ଟେରର ଆଲର୍ଟ: ୩ ଘଂଟା ପୂର୍ବରୁ ରିପୋର୍ଟ କରିବେ ଏୟାର ଇଣ୍ଡିଆ ଯାତ୍ରୀ

ନିୟମ ଅନୁସାରେ, ଦେଶ ଭିତରେ ଉଡ଼ାଣ ପାଇଁ ୭୫ ମିନିଟ ପୂର୍ବରୁ ଏବଂ ଦେଶ ବାହାରକୁ ଉଡ଼ାଣ ପାଇଁ ୧୫୦ ମିନିଟ ପୂର୍ବରୁ ରିପୋର୍ଟ କରିବାକୁ ପଡ଼ିଥାଏ । ମାତ୍ର ପରିବର୍ତ୍ତିତ ସ୍ଥିତି ଅନୁସାରେ, ଆଗୁଆ ରିପୋର୍ଟ କରିବାକୁ ଏୟାର ଇଣ୍ଡିଆ ନିଜ ପାସେଂଜରମାନଙ୍କୁ କହିଛି ।

Tuesday January 12, 2016,

1 min Read

ନିୟମ ଅନୁସାରେ, ଦେଶ ଭିତରେ ଉଡ଼ାଣ ପାଇଁ ୭୫ ମିନିଟ ପୂର୍ବରୁ ଏବଂ ଦେଶ ବାହାରକୁ ଉଡ଼ାଣ ପାଇଁ ୧୫୦ ମିନିଟ ପୂର୍ବରୁ ରିପୋର୍ଟ କରିବାକୁ ପଡ଼ିଥାଏ । ମାତ୍ର ପରିବର୍ତ୍ତିତ ସ୍ଥିତି ଅନୁସାରେ, ଆଗୁଆ ରିପୋର୍ଟ କରିବାକୁ ଏୟାର ଇଣ୍ଡିଆ ନିଜ ପାସେଂଜରମାନଙ୍କୁ କହିଛି ।

ପଠାଣକୋଟ ଏୟାରବେସ୍ ଆକ୍ରମଣ ପରେ ସାରା ଦେଶରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି । ସେହି ଅନୁସାରେ, ଏୟାର ଇଣ୍ଡିଆରେ ଯାତ୍ରା କରିବାକୁ ଥିବା ଲୋକମାନଙ୍କୁ ୩ ଘଂଟା ପୂର୍ବରୁ ଏୟାରପୋର୍ଟରେ ପହଂଚିବାକୁ କୁହାଯାଇଛି ।

ଏୟାର ଇଣ୍ଡିଆ ପକ୍ଷରୁ ଏ ସଂପର୍କିତ ଏକ ଅନୁରୋଧ ଜାରି କରାଯାଇଛି ।

ନିୟମ ଅନୁସାରେ, ଦେଶ ଭିତରେ ଉଡ଼ାଣ ପାଇଁ ୭୫ ମିନିଟ ପୂର୍ବରୁ ଏବଂ ଦେଶ ବାହାରକୁ ଉଡ଼ାଣ ପାଇଁ ୧୫୦ ମିନିଟ ପୂର୍ବରୁ ରିପୋର୍ଟ କରିବାକୁ ପଡ଼ିଥାଏ । ମାତ୍ର ପରିବର୍ତ୍ତିତ ସ୍ଥିତି ଅନୁସାରେ, ଆଗୁଆ ରିପୋର୍ଟ କରିବାକୁ ଏୟାର ଇଣ୍ଡିଆ ନିଜ ପାସେଂଜରମାନଙ୍କୁ କହିଛି ।

ଏୟାର ଇଣ୍ଡିଆର ଅନୁରୋଧ ଅନୁସାରେ, ସୁରକ୍ଷାର କଡ଼ା ବ୍ୟବସ୍ଥା ହେତୁ ଯାତ୍ରୀ ମାନଙ୍କ ଯାଂଚ୍, ଆସବାବପତ୍ର ଯାଂଚ୍ କଡ଼ାକଡ଼ି ଭାବେ କରାଯାଉଛି । ଏଥିପାଇଁ ଅଧିକ ସମୟ ଦରକାର । ସମୟ ଆଗରୁ ପହଁଚିଲେ ସବୁ କିଛି ସାମାନ୍ୟ ଭାବେ ହୋଇ ପାରିବ ଏବଂ ବିମାନ ଠିକ ସମୟରେ ଉଡ଼ାଣ ଆରମ୍ଭ କରିବ ବୋଲି କୁହାଯାଇଛି ।

image

ତେବେ ଅନ୍ୟ ବିମାନ କଂପାନୀ ପକ୍ଷରୁ ଏପରି କୌଣସି ସୁରକ୍ଷା ନିୟମାବଳୀ ଜାରି ହୋଇଥିବା ଜଣାପଡ଼ି ନାହିଁ । କିନ୍ତୁ, ଯାତ୍ରୀ ମାନଙ୍କୁ ଆମେ ଆଗୁଆ ଏୟାରପୋର୍ଟକୁ ଆସିବାକୁ କହୁଛୁ ବୋଲି ଅନ୍ୟ ଏକ ବିମାନ କଂପାନୀର ଅଧିକାରୀ କହିଛନ୍ତି ।

ଜାନୁଆରୀ ୨୬, ସାଧାରଣତନ୍ତ୍ର ଦିବସ ପର୍ଯ୍ୟନ୍ତ ଏପରି ବ୍ୟବସ୍ଥା ଲାଗୁ ରହିପାରେ ।