ଗ୍ରାମୀଣ ଭାରତର ମୂଲ୍ୟବୋଧ ଆଗେଇ ନେଇଥିବା ସିଟି ବ୍ୟାଙ୍କର

ଗ୍ରାମୀଣ ଭାରତର ମୂଲ୍ୟବୋଧ ଆଗେଇ ନେଇଥିବା ସିଟି ବ୍ୟାଙ୍କର

Thursday October 15, 2015,

3 min Read

ହ୍ଵାର୍ଟନ ଆଣ୍ଡ ପେନ୍ନ ବୈଷୟିକ ମହାବିଦ୍ୟାଳୟରୁ ଶିକ୍ଷା ପରେ ଉଚ୍ଚ ଦରମା ପାଇ ସିଟି ବ୍ୟାଙ୍କ ରେ କାମ କରିବା ଯାଏଁ ସବୁ ଠିକ ଥିଲା । ହେଲେ ୨ ସପ୍ତାହ ଛୁଟିରେ ହିମାଳୟ କୁ ଆସିବା ପରେ ସେ ଜୀବନ ର ପ୍ରକୃତ ମାନେ ବୁଝିପାରି ଏବେ ଗତ ୩ ବର୍ଷ ଧରି ସେ ହିମାଳୟ ରେ ହିଁ ରହି ଆସୁଛନ୍ତି ।

ଅଜୟ ଚତୁର୍ବେଦୀ ନିଜ କାମ ରେ ଯଦିଓ ଏତେ ଟା ସନ୍ତୁଷ୍ଟ ନଥିଲେ ତେବେ ଏହି ହିମାଳୟ ଯାତ୍ରା ତାଙ୍କୁ ଆତ୍ମସମୀକ୍ଷା ପାଇ ସୁଯୋଗ ଦେଲା । ସେ କୁହନ୍ତି ବିଟ୍ସ ପିଲାନୀରୁ ପାଠ ପଢିବା ପରେ ମୁଁ ପ୍ରାୟ ୨ ବର୍ଷ ଯାଏ ପ୍ରଥମ ଚାକିରିରେରହିବା ପରେ ଟ୍ରେଡିଂ ରେ ମନୋନିବେଶ କରିଥିଲି, ତେବେ ମାର୍କେଟ ଡାଉନ ହେବା ପରେ ସେ ହ୍ଵାର୍ଟନ ଯାଇଥିଲେ ଯେଉଁଠି ତାଙ୍କ ପ୍ରକୃତ ଜୀବନ ଯାତ୍ରା ଆରମ୍ଭ ହୋଇଥିଲା ।

ପରେ ତାଙ୍କର ଏହି ହିମାଳୟ ମଧ୍ୟରେ କେଦାରନାଥର ଯାତ୍ରା ପରେ ସେ ୨୦୧୦ ରେ ଚାକିରିରୁ ଇସ୍ତଫା ଦେଇ ଗ୍ରାମୀଣ ଭାରତକୁ ମଜଭୁତ କରିବା ସ୍ଵପ୍ନ ରେ ଆଗେଇ ପଡିଥିଲେ । ଏହି ସମୟରେ ସେ HarVa ପ୍ରତିଷ୍ଠା କରିଥିଲେ ।

image


ଅଜୟ କୁହନ୍ତି ସରକାର ଆଜି ଲୋକମାନଙ୍କୁ ଅନେକ ଟ୍ରେନିଂ ଦେଇ କୁଶଳୀ କରୁଥିବା ପରେ ଚାକିରି ଅଭାବରେ ସେମାନେ ସିକ୍ୟୁରୀଟି ଗାର୍ଡ ଠାରୁ ଆରମ୍ଭ କରି ଡ୍ରାଇଭର ଭଳି କାମ ରେ ନିୟୋଜିତ ହେଉଛନ୍ତି । ସେ କୁହନ୍ତି ଯେବେ ଆପଣ ନିଜକୁ ଗ୍ରାମୀଣ ଜୀବନରେ ସାମିଲ କରିନାହାନ୍ତି ଆପଣ ଅଭିଯୋଗ କରିବାକୁ ମଧ୍ୟ ହକଦାର ନୁହନ୍ତି ।

ହାର୍ବା ମାନେ ଗ୍ରାମୀଣ ଭାରତର ହାର୍ନେସିଙ୍ଗ ଭାଲ୍ୟୁ । ଗତ ୫ ବର୍ଷ ଧରି ଏହା ଗ୍ରାମୀଣ ଭାରତରେ ବିପିଓ, ଗୋଷ୍ଠୀ ଭିତ୍ତିକ କୃଷି, ମାଇକ୍ରୋ ଇନଶୋରେନ୍ସ ତଥା ଦକ୍ଷତା ବୃଦ୍ଧି ଆଦି କ୍ଷେତ୍ର ରେ କାର୍ଯ୍ୟ କରିଆସୁଛି । ଯଦିଓ ଲୋକମାନେ ପ୍ରଥମେ ଏହାକୁ ଗ୍ରହଣ କରିପାରିନଥିଲେ, ତେବେ ପରେ ଏହା ସହ ଅଧିକ ଲୋକମାନେ ସାମିଲ ହେଉଛନ୍ତି ।

HarVa XPO at Chhindwara (M.P.)

HarVa XPO at Chhindwara (M.P.)


ମାଇକ୍ରୋଫାଇନାନ୍ସ ର ଲକ୍ଷ୍ୟ ରଖିଥିବା ହାର୍ବା ଏବେ ହାର୍ବା କର୍ମଚାରୀ ଲୋନ ନାମରେ ଏକ କାର୍ଯ୍ୟକ୍ରମ ଆରମ୍ଭ କରିଛି । ଏବେ ବାଜାଜ ଆଲିଆଞ୍ଜ ସହାୟତାରେ ହାର୍ବା ସୁରକ୍ଷା ନାମରେ ଆଉ ଗୋଟିଏ ଗ୍ରାମୀଣ ସଞ୍ଚୟ ସେବା ଆରମ୍ଭ କରିଛନ୍ତି । ଅଜୟ କୁହନ୍ତି ହାର୍ବା ଏବେ ୨୦ଟି ହାର୍ବା ଡିଜିଟାଲ ହୁଟ ଆରମ୍ଭ କରିଛି । ୭୦ ଶତକଡା ମହିଳା କାମ କରୁଥିବା ପ୍ରତି ହୁଟ ୩-୪ ଟି ଗ୍ରାମ କୁ ସଂଯୋଗ କରୁଛି । ଆମେ ପ୍ରାୟ ୧୦୦୦ ଟି ଘରକୁ ସଂଯୋଗ କରୁଛୁ । ଆଉ ଆମ କର୍ମଚାରୀ ମାନେ ବିଭିନ୍ନ କାମ କରି ୧୫୦୦ ଟଙ୍କାରୁ ୧୪୦୦୦ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରୁଛନ୍ତି ।

ଆମେ ପାର୍ଟନର ମଡେଲ ରେ ଏବେ ଆଗକୁ ବଢିବା କଥା ଭାବୁଛୁ । ଆଗକୁ ଅନେକ ପ୍ଳାନ ରଖିଥିବା ଅଜୟ ନିକଟ ଭବିଷ୍ୟତ ରେ ତାଙ୍କର ସଂସ୍ଥା ଦ୍ଵାରା ବିଭିନ୍ନ ସ୍ତରରେ କାମ କରିବା କଥା ଭାବୁଥିଲା ବେଳେ ପରେ ଜାତୀୟ ସ୍ତର ରେ କିଛି ଭଲ କାମ କରିବା କଥା ମନରେ ଥିବା କୁହନ୍ତି । ଟଙ୍କା ଗ୍ରାମୀଣ ବିକାଶ ମଡେଲ ଅନ୍ୟ ଜାଗାରେ ମଧ୍ୟ କାମ କରୁ ଏହା ସେ ଚାହାନ୍ତି ।

ଉପଯୁକ୍ତ ଭିତ୍ତିଭୂମିର ଅଭାବ ଓ ଖରାପ ଯୋଗାଯୋଗ ମାଧ୍ୟମ ତାଙ୍କର ସବୁଠୁ ବଡ ବାଧକ ବୋଲି ସେ କୁହନ୍ତି । ତାହା ସହ ଲୋକଙ୍କ ଚିନ୍ତାଧାରା ସହ ଖାପ ଖୁଆଇ କାମ କରିବା ମଧ୍ୟ ବହୁତ କଷ୍ଟକର ବୋଲି ସେ ଜୋର ଦିଅନ୍ତି । ଆମେ ଚେଷ୍ଟା କରୁ ଲୋକମାନେ ଯଥା ସମ୍ଭବ ଲାଭବାନ ହୁଅନ୍ତୁ । ଆମେ ଅନ୍ୟ ଗ୍ରାମୀଣ ବିପିଓ ମାନଙ୍କ ତୁଳନାରେ ଲୋକଙ୍କୁ ଅଧିକ ଲାଭବାନ କରାଇବା ଉପରେ ଜୋର ଦଉଛୁ । ଆମ ଇନଶୋରେନ୍ସ ପ୍ଳାନ ରେ ଆମେ ୭ ଶତକଡା ପ୍ରିମିୟମ ଦଉଛୁ ଯାହା ଅନ୍ୟ ମାନଙ୍କ ତୁଳନାରେ ଯଥେଷ୍ଟ ଭଲ ।

image


ଅଜୟଙ୍କ କାମ ବିଶ୍ୱବ୍ୟାପି ଅନେକ ପ୍ରସିଦ୍ଧି ଲାଭ କରିଛି । ସେ ବିଶ୍ଵ ଇକୋନୋମିକ ଫୋରମ ପକ୍ଷରୁ ୨୦୧୩ ରେ ୟଙ୍ଗ ଗ୍ଲୋବାଲ ଲୀଡର ହିସାବରେ ସମ୍ମାନିତ ମଧ୍ୟ ହୋଇଛନ୍ତି । ଆମଷ୍ଟାରଡାମ ସ୍କୁଲ ଅଫ କ୍ରିୟେଟିଭ ଲୀଡାରଶିପ ପକ୍ଷରୁ ତାଙ୍କୁ ବିଶ୍ଵର ୫୦ ଜଣ କ୍ରିୟେଟିଭ ଲୀଡାର ହିସାବରେ ମାନ୍ୟତା ମିଳିଛି ।