Janani AgriServe କ୍ଷୁଦ୍ର ଓ ନାମମାତ୍ର ଚାଷୀପାଇଁ କୃଷିକୁ ଲାଭଜନକ କରିପାରିଛି

Janani AgriServe କ୍ଷୁଦ୍ର ଓ ନାମମାତ୍ର ଚାଷୀପାଇଁ କୃଷିକୁ ଲାଭଜନକ କରିପାରିଛି

Saturday December 12, 2015,

5 min Read

'Janani AgriServe ର ଲକ୍ଷ୍ୟ, କୃଷିବିଜ୍ଞାନ ତଥା ସୂଚନା ଓ ସଂଚାର ଟେକ୍ନୋଲଜିରେ ଯାହାକିଛି ନବୀନତମ ତାହାର ଉପଯୋଗ କରି ନୂତନ ଏବଂ ବ୍ୟକ୍ତିର ଆବଶ୍ୟକତା-ଅନୁକୂଳ କୃଷି ଉତ୍ପାଦ ଓ ସେବା ବିଲ ପାଖରେ ପହଞ୍ଚାଇବା'

image


YourStory ସହିତ କଥାବାର୍ତ୍ତା ଅବକାଶରେ ସୁନ୍ଦର ରାଜନ ଆମକୁ ଏ କଥା ବୁଝାନ୍ତି।

ଦୟାକରି ଆମକୁ ଆପଣଙ୍କର ପରିଯୋଜନା ବିଷୟରେ କହନ୍ତୁ।

Janani AgriServe ଏକ ଅଭିନବ ସୂଚନା ଏବଂ ସଂଚାର ଔଦ୍ୟୋଗିକ ମଞ୍ଚରୁ କାମ କରି ଖମାର ଗେଟ ପାଖରୁ କ୍ରେତାମାନଙ୍କ ପର୍ଯ୍ୟନ୍ତ ଏକ ଅତୁଟ

ନେଟୱର୍କ ତିଆରି କରେ ଯେଉଁଠି ସମସ୍ତେ ଆରାମରେ କାରବାର କରିବାକୁ ସକ୍ଷମ ହୋଇଥାନ୍ତି।

ପୂରା ପ୍ରକ୍ରିୟାଟି କିପରି କାମ କରିଥାଏ?

ଏକ ଗ୍ରାମସ୍ତରୀୟ କିଓସ୍କ ଖୋଲାଯାଇ ଜଣେ ସ୍ଥାନୀୟ ଫ୍ରାଞ୍ଚାଇଜି ଦ୍ଵାରା ପରିଚାଳିତ ହୁଏ। ୩ରୁ ୫ଟି ଗ୍ରାମର ୧୫୦୦ରୁ ୨୦୦୦ କୃଷକ ଗୋଷ୍ଠୀ ପାଇଁ ଗୋଟିଏ କିଓସ୍କ କାମ କରେ। ଫ୍ରାଞ୍ଚାଇଜି ଟି ହୋଇପାରେ ଏକ ଏନଜିଓ,ସ୍ଵୟଂ ସହାୟକ ଗୋଷ୍ଠୀ ,କୃଷକ ସମବାୟ ,ଅବା ଜଣେ ସ୍ଥାନୀୟ ଆଗ୍ରିପ୍ରିନର । ସମସ୍ତ ଗ୍ରାମସ୍ତରୀୟ କିଓସ୍କଗୁଡ଼ିକ ବ୍ଲକ ସ୍ତରରେ କାର୍ଯ୍ୟର ସୁପରିଚାଳନା ପାଇଁ ଏକାଠି ଗୁନ୍ଥା ହୋଇଥାନ୍ତି। ବ୍ଲକ ବା ମଣ୍ଡଳ ସ୍ତରୀୟ କେନ୍ଦ୍ରଟି ଜଣେ କୃଷି ବା ମ୍ୟାନେଜମେଣ୍ଟ ସ୍ନାତକ ଦ୍ଵାରା ପରିଚାଳିତ ହୋଇଥାଏ। ଜିଲ୍ଲାସ୍ତରରେ ଜନନୀ ତାହାର ନିଜସ୍ୱ ମାନବସମ୍ବଳ ସମଗ୍ର ଜିଲ୍ଲାର କାର୍ଯ୍ୟକଳାପର ସୁପରିଚାଳନା କରିବା ପାଇଁ ନିଯୋଜିତ କରିଥାଏ।

image


1.କିଓସ୍କରୁ ଦିଆଯାଉଥିବା ସେବା ମଧ୍ୟରେ ଥାଏ:- ସାପ୍ତାହିକ ଆଧାରରେ ବୁଣା ପୂର୍ବରୁ ଅମଳ ଶେଷ ପର୍ଯ୍ୟନ୍ତ ନିର୍ଦ୍ଦିଷ୍ଟ ଚାଷୀର ଫସଲର ସ୍ଥିତିକୁ ଆଖିରେ ରଖି ନିରନ୍ତର କୃଷି ପରାମର୍ଶ । ଫସଲର ଡିଜିଟାଲ ବିବରଣୀ( ଗଛର ବିକାଶ,ରୋଗର ଲକ୍ଷଣ,ଗଛର ରଙ୍ଗରେ ପରିବର୍ତ୍ତନ,ମାଟିର ଅବସ୍ଥା ଇତ୍ୟାଦି) ସଂଗ୍ରହ କରି ହାଇଦରାବାଦ ସ୍ଥିତ କେନ୍ଦ୍ରୀୟ କୃଷି ଲ୍ୟାବକୁ ପଠାଯାଇଥାଏ। ସେଠାରେ ତା’ର ବିଶ୍ଳେଷଣ ହେଲାପରେ ନିର୍ଦ୍ଦିଷ୍ଟ ଚାଷୀକୁ କିଓସ୍କ ମାଧ୍ୟମରେ ଫସଲର ସମସ୍ୟା ଓ ପ୍ରତିକାର ବିଷୟରେ SMS କିମ୍ବା Printout ଜରିଆରେ ଜଣାଇ ଦିଆଯାଏ ଏବଂ ଆସନ୍ତା ସପ୍ତାହ ମଧ୍ୟରେ କି ପଦକ୍ଷେପ ନେବା ଆବଶ୍ୟକ ତାହାର ସୂଚନା ମଧ୍ୟ ଦିଆଯାଇଥାଏ। ଏହି ଚକ୍ରଟି ଲଗାତାର ସକ୍ରିୟ ରହିଥାଏ। ଏହି ସେବାରେ ଆମର ପ୍ରୋଜେକ୍ଟ ସହଯୋଗୀ ହେଲେ IIIT-H(International Institute for Information Technology, Hyderabad) ର eSaguଏବଂ MediaLab Asia ଯାହାକି ଭାରତ ସରକାରଙ୍କ IT ମନ୍ତ୍ରାଳୟର ଏକ ବିଭାଗ। ଏହି ସେବା ଚାଷ ଖର୍ଚ୍ଚ କମାଇ ଉତ୍ପାଦର ଗୁଣାତ୍ମକ ମାନ ଓ ପରିମାଣ ବୃଦ୍ଧି କରିବାରେ ଚାଷୀର ସହାୟତା କରିଥାଏ। କେବଳ ଏତିକି ହସ୍ତକ୍ଷେପ ଫଳରେ ଚାଷୀ ଏକର ପିଛା ହାରାହାରି ପାଞ୍ଚ ହଜାର ଟଙ୍କା ଅଧିକ ରୋଜଗାର କରିଥାଏ।

2.କୃଷିକ୍ଷେତ୍ରରେ ଆବଶ୍ୟକୀୟ ଉପାଦାନର ଯୋଗାଣ – ବିହନ,ସାର,କୀଟନାଶକ,ଏବଂ ଅନ୍ୟ ପୋଷକ ତତ୍ତ୍ଵ-

ଜନନୀ ଏହି ଉପାଦାନଗୁଡ଼ିକ ସିଧାସଳଖ ନିର୍ମାତାମାନଙ୍କ ପାଖରୁ କିଣିଥାଏ ଏବଂ କିଓସ୍କ ନେଟୱର୍କ ଜରିଆରେ ଚାଷୀମାନଙ୍କୁ ବିକ୍ରୀ କରେ। ଏହି ସେବା ଯୋଗୁଁ ଚାଷୀମାନଙ୍କୁ ସଠିକ ସମୟରେ ଏବଂ ସଠିକ ମୂଲ୍ୟରେ ଉଚ୍ଚମାନର କୃଷି ଉପାଦାନଗୁଡ଼ିକ ମିଳିପାରିଥାଏ।

3. ବଜାର ସହିତ ଯୋଡିବା ସେବା - ICT(Information and communications technology) ମଞ୍ଚ ଟି ଚାଷୀମାନଙ୍କୁ କୃଷି ଉତ୍ପାଦର କ୍ରେତାମାନଙ୍କ ସହିତ ( ଉଦାହରଣ ସ୍ଵରୂପ:- ରପ୍ତାନୀକାରୀ ସଂସ୍ଥା,ଖାଦ୍ୟ ପ୍ରସ୍ତୁତିକରଣ ୟୁନିଟ,ରିଟେଲ ଚେନ,ମଣ୍ଡି ଇତ୍ୟାଦି) ସହିତ ସଂଯୁକ୍ତ କରିଥାଏ। ଏ ସଂକ୍ରାନ୍ତରେ କୃଷି ପରାମର୍ଶଦାତା ଜରିଆରେ ମିଳିଥିବା ତଥ୍ୟସବୁ ଜନନୀକୁ ଏହି ସେବାଟିର ଯୋଜନା ଓ ସୁପରିଚାଳନା ଯଥେଷ୍ଟ ଆଗରୁ କରିବାକୁ ସମର୍ଥ କରିଥାଏ।

4. କୃଷି ବୀମା ଓ ଆର୍ଥିକ ସେବା- ସଂଗଠିତ ଆର୍ଥିକ ଅନୁଷ୍ଠାନଗୁଡ଼ିକଠାରୁ ଆର୍ଥିକ ଓ ବୀମା ସେବା ଉପଲବ୍ଧ କରିବା ପାଇଁ ଜନନୀ ଚାଷୀର ସହାୟତା କରିଥାଏ। ଜନନୀ ଏ ସବୁ ସଂସ୍ଥା ପାଇଁ ଏକ ବାଣିଜ୍ୟ ପ୍ରତନିଧି ଭାବେ କାର୍ଯ୍ୟ କରେ ଏବଂ ଦେଖେ ଚାଷୀ ଯେପରି ହଇରାଣ ହରକତ ନ ହୋଇ ସମସ୍ତ ସେବା ପାଇପାରେ। ଜନନୀ ସମସ୍ତ ଦରଖାସ୍ତଗୁଡ଼ିକର ପ୍ରୋସେସିଂ କରି ଚାଷୀର ବ୍ୟାଙ୍କ ଖାତାକୁ ଋଣରାଶି ଯିବା ପର୍ଯ୍ୟନ୍ତ ସାହାଯ୍ୟକରିଥାଏ ଏବଂସେହିପରି ଯଥାସମୟରେ ଋଣ ଆଦାୟରେ ମଧ୍ୟ ଆର୍ଥିକ ସଂସ୍ଥାକୁ ସାହାଯ୍ୟ କରିଥାଏ। ଏହି ସେବାରେ ICICI ବ୍ୟାଙ୍କ ଆମର ମୁଖ୍ୟ ସହଯୋଗୀ। କୃଷି ବୀମା କ୍ଷେତ୍ରରେ ମଧ୍ୟ ଅନୁରୂପ ସେବା ପ୍ରଦାନ କରିବାର ଯୋଜନା ରହିଛି।

5. ଦରର ସୁରକ୍ଷା -ଜନନୀ ଚାଷୀମାନଙ୍କର ଛୋଟଛୋଟ ଦଳ ତିଆରି କରି ସେମାନଙ୍କୁ ଏକାଠି କରି Commodity Exchange ରେ ସାମିଲ କରାଇବାର ଯୋଜନା ରଖିଛି ଯାହାକି ସେମାନଙ୍କୁ ବିକ୍ରୀ ସମୟରେ ଦରର ସୁରକ୍ଷା କରିପାରିବ।

6.କୃଷି ସୂଚନା ସେବା - ଜନନୀ ଚାଷୀମାନଙ୍କୁ ସ୍ଥାନୀୟ କୃଷି ସୂଚନା ତଥା ଅନ୍ୟାନ୍ୟ ଗ୍ରାମୀଣ ଓ ବ୍ୟବସାୟିକ ସୂଚନା IBMର ୱେବ ମଡ୍ୟୁଲ ମାଧ୍ୟମରେ ଭଏସ ମୋଡରେ ପ୍ରଦାନ କରିବା ଲାଗି କାମ କରୁଛି।

7.ଅମଳ ପରବର୍ତ୍ତୀ ସେବା- ଏହି ସେବାରେ ପ୍ୟାକିଙ୍ଗ,ପରିବହନ,ଗୋଦାମଘର ଇତ୍ୟାଦି ଅନ୍ତର୍ଭୁକ୍ତ।

8.ଗୁଣବତ୍ତା ଆଶ୍ଵାସନା ସେବା - ଜନନୀ ଏକ ନୂତନ ଟେକ୍ନୋଲଜି ପ୍ରସ୍ତୁତ କରିବା ପାଇଁ ସକ୍ରିୟଭାବେ କାର୍ଯ୍ୟରତ ଯେପରିକି ଶିଳ୍ପକ୍ଷେତ୍ରରେ ଗୁଣବତ୍ତା ନିର୍ଦ୍ଧାରଣ ନିମିତ୍ତ ଅନୁସୃତ ହେଉଥିବା ନିୟମଗୁଡ଼ିକ କୃଷିକ୍ଷେତ୍ରରେ ମଧ୍ୟ ପ୍ରୟୋଗ କରିହେବ ଏବଂ ତଦନୁରୂପ ଚାଷୀ ତା'ର ଉତ୍ପାଦଗୁଡ଼ିକ ବାଛି ମୂଲ୍ୟାଙ୍କନ କରିପାରିବ ଓ ସେଗୁଡ଼ିକୁ ଲାଭରେ ବିକ୍ରୀ କରିପାରିବ।

ଉପରୋକ୍ତ ସମସ୍ତ ସେବାଗୁଡ଼ିକର ମୂଲ୍ୟ ଚାଷୀମାନଙ୍କ ପାଇଁ ଉଚିତ ଭାବେ ଏବଂ ପ୍ରତିଯୋଗିତା ଭିତ୍ତିରେ ନିର୍ଦ୍ଧାରିତ ହୋଇଥାଏ । ଏହି ପ୍ରକାର ବ୍ୟବସାୟ ଓ ସେବାଶୁଳ୍କରୁ ଅର୍ଜ୍ଜିତ ଅର୍ଥରାଶିକୁ ଗ୍ରାମ କିଓସ୍କ,ମଣ୍ଡଳ ଏବଂ ଜନନୀ ମଧ୍ୟରେ ସହମତ ଅନୁପାତ ଭିତ୍ତିରେ ବାଣ୍ଟି ଦିଆଯାଏ। ଗ୍ରାମସ୍ତରୀୟ କିଓସ୍କରେ ୩ ଲକ୍ଷ ଏବଂ ମଣ୍ଡଳରେ ୮ ଲକ୍ଷ ଟଙ୍କା ନିବେଶ କରାଯାଇଥାଏ ଯେଉଁଥିରେ କାର୍ଯ୍ୟକାରୀ ପୁଞ୍ଜି ଅନ୍ତର୍ଭୁକ୍ତ ଥାଏ। ଜନନୀ ବିଭିନ୍ନ ସହଯୋଗୀ ସଂସ୍ଥା ମାନଙ୍କ ସହିତ MOU/ବିତରଣ ଚୁକ୍ତି/ଠିକା ଚାଷ ଚୁକ୍ତି/ସେବା ପ୍ରଦାନ ଚୁକ୍ତି ସମ୍ପାଦନ କରି ଜିଲ୍ଲା କେନ୍ଦ୍ରରୁ କାର୍ଯ୍ୟନିର୍ବାହ କରିଥାଏ। ଜନନୀ ଓ IBM India ଦ୍ଵାରା ନିର୍ମିତ ଏକ ଅଭିନବ ICT ମଞ୍ଚ ମାଧ୍ୟମରେ ସଂପୂର୍ଣ୍ଣ ପ୍ରକ୍ରିୟାଟି କାର୍ଯ୍ୟକାରୀ କରାଯିବ।

ଏ ପ୍ରକାର ବିଚାର କିପରି ସୃଷ୍ଟି ହେଲା?

ଜନନୀ ଉପରୋକ୍ତ eSagu Project ର ଏକ ଅଂଶୀଦାର ଯାହାକି ଆନ୍ଧ୍ରପ୍ରଦେଶରେ ୨୦୦୪ରେ ଆରମ୍ଭ ହୋଇଥିଲା। ଆମେ ଯେତେବେଳେ 'eSagu'କୁ କାର୍ଯ୍ୟକ୍ଷମ କରିବା ଲାଗି କୃଷକମାନଙ୍କ ସହିତ ଘନିଷ୍ଠଭାବେ କାମକରୁଥିଲୁ ପରାମର୍ଶ ସେବା ସହିତ ଅନ୍ୟାନ୍ୟ ସେବା ଏବଂ ପ୍ରଡ଼କ୍ଟ ପ୍ରଦାନ କରିବାର ଆବଶ୍ୟକତାକୁ ଆମେ ଉପଲବ୍ଧି କରିପାରିଥିଲୁ - ୪ ବର୍ଷ ଧରି ଏହି ଆବଶ୍ୟକତାଗୁଡ଼ିକର ଅଧ୍ୟୟନ କଲାପରେ ଶେଷରେ ବିଜିନେସ ମଡେଲଟି ପ୍ରସ୍ତୁତ ହୋଇପାରିଲା।

ଆମେ ଏହି ବିଚାରର ଉପାଦେୟତା ଏବଂ ଲାଭପ୍ରଦତା ପ୍ରତିପାଦନ କରିବାକୁ ବିଜିନେସ ମଡେଲଟି ଆମ ନିଜର ୩ଟି କିଓସ୍କରେ ପ୍ରୟୋଗ କଲୁ। 'Janani AgriServe' ଏବେ ଆନ୍ଧ୍ରପ୍ରଦେଶରେ ଏହାର କାର୍ଯ୍ୟ ପରିସର ବୃଦ୍ଧି କରିବା ଲାଗି ତଥା ଅନ୍ୟ ପ୍ରଦେଶରେ ପ୍ରୟୋଗ କରିବା ଲାଗି ପ୍ରସ୍ତୁତ ହେଉଛି।

କେବେ ଏହାର ଶୁଭାରମ୍ଭ କରାଗଲା?

୨୦୦୭ରେ ଜନନୀର ପ୍ରଥମ କିଓସ୍କ ଖୋଲାଗଲା ଏବଂ ୨୦୧୦ରେ ୩ଟି ପାଇଲଟ କିଓସ୍କ ବିଭିନ୍ନ ସେବା ସହିତ ସହଯୋଗୀମାନଙ୍କ ଦ୍ଵାରା ବେଶ୍ କିଛି ଦିନ ପରୀକ୍ଷିତ ହେଲା ଉତ୍ତାରୁ ସଂପୂର୍ଣ୍ଣ ରୂପେ କାର୍ଯ୍ୟକ୍ଷମ ହେଲା।ଏହି ମଡେଲଟି ଆମର ନିଜସ୍ୱ, ଆମର କଳ୍ପନାପ୍ରସୂତ,ଆମ ଦ୍ଵାରା ବିକଶିତ ଏବଂ ସମାହିତ, ଏବଂ ବର୍ତ୍ତମାନ ଏହାର ପୁନରାବୃତ୍ତି କରିହେବ।

ଚାଷୀମାନେ ଏହାକୁ କିଭଳି ଗ୍ରହଣ କରିଛନ୍ତି?

ଚାଷୀମାନେ ଏହିସବୁ ସେବାଗୁଡ଼ିକୁ ଖୁବ୍ ପସନ୍ଦ କରଛନ୍ତି। ଗତ ୫ରୁ ୭ ବର୍ଷ ମଧ୍ୟରେ ଆମେ ପ୍ରାୟ ୧୦,୦୦୦ ଚାଷୀଙ୍କର ସେବା କରିଛୁ।

ଏହି ପ୍ରକ୍ରିୟାରେ କେଉଁ କେଉଁ ହିତାଧିକାରୀମାନେ ଅନ୍ତର୍ଭୁକ୍ତ?

କ୍ଷୁଦ୍ରଚାଷୀ,କୃଷି ବ୍ୟବସାୟୀ ସଂସ୍ଥା,( Input ନିର୍ମାତାମାନେ,କ୍ରେତାଗଣ,ଅର୍ଥଲଗାଣ ଏବଂ ବୀମାସଂସ୍ଥା , କୃଷିସେବାପ୍ରଦାନକାରୀ ସଂସ୍ଥା ମାନେ) ସରକାର,କୃଷି ବିଶ୍ୱବିଦ୍ୟାଳୟମାନେ,ଏବଂ ଗବେଷଣା ପ୍ରତିଷ୍ଠାନ ମାନେ।

ଆପଣଙ୍କ ଅର୍ଥନୀତି ବିଷୟରେ କଣ କହିବେ?

ସମସ୍ତ ପ୍ରଡ଼କ୍ଟ ଏବଂ ସେବା ସବୁର ମୂଲ୍ୟ ସ୍ଥିର କରାଯାଇଥାଏ। ସେବାଶୁଳ୍କ, ଟ୍ରେଡିଙ୍ଗ ମାର୍ଜିନ,ଓ କମିଶନ ଇତ୍ୟାଦିରୁ ଆମର ଆୟ ହୋଇଥାଏ। ଗ୍ରାମସ୍ତରୀୟ କିଓସ୍କଗୁଡ଼ିକ କ୍ଷତି ନ କରି କାରବାର କରୁଛନ୍ତି। ଆମ ପ୍ରୋଜେକ୍ଟଟି ବ୍ୟାଙ୍କର ସୁପାରିଶ ପାଇଛି ଏବଂ ଆମର ଜଣେ ଫ୍ରାଞ୍ଚାଇଜି ଇଣ୍ଡିଆନ ବ୍ୟାଙ୍କରୁ ମଧ୍ୟ ଋଣ ପାଇଛି। ଭାରତ ସରକାରଙ୍କ କୃଷି ବିପଣନ.ବିଭାଗ ମଧ୍ୟ ଆମର ଜଣେ ଫ୍ରାଞ୍ଚାଇଜିକୁ NABARD ସହାୟତାରେ ଗ୍ରାମୀଣ ବିପଣନ ସଂରଚନା ସୃଷ୍ଟି କରିଥିବା ହେତୁ ସବସିଡି ପ୍ରଦାନ କରିଛନ୍ତି।

NSIH(NASSCOM Social Innovation Honours)ର ଫାଇନାଲକୁ ଯାଇ କିପରି ଲାଗୁଛି?

ନିଶ୍ଚିତ ଭାବେ ଅତ୍ୟନ୍ତ ଆନନ୍ଦିତ ଏବଂ ପରିପୂର୍ଣ୍ଣ ଲାଗୁଛି। ଆମେ ଖୁସି ଯେ ପ୍ରଖ୍ୟାତ ଅନୁଷ୍ଠାନ ମାନେ ଆମର ପ୍ରୟାସକୁ ସ୍ଵୀକୃତି ଦେଉଛନ୍ତି। ଫାଇନାଲକୁ ଯିବା ଆମ ମନରେ ଆହୁରି ଆଗକୁ ଯିବା ପାଇଁ ଆତ୍ମବିଶ୍ଵାସ ଏବଂ ଏବଂ ସଂକଳ୍ପକୁ ଦୃଢ଼ୀଭୂତ କରୁଛି। NISH ଆମକୁ ଆମର ପ୍ରଚେଷ୍ଟାର ପ୍ରଦର୍ଶନ ପାଇଁ ବହୁ ଇପ୍ସିତ ମଞ୍ଚଟିଏ ଦେଇଛି - ଆମେ ସୁନିଶ୍ଚିତ ଯେ ନିବେଶକମାନେ ଆଗେଇ ଆସି ଆମକୁ ଆମର ପ୍ରଗତି ପଥରେ ସହାୟତା କରିବେ।

ମୂଳ ଲେଖା - ଟୀମ YS

ଭାଷାନ୍ତର - ଅନନ୍ତ ନାରାୟଣ ପାଣିଗ୍ରାହୀ