“ଜୀବନ କ୍ଷଣସ୍ଥାୟୀ, ବର୍ତ୍ତମାନ ମୂହୁର୍ତ୍ତକୁ ଦୃଢତା ଓ କୌତୁକର ସହ ଯାପନ କରନ୍ତୁ” ଅମ୍ବରିଶ ଗୁପ୍ତା, ପ୍ରତିଷ୍ଠାତା Knowlarity

“ଜୀବନ କ୍ଷଣସ୍ଥାୟୀ, ବର୍ତ୍ତମାନ ମୂହୁର୍ତ୍ତକୁ ଦୃଢତା ଓ କୌତୁକର ସହ ଯାପନ କରନ୍ତୁ” ଅମ୍ବରିଶ ଗୁପ୍ତା, ପ୍ରତିଷ୍ଠାତା Knowlarity

Tuesday October 20, 2015,

5 min Read

ଆମର ଏହି ଶ୍ରୁଙ୍ଖଳାର ପ୍ରଥମ କାହାଣୀ ଲୋକଙ୍କୁ ଖୁବ ଭଲ ଲାଗିଥିବାରୁ ମୁ ତାଙ୍କୁ ଅନେକ ଧନ୍ୟବାଦ ଦେବାକୁ ଚାହୁଁଛି। ଯଦି ଆପଣ ଏହାକୁ ପଢିନାହାନ୍ତି ତେବେ ଏଠାରେ ପଢିବାର ସୁଯୋଗ ପାଇପାରିବେ। ଆଜି ମୁଁ ଜଣେ ଉଦ୍ୟୋଗୀଙ୍କ କାହାଣୀ ଏଠାରେ କହିବି। ଆମେ ସେହି ଅନୁସନ୍ଧାନ ଜାରି ରଖିଛୁ, ଜଣେ ଶିଳ୍ପଦ୍ୟୋଗୀ କିପରି ହୋଇଥାନ୍ତି? ପ୍ରତିଦିନ ତାଙ୍କୁ କିଭଳି ପ୍ରେରଣା ମିଳିଥାଏ। ପାଣ୍ଠି ସଂଗ୍ରହ, ବିକାଶ, ସଂଖ୍ୟା ଓ ସଫଳତାର ଚିକ୍କଣ ଚଟାଣ ପଛରେ ଜଣେ ଶିଳ୍ପ ଉଦ୍ୟୋଗୀଙ୍କ କିଭଳି ମନୋବୃତ୍ତି ତାଙ୍କୁ ଆଗେଇ ନେଇଥାଏ।

image


ମୁଁ ବର୍ତ୍ତମାନ ଶିଳ୍ପଦ୍ୟୋଗୀ, Knowlarityର ପ୍ରତିଷ୍ଠାତା ଅମ୍ବରିଶ ଗୁପ୍ତାଙ୍କ ସମ୍ପର୍କରେ କହିବି। ତାଙ୍କ ସହ ମୋର ଏକ ଅନ୍ତରଙ୍ଗ ଆଳାପ ହେଇଥିଲା। କଥାବାର୍ତ୍ତା ଭିତରେ ସେ କେତେବେଳେ ହସୁଥାନ୍ତି, କେତେବେଳେ ଅନ୍ୟକୁ ହସାଉଥାନ୍ତି ତ କେତେବେଳେ କଥା କହୁ କହୁ ଭାବବିହ୍ଵଳ ହେଇ ପଡୁଥାନ୍ତି। ତାଙ୍କ କହିବା ଅନୁସାରେ ଅମ୍ବରିଶଙ୍କ କାହାଣୀ ମୁ ଏଇଠି ଉତଥାପନ କରୁଛି। ମୋର ଆଶା ଏହା ଆପଣଙ୍କୁ ପ୍ରେରଣା ଯୋଗାଇବା ଯେମିତି ଏହା ମୋତେ ପ୍ରେରିତ କରିଛି। ତାଙ୍କର ସରଳତା, ଜୀବନର ଅର୍ଥ ଖୋଜିବାର ନିଛକ ପ୍ରୟାସ ଏବଂ ଅନୁସନ୍ଧାନର ଫଳସ୍ଵରୂପ ଉଦ୍ୟୋଗ ସୃଷ୍ଟି ହେଉଥିବା କଥାକୁ ମୁଁ ସବୁଦିନ ମନେ ରଖିବି।

“ମୁଁ ଆଜି ଯାହା ବି ହେଇପାରିଛି ସବୁ ମୋ ବାପା ମାନକ ଯୋଗୁ। ମୁ କାନପୁରରୁ ଆସିଛି।ମୋ ଜୀବନର ସର୍ବପ୍ରଥମ ପ୍ରେରଣା ହେଉଛନ୍ତି ମୋ ମାଁ।ସେ ଖୁବ ସଚୋଟ ଓ ସରଳ ମୋ ବାପା ବ୍ୟବସାୟୀ କିନ୍ତୁ ତ ପୂର୍ବରୁ ଏକ କବି। କବିତା ଓ ଦର୍ଶନ ମୋ ଜୀବନର ଏକ ଅଂଶ ଥିଲା। ଆମେ ଧନୀ ନ ହେଲେ ମଧ୍ୟ ଆମର କିଛି ଆର୍ଥିକ ଅସୁବିଧା ନଥିଲା। ଜୀବନରେ ସ୍ନେହ ଓ ଭଲପାଇବା ଭରପୁର ଥିଲା। ପରିବାର ଭିତରେ ପରସ୍ପର ସ୍ନେହରୁ ସ୍ଥିରତା ଓ ଦର୍ଶନରୁ ମୁ ଅଭିଜ୍ଞତା ହାସଲ କରିଛି।“

image


ମୋର ପିଲା ଦିନର ଏକ ଘଟଣା ମୋତେ ବହୁମାତ୍ରାରେ ପ୍ରଭାବିତ କରିଥିଲା। ତାହା ହେଲା କାନପୁର ସହରରେ ଶିଳ୍ପ କାରଖାନାର ପତନ। କାନପୁରରେ ଶିଳ୍ପ କାରଖାନା ଧ୍ଵଂସ ପାଇବା ବାସ୍ତବରେ ଏକ ଦୁଖଦ ଘଟଣା। ଏହି କାରଖାନା ଗୁଡିକର ବଡବଡ ଧ୍ଵଂସମୁଖୀ ପାଚେରୀ ଦେଖିଲେ ମନରେ ଖୁବ କଷ୍ଟ ହୁଏ। ଲୋକମାନେ କମ କରିବା ବନ୍ଦ କରିଦେଲେ। ଆମ ଘର ପାଖରେ ଗୋଟିଏ ମିଲ ଥିଲା – ଲାଲ ଈମ୍ଳୀ, ଯେଉଁଥିରୁ କି ଲୁଗା ତିଆରି କରାଯାଉଥିଲା। ଏହାର ଖରାପ ପରିଚାଳନା ଯୋଗୁଁ ସରକାର ତା’ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ। ହଠାତ ମିଲ ମାଲିକ ଜାଣିଗଲେ ଯେ ନିଜକୁ ଚଲାଇବାକୁ ହେଲେ ତାଙ୍କୁ ଅନେକ ଟଙ୍କା ଖରଚ କରିବାକୁ ହେବ ଏବଂ କାମ କରିନଥିବା କର୍ମଚାରୀ ମାନଙ୍କୁ ମଧ୍ୟ ଦରମା ଦେବାକୁ ପଡିବ। ତେଣୁ ସେ ନୀରବରେ କିଛି ନକରି ବସିଗଲେ। ଲୋକେ କାମ ବଡ କରିଦେଲେ ଓ ମାସ ଶେଷରେ ସେମାନଙ୍କ ଦରମା ଦାବି କଲେ। ହଠାତ କାରଖାନା ଭିତରେ କାର୍ଯ୍ୟକଳାପ ଧିମେଇ ଗଲା। ପରିବେଶରେ ଅଳସୁଆପଣ, କର୍ମହୀନତା ଓ ନିରାଶାର ଭାବ ଦେଖାଗଲା। ମୋତେ ଏସବୁ କିଛି ଠିକ ଲାଗୁ ନଥାଏ। ଏହା ଉଚିତ ନଥିଲା। କଣ ସବୁ ଘଟୁଛି ତାକୁ ବୁଝିବା ପାଇଁ ମୁଁ ବଡଧରଣର ଅର୍ଥନୀତି ସଂକ୍ରାନ୍ତ ପୁସ୍ତକଗୁଡିକ ପଢିବା ଆରମ୍ଭ କଲି। ଏହି ବହିଗୁଡିକ ହେଇଗଲେ ମୋର ସବୁଠୁ ଭଲ ସାଙ୍ଗ। ପ୍ରତି କଥାରେ ମୁ ପ୍ରଶ୍ନ କରିବା ଆରମ୍ଭ କରିଦେଲି।

ମୋର ବନ୍ଧୁ କୁଟୁମ୍ବଙ୍କ ଭଳି ଝୋଟଅଖା ମୁ ବିକିବାକୁ ଚାହୁଁନଥିଲି(ହସ)। ତେଣୁ କମ୍ପ୍ୟୁଟର ବିଜ୍ଞାନ ପଢିବା ପାଇଁ ମୁଁ ଆଇଆଇଟି, କାନପୁରରେ ନାମ ଲେଖାଇଲି। ପାଠପଢା ମୋତେ ଖୁବ ଭଲ ଲାଗୁଥିଲା। ଦେଖିବାକୁ ଗଲେ ମୁ ଏକ ମେଧାବୀ ଛାତ୍ର ଥିଲି(ହସି)। ମୁଁ ଯେତେବେଳେ ହୋମି ଯେ ଭାବା ପୁରସ୍କାର ପାଇଲି, ତାହା ମୋତେ ଖୁବ ଉତ୍ସାହିତ କଲା। ଆଇଆଇଟିରୁ ଅନେକ କିଛି ଶିଖିବାର ସୁଯୋଗ ମିଳିଲା। ସେଥିରୁ ହିଁ ମୁଁ ଜୀବନର ପ୍ରକୃତ ପନ୍ଥା ବାଛି ନେଇଥିଲି। ତାପରେ ମୁଁ ଜାଣିସାରିଥିଲି ଯେ ଏବେ ମୁଁ ଯେଉଁ ପାଠ ପଢୁଛି ତାକୁ ତୁରନ୍ତ କାମରେ ଲଗାଇ ହେବନି। ଆଇଆଇଟିରୁ ବାହାରିଲା ପରେ ମୁଁ ବିଭିନ୍ନ ଦେଶରେ କାମ କରିଛି।

image


୨୦୦୩ରେ ମୋର ବିବାହ ହେଲା। ମୋ ସ୍ତ୍ରୀ ହେଲେ ଚୀନର ବାସିନ୍ଦା।ମୋ ମାଁଙ୍କ ସହ ମୁଁ ତାଙ୍କଠାରୁ ମଧ୍ୟ ଅନେକ ପ୍ରେରଣା ପାଇଛି। ବେଜିଂ ଇଉନିଭର୍ସିଟିରୁ ପାଠ ପଢିସାରିବା ପରେ ସେ ଚୀନ୍ର ସେନାବାହିନୀରେ ବର୍ଷେ କାଳ କାମ କରିଥିଲେ। ସେ ଜଣେ ଅତ୍ୟଧିକ ଶ୍ରୁଙ୍ଖଳିତ ଓ ବିଜ୍ଞ ନାରୀ ଅଟନ୍ତି। ସେ ସବୁବେଳେ ମୋତେ ଚେସରେ ହରେଈ ଦେଉଥିଲେ। ଆମ ଭିତରେ ଦର୍ଶନ ଶାସ୍ତ୍ର ଏବଂ ଭାରତ ଚୀନ ଯୁଧ୍ୟରୁ ନେଇ ସବୁବେଳେ କଥା କଟାକଟି ହେଉଥିଲା (ହସ)। ଆମେ ସବୁବେଳେ ଇତିହାସ, ରାଜନୀତି ଓ ସାହିତ୍ୟକୁ ନେଇ ଯୁକ୍ତିତର୍କ ହେଉଥିଲା।

ଅମ୍ବରିଶ ପତ୍ନୀଙ୍କ  ସହ

ଅମ୍ବରିଶ ପତ୍ନୀଙ୍କ ସହ


ମୋର ମନେ ଅଛି, ଯେତେବେଳେ ନିଜ ଦେଶରେ ଏକ ବ୍ୟବସାୟ ଆରମ୍ଭ କରିବାର ବଡ ସ୍ଵପ୍ନ ନେଇ ମୁଁ ବାଙ୍ଗାଲୋରକୁ ଆସିଲି। ସେତେବେଳେ ମନରେ ଅନେକ ବିଚାର ଥାଏ ହେଲେ ବ୍ୟବସାୟ କରିବାର ବାସ୍ତବ ଅଭିଜ୍ଞତା ଖୁବ କମ ଥାଏ। ମୋର ମାନେ ହେଲା ବ୍ୟବସାୟ ଆରମ୍ଭ କରିବା, କଲେଜରେ ପ୍ରଥମ ପାଦ ଦେବା ସହ ସମାନ। ସମସ୍ତେ ଆପଣଙ୍କୁ ଜାଣିଥିବେ, ପରସ୍ପରକୁ ସାହାଯ୍ୟ କରୁଥିବେ ଏବଂ ବିଶ୍ଵାସ ମଧ୍ୟ କରୁଥିବେ; ଯଦି ଆପଣ କୌଣସି ଭଲ ଉତ୍ପାଦନ ବାହାର କରିପାରିଲେ, ଆପଣଙ୍କ ବ୍ୟବସାୟ ସ୍ଥାପିତ ହେଇଯିବ। ମୋର ପ୍ରଥମ ପ୍ରୟାସରେ ହିଁ ମୁ ଏହା ଜାଣିପାରିଲି। ଅସଲରେ କେହି କିଛି ଖିଆଲ କରନ୍ତି ନାହି। ମୁଁ ଧୀରେ ଧୀରେ ଧୈର୍ଯ୍ୟହରା ହେବାକୁ ଲାଗିଲି ଏବଂ ଆମେରିକା ଫେରିଯିବାକୁ ମନସ୍ଥ କଲି। ମୋର ମନେ ଅଛି ମୁଁ ଆମେରିକା ଫେରିଯିବା କଥା ମୋ ସ୍ତ୍ରୀଙ୍କୁ ବାରମ୍ବାର କହୁଥିଲି(ସେ ସମୟରେ ମୋ ସ୍ତ୍ରୀ ଆମେରିକାରେ ଥିଲେ)। ତାଙ୍କର ମତ ଥିଲା ‘ ପ୍ରଥମେ ଆରମ୍ଭ କରିଥିବା କାମ ଶେଷ କର, ପଛକୁ ଫେର ନାହିଁ।

ଖୁବ କମ ସମୟ ଭିତରେ ମୋର ସଞ୍ଚୟ ପଇସା ସରିଯିବାକୁ ଲାଗିଲା। ମୋତେ ଅଣନିଶ୍ଵାସୀ ଲାଗୁଥାଏ। ମୋତେ କେହି ପଇସା ଦେବାକୁ ରାଜି ନଥାନ୍ତି ଏବଂ କୌଣସି କାମ ଠିକ ଭାବରେ ହେଉ ନଥାଏ। ଶେଷରେ କାର୍ନେଜି ମେଲନରେ ଏମବିଏ କରିବାକୁ ମୁଁ ଆମେରିକା ଫେରିଗଲି। ଏମବିଏ କରିପାରିବା ପରେ McKinsey Consultingରେ କାମ କଲି ଏବଂ ସେଠାରେ ବହୁତ ପରିଶ୍ରମ କଲି। ସେଠାରେ ସପ୍ତାହ ଶେଷରେ ଛୁଟି ମଧ୍ୟ ନଥିଲା। ଏହି ସଂସ୍ଥାରେ କାମ କରିଚାଲିଲେ ୨୦ବର୍ଷ ପରେ ମୋ ଜୀବନ କଣ ହେବ ସେ କଥା ମୋତେ ଜଳଜଳ ହୋଇ ଦେଖା ଯାଉଥିଲା। ଏହା ଏକ ସ୍ଥାୟୀ ଚାକିରି ଥିଲା, ତଥାପି ମୋତେ ମନେ ହେଲା ଯେ ମୁ ଜୀବନରେ ଯାହା କରିବାକୁ ଚାହୁଁଛି, ଏହା ସେ କାମ ନୁହେଁ।

ନିଜ କାମ ଆରମ୍ଭ କରିବାର କୀଟ ମୋ ମୁଣ୍ଡରେ ରହିଥାଏ। ଖାଲି ସମୟକୁ ଅପେକ୍ଷା କରି ରହିଥାଏ। ୨୦୦୮ମସିହାରେ ପୁଣିଥରେ ବ୍ୟବସାୟ କରିବାକୁ ଭାରତକୁ ଫେରିଆସିଲି। ୨୦୦୯ ମସିହାରେ Knowlarityକୁ ଆରମ୍ଭ କଲି। ମୋ ସ୍ତ୍ରୀ ସେଯାଏ ଆମେରିକାରେ ରହିଥାନ୍ତି ଏବଂ ମୁଁ ଉଭୟ ଭାରତ ଓ ଆମେରିକା ମଧ୍ୟରେ ଯିବା ଆସିବା କରୁଥାଏ।

ଥରେ ଆମେରିକା ଯାଇଥାଏ। ସେଠାରେ ମୁଁ ଓ ମୋ ସ୍ତ୍ରୀ ମିଶି ଦୂରବାଟ ଗାଡି ଚଳାଇ ଯାଇଥିଲୁ। ଆମର ସେଦିନ ଛୁଟି ଥାଏ। ହଠାତ ଜଣେ ବାଇକ ଚାଳକ ଦ୍ରୁତ ଗତିରେ ଆସି ଆମ କାରକୁ ଧକ୍କା ଦେଲା। କାରଟି ଓଲଟି ପଡିଲା। ପରେ ଜାଣିଲି ଯେ ବାଇକ ଚାଳକଟି ମଦ ପିଇଥିଲା। ଏହି ଦୁର୍ଘଟଣାରେ ମୋ ସ୍ତ୍ରୀ ପ୍ରାଣ ହରାଇଲେ।

ସେଦିନଠାରୁ ମୁଁ ଯାହା ଆରମ୍ଭ କରେ ତାକୁ ଶେଷ କରିଥାଏ। ତାଙ୍କ କଥା ମୋ ମନରେ ରହିଯାଇଛି। ସେ, ମୋତେ ତାଙ୍କ ଭଳି ସ୍ପଷ୍ଟବାଦୀ, ଶ୍ରୁଙ୍ଖଳିତ ଓ ସବୁବେଳେ ସଦମାର୍ଗରେ କାର୍ଯ୍ୟ କରିବାକ ଚାହୁଁଥିଲେ।ସେ ଦିନଠାରୁ ଜୀବନର କ୍ଷଣଭଙ୍ଗୁରତାକୁ ମୁଁ ବୁଝିଛି ଓ ସମ୍ମାନ ଦେଇଆସିଛି। ଆପଣ ପଛକୁ ହିସାବ କରିବା ଆରମ୍ଭ କଲେ ଜାଣିପାରିବେ ଯେ ଆଉ କେତେ କମ ସମୟ ବାକି ଅଛି। ପ୍ରତ୍ୟେକ ବସ୍ତୁ ଭିତରେ ଆପଣ ସହାବସ୍ଥାନକୁ ଦେଖନ୍ତୁ। ତା ଛଡା ପ୍ରତି କଥାକୁ ଅତି ଗୁରୁତ୍ଵର ସହ ନେବା ବନ୍ଦ କରିଦେଲେ, ଆପଣ ଛୋଟ ଛୋଟ କଥାକୁ ମଧ୍ୟ ଉପଭୋଗ କରିପାରିବେ। ମୁଁ ପ୍ରତିଦିନ ମନରେ କ୍ଷୁଧା ଓ ଉତ୍ସାହକୁ ନେଇ ଆଗକୁ ବଢିଥାଏ।