ଚାଷ କ୍ଷେତ୍ରରେ ଜଳସଙ୍କଟ ଦୂର କରିବ ମୋବାଇଲ ଜ୍ଞାନକୌଶଳରେ ନିର୍ମିତ ନାନୋ ଗଣେଶ

ଚାଷ କ୍ଷେତ୍ରରେ ଜଳସଙ୍କଟ ଦୂର କରିବ ମୋବାଇଲ ଜ୍ଞାନକୌଶଳରେ ନିର୍ମିତ ନାନୋ ଗଣେଶ

Saturday November 28, 2015,

2 min Read

ଭାରତ ଏକ କୃଷି ପ୍ରଧାନ ଦେଶ ହୋଇଥିବା ବେଳେ ଜଳ ସମସ୍ୟା କୃଷି କ୍ଷେତ୍ରରେ ମୂଳ ବାଧକ ସାଜିଛି । ପ୍ରତିବର୍ଷ ଚାଷୀମାନ ମରୁଡି ହେତୁ ଫସଲ ହରାଉଛନ୍ତି । ଚାଷୀମାନଙ୍କୁ ମୋବାଇଲ ଫୋନରେ ଚାଷ ସମ୍ପର୍କୀତ ସୂଚନା ଦିଆଯାଉଥିବା ବେଳେ ମୋବାଇଲ ଜ୍ଞାନକୌଶଳ ବ୍ୟବହାର କରି ଜଳ ସମସ୍ୟା ମଧ୍ୟ ଦୂର କରାଯାଇପାରୁଛି । ଏହା ଭାରତରେ ଦୀର୍ଘ ପାଞ୍ଚ ବର୍ଷ ହେଲା ବ୍ୟବହାର ହୋଇଆସିଲାଣି । ଓସିଆନ ଦ୍ୱାରା ନାନୋ ଗଣେଶ ମୋବାଇଲ ଇନଷ୍ଟଲେସନ ଜ୍ଞାନକୌଶଳର ବ୍ୟବହାରରେ ଚାଷୀମାନେ ଚାଷ ଜମିକୁ ନ ଯାଇ ୭ କିଲୋମିଟର ଦୁରରୁ ଚାଷ ଜମିର ଜଳଯୋଗାଣକୁ ପରିଚାଳିତ କରିପାରିବେ ।

image


ଭାରତରେ ମହାରାଷ୍ଟ୍ର, ଆନ୍ଧ୍ର ପ୍ରଦେଶ, ମଧ୍ୟ ପ୍ରଦେଶ, ପଞ୍ଜାବ, ରାଜସ୍ଥାନ ଆଦି ରାଜ୍ୟର ୧୫୦୦୦ରୁ ଅଧିକ ଜମିରେ ଏହି ନାନୋ ଗଣେଶ ବ୍ୟବହାର କରାଯାଇଥିବା ବେଳେ ଇଜିପ୍ଟ,ତାଞ୍ଜାନିଆ, ଅଷ୍ଟ୍ରେଲିଆ ଏବଂ ଭୂଟାନ ଭଳି ଦେଶମାନଙ୍କରେ ମଧ୍ୟ ବହୁଳ ଭାବେ ବ୍ୟବହାର କରାଯାଉଛି । ଗୋଟିଏ ନାନୋ ଗଣେଶର ବ୍ୟବହାର ପ୍ରାୟ ୮ ଜଣ ବ୍ୟକ୍ତିଙ୍କ ସାମାଜିକ ଓ ଅର୍ଥନୈତିକ ଜୀବନକୁ ପ୍ରଭାବିତ କରିଥାଏ – ଚାଷୀ, ଚାଷୀର ପରିବାର, ଚାଷ ପରିଚାଳକ ଏବଂ ପାଖର ଆଗ୍ରୋ ଇଲୋକଟ୍ରେନିକ ମେକାନିକ ।

ଏହାର ମରାମତି ଓ ଜ୍ଞାନକୌଶଳ ସହାୟତା ନିହାତି ଭାବରେ ଏକ ବଡ ପ୍ରଶ୍ନ । ପ୍ରାରମ୍ଭିକ ପର୍ଯ୍ୟାୟରେ ଆମେ ଚାଷୀମାନଙ୍କୁ ସେମାନଙ୍କୁ ଏହି ମେସିନ ସିଧାସଳଖ ଆମର ପୁନେସ୍ଥିତ କାର୍ଯ୍ୟାଳୟକୁ ପଠାଇବାକୁ କହୁଥିଲୁ । ପରେ ଆମେ ବିଭିନ୍ନ ରାଜ୍ୟରେ ଆମର ଶାଖାମାନ ଖୋଲି ସେବା ପ୍ରଦାନ କରୁଛୁ । କିଛି କ୍ଷେତ୍ରରେ ଦୁର୍ଗମ ଅଞ୍ଚଳର ଚାଷୀମାନଙ୍କୁ ଗମନାଗମନର ଅସୁବିଧା ଥିବାରୁ ଆମେ ସେମାନଙ୍କୁ ଏହା ଉପରେ କିଛି ଶିକ୍ଷା ଦେଇ ସେମାନଙ୍କୁ ନିଜେ ଏହାକୁ ସମ୍ଭାଳିବାର ସକ୍ଷମ କରାଇଥାଉ । ସବୁଠୁ ବଡ କଥା ହେଲା ଏହା ଚାଷୀମାନଙ୍କୁ ଶ୍ରମିକ ଓ ଇନ୍ଧନ ଖର୍ଚ୍ଚରୁ ୫୦ ରୁ ୬୦ ହଜାର ବଞ୍ଚାଉଅଛି ବୋଲି ଓସିଆନର ପ୍ରତିଷ୍ଠାତା ସନ୍ତୋଷ ଓସ୍ତୱାଲ କୁହନ୍ତି ।

image


ପ୍ରତ୍ୟେକ ନାନୋ ଗଣେଶର ଦାମ ଏହାର ମଡେଲ ଉପରେ ନିର୍ଭର କରିଥାଏ ଓ ଏହା ୫୬୦ ଟଙ୍କାରୁ ଆରମ୍ଭ କରି ୨୮୦୦ଟଙ୍କା ପର୍ଯ୍ୟନ୍ତ ବିଭିନ୍ନ ବର୍ଗର ମଡେଲ ରହିଛି । ଏହା କଂପାନୀ ସହ ଯୋଗାଯୋଗ କରୁଥିବା ଚାଷୀଙ୍କୁ କଂପାନୀ ସିଧାସଳଖ ଯୋଗାଉଥିବା ବେଳ ଏହାର ୩୦୦ରୁ ଅଧିକ ଡିଲର ମଧ୍ୟ ଅଛନ୍ତି ଯେଉଁମାନେ କି ଏହା ଚାଷୀଙ୍କ ନିକଟରେ ପହଂଚାଇଥାନ୍ତି । ଜାତୀୟ ଗଣମାଧ୍ୟମଗୁଡିକରେ ମଧ୍ୟ ଏହାରମୂ ବିଜ୍ଞ୍ୟାପନ ଦିଆଯାଇଥାଏ ।

ଆଜିର ଦିନରେ ନାନୋ ଗଣେଶ ଏକ ସଫଳ ପ୍ରକଳ୍ପ ହୋଇଥିଲେ ମଧ୍ୟ ଆରମ୍ଭରେ ଏହା ବହୁ ଆର୍ଥିକ ସଂକଟ ଦେଇ ଗତି କରିଥିଲା ଓ ସେମାନେ ବହୁ କଷ୍ଟରେ ନିବେଶକ ଯୋଗାଡ କରି ଏହାକୁ ଆରମ୍ଭ କରିଥିଲେ ବୋଲି ସନ୍ତୋଷ କୁହନ୍ତି ।

ମୂଳ ଲେଖା - ବୃନ୍ଦା ଲକ୍ଷ୍ମୀ

ଭାଷାନ୍ତର - ସୌରଭ ପରିଡ଼ା