ବନାରସ ଓ ନିକଟଗ୍ରାମରେ ୧୯୯୨ରୁ ଆପତକାଳୀନ ସ୍ୱାସ୍ଥ୍ୟସେବା ଯୋଗାଇଆସୁଛି ଡାକ୍ତର ଇନ୍ଦୁ ସିଂଙ୍କ ମାନସ ସନ୍ତାନ - ଜି ଭି ମେଡିଟେକ୍

ବନାରସ ଓ ନିକଟଗ୍ରାମରେ ୧୯୯୨ରୁ ଆପତକାଳୀନ ସ୍ୱାସ୍ଥ୍ୟସେବା ଯୋଗାଇଆସୁଛି ଡାକ୍ତର ଇନ୍ଦୁ ସିଂଙ୍କ ମାନସ ସନ୍ତାନ - ଜି ଭି ମେଡିଟେକ୍

Friday October 16, 2015,

4 min Read

ପରିବର୍ତନର ସ୍ରୋତରେ ସାମିଲ ହେବାପାଇଁ ଗାଁ, ଏପରିକି ବନାରସ ଭଳି ସହରର ଲୋକମାନେ ମଧ୍ୟ କର୍ମସଂସ୍ଥାନ ଅନ୍ୱେଷଣରେ ବଡ ସହରକୁ ଯିବାକୁ ପସନ୍ଦ କରୁଛନ୍ତି । ଏହି ପକ୍ରିୟାକୁ ଯୁବଗୋଷ୍ଠୀ ଅଧିକରୁ ଅଧିକ ପସନ୍ଦ କରୁଛନ୍ତି । ଫଳରେ ମହିଳା, ଶିଶୁ ଓ ବୟସ୍କ ଲୋକମାନେ ଜରୁରୀ କାଳୀନ ସ୍ୱାସ୍ଥ୍ୟର ସମସ୍ୟାଦି ସମୟରେ ନିଜକୁ ଏକାକୀ ଅନୁଭବ କରିବା ସହ ଡାକ୍ତରଖାନା ଯିବାକୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

image


ଗାଜୀପୁର ନିକଟସ୍ଥ ଏକ ଗ୍ରାମରେ ରହୁଥିବା ମୀନା ଶର୍ମା ନିଜ ଗର୍ଭାବସ୍ଥାର ଅନ୍ତିମ ପର୍ଯ୍ୟାୟରେ ଏହିଭଳି ଅସୁବିଧାର ସମ୍ମୁଖୀନ ହେଲେ । ସୌଭାଗ୍ୟ ବଶତ ଗାଜୀପୁରରେ ଟେଲି ମେଡିସିନ ସେବା ଥିବାରୁ ଏହି ସଙ୍କଟରୁ ସେ ରକ୍ଷା ପାଇପାରିଲେ । ସମସ୍ତ ପରୀକ୍ଷା ନିରୀକ୍ଷା ସହଜରେ ହୋଇପରିଲା । ଦୁଇଘଣ୍ଟା ମଧ୍ୟରେ ଡାକ୍ତର ବନାରସରୁ ଆସି ପହଂଚିଲେ । ରକ୍ତଦାତା ମଧ୍ୟ ଚିହ୍ନଟ ହୋଇସାରିଥିଲେ । ଫଳରେ ଉଭୟ ମା ଓ ଶିଶୁଙ୍କୁ ରକ୍ଷା କରାଯାଇପାରିଲା ।

କିଭଳି ଆରମ୍ଭ ହେଲା ଜି ଭି ମେଡିଟେକ୍

ବନାରସ ସହର ନିକଟସ୍ଥ ଗାଜୀପୁରର ସ୍ତ୍ରୀ ଓ ପ୍ରସୂତୀ ବିିଭାଗର ଡାକ୍ତର ଇନ୍ଦୁ ସିଂ ଜଣେ ପ୍ରସୂତୀ ବିଶେଷଜ୍ଞ ଭାବେ ଅନେକ ଦେଶ ବୁଲି ପ୍ରସୂତୀ ବିଶେଷଜ୍ଞ ମାନଙ୍କ ସହ ମିଶିବାର ସୁଯୋଗ ପାଇଥିଲେ । ଏହି ଅଭିଙ୍ଗ୍ୟତାରୁ ସେ ନିଜ ଅଂଚଳରେ ଲୋକମାନଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇଦେବାକୁ ସ୍ଥିରକଲେ । ଯାହାଫଳରେ ସେ ୧୯୯୨ ମସିହାରେ ବନାରସରେ ଶିଶୁ ଓ ପ୍ରସୂତୀମାନଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟସେବା ପ୍ରଦାନ କରିବାକୁ ଜି ଭି ମେଡିଟେକ୍ ନାମରେ ଏକ ଛୋଟ ସ୍ୱାସ୍ଥ୍ୟକେନ୍ଦ୍ର ଆରମ୍ଭ କଲେ । ବର୍ତମାନ ସେ ବନାରସରେ ଲୋକମାନଙ୍କୁ ଅତ୍ୟାବଶକୀୟ ସ୍ୱାସ୍ଥ୍ୟସେବା ଯୋଗାଉଛନ୍ତି ।

ମୁଁ ଏବଂ ମୋର ସ୍ୱାମୀ ବନାରସ ସହରର ଗଜୀପୁର ଓ ମିର୍ଜ୍ଜାପୁର ଗ୍ରାମର ଲୋକମାନଙ୍କୁ ସ୍ୱାସ୍ଥ୍ୟସେବା ପ୍ରଦାନ କରୁଛୁ । କାରଣ ଆମେ ଦୁହେଁ ସେହି ଗ୍ରାମର । ଉଭୟ ଗ୍ରାମରେ ଆମେ ଦୁଇଟି ସାଟେଲାଇଟ କେନ୍ଦ୍ର ଖୋଲିଛୁ । ଯାହା ଦ୍ଵାରାକି ଲୋକମାନଙ୍କୁ ଅଯଥାରେ ଏଣେତେଣେ ଯିବାକୁ ହେବନହିଁ । କାରଣ ମହିଳା, ଶିଶୁ ଓ ବୟସ୍କ ଲୋକମାନେ ଗ୍ରାମରେ ଏକାକୀ ରହୁଛନ୍ତି । ଆପାତ କାଳୀନ ସ୍ୱାସ୍ଥ୍ୟସମସ୍ୟା ଦେଖାଦେଲେ, ସେମାନଙ୍କୁ ବନାରସ ଆଣିବା ପାଇଁ କେହି ନିଜଲୋକ ରହୁନାହାଁନ୍ତି ବୋଲି ଜି ଭି ମେଡିଟେକ୍ର ପ୍ରତିଷ୍ଠାତ୍ରୀ ଡକ୍ତରରଣୀ ଇନ୍ଦୁ ସିଂ କୁହନ୍ତି ।

ICT ଓ ଟେଲିମେଡ଼ିସିନ ସୁବିଧା

ସମସ୍ତ ସ୍ୱାସ୍ଥ୍ୟଗତ ସମସ୍ୟାର କମ୍ପ୍ୟୁଟରାଇଜେସନ ସହ ଆଇ ସି ଟି ବା ଖବର ଯୋଗାଯୋଗ ଟେକ୍ନୋଲୋଜିର ବ୍ୟବହାର ଜି ଭି ମେଡିଟେକ୍ କୁ ଅତ୍ୟନ୍ତ ସୁଦୃଢ କରିଛି । ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ସରଂଜାମ ମାଧ୍ୟମରେ ସିଧାସଳଖ ବା ଜୀବନ୍ତ ଟେଲିମେଡିସିନ ସେବା ଏହାକୁ ଅତ୍ୟନ୍ତ ସହଜରେ ଲୋକମାନଙ୍କ ସହ ସମ୍ପୃକ୍ତ କରିଛି । ଥରେ ଏହା ରୋଗୀସହ ସମ୍ପୃକ୍ତ ହୋଇଗଲେ ଆପେ ଆପେ ବ୍ଲଡ ପ୍ରେସର, ଇସିଜି ଆଦି ପରୀକ୍ଷା କରି ବନାରସରେ ଥିବା ଡାକ୍ତରମାନଙ୍କ ସହ ସଂଯୋଗ କରିଥାଏ । ଯଦି ସ୍ୱାସ୍ଥ୍ୟରେ କିଛି ଜଟିଳ ଅସୁବିଧା ଥିବାର ଜଣାପଡେ, ତେବେ ରୋଗୀ ଟେଲିମେଡିସିନ ସେବାର ଉପଯୋଗ କରି ମୋବାଇଲ ଫୋନ ଦ୍ୱାରା ସିଧାସଳଖ ବନାରସରେ ଥିବା ଡାକ୍ତର ମାନଙ୍କ ସହ ଯୋଗାଯୋଗ କରିପାରିବେ ।

image


ଏହି ସାଟେଲାଇଟ କେନ୍ଦ୍ରଗୁଡିକ ବ୍ୟତୀତ ଜି ଭି ମେଡିଟେକ୍ ଗତ ଦଶବର୍ଷରେ ପାଖାପାଖି ୧୫୦ ସ୍ୱାସ୍ଥ୍ୟ ମେଳା କରିଛି । ଏହି ମେଳାରେ ଆମକୁ ଲୋକମାନଙ୍କ ସହ ସିଧାସଳଖ ମିଶିବାର ସୁଯୋଗ ମିଳୁଥିବାରୁ ପରବର୍ତ୍ତୀ ସାକ୍ଷାତରେ ସେମାନଙ୍କ ସହ ଏକ ବନ୍ଧୁତ୍ୱପୂର୍ଣ୍ଣ ଭାବର ଆଦାନ ପ୍ରଦାନ ହୋଇଥାଏ ବୋଲି ଡାକ୍ତର ଇନ୍ଦୁ ଅତି ଖୁସିର ସହ କୁହନ୍ତି । ଗ୍ରାମବାସୀମାନଙ୍କ ଦ୍ୱାରା ନିମନ୍ତ୍ରିତ ହୋଇ ସେମାନେ ସ୍ୱାସ୍ଥ୍ୟମେଳା କରିବାକୁ ଯାଆନ୍ତି । ସେଠାକାର ପରିବାରଗୁଡିକ ସେମାନଙ୍କୁ ରୋଷେଇ କରି ଦିଅନ୍ତି । ମେଳା ଅନୁଷ୍ଠିତ ହେଉଥିବା ସ୍କୁଲର ବାଳିକା ଓ ଶିକ୍ଷକମାନେ ସେମାନଙ୍କ ପାଇଁ ସ୍ଵେଚ୍ଛାସେବୀ ଭାବେ କାର୍ଯ୍ୟ କରନ୍ତି । ପ୍ରତ୍ୟେକ ସ୍ୱାସ୍ଥ୍ୟମେଳାରେ ସେମାନେ ୩୦୦୦ ରୁ ୪୦୦୦ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ମାଗଣାଔଷଧ ବିତରଣ କରନ୍ତି । ଏଥିସହ ଜି ଭି ମେଡିଟେକ୍ ଲାଇଫ୍ ଲାଇନ୍ ଏକ୍ସପ୍ରେସ୍/ଜୀବନ ରେଖା ଏକ୍ସପ୍ରେସ୍, ମୋବାଇଲ ହସ୍ପିଟାଲ ଟ୍ରେନ ୩ ଦିନ ପାଇଁ ବନାରସ ଓ ୩ ସପ୍ତାହ ପାଇଁ ଗାଜୀପୁରକୁ ଆଣିଥିଲା । ଏଥିରେ ୪୫୦ ଚକ୍ଷୁ ଅପରେସନ , ୫୦ ଓଠ ଗ୍ରହଣ ଖଣ୍ଡିଆ ଅପରେସନ ମିଶାଇ ୨୮,୦୦୦ ଲୋକଙ୍କ ଚିକିତ୍ସା କରାଯାଇଥିଲା ।

ବାଧା ବିଘ୍ନ ଓ ଆସନ୍ତା କାଲିର ରାସ୍ତା

ଅପରେସନ ପାଇଁ ଅର୍ଥାଭାବ ଏକ ସମସ୍ୟା ରୂପେ ଉଭା ହୋଇଛି । ଇନ୍ଦୁ ବଡ ଦୁଖର ସହ କୁହନ୍ତି, ଅର୍ଥାଭାବ ଓ ଡାକ୍ତରମାନଙ୍କୁ ପ୍ରବର୍ତାଇ ଅନୁଷ୍ଠାନ ସହ ସାମିଲ କରିବା ହିଁ ବଡ ଚ୍ୟାଲେଞ୍ଜ । ଲୋକମାନେ ମାଇକ୍ରୋ ଫାଇନାନସ୍ ଅନୁଷ୍ଠାନଗୁଡିକୁ ସହାୟତା କରିବାକୁ ଇଛୁକ, ହେଲେ ସ୍ୱାସ୍ଥ୍ୟସେବାକୁ ନୁହେଁ । ଏହି କ୍ଷେତ୍ରରେ ପୁଞ୍ଜି ନିବେଶ ପାଇଁ ଧୈର୍ଯ୍ୟବାନ ନିବେଶକମାନଙ୍କ ଆବଶ୍ୟକତା ଅଛି । କାରଣ ଏଥିରେ ରିଟର୍ଣ୍ଣ ପାଇବା ପାଇଁ ତିନିବର୍ଷ ବା ସେହିଭଳି ସମୟ ଲାଗିବ । ତଥାପି ଜି ଭି ଟେକ୍ ଲିମିଟେଡର ୬୫ଜଣ ଡାକ୍ତର ଅଛନ୍ତି ଯେଉଁମାନେ ବନାରସ ଓ ପୂର୍ବ ଉତର ପ୍ରଦେଶର ୧୫ ଜିଲ୍ଲାର ୭.୧ ନିୟୁତ ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଉଛନ୍ତି ।

ଗାଜିପୁର ଓ ଏହାର ପାଖାପାଖି ଅଂଚଳର ବିସ୍ତୃତ ଲୋକମାନଙ୍କ ପାଖରେ ସ୍ୱାସ୍ଥସେବା ପହଂଚାଇବା ପାଇଁ ମୁଁ ଆଉ ୪ଟି କେନ୍ଦ୍ର ଖୋଲିବାକୁ ପ୍ରସ୍ତୁତି ଚଳାଇଛି । ଜଣେ ପାରାମେଡିକାଲ ଷ୍ଟାଫ ସ୍ୱାସ୍ଥ୍ୟ ସଚେତନତା, ଶିକ୍ଷା, ରକ୍ତ ପରୀକ୍ଷା ପରି ସେବା ଯୋଗାଇବା ପାଇଁ ନିଯୁକ୍ତ ହେବାସହ ସେଗୁଡିକ ମାଇକ୍ରୋ କ୍ଲିନିକ ରୂପେ କାର୍ଯ୍ୟ କରିବ । ସ୍ୱାସ୍ଥ୍ୟଗତ ଅଜ୍ଞତା କିମ୍ବା ସହାୟତା ଅଭାବରୁ କେହି ମରିବେ ନାହିଁ, ଏହାହିଁ ଆମର ଏକମାତ୍ର ଲକ୍ଷ୍ୟ ବୋଲି ଇନ୍ଦୁ ମତ ରଖନ୍ତି । ଏହା ସହ ସେମାନେ ଶକ୍ଷିତ ଯୁବକ ଯୁବତୀମାନଙ୍କୁ ତାଲିମ ଦେଇ ମାଇକ୍ରୋ କ୍ଲିନିକଗୁଡିକରେ ନିଯୁକ୍ତ କରିବାକୁ ଚେଷ୍ଟା କରୁଛନ୍ତି ।

ଇନ୍ଦୁଙ୍କୁ ତାଙ୍କ ପ୍ରୟାସରେ ସାହାଯ୍ୟ କରିବାକୁ ଚାହୁଁଥିଲେ ତାଙ୍କ ୱେବସାଇଟ ଦେଖନ୍ତୁ ଏଠାରେ। Take a look at G.V.Meditech’s website.