ବାସି ଫୁଲରୁ ହେବ ଜୈବିକ ସାର

0

ରାତି ପାହିଲେ କିମ୍ବା ବେଳେବେଳେ କିଟିକିଟି ରାତିରେ ରାସ୍ତାରେ, କଲୋନୀ ମାନଙ୍କରେ ଫୁଲ ଚୋର ବୁଲିବାଟା ଗୋଟେ ସାଧାରଣ ଦୃଶ୍ୟ। ଦେଶରେ ହଜାର ହଜାର ମନ୍ଦିରରେ ପ୍ରତିଦିନ ଟିନ୍ ଟିନ୍ ଫୁଲ ପୂଜା ପାଇଁ ବ୍ୟବହାର ହେଉଛି । ପରେ ସେଗୁଡିକୁ ନଦୀ, ନାଳ, ପୋଖରୀରେ ଫିଙ୍ଗି ଦିଆଯାଉଛି । ଫଳରେ ଫୁଲ ସବୁ ପଚିସଢି ଜଳକୁ ପ୍ରଦୂଷିତ କରିଛି ।

ଏହି ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡିଛନ୍ତି ଦୁଇ ସାଙ୍ଗ । କାନପୁର ବାସିନ୍ଦା ଏହି ଦୁଇ ଯୁବକ ଅଙ୍କିତ ଓ କରନ୍ ଲକ୍ଷ୍ୟ କରେ ଯେ, ପ୍ରତିଦିନ ଗଙ୍ଗାନଦୀ ମଧ୍ୟରୁ ବିପୁଳ ପରିମାଣର ବ୍ୟବହୃତ ଫଳ ଫିଙ୍ଗାଯାଉଛି । ସେଥିରେ ଥିବା କୀଟନାଶକ ଓ ରାସାଯନିକ ସାର ଜଳକୁ ବିଷାକ୍ତ କରୁଥିବାବେଳେ ଫୁଲ ସଢିଯିବାପରେ ମଧ୍ୟ ନଦୀଜାଲ ପ୍ରଦୂଷିତ ହେଉଛି । ଏହାର ସମାଧାନ ଚିନ୍ତାକରି ଶେଷରେ ଦୁଇ ସାଙ୍ଗ କାନପୁର ସହରରେ ଥିବା ମନ୍ଦିର ଓ ମସଜିଦ୍ ରୁ ବ୍ୟବହୁତ ଫୁଲ ସଂଗ୍ରହ କରିବାକୁ ଲାଗିଲେ ଉପଯୋଗୀ ଉତ୍ପାଦରେ ପରିଣତ କଲେ ।

ସେମାନଙ୍କ କହିବା ଅନୁଯାୟୀ ଦେଶର ଯେକୌଣସି ମନ୍ଦିର, ମସଜିଦ୍, ଗୁରୁଦ୍ୱାରା ଅଥବା ଗୀର୍ଜାକୁ ପ୍ରବେଶ କଲେ ଦେଖାଯିବା ଯେ ସେଠାରେ ବିଫୁଲ ପରିମଣାର ଫୁଲ ଜମାହୋଇ ରହିଛି । କିନ୍ତୁ ଭଗବାନଙ୍କ ନିକଟରେ ଫୁଲକୁ ପୂଜା କରାଯିବାପରେ ସେଗୁଡିକୁ ପବିତ୍ର ବୋଲି ବିବେଚନା କରାଯାଇ ସେଗୁଡିକୁ ଶୁଖିଲା ସ୍ଥାନରେ ଫିଙ୍ଗାଯାଏ ନାହିଁ । କୌଣସି ନା କୌଣସି ଜଳାଶୟରେ ସେଗୁଡିକୁ ଫିଙ୍ଗି ଦିଆଯାଏ । କିନ୍ତୁ ତାହାଦ୍ୱାରା ଉକ୍ତ ଜଳରାଶି ଓ ପରିବେଶ ଉପରେ କି ପ୍ରତିକଳା ପ୍ରଭାବ ପଡୁଛି ତାହା କେହି କେବେ ଚିନ୍ତା କରିନ୍ତିନାହିଁ । ଏହି ବିଷୟ କାନପୁରର ଦୁଇ ସାଙ୍ଗ ଅଙ୍କିତ ଅଗ୍ରୱାଲ୍ ଏବଂ କରନ ରସ୍ତୋଗିଙ୍କ ମନରେ ଗଭୀର ରେଖାପାତ କରିଥିଲା ।

୨୭ ବର୍ଷ ବୟସ୍କ ଅଙ୍କିତ କୁହନ୍ତି ଭାରତୀୟ ନଦୀଗୁଡିକରେ ପ୍ରତିବର୍ଷ ପ୍ରାୟ ୮୦ ହଜାର ଟନ୍ ବ୍ୟବହୁତ ଫୁଲ ଫିଙ୍ଗିଦିଆଯାଉଛି । ସେ ଓ ତାଙ୍କ ସାଙ୍ଗ କରନ ମିଶି ୨୦୧୨ରେ ଏ ସମ୍ପର୍କରେ ଗବେଷଣା କରେ । ୨୦୧୪ରେ ଏହି ଫୁଲକୁ ନେଇ କିଭଳି ପରିବେଶ ଉପାଯୋଗୀ ସାମଗ୍ରୀ କରାଯାଇପାରିବ ତାହା ସେମାନେ ପ୍ରସ୍ତୁତ କଲେ । ୨୦୧୫ ମେ ମାସରେ ସେମାନେ ‘ହେଲ୍ ପଅସ ଗ୍ରୀନ୍’ ନାମରେ ଏକ ସଂସ୍ଥା ଗଠନ କରି ପ୍ରତିଦିନ ବିଭିନ୍ନ ଧର୍ମସ୍ଥଳରୁ ପ୍ରାୟ ୫୦୦ କିଲୋଗ୍ରାମ ଓଜନର ବ୍ୟବହୃତ ଫଳ ସଂଗ୍ରହ ଆରମ୍ଭ କଲେ । ସେମାନଙ୍କର ଖରଖାନା ନଥିବାରୁ ଦୁଇସାଙ୍ଗ ଉକ୍ତ ଫୁଲକୁ ଅଧାଅଧା ବାନ୍ତି ନିଜ ଘରକୁ ନେଇଯାଆନ୍ତି । ଉକ୍ତ ଫୁଲକୁ ସେମାନେ ଗୋବରପାଣିରରେ ବୁଡାଇବାପରେ ସେଥିରେ କଫିଚୋପା, ମକାର ଅଦରକାରୀ ଅଂସ ଆଦିକୁ ମିଶାଇଲେ । ଫଳରେ ସେଥିରେ ଯବକ୍ଷାରଜାନ ପରିମାଣ ବୃଦ୍ଧିପାଇଲା । କିଛିଦିନ ପରେ ସେହି ମିଶ୍ରଣରେ ସେମାବେ ଜିଆ ଛାଡିଲେ । ଜିଆ ଉକ୍ତ ମିଶ୍ରଣକୁ ଖାଇବାପରେ ୬୦ ଦିନରେ ତାହାକୁ ଖାତାରେ ପରିଣତ କଲେ । ତାହା ଅତ୍ୟନ୍ତ ଉପାଦେୟ ଖାତା ବୋଲି ଦୁଇସାଙ୍ଗ ପରିକ୍ଷାନିରୀକ୍ଷା କରି ଜାଣିପାରିଲେ । ଏବେ ସେହି ଖତକୁ ସେମାନେ ଜୈବିକ କୃଷି ଓ ଫୁଲକୁଣ୍ଡରେ ସାର ଆକାରରେ ବ୍ୟବହାର ନିମନ୍ତେ ବିକ୍ରି କରୁଛନ୍ତି ।