ଅଟୋ ଡ୍ରାଇଭର ଯିଏ ଦେଇଛନ୍ତି ୨ଟି TED talk ଓ ତାଙ୍କୁ ଫେସବୁକରେ କରୁଛନ୍ତି ୧୦,୦୦୦ ଲୋକ ଫଲୋ

ଅଟୋ ଡ୍ରାଇଭର ଯିଏ ଦେଇଛନ୍ତି ୨ଟି TED talk ଓ ତାଙ୍କୁ ଫେସବୁକରେ କରୁଛନ୍ତି ୧୦,୦୦୦ ଲୋକ ଫଲୋ

Thursday July 28, 2016,

2 min Read

Image: <a href=

Image:

The Weekend Leadera12bc34de56fgmedium"/>

୨୦୧୨ରେ ଜି ଆନ୍ନାଦୁରାଇ ଓରଫ ଅଟୋ ଆନ୍ନାଦୁରାଇ ଯିଏ କି ଦ୍ଵାଦଶ ଶ୍ରେଣୀରୁ ପାଠ ଛାଡିଥିଲେ ଚେନ୍ନାଇ ସହରକୁ ତାଙ୍କ ଅଟୋ ଜରିଆରେ ଆଶ୍ଚର୍ଯ୍ୟ ଚକିତ କରିଦେଇ ପାରିଥିଲେ। ଆନ୍ନାଦୁରାଇଙ୍କ ଅଟୋରେ ଭର୍ତ୍ତି ହେଇଥାଏ ନାନା ରକମର ମାଗାଜିନ, ବହି, ଖବରକାଗଜ, ଗୋଟିଏ ଛୋଟ ଟିଭି ଓ ୱାଇ-ଫାଇ କନେକ୍ସନ। ହିନ୍ଦୁର ଏକ ରିପୋର୍ଟ କୁହେ ଆନ୍ନାଙ୍କର ଅଟୋ ଚେନ୍ନାଇବାସୀଙ୍କୁ ବିସ୍ମିତ କରିଦେଇଥିଲା। ସେହିଦିନରୁ ଆନ୍ନା ଅନେକ ଆଗେଇ ଆସିଛନ୍ତି। ଆଜି ସେ ଖାଲି ତାଙ୍କର ନିଆରା ଆଉଟୋ ପାଇଁ ଜଣାଶୁଣା ନୁହେଁ। ତାଙ୍କ ଟୋପିରେ ଲାଗିଛି ଆହୁରି ଅନେକ ପର। ଚେନ୍ନାଇର ସବୁଠାରୁ ପ୍ରିୟ ଅଟୋ ଡ୍ରାଇଭର ୩୧ ବର୍ଷୀୟ ଆନ୍ନାଙ୍କୁ ଫେସବୁକରେ ଫଲୋ କରୁଥିବା ଲୋକଙ୍କ ସଂଖ୍ୟା ୧୦,୦୦୦ ରୁ ଊର୍ଦ୍ଧ୍ଵ। The Weekend Leaderର ଏକ ରିପୋର୍ଟ ଅନୁସାରେ ଆନ୍ନା ବିଭିନ୍ନ କର୍ପୋରେଟ ଅଫିସ ମାନଙ୍କରେ ୪୦ରୁ ଅଧିକ ଭାଷଣ ଓ ୨ଟି ଟେଡ ବକ୍ତବ୍ୟ ଦେଇସାରିଛନ୍ତି। ଅଟୋ ଆନ୍ନାଦୁରାଇ Vodafone, Hyundai, Royal Enfield, Danfoss ଏବଂ Gamesa ପରି ପ୍ରସିଦ୍ଧ କମ୍ପାନୀ ମାନଙ୍କର କର୍ମଚାରୀମାନଙ୍କୁ ସମ୍ବୋଧନ କରିଛନ୍ତି ଓ ଦେଶର ଡଜନରୁ ଅଧିକ ସହରକୁ ଭାଷଣ ଦେବା ପାଇଁ ଭ୍ରମଣ କରିଛନ୍ତି। 

ନିଜ ଅଟୋରେ ଥିବା ସମସ୍ତ ସୁବିଧାରେ ଏବେ ଆନ୍ନା ଏକ ଲାପଟପ, ଟାବଲେଟ ଓ iPad ମଧ୍ୟ ଯୋଡିଛନ୍ତି ଯାହା ସହାୟତାରେ ଯାତ୍ରୀ ମାନେ ପୁରୁଣା ମହାବଳୀପୁରମ ରୋଡରେ ଯାତ୍ରା କରୁଥିବା ସମୟରେ ଇଣ୍ଟରନେଟ ବ୍ୟବହାର କରିପାରିବେ। ଗତବର୍ଷ ଆନ୍ନା ଯାତ୍ରୀ ମାନଙ୍କର ସୁବିଧା ପାଇଁ ଓ ଖୁଚୁରା ନଥିବାର ଅସୁବିଧାରୁ ମୁକ୍ତି ପାଇବା ପାଇଁ କାର୍ଡ ସ୍ଵାଇପ ମେସିନ ମଧ୍ୟ ଲଗାଇଛନ୍ତି। ଯାତ୍ରୀଙ୍କର ସୁବିଧା ପାଇଁ ଆନ୍ନା ଦୂରତା ଅନୁସାରେ ପାଇଁ ନିର୍ଦ୍ଧିଷ୍ଟ ଦର ୧୦, ୧୫, ୨୦ ଓ ୨୫ ଭଳି ଠିକ କରିଛନ୍ତି।

ବିଶେଷ ଦିନ ମାନଙ୍କରେ ଆନ୍ନା ମାଗଣା ଅଥବା ରିହାତି ଦରରେ ଯାତ୍ରା କରିବାକୁ ଦିଅନ୍ତି। ଶିକ୍ଷକ ମାନଙ୍କୁ ନିୟମିତ ଭାବେ ମାଗଣା ଯାତ୍ରା, ଶିଶୁଙ୍କୁ ଧରି ଯାଉଥିବା ମହିଳା ମାନଙ୍କୁ ମଦର’ସ ଡେ ରେ ଓ ପ୍ରେମୀ ଯୁଗଳଙ୍କୁ ଭାଲେଣ୍ଟାଇନ ଦିବସରେ ମାଗଣା ଯାତ୍ରା ଦିଅନ୍ତି। ଏସବୁ ପଛରେ ତାଙ୍କର ଉଦ୍ଦେଶ୍ୟ? ନିଜର ଉପଭୋକ୍ତା ମାନଙ୍କୁ ଖୁସି କରିବା। ଆନ୍ନା ମାସକୁ ପ୍ରାୟ ୪୫,୦୦୦ ଟଙ୍କା ରୋଜଗାର କରନ୍ତି ଓ ସେଥିରୁ ୯,୦୦୦ ଟଙ୍କା ସେ ତାଙ୍କ ଅଟୋରେ ମିଳୁଥିବା ବିଭିନ୍ନ ସୁବିଧା ପଛରେ ଖର୍ଚ୍ଚ କରନ୍ତି। ଏବେ ଆନ୍ନା ଏକ ସ୍ଵତନ୍ତ୍ର ଆପ୍ପ ଆରମ୍ଭ କରିବାର ଯୋଜନା ରଖିଛନ୍ତି ଯାହା ସାହାଯ୍ୟରେ ଯାତ୍ରୀ ମାନେ ତାଙ୍କର ଅଟୋର ଗତିବିଧି ସହ ସିଟ ଅଛି କି ନାହିଁ ଦେଖିପାରିବେ ଏବଂ ତା’ସହ ଅଟୋ ବୁକ ମଧ୍ୟ କରିପାରିବେ।