ପ୍ରଧାନମନ୍ତ୍ରୀ ମୋଦିଙ୍କ ଠାରୁ ଯୁବଉଦ୍ୟୋଗୀ ମାନେ କଣ ଶିଖିବେ?

ପ୍ରଧାନମନ୍ତ୍ରୀ ମୋଦିଙ୍କ ଠାରୁ ଯୁବଉଦ୍ୟୋଗୀ ମାନେ କଣ ଶିଖିବେ?

Wednesday May 25, 2016,

3 min Read

image


କିଛି ଲୋକ ତାଙ୍କୁ ଭଗବାନ ପରି ମାନନ୍ତି ଆଉ କିଛି ତାଙ୍କ ସ୍କୁଲ କଲେଜର ଡିଗ୍ରୀ ଖୋଜିବୁଲନ୍ତି। କିନ୍ତୁ ଯିଏ ଯାହା କହୁ ନା କାହିଁକି ସେ ଯେ ଜଣେ ଖୁବ ଭଲ ବକ୍ତା, ଜଣେ ଚତୁର ରାଜନେତା ଏବଂ ଯେ ଏକ ଖାଣ୍ଟି ଗୁଜୁରାଟୀ ବ୍ୟବସାୟୀ ସେଥିରେ ତିଳେ ମାତ୍ର ସନ୍ଦେହ ନାହିଁ। ସେ ହେଲେ ଆମ ଦେଶର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି। ସବୁଦିନ ଖବରକାଗଜର ମୁଖ୍ୟ ଖବର ଓ ନିଉଜ ଚ୍ୟାନେଲ ମାନଙ୍କର ବିତର୍କର ବିଷୟ ସେ। କେହି କେହି ତାଙ୍କର ରିପୋର୍ଟ କାର୍ଡ ତିଆରି କରନ୍ତି ତ ଅନ୍ୟ କେହି ତାଙ୍କ ବିଦେଶଗସ୍ତର ହିସାବ କରନ୍ତି। ହେଲେ ସେ ଯେ ଜଣେ ସଫଳ ଉଦ୍ୟୋଗୀ , ତା’ କେତେଜଣ ଭାବନ୍ତି ?

ହଁ, ରାଜନୀତିର ଉଦ୍ୟୋଗରେ ସେ ହେଲେ ଜଣେ ଅତ୍ୟନ୍ତ ସଫଳ ଉଦ୍ୟୋଗୀ। ଦେଶରେ ଏବେ ଷ୍ଟାର୍ଟଅପ ଆନ୍ଦୋଳନ ଚାଲିଛି। ଯୁବ ବର୍ଗଙ୍କ ମଧ୍ୟରେ ପାଠପଢା ସାରି ଚାକିରୀ ଖୋଜିବାର ସ୍ଵପ୍ନକୁ ହଟେଇ ଏବେ ନିଜ ନିଜର ଷ୍ଟାର୍ଟଅପ କରିବାର ସ୍ଵପ୍ନ। ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଖରେ ଏମିତି ଅନେକ କିଛି ଅଛି ଯାହାକୁ ଏହି ଯୁବ ଉଦ୍ୟୋଗୀ ମାନେ ଶିଖିପାରିବେ ଓ ଆପଣେଇ ପାରିବେ। ଆମେ ଏହି ପ୍ରଶ୍ନର ସହ ଦେଶର କିଛି ଉଦ୍ୟୋଗୀ, ବ୍ୟବସାୟୀ ଓ ଅର୍ଥନୈତିକ ବିଶେଷଜ୍ଞଙ୍କ ସାଙ୍ଗରେ କଥା ହେଲୁ। ସେଥିରୁ ପଦେ ପଦେ ନିମ୍ନରେ ଦିଆଗଲା।

image


“ନରେନ୍ଦ୍ର ମୋଦି ରାଜନୈତିକ ଉଦ୍ୟୋଗର ଏକ ଜ୍ଵଳନ୍ତ ଉଦାହରଣ। ୨୦୧୪ ନିର୍ବାଚନରେ ସେ ଯେଉଁ ପ୍ରକାରେ ସମସ୍ତ ପ୍ରତିକୂଳ ପରିସ୍ଥିତିର ସାମନା କରି ଦେଶର ପ୍ରଧାନମନ୍ତ୍ରୀ ହୋଇପାରିଲେ, ତାହା ସଭିଙ୍କୁ ଯେକୌଣସି କ୍ଷେତ୍ରରେ ଉନ୍ନତି କରିବାକୁ ପ୍ରେରଣା ଦିଏ। ଚା’ ବିକାଳୀରୁ ବିଶ୍ଵର ସର୍ବବୃହତ ଗଣତନ୍ତ୍ରର ପ୍ରଧାନମନ୍ତ୍ରୀ ହେଇପାରିବାର କାହାଣୀ ଅନେକ ଯୁବ ଉଦ୍ୟୋଗୀଙ୍କ ପାଇଁ ଏକ ପ୍ରେରଣାସ୍ରୋତ। ଯଦି ଏକ ଉଦ୍ୟୋଗୀ ମୋଦିଙ୍କ ଠାରୁ ତାଙ୍କର କଠିନ ପରିଶ୍ରମ, ଅନୁଶାସନ ଏବଂ ନିଜର ବିଚାରଧାରାକୁ ମାର୍କେଟ କରିପାରିବାର ଅଭୁତପୂର୍ବ କ୍ଷମତାର କିଛି ଶିଖିପାରନ୍ତି ତେବେ ସଫଳତା ବେଶି ଦୂର ନୁହେଁ। - ଦିଲୀପ ଶତପଥୀ , ବରିଷ୍ଠ ସାମ୍ବାଦିକ ଓ ଅର୍ଥନୈତିକ ବିଶେଷଜ୍ଞ, ଓଡିଶା
“ମୋଦି ଭାରତର ସର୍ବବୃହତ ଉଦ୍ୟୋଗର ଚଳନ୍ତି ପ୍ରତିମା। ରାଜନୀତି ହେଲା ତାଙ୍କର ଉଦ୍ୟୋଗ – ଜେ ରାଜମୋହନ ପିଲ୍ଲାଇ, ଉଦ୍ୟୋଗପତି, କେରଳ
image


ଷ୍ଟାର୍ଟଅପ ଇଣ୍ଡିଆ, ଷ୍ଟାଣ୍ଡଅପ ଇଣ୍ଡିଆ। ଷ୍ଟାର୍ଟଅପ ମୋଦି, ଷ୍ଟାଣ୍ଡଅପ ମୋଦି। ସିଏ ଷ୍ଟାର୍ଟଅପକୁ କରିଛନ୍ତି ଦେଶର ମେରୁଦଣ୍ଡ। - ତଉଫିକ ଅହମଦ, ବ୍ୟବସାୟୀ, କେରଳ
ଇଛା ଥିଲେ ଉପାୟ ଆସେ। ଭାଗ୍ୟକୁ ଦୋଷ ନଦେଇ ଚ୍ୟାଲେଞ୍ଜ ଗ୍ରହଣ କର ଓ ପରିଶ୍ରମ କର। ସଫଳତା ହେଲା ୯୯% ଝାଳ ଓ ୧% ପ୍ରେରଣା। - ଜଗଦୀଶ ଠକ୍କର, ଅର୍ଥନୈତିକ ଉପଦେଷ୍ଠା, ଗୁଜୁରାଟ
image


ବଡ ଭାବ ଓ ରିସ୍କ ନିଅ। ଆତ୍ମବିଶ୍ଵାସ ହରାଅ ନାହିଁ ଓ ଧୈର୍ଯ୍ୟ ଧର। ନିଜର ଶକ୍ତି ଓ ଦୁର୍ବଳତାର ଏକ ବିସ୍ତୃତ ବିବରଣୀ କରି ଆଗକୁ ଯିବା ପୂର୍ବରୁ ଏକ ବ୍ୟାକଅପ ପ୍ଳାନ ରଖିଥାଅ। - ଜୟଦେବ ସିଂ ଚୁଦାସ୍ମା, ଅର୍ଥନୈତିକ ବିଶେଷଜ୍ଞ, ଗୁଜୁରାଟ
ଆବେଗର ସହ କିଛି ବି କଲେ ଏହା ଏକ ମ୍ୟାଜିକ ସୃଷ୍ଟି କରେ। - ସି କେ ରଙ୍ଗନାଥନ, CavinKare Founder & Chairman, ଚେନ୍ନାଇ
ମହାନ ଦିଗଦର୍ଶୀ – ସରଳ କିନ୍ତୁ ମହାନ କଳ୍ପନା। ବିକେନ୍ଦ୍ରୀକରଣ – ଲକ୍ଷ୍ୟ ସ୍ଥିର ଏହାକୁ ହାସଲ କରିବା ପାଇଁ କରି ନିଜର ଟିମକୁ ପୂର୍ଣ୍ଣ ସ୍ଵାଧୀନତା ଦିଅ। ଉତ୍ତମ ନେତୃତ୍ଵ, ଉତ୍ତମ ସମ୍ପର୍କ ଗଢିବା, ନିଜର ବିଚାରଧାରାକୁ ସମସ୍ତଙ୍କ ସହ ଯୋଗାଯୋଗ କରିବାରେ ମୋଦି ପାରଙ୍ଗମ। - ଫୁଡ କିଙ୍ଗ ଶରତ ବାବୁ, ଉଦ୍ୟୋଗୀ, ଚେନ୍ନାଇ
image


ମୋଦିଙ୍କ କନସେପ୍ଟ ଷ୍ଟାର୍ଟଅପ ଓ ୟଙ୍ଗ ଇଣ୍ଡିଆ ଅନେକ ନୂଆ ପୁଞ୍ଜିନିବେଶକ ଓ ଉଦ୍ୟୋଗକୁ ପ୍ରେରିତ କରିବ। ଭାରତ ଖୁବ ଶୀଘ୍ର ଏକ ଉଦ୍ୟୋଗୀଙ୍କ ଦେଶ ବୋଲି ପରିଚୟ ପାଇବ। ବର୍ତ୍ତମାନ ଅନେକ ଲୋକ ନିଜର ଉଦ୍ୟୋଗ କରିବା ପାଇଁ ଆଗ୍ରହୀ ହେଉଛନ୍ତି ଏବଂ ସରକାର ଉତ୍ତମ ସୁବିଧା ସୁଯୋଗ ମଧ୍ୟ ଯୋଗାଇ ଦେଉଛନ୍ତି। ବ୍ୟବସାୟୀ ଓ ଉଦ୍ୟୋଗୀ ମାନଙ୍କ ମଧ୍ୟରେ ମୋଦିଙ୍କ ଯୋଗୁ ସତେ ଯେମିତି ଏକ ମ୍ୟାଜିକ ଟଚ ଲାଗିଯାଇଛି। - ପ୍ରଶାନ୍ତ ସାଗର, ଯୁବ ଉଦ୍ୟୋଗୀ, କର୍ଣ୍ଣାଟକ
ଯଦି ମୋଦିଙ୍କ ପ୍ଳାନ କାମ କଲା ତେବେ ଭାରତ ରୁଷିଆ ଓ ପଶ୍ଚିମ ଆମେରିକୀୟ ରାଜ୍ୟ ମାନଙ୍କ ଭଳି ପ୍ରଗତି କରିବ। ନୂଆ ବ୍ୟବସାୟ ପ୍ଳାନ ଓ ପ୍ରୋତ୍ସାହନ ଖୁବ ଶୀଘ୍ର ପରିବର୍ତ୍ତନ ଆଣିବ ଓ ଫଳ ମଧ୍ୟ ଶୀଘ୍ର ଦେଖାଯିବ। - ଜୟପ୍ରକାଶ, ସିଇଓ Agrico, କର୍ଣ୍ଣାଟକ