମତଦାତାଙ୍କ ପାପୁଲିରେ ଲାଗିବ ‘ବେଟି ବଚାଓ-ବେଟି ପଢାଓ’ ଅଭିଯାନର ମୋହର

ମତଦାତାଙ୍କ ପାପୁଲିରେ ଲାଗିବ ‘ବେଟି ବଚାଓ-ବେଟି ପଢାଓ’ ଅଭିଯାନର ମୋହର

Monday January 04, 2016,

2 min Read

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ବେଟି ବଚାଓ-ବେଟି ପଢାଓ’ ଯୋଜନାକୁ ସାରା ଦେଶରେ ଲାଗି କରିବା ପାଇଁ ଉଦ୍ୟମ ଜାରି ରହିଛି | ପୁଅ-ଝିଅ ଅନୁପାତ ଅଧିକ ଥିବା ଅନ୍ୟତମ ରାଜ୍ୟ ହରିୟାନାରେ ଏଥିପାଇଁ ସବୁ ପ୍ରସ୍ତୁତି କରିଛି |

‘ବେଟି ବଚାଓ-ବେଟି ପଢାଓ’ ପ୍ରତି ଲୋକଙ୍କୁ ପ୍ରେରିତ କରିବା ପାଇଁ ହରିୟାନା ଏକ ଅଭିନବ ପଦକ୍ଷେପ ନେଇଛି | ଆଗାମୀ ପଂଚାୟତ ନିର୍ବାଚନରେ ପ୍ରତ୍ୟେକ ମତଦାତାଙ୍କ ପାପୁଲିରେ ‘ବେଟି ବଚାଓ-ବେଟି ପଢାଓ’ ଅଭିଯାନ ଲୋଗୋର ମୋହର ଲଗାଇବାକୁ ନିଷ୍ପତି ହୋଇଛି |

image


କ୍ୟାବିନେଟ୍ ମନ୍ତ୍ରୀ କବିତା ଜୈନ ଏହି ସୂଚନା ଦେଇଛନ୍ତି | ନିକଟରେ ଭାରତ ବିକାଶ ପରିଷଦର କ୍ଷେତ୍ରୀୟ ଅଧିବେଶନରେ ଭାଗନେବା ପରିପ୍ରେକ୍ଷୀରେ ସେ ସାମ୍ବାଦିକମାନଙ୍କୁ ଏହି ସୂଚନା ଦେଇଛନ୍ତି | ହରିୟାନାରେ ପଂଚାୟତ ନିର୍ବାଚନର ତାରିଖ ଘୋଷଣା ହୋଇଯାଇଛି | ଏହି ନର୍ବାଚନରେ ଯେଉଁ ମହିଳା ପ୍ରତିନିଧିମାନେ ନିର୍ବାଚିତ ହୋଇ ଆସିବେ, ସେମାନଙ୍କୁ ଆବଶ୍ୟକ ପ୍ରଶିକ୍ଷଣ ପ୍ରଦାନ କରାଯିବ | ଯାହା ଫଳରେ ସେମାନେ ସେମାନଙ୍କ କର୍ତ୍ତବ୍ୟ ଠିକ୍ ଭାବେ ନିର୍ବାହ କରିପାରିବେ ବୋଲି ସେ କହିଛନ୍ତି | ସେହିପରି ଲୋକମାନଙ୍କ ମଧ୍ୟରେ ଝିଅମାନଙ୍କ ପ୍ରତି ଥିବା ହେୟ ମନୋଭାବକୁ ଦୂରାଇବା ପାଇଁ ଏକ ନୂଆ ପଦକ୍ଷେପ ଗ୍ରହଣ କରାଯିବ | ପ୍ରତ୍ୟେକ ଭୋଟ ଦାନ କେନ୍ଦ୍ରରେ ଭୋଟର ମତଦାନ କରିସାରିବା ପରେ ଆଙ୍ଗୁଠିରେ କାଳି ବୋଳାଯିବା ପରି ପାପୁଲିରେ ବେଟି ବଚାଓ, ବେଟି ପଢାଓ ଅଭିଯାନର ମୋହର ଲାଗିବ | ଏହା ଏହି ଅଭିଯାନକୁ ଲୋକଙ୍କ ନିକଟରେ ପଂହଚାଇବାରେ ସହାୟକ ହେବ ବୋଲି ସେ ସୂଚନା ଦେଇଛନ୍ତି |

ସେ ପଂଚାୟତରାଜ ସଂସ୍ଥା ନିର୍ବାଚନରେ ଆସିଥିବା ସଂଶୋଧନକୁ ସ୍ୱାଗତ କରିବା ସହ କହିଲେ, ଏହି ସଂଶୋଧନ ରାଷ୍ଟ୍ର ବିକାଶରେ ଏକ ମାଇଲ ଖୁଣ୍ଟ ସାବ୍ୟସ୍ତ ହେବ | ଲେଖିପଢି ଜାଣିଥିବା ନିର୍ବାଚିତ ସଦସ୍ୟ ହିଁ ଗ୍ରାମାଂଚଳର ଭଲ ବିକାଶ କରିପାରିବ | ଏହା ପରେ ସେ ଭାରତ ବିକାଶ ପରିଷଦର କ୍ଷେତ୍ରୀୟ ଅଧିବେଶନରେ ଯୋଗ ଦେଇ ‘ବିକାଶ ସମ୍ବାଦ’ ନାମରେ ଏକ ପୁସ୍ତିକା ଉନ୍ମୋଚନ କରିଥିଲେ | ଏହି ସଂଗଠନର ନୂଆ ଭବନର ଆଧାର ଶିଳାନ୍ୟାସ କରିଥିଲେ |

ସେ କହିଥିଲେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପରି ଭାରତ ବିକାଶ ପରିଷଦ ରାଷ୍ଟ୍ର ନିର୍ମାଣ ଦିଗରେ କାମ କରୁଛି | ‘ବେଟି ବଚାଓ-ବେଟି ପଢାଓ’ ଅଭିଯାନ, ସ୍ୱଚ୍ଛତା ଅଭିଯାନ ଓ ଅନ୍ୟାନ୍ୟ ରାଷ୍ଟ୍ର ନିର୍ମାଣ ପାଇଁ ଚାଲିଥିବା ଅଭିଯାନକୁ ସଫଳ କରିବା ପାଇଁ ଏହି ଅନୁଷ୍ଠାନର ପ୍ରମୁଖ ଭୂମିକା ରହିଛି |

ଜିନ୍ଦ୍ ଜିଲ୍ଲାରେ ସଫିଦ୍ ଅଂଚଳରେ ଝିଅ ଟିଏ ଜନ୍ମ ନେଲେ ଯେଉଁ କିନ୍ନର ମାନେ ଖୁସୀରେ ଭେଟି ମାଗିବାକୁ ଦ୍ୱିଧା ବୋଧ କରୁଥିଲେ, ସେମାନେ ‘ବେଟି ବଚାଓ-ବେଟି ପଢାଓ’ ଅଭିଯାନରେ ପ୍ରମୁଖ ଭୂମିକା ନେବେ |

କିନ୍ନର ଗ୍ରୁପ୍ ର ଅଧ୍ୟକ୍ଷ ଗଙ୍ଗା ମହନ୍ତ ଏହି ଅଭିଯାନକୁ ଲୋକମାନଙ୍କ ସହ ଆରମ୍ଭ କରିଛନ୍ତି | ତାଙ୍କ କହିବା କଥା ହେଲା ବିଗତ କିଛି ବର୍ଷ ପୂର୍ବରୁ ଜନ୍ମ ହୋଇଥିବା ଝିଅକୁ ଦେଖିଲେ କାନ୍ଦୁଥିଲେ କିମ୍ବା ଭଗବାନଙ୍କୁ ଦୋଷ ଦେଉଥିଲେ, ଏବେ ଏହି ଲୋକମାନେ ସେମାନଙ୍କୁ ସୌଭାଗ୍ୟ ବୋଲି ଭାବିବା ଆରମ୍ଭ କଲେଣି | ଏହାକୁ ଦେଖି କିନ୍ନରମାନେ ମଧ୍ୟ ନିଷ୍ପତି ନେଇଛନ୍ତି, ଏଥର ଯାହା ଘରେ ଝିଅ ହେଲେ ବି ସେମାନେ ସେଠାକୁ ଯିବେ ଓ ସେଠାରେ ଗୀତନାଚ କରି ଭେଟି ମାଗିବେ ଓ ସେମାନଙ୍କୁ ଜଣାଇବେ ଯେ ଝିଅ ପରିବାର ଉପରେ ବୋଝ ନୁହେଁ | ବଂର ଝିଅ ଯୋଗୁଁ ଦୁଇଟି ପରିବାରର ନାମ ଉଜ୍ଜ୍ୱଳ ହୋଇଥାଏ |

ଗଙ୍ଗା ମହନ୍ତ କହନ୍ତି, ଏବେ ଆମେ ଯେଉଁ ପରିବାରକୁ ଯିବୁ ସେଠାରେ ଝିଅର ମହତ୍ୱ ନିଶ୍ଚୟ ବୁଝାଇବୁ |