ଆପଣ ସାମାଜିକ ପ୍ରଭାବ ସୃଷ୍ଟି କରିବାକୁ ଚାହାନ୍ତି କି? ୟୁଥ୍ ଆଲିଏନ୍ସ ଅଫ୍ ଇଣ୍ଡିଆ ଦେଖାଉଛି ରାସ୍ତା

ଆପଣ ସାମାଜିକ ପ୍ରଭାବ ସୃଷ୍ଟି କରିବାକୁ ଚାହାନ୍ତି କି? ୟୁଥ୍ ଆଲିଏନ୍ସ ଅଫ୍ ଇଣ୍ଡିଆ ଦେଖାଉଛି ରାସ୍ତା

Friday November 06, 2015,

3 min Read

ଯାହା ଆମକୁ ସମସ୍ୟାରେ ପକାଇଥାଏ, ତା’ର ସମାଧାନ ଦିଗରେ କାମ କରିବାକୁ ଆମେ ସାଧାରଣତଃ ନିଷ୍ପତ୍ତି ନେଇଥାଉ । ପ୍ରଖର ଭାରତୀୟ, ଏଭଳି ଏକ ବ୍ୟକ୍ତି ଯିଏ ଏହାର ସୌହାର୍ଦ୍ଧ୍ୟପୂର୍ଣ୍ଣ ସମାଧାନରେ ବିଶ୍ୱାସ ରଖିଥାନ୍ତି। ୟୁଥ୍ ଆଲିଏନ୍ସ ଅଫ୍ ଇଣ୍ଡିଆର ପ୍ରତିଷ୍ଠାତା ପ୍ରଖର, ଯୁବକମାନଙ୍କୁ ସାମାଜିକ କାର୍ଯ୍ୟ ପାଇଁ ପ୍ରେରିତ କରିଥାନ୍ତି ଏବଂ ସେମାନଙ୍କୁ ବିଭିନ୍ନ କ୍ଷେତ୍ରରେ କାମ କରୁଥିବା ଏନଜିଓରେ ସ୍ୱେଚ୍ଛାସେବୀ ଭାବେ ନିୟୋଜିତ ହେବାକୁ ସହାୟତା କରିଥାନ୍ତି ।

Prakhar Bhartiya, Founder – Youth Alliance

Prakhar Bhartiya, Founder – Youth Alliance


ଏହି ମହାନ୍ କାର୍ଯ୍ୟ ସେହି ସମୟରେ ଆରମ୍ଭ ହୋଇଥିଲା ଯେତେବେଳେ ପ୍ରଖର ସ୍କୁଲରେ ପଢ଼ୁଥିଲେ । ଏହାର ସ୍ମୃତିଚାରଣ କରି ସେ କହନ୍ତି, “ମୋର ସ୍କୁଲ ସମ୍ମୁଖରେ ଏକ ବସ୍ତି ଥିଲା । ଏବଂ ମୁଁ ରାସ୍ତାକଡ଼ରେ ବିକ୍ରି ହେଉଥିବା ଆଇସ୍କ୍ରିମ କଦାପି କିଣି ଖାଉନଥିଲି କାରଣ ମୋ ନିକଟରେ ଯେ ଅର୍ଥର ଅଭାବ ଥିଲା ତା' ନୁହେଁ ବରଂ ବସ୍ତିର ପିଲାମାନଙ୍କ ପାଇଁ ଆଇସ୍କ୍ରିମ୍ କିଣିବାକୁ ମୋ ନିକଟରେ ଆବଶ୍ୟକ ଅର୍ଥର ଅଭାବ ଥିଲା।” ସେ କଲେଜରେ ତୃତୀୟ ବର୍ଷରେ ପଢ଼ିବା ସମୟରେ ୟୁଥ୍ ଆଲିଏନ୍ସ ଆରମ୍ଭ କରିଥିଲେ । ପ୍ରଥମେ ପ୍ରଥମେ ଏହି ଅଭିଯାନ ମନ୍ଥର ଗତିରେ ଚାଲୁଥିଲା, କିନ୍ତୁ ୨୦୦୯ରେ, ଯେତେବେଳେ ସେମାନେ ଜାଗୋ ରେ ଅଭିଯାନ ସହ ଅନୁବନ୍ଧିତ ହେଲେ ଏଥିରେ ଉଲ୍ଲେଖନୀୟ ପ୍ରଗତି ଆସିଲା । ଏହି ସମୟରେ ସେମାନେ ନୋଇଡା ଏବଂ ଗାଜିଆବାଦ ଇଲାକାରେ ଭୋଟର ପଂଜିକରଣ ସଚେତନତା ଅଭିଯାନ ଆରମ୍ଭ କରିଥିଲେ । ଏହି ଅଂଚଳର ପ୍ରାୟ ୬ହଜାର କଲେଜ ଛାତ୍ରଛାତ୍ରୀ ଏହି ଅଭିଯାନରେ ନିଜର ନାମକୁ ପଂଜିକୃତ କରିଥିଲେ, ଗାଣତାନ୍ତ୍ରିକ ବ୍ୟବସ୍ଥାରେ ସାମିଲ ହେବାର ଏହା ବାସ୍ତବରେ ଏକ ବଡ଼ ଉପଲବ୍ଧି ଅଟେ ।

ଟିଚ୍ ଇଣ୍ଡିଆ ଫେଲୋସିପର ଅଂଶବିଶେଷ ହେବା ପରେ ସେ ତୃଣମୂଳସ୍ତରରେ କାମ କରିବା ଏବଂ ନେତୃତ୍ୱ ନେବାର ଗୁରୁତ୍ୱକୁ ଅନୁଭବ କରିଥିଲେ । ଫେଲୋସିପ୍ ପରେ ପ୍ରଖର ଟିଚ୍ ଇଣ୍ଡିଆର ବନ୍ଧୁମାନଙ୍କୁ ୟୁଥ୍ ଆଲିଏନ୍ସରେ ସାମିଲ କରାଇଲେ ଏବଂ ଟିମ୍ ସଦସ୍ୟଙ୍କ ସଂଖ୍ୟା ୫କୁ ବୃଦ୍ଧି ପାଇଥିଲା । ବର୍ତମାନ, ସହରାଂଚଳ ଓ ଗ୍ରାମାଂଚଳର ଯୁବକଙ୍କ ଭାଗିଦାରୀ ବଢ଼ାଇବା ପାଇଁ ୟୁଥ୍ ଆଲିଏନ୍ସ ବିଭିନ୍ନ ନେତୃତ୍ୱ ବିକାଶ ପ୍ରଶିକ୍ଷଣ ଶିବିରଗୁଡ଼ିକର ଆୟୋଜନ କରୁଛି ।

ପ୍ରଶିକ୍ଷଣ ଜରିଆରେ ପରିବର୍ତ୍ତନ

Lead the Change with Anshu Gupta, founder – Goonj

Lead the Change with Anshu Gupta, founder – Goonj


ସହରର ପରିବର୍ତ୍ତନ ପାଇଁ, ୟୁଥ୍ ଆଲିଏନ୍ସ 'ପରିବର୍ତ୍ତନର ନେତୃତ୍ୱ ନିଅ' ଶୀର୍ଷକରେ ଏକ ଫେଲୋସିପ୍ ଯୋଜନା ଆରମ୍ଭ କରିଛି । ଏହା ଏକ ୮ ସପ୍ତାହ ପ୍ରଶିକ୍ଷଣ, ଏଥିରେ ଦିଲ୍ଲୀର ୨୫ରୁ ୩୦ଜଣ ଉତ୍ସାହୀ ଯୁବକଙ୍କୁ ସାମିଲ କରାଯାଇଥାଏ । ଏହି ପ୍ରଶିକ୍ଷଣରେ, ଗୁନିର ପ୍ରତିଷ୍ଠାତା ଅଂଶୁ ଗୁପ୍ତା, ଟିଚ୍ ଫର୍ ଇଣ୍ଡିଆର ସିଇଓ ସାହିନ୍ ମିସ୍ତ୍ରୀ, ମଂଜିଲର ପ୍ରତିଷ୍ଠାତା ରବି ଗୁଲାଟିଙ୍କ ଭଳି ଅନେକ ପ୍ରଖ୍ୟାତ ବିଶେଷଜ୍ଞଙ୍କ ସହ ଆଲୋଚନା ଓ ମାର୍ଗଦର୍ଶନ ଜରିଆରେ ସେମାନଙ୍କୁ ସାମାଜିକ ଉଦ୍ୟୋଗ ନେତୃତ୍ୱର ଶିକ୍ଷା ଦିଆଯାଇଥାଏ ।

ଗ୍ରାମ୍ୟ ମନ୍ଥନ ଭଳି ଅନ୍ୟ ପ୍ରକଳ୍ପ ଜରିଆରେ ସାମାଜିକ ନେତୃତ୍ୱର ବିକାଶ ଏବଂ ଗ୍ରାମୀଣ ସଂପୃକ୍ତିର ଲକ୍ଷ୍ୟ ରଖାଯାଇଛି । ଦେଶର ବିଭିନ୍ନ ସ୍ଥାନରୁ ୫୦ଜଣ ଲୋକଙ୍କୁ ଏଥିରେ ସାମିଲ କରାଯାଇ ସେମାନଙ୍କୁ ଗ୍ରାମାଂଚଳର ସମସ୍ୟା ଓ ଗ୍ରାମୀଣ ଜୀବନ ସଂପର୍କରେ ଅଭିଜ୍ଞତା ଅର୍ଜନ କରିବାର ପରିବେଶ ପ୍ରଦାନ କରାଯାଇଥାଏ ।

ପ୍ରଭାବ

ବର୍ତ୍ତମାନ ସୁଦ୍ଧା ସମଗ୍ର ଦେଶର ୨୦୦ ଯୁବକଙ୍କର ଲିଡ୍ ଦି ଚେଂଜ୍ ଫେଲୋସିପ୍ ପ୍ରଦାନ କରାଯାଇଛି । ସେମାନଙ୍କ ମଧ୍ୟରୁ ୧୧ଜଣ ଏନଜିଓରେ ପୂର୍ଣ୍ଣକାଳୀନ କର୍ମଚାରୀ ଭାବେ ଯୋଗଦେଇଛନ୍ତି ଏବଂ ପୁରାତନ ଛାତ୍ରଙ୍କ ପାଇଁ ୨୫ଟି ନୂତନ ପ୍ରଚେଷ୍ଟା ଆରମ୍ଭ କରାଯାଇଛି । ସେହିଭଳି ୧୪ଜଣ ପ୍ରଶିକ୍ଷାର୍ଥୀ ପାର୍ଟଟାଇମ୍ କ୍ଷମତାରେ ବିଭିନ୍ନ ସାମାଜିକ ସଂସ୍ଥାରେ କାମ କରିଛନ୍ତି । ୪୦ ଜଣ ଫେଲୋ ସାମାଜିକ କ୍ଷେତ୍ରର ଅନ୍ୟ ଫେଲୋସିପ୍ ଯୋଜନାରେ ଅଂଶଗ୍ରହଣ କରିଛନ୍ତି ।

ଭବିଷ୍ୟତ ଓ ଅଭିଜ୍ଞତାର ଶିକ୍ଷା

ଭବିଷ୍ୟତ ସଂପର୍କରେ ଆଲୋଚନା କରିବା ବେଳେ, ଦେଶର ପରିବର୍ତ୍ତନରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବା ଭଳି ଯୁବକଙ୍କୁ ପ୍ରସ୍ତୁତ କରିବାକୁ କଲେଜରେ ଏକ ପାରିପାର୍ଶ୍ଵିକ ବ୍ୟବସ୍ଥା ସୃଷ୍ଟିକରିବା ପାଇଁ ପ୍ରଖର ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ସେ ଏକ ବର୍ଷିକିଆ ପ୍ରଶିକ୍ଷଣ ଯୋଜନା-ଅନସ୍-ସୋସିଆଲ୍ ଚେଂଜ୍ ଲ୍ୟାବର ଆରମ୍ଭ କରିବାକୁ ବ୍ଳୁପ୍ରିଂଟ୍ ପ୍ରସ୍ତୁତ କରିଛନ୍ତି । ଏହା ମାର୍ଚ୍ଚ ମାସଠାରୁ ଆରମ୍ଭ ହେବ । ଏଥିରେ, ନୂତନ ଚିନ୍ତାଧାରାକୁ କାର୍ଯ୍ୟକାରୀ କରିବା ସକାଶେ ଆବଶ୍ୟକ ବ୍ୟକ୍ତିଗତ ପରିବର୍ତ୍ତନଠାରୁ ଆରମ୍ଭ କରି ସମସ୍ୟାର ସମାଧାନ ଯାଏଁ ବିଭିନ୍ନ ପର୍ଯ୍ୟାୟ ରହିଛି । ଏହି ଯୋଜନା ଗୋଟିଏ କଲେଜରୁ ଆରମ୍ଭ ହେବ ଏବଂ ଏହାର ସଫଳତାକୁ ଦୃଷ୍ଟିରେ ରଖି ଅନ୍ୟସ୍ଥାନରେ ଲାଗୁ କରାଯିବ ।

ପ୍ରଖର କହନ୍ତି, “ ଜୀବନର ଏହି ଯାତ୍ରାରେ ସେ ଲକ୍ଷ୍ୟଭ୍ରଷ୍ଟ ନହେବା ଓ ଟିମ୍ ସଦସ୍ୟଙ୍କୁ ମାଲିକାନା ଦେବା ଭଳି ଅନେକ ଉତ୍ତମ ଶିକ୍ଷାଲାଭ କରିଛନ୍ତି ଏବଂ ଏହାଦ୍ୱାରା ଉଲ୍ଲେଖନୀୟ ସଫଳତା ପାଇଛନ୍ତି ।”