ଭାରତୀୟ ଭାଷା ମାନଙ୍କ ଡିଜିଟାଲ ଉତ୍ସବ “ଭାଷା” ଉଦଘାଟିତ

ଭାରତୀୟ ଭାଷା ମାନଙ୍କ ଡିଜିଟାଲ ଉତ୍ସବ “ଭାଷା” ଉଦଘାଟିତ

Friday March 11, 2016,

1 min Read

ନୂଆ ପିଢୀକୁ ଭାରତୀୟ ଭାଷା ମାନଙ୍କ ସହ ଯୋଡିବା ପାଇଁ “କୁଲ”ର ସମାର୍ଥ ବୋଧ ଶବ୍ଦ ପ୍ରତି ଭାଷାରେ ଖୋଜିବାକୁ ହେବ- ଶ୍ରଦ୍ଧା ଶର୍ମା

ଭାରତୀୟ ଭାଷା ମାନଙ୍କର ଡିଜିଟାଲ ଉତ୍ସବ “ଭାଷା” ନୂଆଦିଲ୍ଲୀ ଠାରେ ଉଦଘାଟିତ ହୋଇଯାଇଛି। ଭାରତୀୟ ଭାଷା ମାନେ ସାମ୍ନା କରୁଥିବା ସମସ୍ୟା ଗୁଡିକର ମୂଳ ଖୋଜିବା ଓ ନୂଆ ପିଢୀକୁ ଡିଜିଟାଲ ମାଧ୍ୟମରେ ଭାରତୀୟ ଭାଷା ମାନଙ୍କ ସହ ଯୋଡିବା ପାଇଁ ଏହି ଅଭିନବ ପ୍ରୟାସ ଆରମ୍ଭ କରାଯାଇଛି। ଉତ୍ସବକୁ ଉଦଘାଟନ କରିବା ଆବସରରେ YourStoryର ସଂସ୍ଥାପକ ଓ ସିଇଓ ଶ୍ରଦ୍ଧା ଶର୍ମା କହିଥିଲେ ଯେ ଭାରତୀୟ ଭାଷା ମାନେ ଏବେ ଏକ କଠିନ ସମୟ ଦେଇ ଗତି କରୁଛନ୍ତି। ଇଂରାଜୀର ସର୍ବାଧିକ ପ୍ରଭାବ ଏବେ ନୂଆ ପିଢୀ, ସେମାନଙ୍କ ଜୀବନଶୈଳୀ ଓ ସେମାନେ ନୀତିଦିନ ଜୀବନରେ ବ୍ୟବହାର କରୁଥିବା ଭାଷା ଉପରେ ରହିଛି। ସେମାନଙ୍କୁ ନିଜ ମାତୃଭାଷା ସହ ଯୋଡିବା ପାଇଁ ଭାରତୀୟ ଭାଷା ଗୁଡିକର ବିବର୍ତନର ଆବଶ୍ୟକତା ରହିଛି। ଅନେକ ଇଂରାଜୀ ଶବ୍ଦର ସମାର୍ଥ ବୋଧକ ଶବ୍ଦ ଆମକୁ ଭାରତୀୟ ଭାଷା ମାନଙ୍କ ଭିତରେ ଖୋଜିବାକୁ ପଡିବ।

image


ନିଜ ଜୀବନର ଗୋଟିଏ ଘଟଣାର ଉଦାହରଣ ଦେଇ ଶ୍ରଦ୍ଧା କହିଥିଲେ ଯେ ଛୋଟ ବେଳେ ତାଙ୍କ ମା ତାଙ୍କୁ କଂଭେଣ୍ଟ ସ୍କୁଲରେ ପଢେଇବାକୁ ଚାହୁଁଥିଲେ। ତାଙ୍କ ମା ଇଂରାଜୀରେ ଠିକ ଭାବେ କଥାବାର୍ତ୍ତା କରିପାରୁନଥିଲେ। ସ୍କୁଲରେ ପ୍ୟାରେଣ୍ଟ–ଟିଚର ମିଟିଂ ସମୟରେ ମାଆଙ୍କ ଅଧାଖଣ୍ଡିଆ ଇଂରାଜୀ ଶ୍ରଦ୍ଧାଙ୍କୁ ଲଜ୍ଜିତ କରିଥିଲା ଓ ସେ ମାଆଙ୍କୁ ଇଂରାଜୀରେ ନକହିବା ପାଇଁ କହିଥିଲେ। ଏହାପରେ ମାଆ ଶ୍ରଦ୍ଧାଙ୍କୁ ଚୁପ ରହିବାକୁ କହିଥିଲେ। ସେ ଶ୍ରଦ୍ଧାଙ୍କୁ ବୁଝାଇ ଥିଲେ ଯେ "ତୁମେ କେଉଁଠୁ ଆସିଛ ଓ କଣ ତୁମର ମାତୃଭାଷା” ତାକୁ ନେଇ ସମସ୍ତେ ଗର୍ବିତ ହେବା କଥା। ଇଂରାଜୀରେ ଦକ୍ଷ ହେବା ମାନେ ନୁହେଁ ଯେ ନିଜ ଭାଷାକୁ ଭୁଲିଯିବା। 

image


ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ସହାୟତାରେ ଏହି ଉତ୍ସବର ଆୟୋଜନ କରାଯାଇଛି।