ଭୁବନେଶ୍ୱରରେ ବାୟୋଲାଇଟ୍ ଷ୍ଟୋର

ଭୁବନେଶ୍ୱରରେ ବାୟୋଲାଇଟ୍ ଷ୍ଟୋର

Thursday November 26, 2015,

2 min Read

ଯୁକ୍ତରାଷ୍ଟ୍ର ଆମେରିକାର ଅତ୍ୟାଧୁନିକ ଚୁଲା ନିର୍ମାଣକାରୀ ସୋସିଆଲ୍ ଏଣ୍ଟରପ୍ରାଇସ ବାୟୋଲାଇଟ୍ ରାଜଧାନୀରେ ଏକ ନୂତନ ଷ୍ଟୋରର ଶୁଭାରମ୍ଭ କରିଛି । ଏହି ନୂତନ ଷ୍ଟୋର ୩୯ଇ, ଶ୍ରୀ ଲେଦର୍ ପାଖ, ଅଶୋକ ନଗରରେ ଖୋଲିଛି । କମ୍ପାନୀ ପକ୍ଷରୁ ପ୍ରସ୍ତୁତ ହେଉଥିବା ଏହି ଅତ୍ୟାଧୁନିକ ଚୁଲା ଏହାର ନିଆଁକୁ ବିଦ୍ୟୁତରେ ପରିବର୍ତ୍ତନ କରିପାରିବ । ନୂତନଷ୍ଟୋର ମାଧ୍ୟମରେ ଗ୍ରାହକମାନେ ଏହି ଶୃଙ୍ଖଳାରେ ସମସ୍ତ ପ୍ରକାରର ଲାଭ କରିପାରିବେ । ଗ୍ରାହକଙ୍କୁ ଉତ୍ପାଦ ସମ୍ପର୍କରେ ବିଶେଷ ତଥ୍ୟ ପ୍ରଦାନ ପାଇଁଷ୍ଟୋର ନିକଟରେ ଏକ ଚା ଦୋକାନରେ ଏହି ଚୁଲା ବ୍ୟବହାର କରି ଚା ପ୍ରସ୍ତୁତ ହେଉଛି । ଏହା ସହିତ ପ୍ରଥମ ଥର ଏହି ଚୁଲା ବ୍ୟବହର ପାଇଁ ଗ୍ରାହକଙ୍କ ପାଇଁ ତାଲିମ୍ ବ୍ୟବସ୍ଥା ରହିଛି । ଗ୍ରାହକ ମାନେ ନାନୋଗ୍ରୀଡ୍ ମାଧ୍ୟମରେ ଲାଇଟର ସୁବିଧା ମଧ୍ୟ ମିଳିପାରିବ । ଏହି ନୂତନ ଉତ୍ପାଦରେ ଗ୍ରାହକମାନେ ସମ୍ପୁର୍ଣ୍ଣ ଏବଂ ମୁକ୍ତ ଅଭିଜ୍ଞତା ଲାଭ କରିପାରିବେ ବୋଲି ଇଣ୍ଡିଆ କାର୍ଯ୍ୟକ୍ରମ ପରିଚାଳକ ଅଭିନାଶ ମୋହନ ଚେଟି କହିଛନ୍ତି ।

image


ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୦୦ କୋଟି ଲୋକ ରୋଷେଇ ସମୟରେ ଜାଳେଣୀ ବ୍ୟବହାର କରୁଥିବା ବେଳେ ଏଥିରେ ପ୍ରଚୁର ପରିମାଣର ଧୁଆଁ ନିର୍ଗତ ହୋଇଥାଏ । ଏଥିପାଇଁ ପ୍ରାୟ ସାରା ବିଶ୍ୱରେ ପ୍ରାୟ ୪୦ ଲକ୍ଷ ଲୋକଙ୍କ ଜୀବନହାନି ହୋଇଥାଏ ଯାହା HIV/ଏଡସ , ମ୍ୟାଲେରିଆ, ଟିବିରେ ମୃତ୍ୟୁବରଣ କରୁଥିବା ରୋଗୀଙ୍କ ସଂଖ୍ୟା ଠାରୁ ଅଧିକ । ଏକ ତଥ୍ୟ ମୁତାବକ ବର୍ତ୍ତମାନ ସୁଦ୍ଧା ଭୂବନେଶ୍ୱରରେ ପ୍ରାୟ ୫୦ ହଜାରରୁ ୨ ଲକ୍ଷ ପର୍ଯ୍ୟନ୍ତ ଜନସାଧାରଣ ଜାଳେଣି ବ୍ୟବହାର କରୁଛନ୍ତି । ଗ୍ରାମୀଣ ମଡେଲ୍ କାର୍ଯ୍ୟକ୍ରମରେ ରାଜ୍ୟର ୮ ଜିଲ୍ଲାର ୩ ହଜାର ଗୃହରେ ଏହି ସୁବିଧା ଯୋଗାଇ ଦିଆ ଯାଉଛି । ଏହି ପଦକ୍ଷେପ ମାଧ୍ୟମରେ ଜନସାଧାରଣଙ୍କୁ ଉନ୍ନତ ସୁବିଧା ସୁଯୋଗ ଯୋଗାଇ ଦିଆଯାଇ ପାରିବ ବୋଲି ଅଭିନାଶ କହିଛନ୍ତି ।

image


କମ୍ପାନୀର ଅନନ୍ୟ ବାଣିଜ୍ୟ ମଡେଲ୍ ପାରାଲେଲ୍ ଇନୋଭେଷନ ଯାହା ଜ୍ଞାନକୌଶଳକୁ ବ୍ୟବହାର କରି ଏକ ଦୀର୍ଘସ୍ଥାୟୀ ଭିତ୍ତିଭୂମୀ ପ୍ରଦାନ କରୁଛି । ଏହା ମାଧ୍ୟମରେ ଗ୍ରାହକ ମାନେ ହୋମଷ୍ଟୋଭ ଏବଂ ନାନୋଗ୍ରୀଡ୍ ଲାଭ କରିପାରିବେ । ଏହି ଭଳି ଚୁଲାରେ ୯୦ ପ୍ରତିଶତ ଧୂଆଁକୁ କମ୍ କରିବା ସହିତ ୫୦ ପ୍ରତିଶତ କମ୍ ଜାଳେଣୀ ବ୍ୟବହୃତ ହୋଇଥାଏ । ଅବ୍ୟବହୃତ ଏବଂ ଅନାବନା ଜିନିଷ ପତ୍ରକୁ ଜାଳେଣୀକୁ ବ୍ୟବହାର କରି ବିଦ୍ୟୁତ ନିର୍ଗମନ କରିବା ସହିତ ମୋବାଇଲ୍ ଫୋନ୍ LED ଲାଇଟ୍ ଚାର୍ଜ କରିପାରିବେ । ନାନୋ ଗ୍ରୀଡ୍ ୩ଇନ୍ ୧ ୟୁଏସବି ପାଓା୍ୱର ବ୍ୟାଙ୍କ, ଲଣ୍ଠନ ଏଂବ ଟର୍ଚ ପାଇଁ ବ୍ୟବହୃତ ହେବ । ଏହାକୁ ବ୍ୟବହାର କରି ବ୍ୟକ୍ତିଗତ ଡିଭାଇସ୍ ଗୁଡିକ ମଧ୍ୟ ଚାର୍ଜ କରାଯାଇ ପାରିବ । ବର୍ତ୍ତମାନ କମ୍ପାନୀ ହୋମଷ୍ଟୋଭ୍, ନାନୋ ଗ୍ରୀଡ୍ ଉତ୍ପାଦ ଭାରତ ସମେତ, ଘାନା, ଉଗାଣ୍ଡା ଭଳି ଦେଶରେ ବିକ୍ରି କରୁଛି ।