ଏଚଆଇଭି ପୀଡ଼ିତ ୨୨ ଛୁଆଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରି ନୂଆ ଜୀବନ ଦେଇଛନ୍ତି ପାପା ରେଜି

ଏଚଆଇଭି ପୀଡ଼ିତ ୨୨ ଛୁଆଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରି ନୂଆ ଜୀବନ ଦେଇଛନ୍ତି ପାପା ରେଜି

Friday February 17, 2017,

3 min Read

‘ମୋ ବାପା ମୋର ପ୍ରଥମ ହିରୋ’ – ସମସ୍ତେ ନିଶ୍ଚେ ଏହା ସହ ରାଜି ହେବେ। ଆସନ୍ତୁ ଜାଣିବା ଏପରି ଏକ ସାଧାରଣ ବାପାଙ୍କ କାହାଣୀ ଯିଏ କିଛି ଅସାଧାରଣ କରି ଦେଖାଇଲେ ଏବଂ ପ୍ରକୃତ ଅର୍ଥରେ ନିଜ ଛୁଆଙ୍କ ପାଇଁ ହିରୋ ହେଇ ଦେଖାଇଲେ।

Image Source: <a href=

Image Source:

Metroa12bc34de56fgmedium"/>

ରାଜୀବ ଥୋମାସ ୨୪ଟି ଛୁଆଙ୍କ ବାପା। ତାଙ୍କ ମଧ୍ୟରୁ ୨୨ଜଣଙ୍କୁ ସେ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଛନ୍ତି। ଏହିସବୁ ପିଲାମାନେ ଏଚଆଇଭି ଦ୍ଵାରା ସଂକ୍ରମିତ। ଏହି ଛୁଆମାନେ ରାଜୀବଙ୍କୁ ଆଦରରେ ପାପା ରେଜି ବୋଲି ଡାକନ୍ତି। ନିଜର ଜନ୍ମିତ ଛୁଆଙ୍କ ଭଳି ରାଜୀବ ଏମାନଙ୍କୁ ସ୍ନେହ କରନ୍ତି। ଏଚଆଇଭି ସଂକ୍ରମଣର ଶିକାର ହେବା ପରେ ଏହି ଛୁଆ ମାନଙ୍କୁ ତାଙ୍କର ନିଜ ବାପା ମା’ ଛାଡ଼ିଦେଇଥିଲେ। ବାସହୀନ ଛୁଆ ଗୁଡ଼ିଙ୍କୁ ରାଜୀବ ଗତ ଦଶବର୍ଷ ତଳେ ଉଧାର କରି ନିଜ ଘରକୁ ଆଣି ଆସିଥିଲେ।

ଏହି କାହାଣୀର ଆରମ୍ଭ ବିଷୟରେ Humans of Bombay ସହ ଏକ ଅନ୍ତରଙ୍ଗ ଆଳାପରେ ରେଜି କୁହନ୍ତି,

ମୁଁ ଦିନେ DY ପାଟିଲ ହସପିଟାଲ ଆଗ ଦେଇ ଯାଉଥାଏ। ଗୋଟିଏ ଅସ୍ଥିକଙ୍କାଳସାର ଛୋଟ ଝିଅଟିଏକୁ ବାହାରେ ସୋଇଥିବାର ଦେଖିଲି। ମୁଁ ଜାଣିବାକୁ ପାଇଲି ଯେ ସେ ଏଚଆଇଭି ପଜିଟିଭ ଓ ତା’ର ବାପା ମା’ ଉଭୟ ଆଉ ଏ ଦୁନିଆରେ ନାହାନ୍ତି। ମୁଁ ତାକୁ ପଚାରିଲି ସେ କଣ ଖାଇବାକୁ ଇଛା କରୁଛି। ସେ କହିଲା ନୁଡଲ ଖାଇବ। ସେଦିନ ମୋତେ କେଉଁଠାରେ ନୁଡଲ ମିଳିଲା ନାହିଁ। ମୁଁ ତାକୁ ପ୍ରତିଶ୍ରୁତି ଦେଲି ଯେ ମୁଁ ତା’ପରଦିନ ନୁଡଲ ଧରି ନିଶ୍ଚେ ଆସିବି। ପରଦିନ ବହୁତ ଖୋଜିଲି କିନ୍ତୁ ଝିଅଟିକୁ କେଉଁଠାରେ ପାଇଲି ନାହିଁ। ପରେ ଜାଣିବାକୁ ପାଇଲି ସେ ପୂର୍ବ ରାତିରେ ହିଁ ଚାଲିଗଲା। ମୋତେ ସେହି ଘଟଣାଟି ଈ ବାଧିଥିଲା ଯେ ମୁଁ ହସପିଟାଲରେ ଯାଇ ସେଠାକାର କର୍ମଚାରୀଙ୍କୁ କହିଲି ଯଦି ଭବିଷ୍ୟତରେ ଏପରି ଛୁଆଙ୍କୁ ଦେଖନ୍ତି ତେବେ ମୋତେ ନିଶ୍ଚେ ଖବର ଦେବେ।

ଏହି ଘଟଣାଟି ତାଙ୍କୁ ବଦଳାଇ ଦେଇଥିଲା। ଏପରି ଦୁର୍ଭାଗ୍ୟଜନକ ପରିସ୍ଥିତି ଦେଇ ଗତି କରୁଥିବା ଅନ୍ୟ ଶିଶୁ ମାନଙ୍କୁ ଖୋଜିବା ତାଙ୍କର ମୂଳ ଲକ୍ଷ୍ୟ ହେଇଗଲା। ରେଜି ତା’ପରେ ଏଚଆଇଭି/ ଏଡସ ବିଶେଷଜ୍ଞ ଦିବ୍ୟା ମିଥାଲେଙ୍କୁ ଭେଟିଲେ। ତାଙ୍କୁ ଅନୁରୋଧ କଲେ ଯେ ଏପରି ଛୁଆ ମାନଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବା ପାଇଁ ତାଙ୍କୁ ଅନୁମତି ମିଳୁ। ସେ ତାଙ୍କୁ ଦୁଇଟି ଏପରି ଛୁଆଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବାରେ ସାହାଯ୍ୟ କରିଥିଲେ। ସେ ସେତେବେଳେ ନିଜ ସ୍ତ୍ରୀ ଏବଂ ନିଜର ଦୁଇଟି ସନ୍ତାନଙ୍କ ସହ ନବୀ ମୁମ୍ବାଇରେ ବସବାସ କରୁଥିଲେ। ନୂତନ ପରିବାର ପାଇଁ ଜାଗା କରିବାକୁ ପ୍ରଥମେ ଟିକିଏ କଷ୍ଟ ହେଇଥିଲା। କିନ୍ତୁ ୨୦୦୯ରେ The Bless Foundation ଆରମ୍ଭ ହେଲା। ରେଜି Humans of Bombayକୁ ନିଜର ପ୍ରାରମ୍ଭିକ ଦିନ ଗୁଡ଼ିକର ସଂଘର୍ଷ ବିଷୟରେ କୁହନ୍ତି,

୨୦୦୯ରେ ମୁଁ ନବୀ ମୁମ୍ବାଇରେ ମୋ ସ୍ତ୍ରୀ, ଦୁଇ ଛୁଆ ଓ ଏଚଆଇଭି ପୀଡିତ ଦୁଇ ପୋଷ୍ୟ ସନ୍ତାନ ରହିବା ପାଇଁ ଏକ ଘର ଭଡ଼ାରେ ନେଲି। ପ୍ରଥମେ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଗୋଟିଏ ଗଦିରେ ଚାରିଜଣ ଯାକ ଛୁଆ ଶୁଅନ୍ତି, ମୁଁ ଓ ମୋ ସ୍ତ୍ରୀ ବୀନା ଗଦିରେ ଚଟାଣରେ ଶୋଉ। ଧୀରେ ଧୀରେ ଲୋକମାନେ ଦାନ କରିବା ଆରମ୍ଭ କଲେ, ବିଛଣା, ଚାଉଳ ଡାଲି ଓ ଟଙ୍କାପଇସା ମଧ୍ୟ। ମୋର ଚାରିଜଣିଆ ପରିବାର ବାଧି ୨୪ରେ ପହଞ୍ଚିଲା। ଆହୁରି ଏଚଆଇଭି ପୀଡିତ ଛୁଆମାନେ ମୋ ପାଖକୁ ଆସିଲେ।

ରେଜି ଓ ତାଙ୍କ ସ୍ତ୍ରୀ କେବେ ମଧ୍ୟ ନିଜ ସନ୍ତାନ ଏବଂ ପୋଷ୍ୟ ସନ୍ତାନ ମାନଙ୍କ ମଧ୍ୟରେ ଫରକ କରିନାହାନ୍ତି। ତାଙ୍କ ପାଇଁ ସଭିଏଁ ସମାନ। ତାଙ୍କ ପତ୍ନୀ ମିନି ସବୁ ସମୟରେ ତାଙ୍କ ସହ ଠିଆ ହେଇଛନ୍ତି। Metro ସହ କଥାବାର୍ତ୍ତା ହୋଇ ମିନି କୁହନ୍ତି ଯେ ସେ ଏହି ଛୁଆ ମାନଙ୍କୁ କେବେ ମଧ୍ୟ ଅଲଗା ଅନୁଭବ କରିବାକୁ ଦେଇନାହାନ୍ତି। ଭଲ ପାଆନ୍ତି ଓ ଦୁଷ୍ଟାମି ପାଇଁ ଗାଳି ମଧ୍ୟ ଦିଅନ୍ତି। ଏଚଆଇଭି ସମ୍ପର୍କରେ ଅନେକ ଆଗରୁ ଜାଣିଥିଲେ ରେଜି। ସେଥିପାଇଁ ସେ ଏହି ରୋଗ ସହ ଜଡ଼ିତ ଅନେକ ଭୟ ଓ ଆଶଙ୍କାରୁ ମୁକ୍ତ ଥିଲେ। ସେ ନିଜର ଜନ୍ମିତ ସନ୍ତାନ ମାନଙ୍କୁ ମଧ୍ୟ ଏ ବିଷୟରେ ଶିକ୍ଷା ଦେଲେ।

ଆଜି ରେଜି ୨୪ଟି ଛୁଆଙ୍କର ବାପା। ନିଜ ପରିବାର ଖୁସିରେ ଅଛି ଏବଂ ସ୍ନେହ ଆଦର ଭରା ଏଇ ପରିବାରକୁ ନେଇ ସେ ଖୁବ ଗର୍ବିତ। ରେଜି ନିଜେ ଏହାକୁ ନେଇ ଖୁବ ବିନମ୍ର ଓ କେବେ ମଧ୍ୟ ଭାବନ୍ତି ନାହିଁ ଯେ ସେ କିଛି ଅସାଧାରଣ କାମ କରି ଦେଖାଇଛନ୍ତି। ସେ Humans of Bombayକୁ କୁହନ୍ତି,

ମୁଁ ଖୁବ ଗର୍ବର ସହ କହିପାରେ ଯେ ମୋର ୨୪ଜଣିଆ ପରିବାରରେ ସ୍ନେହ ଆଦରର ଅଭାବ ନାହିଁ। ଏଚଆଇଭି ପଜିଟିଭ ହେବା ଅର୍ଥ ଏହା ନୁହେଁ ଯେ ସେମାନେ ଜୀଇଁବାରୁ ବଞ୍ଚିତ ହେଇଯିବେ। ଯେତେଦିନ ତାଙ୍କର ଜୀବନ ଅଛି ସେମାନେ ଏକ ସ୍ଵାଭାବିକ ମଣିଷ ଭଳି ବଞ୍ଚିପାରିବେ। ମୁଁ ଏଠାରେ ଏଇଥିପାଇଁ ଅଛି। ତାଙ୍କୁ ଉଦ୍ଧାର କରି ତାଙ୍କୁ ଏକ ଲମ୍ବା ଜୀବନ ଜୀଇଁବାର ସୁଯୋଗ ଦେବା ପାଇଁ। ସ୍ନେହ ଓ ମମତାର ହତିଆରରେ ସବୁ ଯୁଧ୍ୟ ଜିଣିହୁଏ। ଏମାନେ ମୋତେ ପାପା ରେଜି ବୋଲି ଡାକନ୍ତି। ଜଣେ ବାପାର କର୍ତ୍ତବ୍ୟ ହେଉଛି ନିଜ ସନ୍ତାନ ମାନଙ୍କର ରକ୍ଷା କରିବା। ମୁଁ ଆଦୌ କିଛି ବିଶେଷ ବ୍ୟକ୍ତି ନୁହେଁ – ମୁଁ କେବଳ ଏକ ବାପା, ଯିଏ ନିଜ ପିଲାଙ୍କ ସୁରକ୍ଷାର ଦାୟିତ୍ଵ ନେଉଛି।