ଦିନେ ରଘୁରାମ ରାଜନଙ୍କୁ ପଢାଇଥିବା ଆଇଆଇଟି ପ୍ରଫେସର ଆଜି ଆଦିବାସୀଙ୍କ ଗହଣରେ ବିତାଉଛନ୍ତି ଜୀବନ

ଦିନେ ରଘୁରାମ ରାଜନଙ୍କୁ ପଢାଇଥିବା ଆଇଆଇଟି ପ୍ରଫେସର ଆଜି ଆଦିବାସୀଙ୍କ ଗହଣରେ ବିତାଉଛନ୍ତି ଜୀବନ

Tuesday September 13, 2016,

2 min Read

ଆଇଆଇଟି ଦିଲ୍ଲୀରୁ ଇଞ୍ଜିନିୟରିଂରେ ଡିଗ୍ରୀ, ଏକ ମାଷ୍ଟର ଡିଗ୍ରୀ ଓ ହ୍ୟୁଷ୍ଟନରୁ ପିଏଚଡ଼ି କେବଳ ମାତ୍ର କିଛି ମାଇଲ ଖୁଣ୍ଟି ଥିଲେ ଆଲୋକ ସାଗରଙ୍କ ପାଇଁ। ଆଲୋକ ହେଲେ ଜଣେ ପ୍ରାକ୍ତନ ଆଇଆଇଟି ପ୍ରଫେସର। ଗତ ୩୨ ବର୍ଷ ଧରି ମଧ୍ୟପ୍ରଦେଶର ଏକ ନିପଟ ମଫସଲରେ ରହୁଛନ୍ତି ଓ ସେଠାକାର ବାସିନ୍ଦାଙ୍କ ସେବାରେ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି।

Image : <a href=

Image :

Patrikaa12bc34de56fgmedium"/>

ଆଇଆଇଟି ଦିଲ୍ଲୀରେ ଶିକ୍ଷକତା କରିବା ସମୟରେ ଆଲୋକ ଅନେକ ବିଦ୍ୟାର୍ଥୀଙ୍କ ଜୀବନକୁ ନିଜ ଶିକ୍ଷକତାର ନିହାଣରେ ଚମକାଇ ଦେଇଥିଲେ। ତାଙ୍କ ମଧ୍ୟରୁ ପୂର୍ବତନ ଆରବିଆଇ ଗଭର୍ନର ରଘୁରାମ ରାଜନ ମଧ୍ୟ ଜଣେ (Speaking Treeର ଏକ ରିପୋର୍ଟରୁ ଜ୍ଞାତ)। ଚାକିରୀରୁ ଇସ୍ତଫା ଦେଇସାରିବା ପରେ ଆଲୋକ ମଧ୍ୟପ୍ରଦେଶର ବେତୁଲ ଓ ହୋଶାଙ୍ଗାବାଦ ଜିଲ୍ଲାର ଆଦିବାସୀ ସମ୍ପ୍ରଦାୟ ପାଇଁ କାମ କରିବା ଆରମ୍ଭ କଲେ। ଗତ ୨୬ ବର୍ଷ ଧରି ସେ କୋଚାମୁ ନାମକ ଏକ ଆଭ୍ୟନ୍ତରୀଣ ଗାଁରେ ରହୁଛନ୍ତି। କୋଚାମୁରେ ରୁହନ୍ତି ମୋଟ ୭୫୦ ଜଣ ଆଦିବାସୀ। ନା ଅଛି ବିଜୁଳି ବ୍ୟବସ୍ଥା ନା ଅଛି ରାସ୍ତା। କେବଳ ମାତ୍ର ଗୋଟିଏ ପ୍ରାଇମେରୀ ସ୍କୁଲ। ଏହି ଗାଁକୁ ନିଜ ଘର କରିଛନ୍ତି ଆଲୋକ।

ଆଲୋକ ଏହି ଅଞ୍ଚଳରେ ୫୦,୦୦୦ରୁ ଊର୍ଦ୍ଧ୍ଵ ବୃକ୍ଷରୋପଣ କରିଛନ୍ତି। ସେ ବିଶ୍ଵାସ ରଖନ୍ତି ଯେ ପରିବର୍ତ୍ତନର ମୂଳଦୁଆ ପଡ଼ିବା ତୃଣମୂଳ ସ୍ତରରୁ ଆରମ୍ଭ ହେବ ଓ ଦେଶର ନାଗରିକ ମାନେ ଏପରି ସ୍ତରରୁ ହିଁ କାମ ଆରମ୍ଭ କଲେ ଦେଶର ଉନ୍ନତି ହେଇପାରିବ। 

"ଭାରତରେ ଜନତା ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କିନ୍ତୁ ଲୋକେ ତାଙ୍କର ବୁଦ୍ଧିମତ୍ତାର ପରିଚୟ ତାଙ୍କର ଡିଗ୍ରୀ ଦେଖାଇ କରୁଛନ୍ତି, ଲୋକଙ୍କ ସେବାରେ ସମସ୍ତେ ପଛୁଆ,” ଆଲୋକ ହିନ୍ଦୁସ୍ଥାନ ଟାଇମସକୁ କୁହନ୍ତି।

ଆଲୋକ ଏବେ ମଧ୍ୟ ଗଣମାଧ୍ୟମ ଜରିଆରେ ଲୋକଲୋଚନକୁ ଆସିବାକୁ ଚାହାଁନ୍ତି ନାହିଁ। କିଛି ଦିନ ତଳେ ବେତୁଲର ଜିଲ୍ଲା ପରିଷଦ ନିର୍ବାଚନ ଚାଲିଥିବା ସମୟରେ ସ୍ଥାନୀୟ ଅଧିକାରୀ ମାନେ ତାଙ୍କୁ ସନ୍ଦେହ କରି ସେ ଅଞ୍ଚଳ ଛାଡ଼ି ଚାଲିଯିବାକୁ ନିର୍ଦ୍ଧେଶ ଦେଇଥିଲେ। ଆଲୋକ ନିଜର ଡିଗ୍ରୀର ଲମ୍ବା ତାଲିକା ଦେଖାଇବା ପରେ ଓ ଜିଲ୍ଲା ଅଧିକାରୀ ମାନେ ତାକୁ ତନଖି କରିସାରିବା ପରେ ଆଶ୍ଚର୍ଯ୍ୟ ହେଇଥିଲେ ଓ ତାଙ୍କୁ ରହିବାକୁ ଦେଇଥିଲେ। (ପତ୍ରିକାର ଏକ ରିପୋର୍ଟ ଅନୁସାରେ)

ଆଲୋକଙ୍କ କାହାଣୀକୁ ଯାହା ଅସାଧାରଣ କରି ଗଢି ତୋଳେ, ତା’ହେଲା ତାଙ୍କ ସରଳ ଜୀବନଯାପନର ଶୈଳୀ। ତାଙ୍କର ସମ୍ପତ୍ତି କହିଲେ ତିନୋଟି କୁର୍ତା ଓ ଖଣ୍ଡେ ସାଇକେଲ। ଦିନ ସାରା ମଞ୍ଜି ସଂଗ୍ରହ କରିବାରେ ଓ ଆଦିବାସୀଙ୍କ ମଧ୍ୟରେ ବାଣ୍ଟିବାରେ ବିତାନ୍ତି ଆଲୋକ। ଆଲୋକ ସେ ଅଞ୍ଚଳର ଆଦିବାସୀ ମାନେ କହୁଥିବା ଅନେକ ଭାଷା କହିପାରନ୍ତି। ଶ୍ରମିକ ଆଦିବାସୀ ସଂଗଠନ ନାମକ ଏକ ସଂସ୍ଥା, ଯାହା ସେଠାକାର ଆଦିବାସୀଙ୍କ ଜୀବନ ଧାରଣର ମାନକୁ ଉନ୍ନତ କରିବା ଦିଗରେ କାମ କରେ, ତା’ ସହ ଆଲୋକ ଖୁବ ଅନ୍ତରଙ୍ଗ ଭାବେ ଜଡ଼ିତ ଓ ନିଜ ଦିନର ଅନେକ ସମୟ ଏହି ସଂଗଠନ ସହ କାମ କରିବାରେ ବିତାଇଥାନ୍ତି।