ଗଛ ପାଇଁ ଅଜବ ମାନବିକତା

ଗଛଟିକୁ ବଂଚାଇବାକୁ ଯାଇ ସେ ସେହି ଦୋକାନଟିକୁ ଭଡ଼ାରେ ନେଇଗଲେ । ମାସିକ ୬୦ ହଜାର ଟଙ୍କା । ସେଇ ଅନୁସାରେ ୬ ବର୍ଷ ପାଇଁ ରାଜିନାମା ଦସ୍ତଖତ କଲେ । ପରେ ଏହା ୯ ବର୍ଷକୁ ବଢିଗଲା ।

ଗଛ ପାଇଁ ଅଜବ ମାନବିକତା

Friday January 08, 2016,

1 min Read

ଗଛଟିକୁ ବଂଚାଇବାକୁ ଯାଇ ସେ ସେହି ଦୋକାନଟିକୁ ଭଡ଼ାରେ ନେଇଗଲେ । ମାସିକ ୬୦ ହଜାର ଟଙ୍କା । ସେଇ ଅନୁସାରେ ୬ ବର୍ଷ ପାଇଁ ରାଜିନାମା ଦସ୍ତଖତ କଲେ । ପରେ ଏହା ୯ ବର୍ଷକୁ ବଢିଗଲା ।

ଅହମ୍ମଦାବାଦର ସଂଜୟ ରାୱଲ ଏମିତି କିଛି କରିଛନ୍ତି, ଯାହା ସତରେ ପ୍ରଶଂସନୀୟ । ଗୋଟେ ବହି ଦୋକାନର ମାଲିକ ସଂଜୟ ନିଜ ଆଖପାଖରେ ଥିବା ଗୋଟିଏ ଗଛକୁ ବଂଚାଇବା ପାଇଁ କରିଥିବା ପ୍ରୟାସକୁ ନେଇ ସେ ଏବେ ଚର୍ଚ୍ଚାରେ ।

image


ଦିନେ ସଂଜୟ ଦେଖିଲେ କିଛି ଲୋକ ତାଙ୍କ ଝରକାକୁ ସବୁଜ ପଣତ ଢାଙ୍କି ରଖୁଥିବା ଗଛଟିକୁ କାଟୁଛନ୍ତି । ସଙ୍ଗେ ସଙ୍ଗେ ସେ ତଳକୁ ଯାଇ ଖବର ନେଲେ ଏହା ପଛର ଅସଲ କାରଣ କଣ । ଜଣାପଡ଼ିଲା- ରାସ୍ତା କଡ଼ରେ ଥିବା ଆଉ ଏକ ଦୋକାନକୁ ଘୋଡେ଼ଇ ଦେଉଥିବାରୁ, ଦୋକାନୀ ଜଣକୁ ଗଛଟିକୁ କାଟିବାକୁ ଚାହୁଁଛି । ଗଛ ଦ୍ୱାରା ତାର ବେପାର ମଧ୍ୟ ବେଶ ପ୍ରଭାବିତ ହେଉଥିଲା ।

image


ସଂଜୟ ଆଉ ଦ୍ୱିତୀୟ ଚିନ୍ତା କଲେନି । ଗଛଟିକୁ ବଂଚାଇବାକୁ ଯାଇ ସେ ସେହି ଦୋକାନଟିକୁ ଭଡ଼ାରେ ନେଇଗଲେ । ମାସିକ ୬୦ ହଜାର ଟଙ୍କା । ସେଇ ଅନୁସାରେ ୬ ବର୍ଷ ପାଇଁ ରାଜିନାମା ଦସ୍ତଖତ କଲେ । ପରେ ଏହା ୯ ବର୍ଷକୁ ବଢିଗଲା ।

image


ପାଲନପୁରରୁ ଆସିଥିବା ସଂଜୟ, ଅହମ୍ମଦାବାଦରେ ପ୍ରଥମେ ନିଜର ନିର୍ମାଣ କାମ ଦେଖିବାକୁ ଆସିଥିଲେ । କିନ୍ତୁ ସବୁବେଳେ ପଢିବାକୁ ଭଲ ପାଉଥିବା ସଂଜୟ ଶେଷକୁ ନିଜେ ବହି ଦୋକାନଟେ ଖୋଲିଲେ । ଏବେ ଯେଉଁ ଗଛକୁ ସେ ବଂଚାଇଛନ୍ତି, ତାଆରି ତଳେ ନିଜର ଗରାଖ ଓ ପାଠକମାନଙ୍କୁ ରିଫ୍ରେଶମେଂଟ ସୁବିଧା ଯୋଗାଇ ଦେବେ ବୋଲି କହିଛନ୍ତି ।