ରାଶି ବଜାଜଙ୍କ ଲକ୍ଷ୍ୟ ମହିଳାଙ୍କ ପାଇଁ କ୍ଲେଶମୁକ୍ତ ପିରିୟଡ

ରାଶି ବଜାଜଙ୍କ ଲକ୍ଷ୍ୟ ମହିଳାଙ୍କ ପାଇଁ କ୍ଲେଶମୁକ୍ତ ପିରିୟଡ

Thursday November 12, 2015,

4 min Read

Being Julietର ପ୍ରତିଷ୍ଠାତ୍ରୀ ରାଶି ବଜାଜ କହନ୍ତି, “ସାଂପ୍ରତିକ ସମୟରେ ଜଣେ ଆଧୁନିକ ମହିଳା କିମ୍ବା ଯୁବତୀ କାର୍ଯ୍ୟାଳୟ, ଘର କିମ୍ବା ସନ୍ତାନପାଳନର ବ୍ୟସ୍ତତା ମଧ୍ୟରେ ନିଜ ପାଇଁ ସମୟ ପାଇନଥାନ୍ତି । ଅଧିକନ୍ତୁ, ସବୁବେଳେ ନହେଲେ ମଧ୍ୟ ଆମେ ଆମର ମାସିକ ରଜୋଧର୍ମ ଆସନ୍ତା କାଲି ଆରମ୍ଭ ହେବ ତାହା ଭୁଲିଯାଇଥାଉ ।”

Being Juliet ଦ୍ୱାରା ରାଶି ଏହି ସମସ୍ୟାର ସମାଧାନ କରିବାକୁ ଉଦ୍ୟମ କରିଛନ୍ତି । ସେ ଏହାକୁ ସବସ୍କ୍ରିପଶନ ମଡେଲରେ ଚଳାଇଛନ୍ତି । ଏହି ସଂସ୍ଥା, ପ୍ରତ୍ୟେକ ମାସରେ ଗ୍ରାହକମାନଙ୍କୁ ଏକ ବାକ୍ସ ଦେଇଥାନ୍ତି, ଯେଉଁଥିରେ ସାନିଟାରୀ ସାମଗ୍ରୀ ଏବଂ କିଛି ବିଚାରଶୀଳ ଉପହାର ରହିଥାଏ ଫଳରେ ପ୍ରତ୍ୟେକ ମହିଳା ଏବଂ ଯୁବତୀ ନିଜର ସବୁଠାରୁ କ୍ଳେଶପୂର୍ଣ୍ଣ ସମୟରେ କେହି ଜଣେ ତାଙ୍କୁ ଭଲପାଉଥିବା, ତାଙ୍କ ପାଇଁ ଚିନ୍ତାଶୀଳଥିବା ଏବଂ ଚାହୁଁଥିବା ଅନୁଭବ କରିବେ ।

image


ଏହା ତାଙ୍କର ଦ୍ୱିତୀୟ ଉଦ୍ୟମ ଅଟେ । ପ୍ରଥମଟି Carpet Couture, ଯେଉଁଠି ସେ ବରାଦମୁତାବକ ରଗ୍ ଏବଂ କାର୍ପେଟ୍ ପ୍ରସ୍ତୁତ କରିଥାନ୍ତି । ଜଣେ ନିଷ୍ଠାପର ଉଦ୍ୟୋଗୀଙ୍କୁ ସ୍ୱାମୀଭାବେ ପାଇବାପରେ, ତାଙ୍କ ସ୍ୱାମୀ ତାଙ୍କୁ ଉଦ୍ୟୋଗ ଆଡ଼କୁ ଆକର୍ଷିତ କଲେ ଏବଂ ରାଶି ଏଥିରେ ପାଦ ଥାପିଲେ । Carpet Couture ତାଙ୍କର ନିଜ ଉଦ୍ୟମ ଏବଂ ଏହାପରେ ସେ ପଛକୁ ଫେରି ଚାହିଁନାହାନ୍ତି । ସେ କହନ୍ତି, “ ମୁଁ ସବୁଠାରୁ ବଡ଼ ସାଧୁତାର ସହକାରେ କହୁଛି, ମୋର ସ୍ୱାମୀଙ୍କର ଉତ୍ସାହ ଏବଂ ପ୍ରଚେଷ୍ଟା ମୋର ବ୍ୟବହାରକୁ ସାଧାରଣ ଲୋକଠାରୁ ଲକ୍ଷ୍ୟନିଷ୍ଠ ଉଦ୍ୟୋଗୀ ଭାବେ ପରିବର୍ତ୍ତୀତ କରିଛି ।”

ବାରାଣାସୀ(କାଶୀ) ନିକଟବର୍ତୀ ଏକ ଛୋଟ ସହରରେ ଜନ୍ମ ନେଇଥିବା ରାଶିଙ୍କ ଜ୍ଞାନଚର୍ଚ୍ଚା ପ୍ରତି ସର୍ବଦା ଆଗ୍ରହ ରହିଆସିଛି । ସେ ଦେଶର ବିଭିନ୍ନ ସ୍ଥାନରେ ବିଦ୍ୟାର୍ଜନ ଓ କାମ କରିଛନ୍ତି, ତାଙ୍କର ଅଭିଭାବକ ତାଙ୍କୁ ନୈନିତାଲର ବୋର୍ଡିଂସ୍କୁଲରେ ଦାଖଲ କରିଥିଲେ ଏବଂ ପରେ ଡେରାଡୁନ ସ୍ଥିତ ୱେଲହାମ ସ୍କୁଲରେ ପାଠ ପଢ଼ିଥିଲେ ।

ସେ ଭଲ ପାଠ ପଢ଼ୁଥିବାରୁ ତାଙ୍କୁ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଶ୍ରୀରାମ କଲେଜରେ ବିକମ୍ ସ୍ନାତକ ପାଠ୍ୟକ୍ରମରେ ନାମ ଦାଖଲ କରିବାର ସୁଯୋଗ ମିଳିଲା । ସେ ଏଠାରେ ପଢ଼ିବା ସମୟରେ ପାଠ୍ୟ ପୁସ୍ତକରୁ ଭିନ୍ନ ବିଶ୍ୱ ସଂପର୍କରେ ଜାଣିବାର ସୁଯୋଗ ମିଳିଲା ଓ ଏହା ସହ କଲେଜ ଜୀବନ କ’ଣ ସେଇ ଅଭିଜ୍ଞତା ଅର୍ଜନ କଲେ । କିନ୍ତୁ ତାଙ୍କ ପିତା ଏଥିପାଇଁ ଧନ୍ୟବାଦର ପାତ୍ର, କାରଣ ତାଙ୍କରି ଆଶୀର୍ବାଦରେ ସେ କ୍ରମାଗତ ଭାବେ ଉଚ୍ଚଶିକ୍ଷା ଲାଭ କରିଥିଲେ । ଜଣେ ପ୍ରଥମପିଢ଼ିର ଉଦ୍ୟୋଗପତି ହେବା କାରଣରୁ, ତାଙ୍କ ପିତା ତାଙ୍କୁ ଉଚ୍ଚଶିକ୍ଷାର ଗୁରୁତ୍ୱ ଓ ଶୃଙ୍ଖଳା ସଂପର୍କର ପ୍ରଭାବିତ କରିଥିଲେ । ଏହି ଗୁଣାବଳୀ ଏକ ପ୍ରତିଷ୍ଠାନ ପାଇଁ କାମ କରିବା ସମୟରେ ସୃଷ୍ଟି ହୋଇଥାଏ ।

image


ପୁନେରୁ ସେ ଏମବିଏ ସମାପ୍ତ କରି ସେ ହାଇଦ୍ରାବାଦର Infosysରେ ଯୋଗଦେଲେ । ସେଠାରେ ସେ ଏକ ବର୍ଷ କାମ କରିବା ପରେ ବିବାହ କରି ଦିଲ୍ଲୀ ଚାଲିଆସିଲେ ।

ତାଙ୍କର ଦୁଇଟି ଉଦ୍ୟମ-Carpet Couture ଏବଂ Being Juliet, ସେ ବ୍ୟବସାୟ କ୍ଷେତ୍ରରେ କାମ କରିବା ସମୟରେ ଥିବା ଯେଉଁ ଶୂନ୍ୟସ୍ଥାନକୁ ପରିଲକ୍ଷିତ କରିଥିଲେ ତା’ର ପୂରଣ କରିବା ପାଇଁ ଉଦ୍ଧିଷ୍ଟ ଥିଲା । ଅନେକ ଲୋକ ତାଙ୍କୁ ଏହା ଆରମ୍ଭ କରିବା ପୂର୍ବରୁ ସତର୍କ କରିଥିଲେ ଯେ ଏକ ସ୍ଥିର ଚାକିରି ବ୍ୟତୀତ ଏକ ଉଦ୍ୟୋଗୀ ରାସ୍ତା ଆପଣେଇବା ଉଭୟଙ୍କ ପାଇଁ ଉଚିତ ନୁହେଁ ।

ସେ କହନ୍ତି, “ଅନେକ ଚିନ୍ତା କରିବା ପରେ, ଆମେ ଉଭୟେ ଲୋକଙ୍କ କଥାରେ ଅମଙ୍ଗ ହେଲୁ । ମୋର ସ୍ୱାମୀ, ସେ ପୂର୍ବରୁ ବ୍ୟବସାୟରେ ଥିଲେ ଏବଂ ଏହା ସଂପର୍କରେ ସେ ଜାଣିଥିଲେ । ଏଣୁ ଉଭୟ ଏହା ଆରମ୍ଭ କଲୁ । ଦୁଇଟି ଉଦ୍ୟମ ଯୋଗୁଁ ଆବଶ୍ୟକ ଅର୍ଥର ଅଭାବ ଏବଂ କର୍ମ ଚାପ ଦ୍ୱାରା ଜୀବନ କଠିନ ହୋଇଥିଲା, କିନ୍ତୁ ଜଣେ ଦୃଢ଼ ରହିବା ଆବଶ୍ୟକ ଓ ମୁଁ ଏହାହିଁ କରିଥିଲି । ମୁଁ କୌଣସି ନୂତନ ଫର୍ମୁଲା ବାହାର କରିନଥିଲି, ତେବେ ମୋର ରଣନୀତି ଥିଲା- ପ୍ରତ୍ୟେକ ଦିନକୁ ତା’ରି ଅନୁରୂପ ଗ୍ରହଣ କରିବି । ଉତ୍ତମ ଯୋଜନା କରାଗଲା, କିନ୍ତୁ ଜଣ ସ୍ୱଳ୍ପମାତ୍ରାରେ ନମନୀୟ ହେବା ଆବଶ୍ୟକ । ଏକ ସମୟ ଥିଲା ଯେଉଁ ସମୟରେ ପରିବାରକୁ ପ୍ରାଧାନ୍ୟତା ଦେବା ଆବଶ୍ୟକ ଥିଲା, ଏବଂ ଆମେ ତାକୁ ପୂରଣ କରିଥିଲୁ । ସଫଳତାର ମୂଳମନ୍ତ୍ର ହେଉଛି ସର୍ବଦା ସକାରାତ୍ମକ ରହିବା”

ବର୍ତ୍ତମାନ, ତାଙ୍କର ପ୍ରଥମ ଉଦ୍ୟମ ଠିକ୍ ଭାବେ ଚାଲିଛି, ଏବଂ ରାଶି ନିଜର ସମସ୍ତ ଶକ୍ତି ଏହି କାମରେ ବିନିଯୋଗ କରିଛନ୍ତି । ରାଶିଙ୍କ ପାଇଁ ସବୁଠାରୁ ବଡ଼ ଆହ୍ୱାନ ଥିଲା, ଗ୍ରାହକମାନଙ୍କୁ ଏହି ସେବାର ମୂଲ୍ୟର ତୁଳନାତ୍ମକ ହାର ପ୍ରତି ସଚେତନ କରାଇବା । ଏଣୁ, “ ପ୍ରଥମ ଉତ୍ପାଦ ସଂପର୍କରେ ଲୋକଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିବା ସମୟରେ ଆଉଏକ ଉଦ୍ୟମର ମୂଳଦୁଆ ପଡ଼ିଥିଲା । ମାସିକ ରଜୋଧର୍ମର ୫ ଦିନ ପୂର୍ବରୁ (ଅନ୍ତିମ ମୁହୂର୍ତରେ ଔଷଧ ଦୋକାନକୁ ଦୌଡ଼ିବା ସମସ୍ୟାର ସମାଧାନ ପାଇଁ) ମହିଳାମାନଙ୍କୁ ବକ୍ସଭର୍ତି ଉପହାର(ସାନିଟାରୀ ସାମଗ୍ରୀ ସହ) ପଠାଇ ସେମାନଙ୍କ କ୍ଲେଶକୁ ଲାଘବ କରିବା ଯୋଜନା ସଂପର୍କରେ ମୁଁ ଚିନ୍ତାକଲି । ପାରଂପରିକ ବ୍ୟବସାୟିଙ୍କ ନିମନ୍ତେ, ସେମାନଙ୍କ ସାମଗ୍ରୀର ପ୍ରଚାର ପ୍ରସାର ପାଇଁ ଏହା ଏକ ନିୟମିତ ମାର୍ଗ ନଥିଲା । ଯଦିଓ, ସେମାନେ ଥରେ ଏକଯୁଟ ହେଲେ ଏହି ଚିନ୍ତାଧାରା ସଂପର୍କରେ ଏବଂ ମହିଳାଙ୍କ ପାଇଁ ଏହା କିଭଳି ଉପାଦେୟ ସେ କଥା ଜାଣିପାରିବେ, ଏହାକୁ ଭଲ ପାଇବେ ।”

image


ରାଶି ନିଜର ପରିବାର ଏବଂ ସ୍ୱାମୀଙ୍କ ଠାରୁ ବିରାଟ ସହାୟତା ପାଇଥିଲେ, “ମୁଁ ଛୋଟପିଲା ଥିବା ବେଳେ, ମୁଁ ଲକ୍ଷ୍ୟ କରିଥିଲି ମୋ ମା’ ବାପାଙ୍କ ପାଇଁ ଦୃଢ଼ ସହଯୋଗ କରିଥିଲେ । ଫଳରେ ବାପା ନିଜର ବ୍ୟବସାୟରେ ଦୈନିକ ୧୮ ଘଂଟା ନିମଜ୍ଜିତ ରହୁଥିଲେ ଏବଂ ସର୍ବଦା ସକାରାତ୍ମକ ରହୁଥିଲେ । ଏହା ହିଁ ତାଙ୍କର ସଫଳତାର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ଥିଲା । ମୋ ସ୍ୱାମୀଙ୍କ ସହ ସେହି ପରିସ୍ଥିତି ପ୍ରାୟତଃ ସମାନ ଥିଲା-ଏହିମାନେ ମୋର ବ୍ୟବସାୟ ଚଳାଇବାରେ ଗଭୀର ଭାବେ ପ୍ରଭାବିତ କରିଥିଲେ ।”

ରାଶିଙ୍କ କହିବାନୁସାରେ, ସମାଜ ଏକ ବିବର୍ତନ ମଧ୍ୟ ଦେଇ ଗତି କରୁଛି, ଯେଉଁଠି ମହିଳାଙ୍କ ବୃତ୍ତି ଓ ଜୀବନକୁ ଗୁରୁତ୍ୱ ଦିଆଯାଉଛି । ସେ ମନେକରନ୍ତି ଯେ ବର୍ତମାନ ସୁଦ୍ଧା ମହିଳାଙ୍କ ପାଇଁ କେତେକ ଆହ୍ୱାନ ରହିଛି ଯେପରି ରାତିରେ ବିମାନ କିମ୍ବା ଆନ୍ତଃ ସହର କ୍ୟାବ୍ରେ ହେଉ ଚଳପ୍ରଚଳ କରିବା ।

ରାଶି ନିଜର ଉଦ୍ୟମରେ ଅଧିକରୁ ଅଧିକ ମହିଳାଙ୍କ କ୍ଲେଶ ଦୂର କରିବାକୁ ଚେଷ୍ଟା କରୁଛନ୍ତି, ଏବଂ ଏଥିପାଇଁ ସବୁଠାରୁ ଅଧିକ ପ୍ରେରଣା ମିଳୁଛି ତାଙ୍କ ଗ୍ରାହକଙ୍କ ଠାରୁ । ଏହି ଗ୍ରାହକମାନେ ତାଙ୍କୁ ସକାରାତ୍ମକ ପ୍ରତିକ୍ରିୟା ଲେଖି ପଠାଇଥାନ୍ତି । “ସମୟ ସମୟରେ ଆସୁଥିବା ଇମେଲ୍ ପଢ଼ି ମୁଁ ଏଭଳି ଭାବାବେଗରେ ପରିବର୍ତିତ ହୁଏ ଯେ ସେମାନଙ୍କ ନିକଟକୁ ଯାଇ ଆଲିଙ୍ଗନ କରିବାକୁ ଇଚ୍ଛାହୁଏ ।”