ଯାଜପୁରରେ ଶିକ୍ଷକଙ୍କୁ ସଶକ୍ତ କରୁଛନ୍ତି କର୍ପୋରେଟ

ଯାଜପୁରରେ ଶିକ୍ଷକଙ୍କୁ ସଶକ୍ତ କରୁଛନ୍ତି କର୍ପୋରେଟ

Friday February 19, 2016,

2 min Read

ଦେଶର ସର୍ବବୃହତ୍ ଶକ୍ତି ସମନ୍ୱିତ କମ୍ପାନୀ ଟାଟା ପାୱାର ଏହାର ପ୍ଲାଂଟ୍ ଚତୁଃପାର୍ଶ୍ଵ ଅଂଚଳଗୁଡିକରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟରେ ଜଡିତ ରହି ଆସିଛି । ଏହାର ପ୍ଲାଂଟ୍ ନିକଟବର୍ତ୍ତୀ ଅଂଚଳରେ ଗୁଣାତ୍ମକ ଶିକ୍ଷାର ବିକାଶ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ କରିଛି । ଏହି ଭଳି ଏକ ଗୁରୁତ୍ୱପୁର୍ଣ୍ଣ ବିଷୟକୁ ନଜରରେ ରଖି ଟାଟା ପାୱାର ଏବଂ ଏହାର ସହାୟକ କମ୍ପାନୀ ଇଣ୍ଡଷ୍ଟ୍ରିଆଲ୍ ଏନର୍ଜି ଲିମିଟେଡ୍ (ଆଇଇଏଲ)ର ମିଳିତ ଆନୁକୂଳ୍ୟରେ କଳିଙ୍ଗ ନଗର କପିଳେଶ୍ୱର ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରଶିକ୍ଷକ ମାନଙ୍କୁ ନେଇ ଓରିଏଟେଂସନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏଥିରେ ମାଗଣା ସ୍ପୋକନ୍ ଇଂଲିସ୍, ଗଣିତ ଏବଂ ବିଜ୍ଞାନ ବିଷୟ ଗୁଡିକ ଉପରେ ଆଲୋକପାତ କରାଯାଇଛି ।

image


କମ୍ପାନୀ ପ୍ରୟାସରେ ପ୍ଲାଂଟ ନିକଟବର୍ତ୍ତୀ ଅଂଚଳଗୁଡ଼ିକରେ ପ୍ରାୟ ୧୩ କୋଚିଂ ସେଂଟର ପରିଚାଳିତ ହୋଇଥିବା ବେଳେ ଏଥିରେ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ ସାଧନ ପାଇଁ ବିଜ୍ଞାନ, ଗଣିତ , ସ୍ପୋକନ୍ ଇଂଲିସ୍ ଏବଂ ଇଂଲିସ୍ ଲିଖନ ଉପରେ କୋଚିଂ ମାନ ପ୍ରଦାନ କରାଯାଉଛି । ଏହି କାର୍ଯ୍ୟକ୍ରମ ବିଶେଷ କରି ପ୍ରଶିକ୍ଷକ ମାନଙ୍କ ମଧ୍ୟରେ ଦକ୍ଷତାର ବିକାଶ ଏବଂ ନେତୃତ୍ୱ ବିକାଶ ଏବଂ ଉନ୍ନତ ଶିକ୍ଷା ଦାନ କଳା ସମ୍ପର୍କରେ କିଭଳି ପ୍ରଶିକ୍ଷକ ମାନେ ସକ୍ଷମ ହେବେ ସେ ଦିଗରେ ଥିବା ବିଭିନ୍ନ ବିଷୟ ଉପରେ ପର୍ଯ୍ୟବେସିତ ଥିଲା । ଏହି କାର୍ଯ୍ୟକ୍ରମକୁ କପିଳେଶ୍ୱର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପ୍ରଭାତୀ ମିଶ୍ର ଉଦଘାଟନ କରିଥିଲା ବେଳେ ଏହି ଅବସରରେ ଟାଟା ପାୱାର ପକ୍ଷରୁ କଳିଙ୍ଗ ନଗର ଷ୍ଟେସନର ମୂଖ୍ୟ ଏବଂ ଆଇଇଏଲ୍ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବିଜୟାନ୍ତ ରଞ୍ଜନ ଉପସ୍ଥିତ ଥିଲେ ।

ଶିକ୍ଷାର ମହତ୍ୱ ଏବଂ ଶିକ୍ଷାର୍ଥୀଙ୍କର ସର୍ବାଙ୍ଗୀନ ବିକାଶ ଉପରେ ଟାଟା ପାୱାର ସର୍ବଦା ଧ୍ୟାନ କେନ୍ଦ୍ରିତ କରି ଆସିଛି । ଏହି ଭଳି ଏକ କାର୍ଯ୍ୟକ୍ରମ ଆୟୋଜନ କରିବା ଦ୍ୱାରା ଆମେ ଶିକ୍ଷକ ମାନଙ୍କୁ କୁଶଳୀ କରିବା ଫଳରେ ଏହା ଶିକ୍ଷାର୍ଥୀ ମାନଙ୍କ ପାଇଁ ସହାୟକ ହେବ । ଏହି ଭଳି କାର୍ଯ୍ୟକ୍ରମ ଆଗାମୀ ଦିନରେ ଜାରି ରହିବ ବୋଲି ପାୱାର ପକ୍ଷରୁ କଳିଙ୍ଗ ନଗର ଷ୍ଟେସନର ମୂଖ୍ୟ ଏବଂ ଆଇଇଏଲ୍ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବିଜୟାନ୍ତ ରଞ୍ଜନ କହିଛନ୍ତି ।