ଡୋନାଲ୍ଡ ଟ୍ରମ୍ଫଙ୍କ ବିଷୟରେ ଦଶଟି ଅଜଣା କଥା

ଡୋନାଲ୍ଡ ଟ୍ରମ୍ଫଙ୍କ ବିଷୟରେ ଦଶଟି ଅଜଣା କଥା

Wednesday November 09, 2016,

4 min Read

କୂଟନୀତିର ପରିଭାଷାରେ ଅତିବେଶୀରେ ଜଣେ ଡୋନାଲ୍ଡ ଟ୍ରମ୍ଫଙ୍କ ବିଷୟରେ ମନ୍ତବ୍ୟ ଦେବାକୁ ଚାହିଁଲେ ଅନ୍ତତଃ କହିବ ଯେ ସେ ଜଣେ 'ଏକବାଗିଆ' ମଣିଷ'। 'ମୋତେ ତମେ ଭଲପାଅ ବା ଘୃଣା କର କିନ୍ତୁ ଅଣଦେଖା କରିପାରିବନି' ଉକ୍ତିଟି ତାଙ୍କ ବ୍ୟତୀତ ଆଉ କାହା ପ୍ରତି ବୋଧହୁଏ ଏତେ ଯଥାର୍ଥ ଭାବେ ପ୍ରଯୁଜ୍ୟ ହେବନି। ଏବେ ଆମେ ନିଶ୍ଚିତ ଯେ ତାଙ୍କୁ କେବେହେଲେ ଅଣଦେଖା କରିପାରିବାନି। ଟ୍ରମ୍ଫଙ୍କ ବିଷୟରେ ତ ଅନେକ କଥା ଶୁଣା ଯାଇଥାଏ କିନ୍ତୁ ଏଠାରେ ଆମେ ଏପରି କିଛି କଥାର ଅବତାରଣା କରିବାକୁ ଯାଉଛୁ ଯାହା ଆପଣ ଜାଣିନଥିବେ। ଏ ବିଷୟକୁ ନେଇ ଆପଣଙ୍କୁ ରାଗ ଲାଗି ପାରେ, ଲାଜ ବି ଲାଗି ପାରେ କିମ୍ବା ଏହା ଆପଣଙ୍କୁ ମଜା ବି ଦେଇ ପାରେ - ଏହା ସଂପୂର୍ଣ୍ଣ ଭାବେ ଆପଣଙ୍କ ଉପରେ ନିର୍ଭର କରେ।

Image credits: www.fullhdpictures.com

Image credits: www.fullhdpictures.com


ଟ୍ରମ୍ଫ ମିଲିଟାରୀ ସ୍କୁଲ ଗଲେ

୧୩ ବର୍ଷ ବୟସରେ ଟ୍ରମ୍ଫଙ୍କୁ ନ୍ୟୁୟର୍କ ମିଲିଟାରୀ ଏକାଡେମୀକୁ ପଠାହେଲା। କାରଣ ପୂର୍ବ ସ୍କୁଲରେ ତାଙ୍କର ବ୍ୟବହାର ଠିକ ନ ଥିଲା। ତାଙ୍କ ବାପା' ମା ଆଶା କରୁଥିଲେ କି ଟିକିଏ ଶୃଙ୍ଖଳା ଏହି ଉଦ୍ଧତ କିଶୋରଟିର ସ୍ଵଭାବରେ କିଛି ସୁଧାର ଆଣିବ। କିନ୍ତୁ ସେ ସମୟର କିଛି ଅନ୍ତେବାସୀ ସ୍ମରଣ କରନ୍ତି କି ତାଙ୍କୁ ସେଠାରେ ଏକ 'ବଡ଼ପାଟିଆ ଦାଦା' ର ଆଖ୍ୟା ମିଳିଥିଲା।

ସେ ନିଜର 'ବୋର୍ଡ ଖେଳ' ଆରମ୍ଭ କଲେ

୧୯୮୯ ରେ ସେ ଟ୍ରମ୍ଫ ନାମକ ଏକ 'ବୋର୍ଡ ଖେଳ' ଆରମ୍ଭ କଲେ, ଯାହାର ଉଦ୍ଦେଶ୍ୟ ରିଅଲ ଇଷ୍ଟେଟକୁ ନେଇ ପଇସା କମେଇବା। ଖେଳାଳି ମାନେ ଏଥିରେ ପରସ୍ପରକୁ ଶକ୍ତିଶାଳୀ 'ଟ୍ରମ୍ଫ କାର୍ଡ' ଦେଖାଇ କାରବାର ଅନ୍ତଃ କରୁଥିଲେ। ଏ ଖେଳର PR ଘୋଷଣା କରୁଥିଲା କି "ପାର୍କର ବ୍ରଦର୍ଶ ଓ ଡୋନାଲ୍ଡ ଟ୍ରମ୍ଫ ଚ୍ୟାଲେଞ୍ଜ କରୁଛନ୍ତି କି ଗରାଖ ମାନଙ୍କର ଯଦି ଦ୍ଵିତୀୟ ଡୋନାଲ୍ଡ ଟ୍ରମ୍ଫ ହେବା ପାଇଁ ଭେଜା ଓ ତାକତ ଅଛି ତାହେଲେ ବାଜି ମାରନ୍ତୁ"। କହିବା ବାହୁଲ୍ୟ ଯେ ଏ ଖେଳ ଖେଳିବା ପାଇଁ କେହି ଆଗ୍ରହ ପ୍ରକାଶ କରି ନଥିଲେ।

ସେ ନ୍ୟୁୟର୍କ ସେଣ୍ଟ୍ରାଲ ପାର୍କ ସ୍କେଟିଙ୍ଗ ରିଙ୍ଗର ନବୀକରଣ କଲେ

ନ୍ୟୁୟର୍କ ର ସେଣ୍ଟ୍ରାଲ ପାର୍କରେ ଥିବା ବିଖ୍ୟାତ ଉଲ୍ ମାନ ସ୍କେଟିଙ୍ଗ ରିଙ୍ଗର ନବୀକରଣ କାମ ଅର୍ଥାଭାବରୁ ସ୍ଥାଣୁ ଅବସ୍ଥାରେ ପହଞ୍ଚିଥିଲା ଯେତେବେଳେ ଟ୍ରମ୍ଫ ଏହାର ଦାୟିତ୍ଵ ନେଲେ। ସେ ଏହି ନିର୍ମାଣ କାର୍ଯ୍ୟକୁ ଧାର୍ଯ୍ୟ ସମୟର ଦୁଇ ମାସ ପୂର୍ବରୁ ଏବଂ ବଜେଟ ଭିତରେ ଶେଷ କରିଥିଲେ। ସେ ନିକଟରେ ଏକ ରେସ୍ତୋରାଁ ଖୋଲି ଏହାର ଖର୍ଚ୍ଚ ଭରିବାକୁ ଚାହିଁ ଥିଲେ। ସହର ଏହାର ଖର୍ଚ୍ଚ ତୁଲେଇ ଥିଲା ଏବଂ ଲାଭକୁ ଦାତବ୍ୟ କାର୍ଯ୍ୟ ପାଇଁ ଦାନ କରାଯାଇଥିଲା।

ସେ 'Home Alone 2: Lost in New York' ରେ ଅଭିନୟ କରିଛନ୍ତି

ଆପଣ ଯଦି ଏହି ଫିଲ୍ମଟି ଦେଖିଛନ୍ତି ତେବେ ଏଇ ଫିଲ୍ମ ର ସେହି ଦୃଶ୍ୟ ମନେ ଅଛି କି ଯେଉଁଥିରେ କେଭିନ ପ୍ରଥମ ଥର ପାଇଁ ପ୍ଲାଜା ହୋଟେଲ ଭିତରକୁ ଆସୁଛି ଏବଂ ରାସ୍ତା ପଚାରୁଛି । ଟ୍ରମ୍ଫ ସେତେ ବେଳେ ଦୁଇ ସେକେଣ୍ଡ ପାଇଁ ସହୃଦୟ ବ୍ୟକ୍ତିର ଭୂମିକାରେ ଆସିଛନ୍ତି ଏବଂ ତାକୁ ରିସେପସନକୁ ରାସ୍ତା ଦେଖାଇ ଦିଅନ୍ତି। ସେହି ମଧୁର ବ୍ୟବହାର ତାଙ୍କୁ ଦୀର୍ଘଦିନ ଧରି ଅଚିହ୍ନା କରି ରଖିଥିଲା।

ସେ ଡେମୋକ୍ରାଟ ମାନଙ୍କୁ ମୋଟ ଅର୍ଥ ଦାନ କରିଥିଲେ

DailyCallerର ସମୀକ୍ଷା ଅନୁଯାୟୀ ୧୯୮୯ ଓ ୨୦୧୦ ମଧ୍ୟରେ ଟ୍ରମ୍ଫ ରିପବ୍ଲିକାନମାନଙ୍କଠାରୁ ଡେମୋକ୍ରାଟମାନଙ୍କୁ ଅଧିକ ୨୩୭୦୦ ଆମେରିକୀୟ ଡଲାର ଚାନ୍ଦା ଆକାରରେ ଦେଇଥିଲେ। ଆଉ ଏକ ସମୀକ୍ଷାରୁ ଜଣାପଡ଼େ ଯେ ୨୦୦୬ର ମଧ୍ୟବର୍ତ୍ତୀ ନିର୍ବାଚନ ସମୟରେ ତାଙ୍କର ଦାନ ସମ୍ଭବତଃ ବାରାକ ଓବାମାଙ୍କୁ ମଧ୍ୟ ସହାୟତା କରିଥିଲା।

ଡୋନାଲ୍ଡ ଟ୍ରମ୍ଫ ଆକ୍ସନ ଫିଗର

ଆମାଜନ ରେ କଥାକୁହା ଟ୍ରମ୍ଫ ଫିଗର ବିକ୍ରି ହେଉଥିଲା ଯାହା କି ଚିତ୍କାର କରେ -“You’re fired!”। ଏ ଗୁଡ଼ିକ ଟେଡ କୃଜଙ୍କ ରାଜନୈତିକ ବିଜ୍ଞାପନ ରେ ବ୍ୟଙ୍ଗାତ୍ମକ ଭାବେ ବ୍ୟବହାର କରାଯାଇଛି। Hero Builders ମଧ୍ୟ କଥାକୁହା ଟ୍ରମ୍ଫ କଣ୍ଢେଇ ପ୍ରସ୍ତୁତ କଲେ। ମଜାର କଥା ଏଥିରେ କେଶ ବିହୀନ ଓ କେଶଥିବା ଟ୍ରମ୍ଫ କଣ୍ଢେଇ ଥିଲା।

'Tour de France' ର ଆମେରିକୀୟ ଅବତାରଣା 'Tour de Trump'

୧୯୮୯ ରେ ନ୍ୟୁୟର୍କ ରେ ଇଉରୋପୀୟ ସାଇକେଲ ରେସ ପରି ଏକ ରେସ ଅନୁଷ୍ଠିତ ହେଲାବେଳେ ସେ ନିଜ ନାମର ବ୍ୟବହାର ପାଇଁ ପ୍ରସ୍ତାବ ଦେଲେ କିନ୍ତୁ ତାଙ୍କ ଅଜାଣତରେ ସେ ଘଟଣାଟିକୁ ବିବାଦିତ କରିଦେଇଥିଲେ ଯେଉଁଠାରେ ଅନେକ ଲୋକ ଟ୍ରମ୍ଫ ବିରୋଧୀ ସ୍ଲୋଗାନ ଓ ପ୍ଲାକାର୍ଡ ସହିତ ଜମା ହୋଇଥିଲେ।

ହୁଏତ ଏହି 'Tour de Trump' ଟାଇଟଲ ଟି ବ୍ୟବହାର ହୋଇଥିଲେ ଖୁବ ଜମିଥାନ୍ତା।

ସେ ଛଦ୍ମନାମ ବ୍ୟବହାର କରିବାକୁ ଭଲ ପାଉଥିଲେ

ତାଙ୍କର ଲୋକପ୍ରିୟ ଛଦ୍ମନାମଗୁଡ଼ିକ ହେଲା ଜନ ବ୍ୟାରନ ଏବଂ ଜନ ମିଲର। ଅନେକ ସମୟରେ ସେ ମିଡିଆକୁ ଏହି ଛଦ୍ମନାମ ଗୁଡ଼ିକ ମାଧ୍ୟମରେ ସମ୍ବୋଧିତ କରୁଥିଲେ।

ମାଇକ ଟାଇସନ ତାଙ୍କର ବନ୍ଧୁ ଥିଲେ

୧୯୮୮ ଟାଇସନ-ସ୍ପିଙ୍କସ ବକ୍ସିଙ୍ଗ ମ୍ୟାଚ ର ସିଧା ପ୍ରସାରଣର ସତ୍ଵ ଲାଭ କରିପାରିଥିଲେ ଟ୍ରମ୍ଫ ଏବଂ ଏହାକୁ ଟ୍ରମ୍ଫ ପ୍ଲାଜା ହୋଟେଲରେ ପ୍ରଦର୍ଶନ କରିଥିଲେ। ଟାଇସନ ଜେଲରେ ଥିବା ସମୟରେ ଏହି ପ୍ରସାରଣ ବନ୍ଦ ଥିଲା କିନ୍ତୁ ସେମାଙ୍କର ବନ୍ଧୁତା ଅତୁଟ ରହିଥିଲା । ଏପରିକି ଟାଇସନ ଟ୍ରମ୍ଫଙ୍କର ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀତ୍ଵକୁ ପ୍ରସ୍ତାବ କରିଥିଲେ। "ମାଇକ ଟାଇସନ ମୋ ପାଇଁ ପ୍ରସ୍ତାବ କରିଛି। ଏହା ମୋତେ ଖୁବ ଭଲ ଲାଗିଛି।" ବୋଲି ସେ ଟ୍ଵିଟ କରିଥିଲେ। "ମାଇକ, ଆଇରନ ମାଇକ"

ସେ ତାଙ୍କ କେଶକୁ ବେଟ୍ ଲଗାଇଲେ

ଟ୍ରମ୍ଫଙ୍କ ବିଷୟରେ କିଛି କହିବାକୁ ଗଲାବେଳେ ତାଙ୍କ କେଶ ବିଷୟରେ ନ କହିବା ଅପରାଧ ହେବ। WWE ଚେୟାରମ୍ୟାନ ଭିନ୍ସ ମ୍ୟାକମୋହନଙ୍କ ସହ ଏକ ଦ୍ଵନ୍ଦ ସମୟରେ ଟ୍ରମ୍ଫ ବାଜି ଲଗାଇଲେ ଯେ ତାଙ୍କ ସମର୍ଥିତ ଯୋଦ୍ଧା ଯଦି Wrestlemania 23ରେ ବିଜୟୀ ନ ହୁଏ ତେବେ ସେ ଲଣ୍ଡା ହେବେ। ସେ ବିଜୟୀ ହେଲେ ଏବଂ ଯଦି ଆମେ କେବେ ଟ୍ରମ୍ଫଙ୍କ ଲଣ୍ଡା ମୁଣ୍ଡ ଦେଖିବାକୁ ଚାହିଁବା ତେବେ ତାହା Hero Builderଙ୍କ ଆକ୍ସନ ଫିଗରରେ ଦେଖି ପାରିବା।