ଭାରତୀୟ ବ୍ରା' ରାଣୀ

ଭାରତୀୟ ବ୍ରା' ରାଣୀ

Sunday November 22, 2015,

6 min Read

Buttercups ବିଷୟରେ ଆଗରୁ କେବେ ଶୁଣିଛନ୍ତି କି? ବିନା କୌଣସି ଯୁକ୍ତିରେ ଏହା ବର୍ତ୍ତମାନ ଦେଶର(ଅନଲାଇନ ଓ ଅଫଲାଇନ) ଅନ୍ତର୍ବାସ ବୁଟିକ। ବିଶ୍ୱର ଅନେକ ପ୍ରସିଦ୍ଧ ଅନ୍ତର୍ବାସ ବ୍ରାଣ୍ଡର ଉତ୍ପାଦ ଯୋଗାଇବା ଛଡା ଗ୍ରାହକ ମାନଙ୍କ ପାଇଁ ଯୋଗାଇଦେଉଥିବା ଅନେକ ସେବା ତାଙ୍କୁ ଏ ବଜାରରେ ନିଆରା କରେ। ବ୍ୟକ୍ତିଗତ ଭାବେ ସାଇଜ ନିରୂପଣ କରିବାଠାରୁ ଆରମ୍ଭ କରି, ଫିଟିଙ୍ଗ ଓ ଆବଶ୍ୟକତା ଅନୁଯାୟୀ ପରାମର୍ଶ ଯୋଗେଇଦେବା, ଏହି ଉଦ୍ୟୋଗଟି ବିଚାରଶୀଳ ମହିଳା ଗ୍ରାହକଙ୍କର ସେବା କରିବାକୁ ଠାଣି ନେଇଛି।

image


କିନ୍ତୁ ଆମକୁ ଏ କାହାଣୀ ଲେଖିବା ପାଇଁ ଯାହା ପ୍ରେରିତ କରିଥିଲା ତା' ମାତ୍ର ବ୍ୟବସାୟ ନୁହେଁ, ବରଂ Buttercups ପଛରେ ଥିବା ଉଦ୍ୟୋଗୀଙ୍କର ଆବେଗରେ ଭରା ଯାତ୍ରା ଓ ଡିଆଁ ରୋଗ ଭଳି ବ୍ୟାପକ ତାଙ୍କର ଅଦମ୍ୟ ଉତ୍ସାହ। ଅର୍ପିତା ଗଣେଶ ହେଲେ lady on mission। ଯେକୌଣସି ଉଦ୍ୟୋଗୀଙ୍କ ଭଳି ସେ ମଧ୍ୟ ତାଙ୍କ ଯାତ୍ରାରେ ଉତ୍ଥାନ ଠାରୁ ପତନ ବେଶୀ ଦେଖିଛନ୍ତି। ଏଇ ଯାତ୍ରା ତାଙ୍କ ପାଇଁ ଆଦୌ ସହଜ ନଥିଲା। କିନ୍ତୁ ସେ ହାର ମାନି ନାହାନ୍ତି। ଆଉ ହାର ବା ମାନିବେ କାହିଁକି? ଯେବେ ଆପଣଙ୍କ ସ୍ଵପ୍ନ ଓ ଲକ୍ଷ୍ୟ ଯାହାହେଲା ନାରୀ ମାନଙ୍କର ନିଜ ଶରୀର ପ୍ରତି ଥିବା ଧାରଣା ଓ ଦୃଷ୍ଟିଭଙ୍ଗୀକୁ ବଦଳେଇବା, ତା'ହେଲେ ଆପଣ କିଛି ଗୋଟେ ବିରାଟ କରିବାକୁ ଯାଉଛନ୍ତି। Chantelleରୁ ଯଥାରୀତି ଟ୍ରେନିଂ ପାଇବା ପରେ ଅର୍ପିତା ଭାରତୀୟ ନାରୀମାନଙ୍କର ଅନ୍ତର୍ବାସ ପ୍ରତି ଦୃଷ୍ଟିଭଙ୍ଗୀ ବଦଳାଉଛନ୍ତି।

YS: ଅର୍ପିତା, ମୁଁ ତୁମକୁ Buttercupsର ପ୍ରାରମ୍ଭିକ ଦିନରୁ ଜାଣିଛି। ଆମକୁ ତୁମର କାହାଣୀ କହିବ?

ଏହା ଏକ ଲମ୍ବା ଓ କଠିନ ଯାତ୍ରା। ମୋର ଏଇ ଆବେଗ ବା ଉତ୍ସାହ ଯାହାକି ଆମ ଦେଶରେ ଏପର୍ଯ୍ୟନ୍ତ ଏକ ନିଷିଦ୍ଧ ଜିନିଷ (Taboo), ତାକୁ ନେଇ କାମ କରିବା ଅନେକ କଷ୍ଟ। ମୁଁ ଅନେକ ମିଥକ ସହ ଲଢୁଛି, ଚିନ୍ତାଧାରା ପରିବର୍ତ୍ତନ କରିବା ସହ ଅନେକ ଜାଗାରେ ଉଚ୍ଚଶିକ୍ଷିତ ମହିଳା ମାନଙ୍କୁ ମଧ୍ୟ ତାଙ୍କ ଜୀବନର ଏକ ଏପରି ଅଂଶ ବିଷୟରେ ଶିଖାଉଛି ଯାହାକୁ କି ସେମାନେ ଅଦ୍ୟାବଧି କୌଣସି ଧ୍ୟାନ ଦେଇନଥିଲେ ଓ ଖୋଲାଖୋଲି କଥାବାର୍ତ୍ତା ମଧ୍ୟ ହୁନତି ନାହିଁ।

ନିବେଶକ ମାନଙ୍କୁ ଏବିଷୟରେ ବୁଝାଇବା କଷ୍ଟ ହୁଏ, କାରଣ ଅଧିକାଂଶ ନିବେଷ୍କ ହେଲେ ପୁରୁଷ ଆଉ ଏହି ପ୍ରୋଡକ୍ଟ ସହ ତାଙ୍କର କୌଣସି ସମ୍ପର୍କ ନାହିଁ। ଅନେକ ନିବେଶକ ଏପରି ଏକ ଅନନ୍ୟ ବ୍ୟବସାୟ

କିନ୍ତୁ ମୋ ଜୀବନରେ ଦେଖିଥିବା ଉତ୍ଥାନ ହିଁ ଆଜି ମୋତେ ମୋର ବର୍ତ୍ତମାନ ସ୍ଥାନକୁ ନେଇ ଆସିଛି। ମୁଁ ବର୍ତ୍ତମାନ କ୍ରାଉଡ ସୋର୍ସିଙ୍ଗ କରୁଛି। ମୋର ଅନେକ ଗ୍ରାହକ Buttercupsକୁ ଜୀବନ୍ତ ଦେଖିବାକୁ ଚାହାଁନ୍ତି ଓ ଏଥିରେ ବିଶ୍ଵାସ କରନ୍ତି। ସେମାନେ ଏହାକୁ ପରିଣତି ଦେବା ପାଇଁ କିଛି ବି କରିପାରିବେ। ତାଙ୍କର ମୋ ପ୍ରତି ଥିବା ବିଶ୍ଵାସ ଦେଖାଏ ଯେ ମୋର ଉଦ୍ୟୋଗରେ କିଛି ସମ୍ଭାବନା ରହିଛି। ଯେଉଁମାନେ ବି Buttercupsର ଅନୁଭବ ନେଇଛନ୍ତି ସେମାନେ ବେଶୀରୁ ବେଶୀ ନାରୀ ଏହାକୁ ଅନୁଭବ କରନ୍ତୁ ବୋଲି ଚାହାଁନ୍ତି।

ଅନେକ ଆନ୍ତର୍ଜାତୀୟ ଅନ୍ତର୍ବାସ ବ୍ୟବସାୟର ପରିସରରେ ମୋତେ ଲୋକେ ଇଣ୍ଡିଆନ ବ୍ରା ଲେଡୀ ବୋଲି ଜାଣନ୍ତି ଓ ମୋତେ ଏଇ ନାମଟି ପସନ୍ଦ ମଧ୍ୟ।

ନାରୀ ମାନଙ୍କୁ ତାଙ୍କର ସଠିକ ବ୍ରା ସାଇଜ ଜାଣିବାରେ ସାହାଯ୍ୟ କରିବା ପାଇଁ ଏକ ଆପ୍ପ ଆରମ୍ଭ କରିବାଟା ମୋର ଆଉ ଏକ ସଫଳତା। ବିଶ୍ଵବ୍ୟାପୀ ୩୦୦୦ ମହିଳା ମୋର ବ୍ରା ବ୍ଲଗ www.abrathatfits.comକୁ ନିୟମିତ ପଢିବା ମଧ୍ୟ ଏକ ପ୍ରଶଂସନୀୟ ଉଦ୍ୟମ। ମୁଁ ଏଇ ବ୍ଲଗକୁ ନିଜେ ପରିଚାଳନା କରେ।

ବିଗତ ଛଅ ବର୍ଷ ମଧ୍ୟରେ ମୁଁ ଖୁବ ପ୍ରସିଦ୍ଧ ଆନ୍ତର୍ଜାତୀୟ ଅନ୍ତର୍ବାସ ବ୍ରାଣ୍ଡ ଯେପରିକି M&M ଓ Fredericks ପାଇଁ ମଧ୍ୟ ପରମର୍ଶଦାତା ଭାବେ କାର୍ଯ୍ୟ କରୁଛି। ଏକ ଭାରତୀୟ ନାରୀ ହେଇ ଅନ୍ତର୍ବାସ ବିଷୟରେ ଆଲୋଚନା କରିପାରିବା ଏକ ବଡ ସଫଳତାରେ ଗଣା।

image


ଏକ ରିଟେଲ ବ୍ୟବସାୟ ଚଳେଇବା ବିଲକୁଲ ସହଜ ନୁହେଁ। କିନ୍ତୁ ମୋର ନିଜ ପ୍ରତି ଥିବା ବିଶ୍ଵାସ ଓ ଲୋକମାନଙ୍କର ମୋ ପ୍ରତି ଥିବା ବିଶ୍ଵାସ ମୋତେ ଆଗକୁ ବଢିବା ପାଇଁ ସାହସ ଦେଇଛି। ମୁଁ ଏହି ଯାତ୍ରା ମଧ୍ୟରେ ଅନେକ ସୁନ୍ଦର ଲୋକଙ୍କୁ ଭେଟିଛି। କିଛି ଜଣ ଗ୍ରାହକ, କିଛି ସାଥି ଉଦ୍ୟୋଗୀ, ଅଳ୍ପ କିଛି ନିବେଶକ ଓ କିଛି ପଥପ୍ରଦର୍ଶକ। ଏମାନେ ଅନେକ କିଛି ସହାୟତା କରିଛନ୍ତି ଯାହା ଫଳରେ ମୁଁ ଆଜି ଏଠାରେ ଅଛି।

YS: ଏମିତି କଣ ଅଛି ଯାହାକି ତୁମ କମ ପ୍ରତି ତୁମର ଆବେଗ ଓ ସକାରାତ୍ମକ ଚିନ୍ତାଧାରାକୁ ବନେଇ ରଖୁଛି?

ଅର୍ପିତା: ମୁଁ ମୋର କାମକୁ ବହୁତ ଭଲ ପାଏ। ପ୍ରତ୍ୟେକ ବ୍ରା ଫିଟିଙ୍ଗ ମୋତେ ସେତେ ଆନନ୍ଦ ଦିଏ ଯେତେ କି ଗୋଟେ ଶେଫକୁ ଏକ ଅସାଧାରଣ ଖାଦ୍ୟ ତିଆରି କରିପାରିବାରେ ଓ ତାକୁ ନେଇ ପ୍ରଶଂସା ପାଇବାରେ ଲାଗେ!

ସଠିକ ସାଇଜର ବ୍ରା ପିନ୍ଧିବା ପ୍ରକୃତରେ ଏକ ନାରୀର ଜୀବନରେ ଅନେକ କିଛି ବଦଳେଇ ଦେଇପାରେ (ମୋର କୌଣସି ବି ଗ୍ରାହକଙ୍କୁ ପଚାରନ୍ତୁ)! ମୁଁ ଚାହେଁ ଆମ ଦେଶର ପ୍ରତ୍ୟେକ ନାରୀ ସଠିକ ସାଇଜର ଅନ୍ତର୍ବାସ ପିନ୍ଧିବା ଅନୁଭବ କରନ୍ତୁ। ନିଜ ଶରୀର ପ୍ରତି ତାଙ୍କର ଥିବା ପ୍ରତ୍ୟାଶାକୁ ଅନ୍ୟ ଏକ ସ୍ତରକୁ ନେଇଯାଆନ୍ତୁ।

ଏହାହିଁ ମୋତେ ଏଠାରେ ପହଞ୍ଚାଇଛି। ମୋବାଇଲ ଆପ୍ପ, ଫେସବୁକ ପୃଷ୍ଠା, ବ୍ଲଗ ଏସବୁ ବାସ ମହିଳାମାନଙ୍କୁ ଏହା ଅନୁଭବ କରେଇବାର ଏକ ମାଧ୍ୟମ।

ଟେକନୋଲଜି ମୋର ଦ୍ଵିତୀୟ ପ୍ରେମ। ବ୍ରା ଫିଟିଙ୍ଗ ପରି ଏକ କାମକୁ ମଧ୍ୟ ଟେକନୋଲଜିର ସାହାଯ୍ୟରେ ଆପଣ ଲକ୍ଷ ଲକ୍ଷ ଲୋକଙ୍କ ପାଖକୁ ପହଞ୍ଚାଇ ପାରୁଛନ୍ତି। ମୁଁ ସର୍ବଦା ଟେକନୋଲଜି ସମ୍ବନ୍ଧରେ ନୂଆଁ ନୂଆଁ କଥା ପଢୁଥାଏ ଯାହାଫଳରେ କି ମୁଁ ଟେକନୋଲଜି ଓ ବ୍ରା କୁ ମିଶେଇ ବେଶୀରୁ ବେଶୀ ନାରୀ ମାନଙ୍କ ପାଖକୁ ପହଞ୍ଚି ପାରିବି।

image


YS: ତୁମେ ବଜାରକୁ ବଢିବାର ଦେଖୁଛ କି, ନା ଏହା ସ୍ଥିର ରହିଛି?

ଅର୍ପିତା: ବିଗତ ଛଅ ବର୍ଷ ଧରି ବଜାରରେ ପରିବର୍ତ୍ତନ ହେଇଛି। ତା'ର ମୁଖ୍ୟ କାରଣ ଅନଲାଇନ ଶପିଂକଊ କୁହାଯାଇପାରେ। ବଜାର ସହିତ ନାରୀ ମାନଙ୍କ ମାନସିକତାରେ ମଧ୍ୟ ଅନେକ ପରିବର୍ତ୍ତନ ହେଇଛି। ଆଜିର ନାରୀ ନିଜକୁ ନେଇ ବେଶ ସଚେତନ। ସେମାନେ ଏବେ ନିଜର ଶରୀର, ନିଜର ବେଶଭୁଷାକୁ ନଜର ଦେବାକୁ ଇଚ୍ଛା କରୁଛନ୍ତି। ସେମାନେ ବର୍ତ୍ତମାନ ନୁଝାମଣା ନକରି ନିଜ ପାଇଁ ଯାହା ଭଲ ତାକୁ ହାସଲ କରିବାକୁ ସାହସ ଓ ଇଚ୍ଛା କରିପାରୁଛନ୍ତି। ସେଥିପାଇଁ ଏହି ସମୟ Buttercups ପାଇଁ ଏକ ଉତ୍ତମ ସମୟ।

YS: ଏହି ପରି ବ୍ୟବସାୟମାନଙ୍କ ମଧ୍ୟରେ ପ୍ରତିଯୋଗୀତା କିପରି କର? କିଛି ପ୍ରତିଦ୍ଵନ୍ଦୀ ବ୍ୟବସାୟ ଖୁବ ଭଲ ନିବେଶକ ପାଇପାରିଛନ୍ତି।

ଅର୍ପିତା: କିଛି ରିଟେଲ ୱେବସାଇଟ ରହିଛି ଯାହାକି ଖୁବ ଭଲ ନିବେଶକ ପାଇପାରିଛି ଓ ମୋର ପ୍ରତିଦ୍ଵନ୍ଦୀ ନୁହନ୍ତି। କିନ୍ତୁ ଆଗକୁ ଯାଇ ମୁଁ ତାଙ୍କ ମାଧ୍ୟମରେ ମୋର ପ୍ରୋଡକ୍ଟ ବିକ୍ରି କରିପାରିବି। ଅନ୍ୟ ଅନ୍ତର୍ବାସ ସାଇଟ ଗୁଡିକ 'sexy', 'funky' ଓ 'କମ ଦାମ' ମଡେଲକୁ କେନ୍ଦ୍ରିତ କରି ବ୍ୟବସାୟ କରୁଛନ୍ତି। Buttercupsର ଧ୍ୟାନ ତାର ଗୁଣବତ୍ତା, ଅନୁଭବ ଓ ସବୁ ବୟସ ଓ ବର୍ଗର ସଚେତନ ଗ୍ରାହକଙ୍କ ପାଖରେ ପହଞ୍ଚିବା ଉପରେ ଥାଏ।

ଏହା ଛଡା ମୋ ପାଖରେ ଉତ୍ପାଦର ଜ୍ଞାନ ଓ ଅନୁଭବ ରହିଛି ଯାହାକି ଏହି ବଜାରର ଅନ୍ୟ କୌଣସି ବ୍ୟବସାୟ ପାଖରେ ନାହିଁ।

YS: ତୁମର ବର୍ତ୍ତମାନର ପ୍ରଚାର କଣ? ତୁମେ କ୍ରାଉଡ ସୋର୍ସିଙ୍ଗ ମଡେଲକୁ କାହିଁକି ଆପଣେଇଲ?

ଅର୍ପିତା: ମୋତେ ବର୍ଷଟିଏ ଲାଗିଲା ଭାରତରେ ଏକ ଡିଜାଇନର ଖୋଜି ପାଇବାକୁ ଯିଏକି ମୁଁ କେମିତି ଫିଟ ଦେବାକୁ ଚେଷ୍ଟା କରୁଛି ତାକୁ ବୁଝିପାରିବ। ବର୍ତ୍ତମାନ ହାମ୍ବର୍ଗ, ଜର୍ମାନୀରେ ଆଉ ଜଣେ ଡିଜାଇନର ଅଛନ୍ତି ଯିଏକି ମୋର ଆବଶ୍ୟକତାକୁ ବୁଝି ମୋତେ ଡିଜାଇନ ଓ ସାମଗ୍ରୀ ଆଣିବାରେ ସାହାଯ୍ୟ କରୁଛନ୍ତି। ତା'ଛଡା ହଂକଙ୍ଗରେ ଜଣେ ଉତ୍ପାଦନକାରୀ ମୋତେ ମୁଁ ଚାହୁଁଥିବା ମାନର ଜିନିଷ ତିଆରି କରିବାରେ ସହାୟତା କରନ୍ତି। ଏବେ ଯାଇ ମୁଁ ସମସ୍ତ ଦିଗକୁ ବ୍ୟବସ୍ଥିତ କରିପାରିଛି। ବର୍ତ୍ତମାନ ମୋତେ Buttercups ଆରମ୍ଭ କରିବା ପାଇଁ ପୁଞ୍ଜି ସହ ଗ୍ରାହକଙ୍କର ବିଶ୍ଵାସ ଦରକାର। ଏହି ପ୍ରଚାର ଏଇ ଦୁଇଟି ଆବଶ୍ୟକତାକୁ ପୂର୍ଣ୍ଣ କରିବା ପାଇଁ। ଏଯାଏଁ ମିଳିଥିବା ପ୍ରତିକ୍ରିୟାକୁ ନେଇ ମୁଁ ଖୁବ ଖୁଶି।

ସାହାଯ୍ୟ ପାଇବାକୁ ହେଲେ ପ୍ରଥମେ ନିଜକୁ ସାହାଯ୍ୟ କରିବାକୁ ହେବ। କ୍ରାଉଡ ସୋର୍ସିଙ୍ଗ ମଡେଲ ସେଥିପାଇଁ। ଏକ ସଂଘର୍ଷରତ ଉଦ୍ୟୋଗୀ ଭାବେ ଆମକୁ ନିଜେ ନିଜର ନିବେଶକ ଓ ପାଣ୍ଠି ଯୋଗାଡ କରିବା ପାଇଁ ଏକ ପରିବେଶ ସୃଷ୍ଟି କରିବା ଆବଶ୍ୟକ। ଆମ ଦେଶରେ ନିବେଶକ ଗୋଷ୍ଠୀ ଏବେ ମଧ୍ୟ ଖୁବ ସତର୍କ ଭାବେ ପୁଞ୍ଜିନିବେଶ କରନ୍ତି ଓ କୌଣସି ରିସ୍କ ନେବାକୁ ଚାହାଁନ୍ତି ନାହିଁ। ଅଧିକରୁ ଅଧିକ ଉଦ୍ୟୋଗୀଙ୍କୁ କ୍ରାଉଡ ଫଣ୍ଡିଙ୍ଗ ରାସ୍ତା ଆପଣେଇବା ଉଚିତ। ଏହା ଦ୍ଵାରା ନିବେଶକଙ୍କ ସହ କଥାବାର୍ତ୍ତା ହେବା ସମୟରେ ଆପଣ ନିଜର ଉତ୍ପାଦ ପ୍ରତି ଏକ ଚାହିଦା ଅଛି ବୋଲି ପ୍ରମାଣ କରିପାରିବେ ଓ ତାଙ୍କର ଧ୍ୟାନ ଆକର୍ଷଣ କରିପାରିବେ।

YS: ଅର୍ପିତା କିଏ, ଆମକୁ ତାଙ୍କ ବିଷୟରେ କିଛି କୁହ।

ଅର୍ପିତା: ମୁଁ...ମୁଁ ହେଲି ଐନ ରାନ୍ଦଙ୍କର 'Atlas Shrugged'ର ଡାଙ୍ଗି ଟାଗର୍ଟ। ମୁଁ ଐନଙ୍କ ଦର୍ଶନରେ ବିଶ୍ଵାସ କରେ ଯେ ଏ ଦୁନିଆ ମଧ୍ୟମ ଧରଣର ବସ୍ତୁକୁ ପସନ୍ଦ କରେ ଓ ପ୍ରତିଭାଶାଳୀ ବା ଉଜ୍ଜ୍ଵଳକୁ ଦବେଇଦେବାକୁ ଚେଷ୍ଟା କରେ। ତାଙ୍କର ବହି ପଢିହିଁ ମୁଁପ୍ରକୃତ ଦୁନିଆର ହତାଶାକୁ ସମ୍ଭାଳିବା ଶିଖିପାରିଛି।

ମୁଁ ମୋର ଜାଣିବା ବ୍ୟକ୍ତିଙ୍କ ମଧ୍ୟରେ ସବୁଠାରୁ ଜିଦଖୋର ଓ ଅବେଗପୂର୍ଣ୍ଣ ବ୍ୟକ୍ତି। ମୁଁ କେବେବି ହାର ମାନେନି। ମୁଁ ଅନେକ ସମୟରେ ହାର ମାନିନେବାର ଅନେକ ନିକଟକୁ ଆସିଥିଲେ ହେଁ ହାର ମାନିନାହିଁ। ମୁଁ ନିଜର ସାହସ ଗୋଟେଇ ପୁଣି ଲଢିବାକୁ ତିଆର ହେଇଛି। Buttercups ହେଉ ବା Angry Birds ଗେମ ହେଉ...ମୁଁ ହାର ମାନେନାହିଁ।

ମୁଁ ମୋର ଝିଅ ପାଇଁ ଏକ ଭଲ ଦୁନିଆ ଛାଡିଯିବାକୁ ଚାହେଁ। ମୁଁ ଅଯୋଗ୍ୟତାକୁ ପସନ୍ଦ କରେନି ଓ ବିଶ୍ଵାସ କରେ ଯେ ବୟସ ଓ ଅଭିଜ୍ଞତା ଦୁଇଟି ଭିନ୍ନ। ମୁଁ ସମ୍ମାନ ଦିଏ କାରଣ ମୁଁ ଦେବାକୁ ଚାହେଁ ନାକି ମୋତେ ଦେବା କଥା। ମୁଁ ବଞ୍ଚେ କାହିଁକିନା ମୁଁ ଚାହେଁ, ଏଥିପାଇଁ ନୁହେଁ କି ମୋତେ ବଞ୍ଚିବାକୁ ହେବ।

ଅର୍ପିତାଙ୍କ ସଂଘର୍ଷରେ ସାଥି ହେବା ପାଇଁ ଏଠାରେ କ୍ଲିକ କରନ୍ତୁ

ମୂଳ ଲେଖା - ଶ୍ରଦ୍ଧା ଶର୍ମା

ଭାଷାନ୍ତର - ରୁଚି ପାଣିଗ୍ରାହୀ