World Economic Forumରେ କରଣ ଜୋହର ହେବେ ଭାରତର ସାଂସ୍କୃତିକ ପ୍ରତିନିଧି

World Economic Forumରେ କରଣ ଜୋହର ହେବେ ଭାରତର ସାଂସ୍କୃତିକ ପ୍ରତିନିଧି

Wednesday January 11, 2017,

1 min Read

ପ୍ରସିଦ୍ଧ ଫିଲ୍ମ ନିର୍ମାତା ଓ ନିର୍ଦ୍ଦେଶକ କରଣ ଜୋହର ବିଶ୍ଵ ଅର୍ଥନୈତିକ ମଞ୍ଚ (World Economic Forum)ରେ ଭାରତର ଜଣେ ସାଂସ୍କୃତିକ ଅଧିନାୟକ ଭାବେ ଯୋଗ ଦେବା ପାଇଁ ଆମନ୍ତ୍ରିତ ହେଇଛନ୍ତି।

Image : Google search

Image : Google search


ଚଳିତ ବର୍ଷର ମିଜାଜକୁ ଦେଖି ଏଥର ବିଶ୍ଵ ଅର୍ଥନୈତିକ ମଞ୍ଚର ନାମ ରଖାଯାଇଛି – ପ୍ରତିକ୍ରିୟାଶୀଳ ଏବଂ ଦାୟିତ୍ଵବାନ ନେତୃତ୍ଵ। ଏଥରର କାର୍ଯ୍ୟକ୍ରମ ସ୍ଵୀଜରଲ୍ୟାଣ୍ଡର ଦାଭୋସ କ୍ଳୋଷ୍ଟର୍ସ ଠାରେ ଆସନ୍ତା ଜାନୁୟାରୀ ୧୭ରୁ ୨୦ ଯାଏ ଅନୁଷ୍ଠିତ ହେବାକୁ ଯାଉଛି।

“ଏପରି ଏକ ବିରାଟ ମଞ୍ଚରେ ସାଂସ୍କୃତିକ ନେତା ଭାବେ ଯୋଗ ଦେବାକୁ ମୋତେ ଆମନ୍ତ୍ରଣ କରାଯାଇଥିବାରୁ ମୁଁ ଖୁବ ଗୌରବାନ୍ଵିତ ଅନୁଭବ କରୁଛି। ନିଜ ଦେଶର ପ୍ରତିନିଧିତ୍ଵ କରିବା ଏବଂ ନିଜର ଏବଂ ଜନ୍ମମାଟିର ଭାବନା ସମ୍ପର୍କରେ ସମଗ୍ର ବିଶ୍ଵକୁ ଜଣାଇବା ଏକ ନିହାତି ଉଲ୍ଲାସଜନକ ଅଭିଜ୍ଞତା।

                                ଜୋହର ଏକ ବକ୍ତବ୍ୟରେ କହନ୍ତି। (ସୂତ୍ର – ପିଟିଆଇ)

ସେ ଆହୁରି କହିଛନ୍ତି ଯେ, ଏହା ବିଶ୍ଵର ସର୍ବୋତ୍ତମ ମାନସିକତା ଏବଂ ବ୍ୟକ୍ତିତ୍ବ ମାନଙ୍କର ମିଳନସ୍ଥଳୀ। ମୁଁ ଏହି ଅଭିଜ୍ଞତାକୁ ଭଲ ଭାବେ ଅନୁଭବ କରି ଏଥିରୁ ଶିଖିବାକୁ ଚାହେଁ।

ପୂର୍ବରୁ ଏହି ମଞ୍ଚକୁ ଭାରତ ତରଫରୁ ଅମିତାଭ ବଚ୍ଚନ, ଏ ଆର ରହମାନ ଓ ମଲ୍ଲିକା ସାରାଭାଇ ପ୍ରଭୃତି ଯାଇଛନ୍ତି।