ଗୁଗୁଲର ଭାରତ ପ୍ଳାନ - ଭାରତରେ ଗୁଗୁଲ୍ ସିଇଓ ସୁନ୍ଦର ପିଛାଇ

ଗୁଗୁଲର ଭାରତ ପ୍ଳାନ - ଭାରତରେ ଗୁଗୁଲ୍ ସିଇଓ ସୁନ୍ଦର ପିଛାଇ

Wednesday December 16, 2015,

2 min Read

ଭାରତରେ ଜନ୍ମ ଗ୍ରହଣ କରିଥିବା ସୁନ୍ଦର ପିଛାଇ ଆଜି ବିଶ୍ୱର ସବୁଠୁ ବଡ଼ ଇଟଂରନେଟ୍ କଂପାନି ଗୁଗୁଲର ସିଇଓ ଭାବେ କାର୍ଯ୍ୟ କରୁଛନ୍ତି । ଏତେ ବଡ଼ କଂପାନିର ସିଇଓ ଭାବେ ଅବସ୍ଥାପିତ ହେବା ପରେ ସେ ପ୍ରଥମ ଥର ପାଇଁ ଭାରତ ଗସ୍ତରେ ଆସିଛନ୍ତି । ଏହି ପ୍ରବାସୀ ଭାରତୀୟ ନୂଆଦିଲ୍ଲୀଠାରେ ଆୟୋଜିତ ଗୁଗୁଲ୍ ଫର ଇଣ୍ଡିଆ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଏହି କାର୍ଯ୍ୟକ୍ରମ ଅନେକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ରହିଛି । କାରଣ ଏଠାରେ ଗୁଗୁଲ୍ ପକ୍ଷରୁ ସୁନ୍ଦର କେବଳ କଂପାନି ବିଷୟରେ ତଥ୍ୟ ରଖି ନ ଥିଲେ । ସେ ଭାରତ ପାଇଁ ଗୁଗୁଲର ବିଭିନ୍ନ ଯୋଜନା ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । କଣ ରହିଛି ଭାରତ ପାଇଁ ଗୁଗୁଲର ଯୋଜନା ତାହା ଏଠାରେ ଆଲୋଚନା କରାଯାଉଛି ।

image


  1. ୨୦୧୬ ଡିସେମ୍ବର ସୁଦ୍ଧା ଗୁଗୁଲ୍ ଭାରତର ୧୦୦ଟି ରେଳ ଷ୍ଟେସନରେ ୱାଇ-ଫାଇ ସଂଯୋଗ ପ୍ରଦାନ କରିବ । ପ୍ରଥମେ ମୁମ୍ବାଇ ସେଂଟ୍ରାଲ୍ ରେଳ ଷ୍ଟେସନର ୱାଇ-ଫାଇ କରାଯିବ ।
  2. ହାଇଦ୍ରାବାଦରେ କଂପାନି ଏହାର ନୂଆ କ୍ୟାମ୍ପସ ପ୍ରତିଷ୍ଠା କରିବ । ବିଭିନ୍ନ ଦୃଷ୍ଟିରୁ ଏହା ଖାସ ହେବ ।
  3. ଯେଉଁ ଭାରତୀୟମାନେ ଇଟଂରନେଟ୍ କଣ ଜାଣି ନାହାନ୍ତି ଗୁଗୁଲ୍ ସେମାନଙ୍କ ପାଖରେ ପହଂଚିବାକୁ ଚାହୁଁଛି। ସେମାନଙ୍କ ପାଖରେ ଇଟଂରନେଟ୍ ପହଚାଂଇବାକୁ ଚାହୁଁଛି । 
  4. ସମସ୍ତ ଭାରତୀୟ ଭାଷାରେ ଗୁଗୁଲ୍ ଏହାର ଉତ୍ପାଦଗୁଡ଼ିକୁ ପ୍ରସ୍ତୁତ କରିବାକୁ ଚାହୁଁଛି । ଏହା ଦ୍ୱାରା ସବୁ ବର୍ଗର ଲୋକସେଗୁଡ଼ିକୁ ବ୍ୟବହାର କରିପାରିବେ। 
  5. ଗୁଗୁଲ୍ ଏହାର ଉତ୍ପାଦଗୁଡ଼ିକ ଏଭଳି ହାଲୁକା କରିବାକୁ ଚାହୁଁଛି ଯଦ୍ୱାରା ସେଗୁଡ଼ିକରୁ ଅତି ସହଜରେ 2ଜି ନେଟୱର୍କରେ ମଧ୍ୟ ହାସଲ କରାଯାଇପାରିବ ।
  6. ୫୦% ଭାରତୀୟ ବବ୍ୟବହାରକାରୀ 2ଜି ଇଂଟରନେଟ୍ ବ୍ୟବହାର କରୁଛନ୍ତି । ଯେଉଁମାନେ 3ଜି ନେଟୱର୍କ ବ୍ୟବହାର କରୁଛନ୍ତି ସେମାନେ କହୁଛନ୍ତି ଯେ ସେମାନଙ୍କୁ ଯେଉଁ ବେଗରେ ଇଟଂରନେଟ୍ ଦିଆଯାଉଛି ତାହା 2ଜି ବେଗ ସହ ପ୍ରାୟ ସମାନ । ଏଏମ୍ପି ପ୍ୟାସେଜ୍ ଜରିଆରେ ଏହି ସମସ୍ୟାକୁ ଦୂର କରିବାକୁ ଗୁଗୁଲ୍ ଲକ୍ଷ୍ୟ ରଖିଛି । 
  7. ଆସନ୍ତା ବର୍ଷ ସୁଦ୍ଧା ଗୁଗୁଲ୍ ସର୍ଚରେ କ୍ରିକେଟ୍ ସ୍କୋର ଲାଇଭ୍ ଓ ରିପ୍ଲେ କୁ ଯୋଡ଼ାଯିବ ବୋଲି ଗୁଗୁଲ୍ ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି । 
  8. ଗୁଗୁଲ୍ ମ୍ୟାପ୍ ଲୋକାଲ୍ ଗାଇଡ୍ ହିସାବରେ ବିଶ୍ୱର ତିନି ନମ୍ବର ସ୍ଥାନରେ ରହିଛି । ଏହାକୁ ବିନା ଇଟଂରନେଟରେ ନାଭିଗେଟ୍ କରିହେଉଛି । ଗୁଗୁଲରେ ମୋବାଇଲ୍ ଆପକୁ ରିଅଲ ଟାଇମ୍ ଭିତ୍ତିରେ ନାଭିଗେଟ୍ କରାଯାଇପାରୁଛି ।
  9. Youtube ବିଷୟରେ ଗୁଗୁଲ୍ ପକ୍ଷରୁ କୁହାଯାଇଛି ଯେ ଭାରତୀୟମାନେ Youtubeର ଭରପୁର ବ୍ୟବହାର କରୁଛନ୍ତି । Youtube ବ୍ୟବହାର ପରିମାଣ ୧୫୦% ବଢ଼ିଛି । ଭିଡିଓ ଅପଲୋଡ ପରିମାଣ ମଧ୍ୟ ବେଶ ବଢ଼ିଛି । ଏଠାରେ ଲୋକମାନେ ମୋବାଇଲରେ Youtubeକୁ ଅଧିକ ବ୍ୟବହାର କରୁଛନ୍ତି । ଖୁବଶୀଘ୍ର ଗୁଗୁଲ୍ ପକ୍ଷରୁ Youtube ବ୍ୟବହାରକାରୀଙ୍କୁ ବଫର ପଜ କରିବାର ସୁବିଧା ପ୍ରଦାନ କରିବ ।
  10. ଗୁଗୁଲ୍ ଏହାର ଅନୁବାଦ (ଟ୍ରାନ୍ସଲେସନ୍)କୁ ବହୁତ ସରଳ କରିଛି । ଲୋକମାନେ ସାଇନ୍ବୋର୍ଡର ଫୋଟୋ ଉଠାଇ ମଧ୍ୟ ତାହାକୁ ଗୁଗୁଲ୍ ଟ୍ରାନ୍ସଲେସନରେ ଅନୁବାଦ କରିପାରିବେ ।
  11. ରେଳ ଷ୍ଟେସନରେ ଦ୍ରୁତଗତିର ଇଂଟରନେଟ୍ ପ୍ରଦାନ କରିବା ପାଇଁ ଗୁଗୁଲ୍ ଫାଇବାର ଭିତ୍ତିଭୂମି ବ୍ୟବହାର କରିବ।
  12. ଭାରତରେ କ୍ରୋମ୍ ବିଟର ବଜାର ପ୍ରବେଶ କରାଯିବ । ଏହାର ମୂଲ୍ୟ ୭୯୯୯ ଟଙ୍କା ରହିବ । ୨୦୧୬ ଜାନୁଆରିରେ ଏହା Asus ଦ୍ୱାରା ଉନ୍ମୋଚିତ ହେବ । ଏହା ଯେ କୌଣସି ପ୍ରକାର ସ୍କ୍ରିନକୁ କମ୍ପ୍ୟୁଟରରେ ବଦଳାଇ ଦେବ ।