ଜିଭିକେ ରେଡ୍ଡୀଙ୍କ ନାତି ଆରମ୍ଭ କଲେ ଦ ଇଣ୍ଡିଆନ ଷ୍ଟୋର

ଦେଶପ୍ରେମ ଓ ସମାଜ ସେବାର ଏକ ନିଆରା ସମନ୍ଵୟ

ଜିଭିକେ ରେଡ୍ଡୀଙ୍କ ନାତି ଆରମ୍ଭ କଲେ ଦ ଇଣ୍ଡିଆନ ଷ୍ଟୋର

Wednesday October 28, 2015,

2 min Read

ଗତ ସେପ୍ଟେମ୍ବର ମାସରେ ହାଇଦ୍ରାବାଦଠାରେ ଅନୁଷ୍ଠିତ ଏକ ତାରକା ଖଚିତ କାର୍ଯ୍ୟକ୍ରମରେ ଦି ଇଣ୍ଡିଆନ ବ୍ରାଣ୍ଡ(ଟିଆଇବି)ର ଲଞ୍ଚ କରାଯାଇଥିଲା ଏଥିରେ ନାଗାର୍ଜୁନ, ଚାର୍ମୀ କୌର ଓ ସୋନମ କପୁର ଭଳି ତାରକା ଯୋଗ ଦେଇଥିଲେ। ଟିଆଇବିର ସହ-ପ୍ରତିଷ୍ଠାତା କେଶବ ରେଡ୍ଡୀଙ୍କ ଉଦ୍ୟମ ଫଳରେ ଏହା ସମ୍ଭବ ହୋଇପାରିଥିଲା। କେଶବ ରେଡ୍ଡୀ ହେଉଛନ୍ତି ଦେଶର ଅନ୍ୟତମ ପ୍ରତିଷ୍ଠିତ ଶିଳ୍ପପତି ତଥା ଜିଭିକେ ଗ୍ରୁପର ଅଧ୍ୟକ୍ଷ ଜିଭିକେ ରେଡ୍ଡୀଙ୍କ ନାତି।

image


କୌଣସି ଫେସନ ବ୍ରାଣ୍ଡର ଲଞ୍ଚ ଅବସରରେ ଫିଲ୍ମଷ୍ଟାର ଯୋଗଦେବା ଏକ ସାଧାରଣ କଥା। କିନ୍ତୁ ଏହି ଅବସରଟି ଥିଲା ଟିକିଏ ନିଆରା। ଟିଆଇବି ଏକ ସାମାଜିକ ଉଦ୍ୟୋଗ ଯାହାକି ଏକ ସ୍ଵତନ୍ତ୍ର ଧରଣର ଟି-ଶର୍ଟ ବିକ୍ରି କରିଥାଏ। ଏସବୁ ଟି-ଶର୍ଟରେ ଆମ ଜାତୀୟ ପତାକା ରହିଥାଏ ଓ ତା ସହିତ ଏକ ପିକକ ଲୋଗୋ ରହିଥାଏ। ପ୍ରତିଟି ଟି-ଶର୍ଟ ବିକ୍ରିର କିଛି ଅଂଶ ଗରିବ ଲୋକଙ୍କ ନିକଟକୁ ଯାଇଥାଏ। ଟିଆଇବିର ଏହି ବିଜନେସ ମଡେଲଟି ଆମେରିକାର ପ୍ରସିଦ୍ଧ TOMS Shoes & Eyewear ବ୍ରାଣ୍ଡ ଢାଞ୍ଚାରେ ପ୍ରସ୍ତୁତ ହୋଇଛି। ଏହି ସଂସ୍ଥା ପ୍ରତି ହଳ ଜୋତା ବିକ୍ରି ହେଲେ ଜଣେ ଭିନ୍ନକ୍ଷମଙ୍କୁ ହଳେ ଜୋତା ଦେଇଥାଏ।

ଆମେରିକାରେ ପଢୁଥିବାବେଳେ ଦେଶପ୍ରେମ ଓ ସାମାଜିକ କାର୍ଯ୍ୟକୁ ମିଶାଇବାର ଆଇଡିଆ କେଶବଙ୍କ ମୁଣ୍ଡକୁ ଆସିଥିଲା ପୁଣି ନବୀନ ଜିନ୍ଦଲଙ୍କ ଦ୍ଵାରା ପ୍ରତିଷ୍ଠିତ ଫ୍ଲାଗ ଫାଉଣ୍ଡେସନ ଅଫ ଇଣ୍ଡିଆ ଦ୍ଵାରା ମଧ୍ୟ ସେ ଅନୁପ୍ରାଣିତ ହୋଇଛନ୍ତି। ଅପରପକ୍ଷରେ ଏକ ପ୍ରତିଷ୍ଠିତ ବ୍ୟବସାୟିକ ପରିବାରରୁ ଆସିଥିବାରୁ ମଧ୍ୟ ନିଜେ କିଛି ନୂଆ କରିବାର ଉତ୍ସାହ ରହିଥିଲା। ଏହି ସାମାଜିକ ଉଦ୍ୟୋଗର ଆଉଜଣେ ସହ ପ୍ରତିଷ୍ଠାତା ହେଲେ ଇଶାନ ଦୋଧୀବାଲା, ଯିଏକି ରେଡ୍ଡୀଙ୍କ ଜଣ ପାରିବାରିକ ବନ୍ଧୁ ଦେଶପ୍ରେମ ଭାବନା ଓ ସମାଜ ପାଇଁ କିଛି କରିବାର ଆହ୍ଵାନ ରହୁଥିବାରୁ ଟିଆଇବି ଦେଶର ଯୁବପୀଢିଙ୍କୁ ଆକୃଷ୍ଟ କରିପାରିବ ବୋଲି ରେଡ୍ଡୀ ଆଶା ରଖନ୍ତି।

ଏହି ଉଦ୍ୟୋଗକୁ ଆରମ୍ଭ କରିବା ପୂର୍ବରୁ ସେମାନେ ନିଜ ଆଇଡିଆ ସଂପର୍କରେ ବିଭିନ୍ନ ସହର ତଥା ସମାଜର ବିଭିନ୍ନ ବର୍ଗର ପ୍ରାୟ 100ରୁ ଅଧିକ ଲୋକଙ୍କ ମତାମତ ଲୋଡିଥିଲେ। ଏଥିରୁ ସେମାନେ ଜାଣିପାରିଲେ ଯେ ଏହାର ଏକ ସ୍ଵତନ୍ତ୍ର ଧରଣର ବଜାର ରହିଛି, କିନ୍ତୁ ଏ କ୍ଷେତ୍ରରେ ମଧ୍ୟ ଅନେକ ସଂସ୍ଥା ରହିଛନ୍ତି ଏବେ ସେମାନଙ୍କ ପୋର୍ଟଫୋଲିଓରେ ଗୋଟିଏ ମାତ୍ର ଟି-ଶର୍ଟ ରହିଛି। ଏହା 3ଟି ରଂଗରେ ଉପଲବ୍ଧ ହେଉଛି ଓ ମୂଲ୍ୟ ରହିଛି 999 ଟଙ୍କା। ଲଞ୍ଚ ଦିନହିଁ ଆମର ସବୁ ଷ୍ଟକ ଶେଷହୋଇଯାଇଥିଲା। ସେହି ଦିନଠାରୁ ଆମର ଅଭିବୃଦ୍ଧି ଅଭୁତପୂର୍ବ ରହିଛି ଓ ଏପରି ଆମର ମାର୍କେଟିଂ ଅଭିଯାନ ଆରମ୍ଭ ହେବା ପୂର୍ବରୁ ଏହା ସମ୍ଭବ ହୋଇପାରିଛି। ଆମର ପ୍ରଡକ୍ଟ ଓ ଆଇଡିଆ ପ୍ରତି ଲୋକମାନଙ୍କ ସମର୍ଥନକୁ ଏହା ପ୍ରମାଣିତ କରୁଛି ବୋଲି ରେଡ୍ଡୀ କହିଛନ୍ତି।

ଭାରତରେ ଏହି ଆଇଡିଆକୁ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଟିଆଇବି ପ୍ରଥମ ହୋଇଥିବାବେଳେ ଆଗାମୀ ଦିନରେ ଏହି ସ୍ଵତନ୍ତ୍ର ବଜାରରେ ଏକ ଅଗ୍ରଣୀ କମ୍ପାନି ହେବାକୁ ଲକ୍ଷ୍ୟ ରଖନ୍ତି। ଟିଆଇବି ଆସନ୍ତା 3 ବର୍ଷରେ ଟିଆଇବି 15 ରୁ 20ଟି ଭିନ୍ନ ଭନ୍ନ ଧରଣର ସାମଗ୍ରୀ ବିକ୍ରି କରି ବାଷିର୍କ 1 କୋଟିରୁ ଅଧିକ ଟଙ୍କାର ଆୟ ହାସଲ କରିବା ସହ 10ଟି ସାମାଜିକ ସଂସ୍ଥାକୁ ସହାୟତା କରିବା ଲକ୍ଷ୍ୟ ରଖନ୍ତି ବୋଲି ରେଡ୍ଡୀ କହନ୍ତି ।

ଏ ଧରଣର ଆଇଡିଆଟି ଆମ ଦେଶରେ ନୂଆ ହୋଇଥିବାରୁ ଏବେ ଟିଆଇବି ପାଇଁ ବ୍ୟବସାୟ କରିବା ଟିକିଏ ସହଜ ହେଉଛି, କିନ୍ତୁ ଆଗାମୀ ଦିନରେ ପ୍ରତିଯୋଗିତା ବଢିଯିବ ବୋଲି କହନ୍ତି ରେଡ୍ଡୀ। ଏବେ ଟିଆଇବି ଅଳ୍ପ କିଛି ପାଣ୍ଠିରେ ଆରମ୍ଭ ହୋଇଥିବାବେଳେ ଆଗାମୀ ଦିନରେ ବାହାରୁ ପାଣ୍ଠି ସଂଗ୍ରହ ବିକଳ୍ପକୁ ଖୋଲା ରଖିଛନ୍ତି ରେଡ୍ଡୀ ଓ ଦୋଧୀବାଲା। ଦୁହେଁ ଆଗକୁ ଦ୍ରୁତ ଅଭିବୃଦ୍ଧି ହାସଲ କରିବା ଲକ୍ଷ୍ୟ ରଖିଛନ୍ତି।

ଟିଆଇବିର ଏକ ମହାନ ଲକ୍ଷ୍ୟ ରହିଛି ଭାରତୀୟମାନେ କେବଳ ଜାତୀୟ ଦିବସଗୁଡିକରେ ଭାରତୀୟତାକୁ ଦର୍ଶାଉଥିବା ପୋଷାକ ନ ପିନ୍ଧି ସବୁଦିନେ ପିନ୍ଧିବା ଆବଶ୍ୟକ।