ବାଲେଶ୍ୱରର ସ୍ୱେଚ୍ଛାସେବୀ: ସଡ଼କ ଦୁର୍ଘଟଣା ହେଲେ ପ୍ରଥମେ ଖୋଜା ପଡ଼େ

ବାଲେଶ୍ୱରର ସ୍ୱେଚ୍ଛାସେବୀ: ସଡ଼କ ଦୁର୍ଘଟଣା ହେଲେ ପ୍ରଥମେ ଖୋଜା ପଡ଼େ

Monday February 22, 2016,

3 min Read

ପ୍ରତିବର୍ଷ ରାଜ୍ୟରେ ଅନେକ ମୂଲ୍ୟବାନ ଜୀବନ ସଡ଼କ ଦୁର୍ଘଟଣା ଯୋଗୁଁ ଆରପାରିକୁ ଚାଲିଯାଉଛି । ଏହି ଦୁର୍ଘଟଣାଗୁଡ଼ିକ ମଧ୍ୟରୁ ଅଧିକାଂଶ ବେପରୁଆ ଗାଡ଼ିଚାଳନା କିମ୍ବା ମଦ୍ୟପ ଡ୍ରାଇଭରଙ୍କ ଯୋଗୁଁ ହୋଇଥାଏ । ସଡ଼କ ଦୁର୍ଘଟଣାରେ ଚାଲି ଯାଉଥିବା ଅମୂଲ୍ୟ ଜୀବନକୁ ବଂଚାଇବା ପାଇଁ ବାଲେଶ୍ୱରର କିଛି ଯୁବକ ନିଜ ଇଛାରେ ଆରମ୍ଭ କରିଛନ୍ତି ଉଦ୍ୟମ । ସେମାନେ ରାସ୍ତାରେ ଯାଉଥିବା ଗାଡ଼ି ମଟରଗୁଡ଼ିକୁ ଗାଡ଼ି ଚଲାଇବା ବେଳେ କିଭଳି ସାବଧାନ ରହିବାକୁ ପଡ଼ିବ ତାହା ବୁଝାଉଛନ୍ତି।

image


ସଡ଼କ ଦୁର୍ଘଟଣା ବିଷୟରେ ସଚେତନତା ସୃଷ୍ଟି କରିବା ଦିଗରେ କାମ କରୁଥିବା ଲୋକମାନେ କୌଣସି ଧନୀ ଘରର ଲୋକ ନୁହନ୍ତି । ସେମାନେ ହେଉଛନ୍ତ ସାଧାରଣ ଲୋକ । କିଛି ଦିନ ମଜୁରିଆ ମଧ୍ୟ ଅଛନ୍ତିି । ସେଭଳି ଜଣେ ବ୍ୟକ୍ତି ହେଉଛନ୍ତି ଅଚ୍ୟୁତ ବେହେରା । ସେ ରାସ୍ତାକଡ଼ରେ ଜିନିଷପତ୍ର ବିକ୍ରି କରନ୍ତି । ଆଉ ଜଣେ ହେଲେ ଉମେଶ ଚନ୍ଦ୍ର ପାଣି । ସେ ଚାଷବାସ କରନ୍ତି । ଦିନ ବେଳା ନିଜର ଏହି ବେଉସା ଏହି ସ୍ୱେଚ୍ଛାସେବୀମାନେ କରନ୍ତି । ସାରା ଦିନର କଠିନ ପରିଶ୍ରମ ପରେ ସେମାନେ ରାତିରେ ସାଜନ୍ତି ସ୍ୱେଚ୍ଛାସେବୀ । ଯଦି କୌଣସି ସ୍ଥାନରେ ସଡ଼କ ଦୁର୍ଘଟଣା ହୋଇଛି ବୋଲି ଖବର ମିଳେ ତେବେ ତୁରନ୍ତ ସେମାନେ ବାହାରି ଯାଆନ୍ତି ସାହାଯ୍ୟ କରିବାକୁ ।

ପଢନ୍ତୁ - ରେଳ ଯାତ୍ରା ସମୟରେ ଜରୁରୀକାଳୀନ ସ୍ୱାସ୍ଥ୍ୟ ସୂଚନା ଦେବ ମୋବାଇଲ୍ ଆପ୍

ଗତବର୍ଷ ଆଇଏଲ୍ ଆଣ୍ଡ ଏଫ୍ଏସ୍ ନାମକ ସଂସ୍ଥା ପକ୍ଷରୁ ସଡ଼କ ଦୁର୍ଘଟଣାର କ୍ଷତିଗ୍ରସ୍ତଙ୍କୁ କିଭଳି ସହାୟତା କରିବା ଦରକାର ସେ ନେଇ ଏକ ତାଲିମ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି ସ୍ୱେଚ୍ଛାସେବୀମାନେ ସେଥିରେ ଯୋଗ ଦେଇ ବିଭିନ୍ନ କୌଶଳ ଶିକ୍ଷା କରିଥିଲେ ।

ଅଚ୍ୟୁତ କହନ୍ତି:

ମୁଁ ୧୦ ବର୍ଷ ହେଲା ରାସ୍ତା କଡ଼ରେ ଚା ବିକ୍ରି କରୁଛି । ମୁଁ ଜଣେ ଫାଷ୍ଟଏଡ୍ ରେସ୍ପଣ୍ଡର ଭାବେ ମଧ୍ୟ କାମ କରେ । ତାହା ନିଜ ଇଛାରେ । ସେଥିପାଇଁ ମୋତେ କେହି କିଛି ଟଙ୍କା ଦିଅନ୍ତି ନାହିଁ । କିନ୍ତୁ ଲୋକମାନଙ୍କ ମୂଲ୍ୟବାନ ଜୀବନ ବଂଚାଇବାରେ ଯେଉଁ ଖୁସି ମିଳେ ତାହା ଟଙ୍କାରେ ମିଳିବ ନାହିଁ ବୋଲି ଅଚ୍ୟୁତ କହନ୍ତି ।

ଅଚ୍ୟୁତ ଓ ଉମେଶଙ୍କ ଭଳି ୨୦ ଜଣ ସ୍ୱେଚ୍ଛାସେବୀଙ୍କୁ ନେଇ ଏକ ଦଳ କାର୍ଯ୍ୟ କରୁଛି । ସେମାନେ ବାଲେଶ୍ୱର-ଖଡ଼ଗପୁର ଏକ୍ସପ୍ରେସ ରାସ୍ତା ଉପରେ ନଜର ରଖୁଛନ୍ତି । ଏକଦା ଏହି ରାସ୍ତା ଦୁର୍ଘଟଣା ପ୍ରବଣ ଥିଲା । କିନ୍ତୁ ଏହି ସ୍ୱେଚ୍ଛାସେବୀ ଦଳ କାମ ଆରମ୍ଭ କରିବା ପରଠାରୁ ଦୁର୍ଘଟଣା ବହୁତ କମିଯାଇଛି ।

ଏହି ସ୍ୱେଚ୍ଛାସେବୀ ନାମକ ଫୋନ୍ ନମ୍ବର ରାଜପଥ କଡ଼ରେ ବିଭିନ୍ନ ସ୍ଥାନରେ ଲେଖାଯାଇଛି । କୌଣସି ସ୍ଥାନରେ ଦୁର୍ଘଟଣା ହେଲେ ମାତ୍ର ଗୋଟିଏ ଫୋନ୍ କଲରେ ସେମାନେ ଘଟଣାସ୍ଥଳରେ ପହଂଚି ଯାଉଛନ୍ତି । ସେମାନେ ଏହି କାମ ପାଇଁ ୨୪ ଘଂଟା ସଜାଗ ରହିଥାନ୍ତି ।

୨୦୧୪ରେ ଏହି ରାସ୍ତା ୧୮-୨୦ଟି ଦୁର୍ଘଟଣା ହୋଇଥିଲା । କିନ୍ତୁ ଏହ ସ୍ୱେଚ୍ଛାସେବୀ ଦଳ କାମ ଆରମ୍ଭ କରିବା ପରେ ଦୁର୍ଘଟଣା ସଂଖ୍ୟା ୩ ଭଳି ନିମ୍ନ ସ୍ତରକୁ ଖସି ଆସିଲାଣି । ରାସ୍ତା ଉପରେ ସୁରକ୍ଷିତ ଗାଡ଼ି ଚାଳନା ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ୨୬ଟି ଗାଁରେ କମିଟି ଗଠନ କରାଯାଇଛି । ନିୟମିତ ବ୍ୟବଧାନରେ ଏହି କମିଟିଗୁଡ଼ିକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି । ସେମାନେ ଘରେ ଘରେ ବୁଲି ଲୋକଙ୍କୁ ବୁଝାଉଥିବା ବେଳେ ବିଭିନ୍ନ ଗାଡ଼ିରେ ସଚେତନତାମୂଳକ ପୋଷ୍ଟର ଲଗାଉଛନ୍ତି ।

ଏହି ଅଂଚଳରେ ଥିବା ବିଭିନ୍ନ ସ୍କୁଲରେ ରୋଡ୍ ସେଫଟି କ୍ଲବ୍ ଗଠନ କରାଯାଇଛି । ସେଠାରେ ପିଲାମାନଙ୍କୁ ସଡ଼କ ସୁରକ୍ଷା ଉପରେ ସଚେତନତା ବାର୍ତ୍ତା ପ୍ରଦାନ କରାଯାଉଛି ।

image


ପଢନ୍ତୁ ଆଉ କିଛି ସମ୍ପର୍କିତ କାହାଣୀ - 

1। ବାରଙ୍ଗର ଅମିତଙ୍କ ଅଟୋ “ମନ ମନ୍ଦିର’: ଠାକୁରଙ୍କ ଫଟୋରେ ଭର୍ତି

2। ସ୍ମୃତିକୁ ବଞ୍ଚାଇ ରଖିବାକୁ ଅଭିନବ ପ୍ରଚେଷ୍ଟା: ଅରୁନ୍ଧତୀ ଫାଉଣ୍ଡେସନ

3। ଭିକାରୀଙ୍କ ଦାନ ଅର୍ଥରେ ମନ୍ଦିରରେ ପକ୍ଷୀଙ୍କ ପାଇଁ ତିଆରି ହେବ ଘର