ଗରୀବଙ୍କ ସାହାଯ୍ୟ ପାଇଁ ଅନ୍ତରାଷ୍ଟ୍ରୀୟ ବ୍ୟାଙ୍କର ଉଚ୍ଚ ପଦବୀ ଛାଡିଥିବା ରୁସ୍ତମ ସେନଗୁପ୍ତାଙ୍କ ସଫଳତାର କାହାଣୀ

ଗରୀବଙ୍କ ସାହାଯ୍ୟ ପାଇଁ ଅନ୍ତରାଷ୍ଟ୍ରୀୟ ବ୍ୟାଙ୍କର ଉଚ୍ଚ ପଦବୀ ଛାଡିଥିବା ରୁସ୍ତମ ସେନଗୁପ୍ତାଙ୍କ ସଫଳତାର କାହାଣୀ

Wednesday November 18, 2015,

3 min Read

ଭାରତରେ କିଛି ଧନୀକ ଲୋକ ସମସ୍ତ ପ୍ରକାର ସୁଖ ସୁବିଧା ନେଇ ବଞ୍ଚୁଥିବା ବେଳେ ଅଧିକାଂଶ ଲୋକ ମୌଳିକ ଆବଶ୍ୟକତାର ଅଭାବରେ ବଞ୍ଚୁଛନ୍ତି । ସେମାନଙ୍କ ପାଇଁ କିଛି କରିବାର ଆଶା ନେଇ ରୁସ୍ତମ ସେନଗୁପ୍ତା ସିଙ୍ଗାପୁରରେ ଏକ ବହୁରାଷ୍ଟ୍ରୀୟ ବ୍ୟାଙ୍କରେ ଫାଇନାନ୍ସ ମ୍ୟାନେଜର ପଦରୁ ଇସ୍ତଫା ଦେଇ ବୁନ୍ଦ ନାମକ ସଂସ୍ଥାର ଆରମ୍ଭ କରିଛନ୍ତି । ଯାହାକି ଗ୍ରାମୀର ଭାରତରେ ସ୍ୱଚ୍ଛ ଶକ୍ତି ପହଞ୍ଚାଇବା ପାଇଁ କାର୍ଯ୍ୟ କରୁଛି । ଏ ନେଇ ସେ କୁହନ୍ତି, ଭାରତରେ ଆମେ କିଛି ଲୋକ ଅନେକ ସୁଖ ସୁବିଧା ମଧ୍ୟରେ ବଚଂଥିବା ବେଳେ ଅଧିକାଂଶ ଲୋକ ମୌଳିକ ଆବଶ୍ୟକତା ମଧ୍ୟ ପାଇବାରୁ ବଂଚିତ ଅଛନ୍ତି । ମୁଁ କେବଳ ଧନୀକ ଲୋକମାନଙ୍କ ପାଇଁ କାର୍ଯ୍ୟ କରି ସେମାନଙ୍କୁ ଧନୀରୁ ଆହୁରି ଧନୀ କରିବା ଛାଡି ଗରୀବ ଲୋକମାନଙ୍କ ପାଇଁ କିଛି କରିବାର ଚିନ୍ତାକଲି, ଯେଉଁଥିରୁ ବୁନ୍ଦର ଆରମ୍ଭ ହେଲା । ଏହା ଏକ ସଂସ୍କୃତ ଶବ୍ଦ । ଯାହାର ଅର୍ଥ ଏକ ବୁନ୍ଦା । ଏହା ଏକ ଏକ ବୁନ୍ଦାକୁ ପରିଶ୍ରମ କରି ଏକତ୍ରିତ କଲେ କିପରି ଏକ ବୃହତ ଫଳ ମିଳିଥାଏ, ଏହି ପୃଷ୍ଠ ଭୂମିରେ ବୁନ୍ଦର ଆରମ୍ଭ ଓ କାର୍ଯ୍ୟ ଧାରା ବୋଲି ଗୁପ୍ତା କୁହନ୍ତି ।

Rustam Sengupta (right), founder and CEO of Boonc, with a rural villager after a solar panel’s installation

Rustam Sengupta (right), founder and CEO of Boonc, with a rural villager after a solar panel’s installation


ଆରମ୍ଭରେ ସେ ଝାରଖଣ୍ଡ ଓ ପଶ୍ଚିମବଙ୍ଗର ମାଓ ଉପଦୃତ ଅଂଚଳରେ ନିଜେ ଯାଇ ନିଜର ଦ୍ରବ୍ୟ ପହଂଚାଇ ବାକୁ ଚେଷ୍ଟା କଲେ । ଏହା ସୌର ଲ୍ୟାମ୍ପ, ୱାଟର ଫିଲଟର, ମଶାରୀ ଆଦି ପ୍ରସ୍ତୁତ କରି ଦୁର୍ଗମ ଗ୍ରାମୀଣ ଭାରତରେ ପହଂଚାଇବାକୁ କାର୍ଯ୍ୟ କରୁଛି । ସ୍ୱଳ୍ପ ମୂଲ୍ୟରେ ଉଚ୍ଚ ଗୁଣବତ୍ତାର ଓ ଆବଶ୍ୟକୀୟ ମରାମତି ସୁବିଧା ପହଂଚାଇବା ପାଇଁ ମଧ୍ୟ ଏହା ସଂକଳ୍ପ ବଦ୍ଧ । ଏହା କେବଳ ଦ୍ରବ୍ୟ ଗୁଡିକ ପ୍ରସ୍ତତ କରିବା ପାଇଁ ଆର୍ଥିକ ସହଯୋଗ ଦେବା ଓ ପରିବହନ ପାଇଁ କାର୍ଯ୍ୟ ନ କରି ଲୋକମାନଙ୍କୁ ଏକ ସମ୍ପର୍କର ସୂତାରେ ବାନ୍ଧି ରଖି ସେମାନଙ୍କ ମାନସିକ ଭାବନାରେ ପରିବର୍ତ୍ତନ ଆଣିବାକୁ ଚେଷ୍ଟାରତ । ଲୋକମାନଙ୍କ ମଧ୍ୟରେ ସେମାନଙ୍କ ଦକ୍ଷତାନୁସାରେ ସେମାନେ ଯେଉଁଠିରେ ସକ୍ଷମ, ସେ କ୍ଷେତ୍ରରେ ସ୍ଵାବଲମ୍ବୀ ହେବାର ବିଶ୍ୱାସ ସୃଷ୍ଟି କରିବାକୁ ଆମେ ମାନେ ଚେଷ୍ଟା କରୁଛୁ ବୋଲି ସେ କହିଛନ୍ତି ।

୨୦୦୯ ମସିହାରେ ବୁନ୍ଦର ଆରମ୍ଭ ପରଠାରୁ ଏହା ୫୦ ହଜାରରୁ ଅଧିକ ବ୍ୟକ୍ତି ଓ ୬ ହଜାରରୁ ଅଧିକ ଏନର୍ଜି ସିଷ୍ଟମ ଉପରେ ପ୍ରଭାବ ବିସ୍ତାର କରିପାରିଛି । ଦୈନିକ ୪ ଡଲାରୁ ୧୦ ଡଲାର ମଧ୍ୟରେ ରୋଜଗାର କ୍ଷମ ପରିବାର, ଉତ୍ତମ ଧରଣର ଉତ୍ପାଦନ ପାଇଁ ଶକ୍ତି ଆବଶ୍ୟକ କରୁଥିବା ମଧ୍ୟମ ଧରଣର ବ୍ୟବସାୟ ଓ ଦୈନିକ ୪ ଡଲାରରୁ କମ ରୋଜଗାର କରୁଥିବା ଗ୍ରୁପ, ଆବଶ୍ୟକତା ଭିତ୍ତିରେ ନିଜର ସେବାକୁ ଏହି ପରି ତିନିି ଭାଗରେ ବିଭକ୍ତ କରି ରାଜସ୍ଥାନ ଓ ଉତ୍ତର ପ୍ରଦେଶରେ କଂପାନୀ କାର୍ଯ୍ୟ କରୁଛି । କେତେକ ଦାନକର୍ତ୍ତା ଓ ଗ୍ରାଣ୍ଟର ସହଯୋଗରେ ଏହା ଗରୀବ ପରିବାରମାନଙ୍କୁ ଦୁଇଟି ବଲ୍ବ ଜାଳିବା ଓ ମୋବାଇଲ ଫୋନ ଚାର୍ଜ୍ଜ କରିବା ପାଇଁ ମାସିକ ୪ ଡଲାରରେ ୧୦ ୱାଟ ସୌର ଶକ୍ତି ପ୍ରଦାନ କରିଥାଏ ।

image


ଭାରତର ୫ ରୁ ୬ ଟି ରାଜ୍ୟରେ ୧୦୦ ଜିଲ୍ଲାରେ ପହଂଚି ଏକ ନିୟୁତ ଲୋକଙ୍କୁ ଆଲୋକ, ସ୍ୱଛ ପାଣି ଓ କୀଟପତଙ୍ଗ ଉପଦ୍ରବରୁ ରକ୍ଷା କରିବା ପାଇଁ ବୁନ୍ଦ ଲକ୍ଷ୍ୟ ରଖିଛି । ସେନଗୁପ୍ତା ଦୂର୍ଗମ ଗ୍ରାମାଂଚଳ ଲୋକମାନଙ୍କର ଜୀବନ ଶୈଳୀରେ ପରିବର୍ତ୍ତନ ଆଣିବା ମାଧ୍ୟମରେ ଏକ ଦୀର୍ଘସ୍ଥାୟୀ ଲାଭଜନକ ଶିଳ୍ପ ପ୍ରତିଷ୍ଠା କରିବାକୁ ଚାହାଁନ୍ତି ।

କେବଳ ମୋ କାର୍ଯ୍ୟର ସଫଳତା ନୁହେଁ, କାର୍ଯ୍ୟ ସହିତ ଲୋକମାନଙ୍କ ସହ ଯୋଡି ହୋଇ ସେମାନଙ୍କ ସୁଖଦୁଖରେ ଭାଗୀହେବାରେ ମୋତେ ଏକ ଆନନ୍ଦ ମିଳୁଛି ଯାହାକି କୌଣସି ଏକ ବ୍ୟାଙ୍କରେ କାର୍ଯ୍ୟ କରିବାଠୁ ଅନେକ ମାତ୍ରାରେ ସନ୍ତୋଷ ଜନକ । ଆମର ଅଧିକାଂଶ ଦ୍ରବ୍ୟ ଲୋକମାନଙ୍କର ମୌଳିକ ଆବଶ୍ୟକତାକୁ ଭିତ୍ତି କରି ପ୍ରସ୍ତୁତ ହୋଇଥାଏ ଓ ଲୋକମାନେ ଏହାକୁ ଅତ୍ୟଧିକ ପସନ୍ଦ କରିଥାନ୍ତି ବୋଲି ସେନଗୁପ୍ତା କୁହନ୍ତି ।

image


ବୁନ୍ଦ କାର୍ଯ୍ୟ କରୁଥିବା ଗ୍ରାମମାନଙ୍କରେ ଅନେକ ଉନ୍ନତି ମୂଳକ କାର୍ଯ୍ୟ କରିଥାଏ । ପଶ୍ଚିମ ବଙ୍ଗରେ ଏହା ଅନେକ ସ୍ରିମ୍ପ ଫିସରିକୁ (୬ ପ୍ରତିଶତ ସୁଧରେ ୬ ମାସ ପାଇଁ) ସ୍ୱଳ୍ପ ଋଣରେ ଆର୍ଥିକ ସହାୟତା ପ୍ରଦାନ କରିଛି ଓ ଗରିବୀର ସୀମାରେଖା ତଳେ ଥିବା ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ବୃତି ପ୍ରଦାନ କରୁଛି । ମାନିପୁରର ଲିଟାନରେ ଏକ ଆଦିବାସୀ ସ୍କୁଲ ଚଳାଇବାରେ ଓ ଶିକ୍ଷା ସରଞ୍ଜାମ ଯୋଗାଇବାରେ ଏହା କାର୍ଯ୍ୟ କରୁଛି ।

ବୁନ୍ଦର ଅନ୍ୟାନ୍ୟ ଉତ୍ପାଦ ବିଷୟରେ ଜାଣିବାକୁ ଇଚ୍ଛା କଲେ ଏଠାରେ କ୍ଲିକ କରନ୍ତୁ

ମୂଳ ଲେଖା - ମାରିଆନ ହେଇନିକ

ଅନୁବାଦ - ସୌରଭ କୁମାର ପରିଡ଼ା