ଭୁଲ୍ ଜାଗାରେ ପାର୍କିଂ ହେଇଥିବା ଗାଡ଼ିର ଫୋଟୋ ଉଠାନ୍ତୁ, ୧୦୦ ଟଙ୍କା ପୁରସ୍କାର ପାଆନ୍ତୁ

ଭୁଲ୍ ଜାଗାରେ ପାର୍କିଂ ହେଇଥିବା ଗାଡ଼ିର ଫୋଟୋ ଉଠାନ୍ତୁ, ୧୦୦ ଟଙ୍କା ପୁରସ୍କାର ପାଆନ୍ତୁ

Saturday January 07, 2017,

2 min Read

ରାସ୍ତାରେ ଯାଉଥିବା ସମୟରେ କାର ଟିଏ ଅଣ ପାର୍କିଂ ଜାଗାରେ ରଖାଯାଇଥିବାର ଦେଖୁଛନ୍ତି କି? ଏବେ ଏପରି କାର ମାନଙ୍କର ଗୋଟିଏ ଫୋଟୋ କ୍ଲିକ କରନ୍ତୁ ଓ ଆପଣ ପାଇପାରିବେ ୧୦୦ ଟଙ୍କାର ପୁରସ୍କାର। କେନ୍ଦ୍ର ପରିବହନ ମନ୍ତ୍ରଣାଳୟ ଖୁବ ଶୀଘ୍ର ଏକ ଯୋଜନା ଆରମ୍ଭ କରିବାକୁ ଯାଉଛି ଯାହା ଅନ୍ତର୍ଗତ ଟ୍ରାଫିକ ଏବଂ ପରିବହନ ନିୟମ ଉଲ୍ଲଂଘନ କରୁଥିବା ଲୋକଙ୍କୁ ଧରା ପକାଇବ।

Image : <a href=

Image :

The Hindua12bc34de56fgmedium"/>

କେନ୍ଦ୍ର ପରିବହନ ମନ୍ତ୍ରୀ ଶ୍ରୀ ନିତିନ ଗଡକରୀ ନିଜର କ୍ଯାବିନେଟ ସହକର୍ମୀ ଓ ଅର୍ବାନ ବିକାଶ ମନ୍ତ୍ରୀ ଭେଙ୍କୟା ନାଇଡ଼ୁଙ୍କ ସହ ଏ ନେଇ ଆଲୋଚନା କରିଥିଲେ। ଦୁଇ ମନ୍ତ୍ରଣାଳୟ ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ କଣ କଣ ଆବଶ୍ୟକ ସେ ନେଇ କାମ କରିବା ଆରମ୍ଭ କରୁଛନ୍ତି।

ସହର ମାନଙ୍କରେ ରାସ୍ତା ଗୁଡ଼ିକ ଧୀରେ ଧୀରେ ପାର୍କିଂ ଜାଗା ପାଲଟିଯାଉଛି ଯାହା ଫଳରେ ଗୁରୁତର ଟ୍ରାଫିକ ଜାମ ହେଉଛି। ଆମେ ଏପରି ଏକ ଯୋଜନା ଆଣିବାକୁ ଭବିଛୁ ଯେଉଁଥିରେ ଲୋକେ ଅଣ ପାର୍କିଂ ଜାଗାରେ ରଖାଯାଇଥିବା ଗାଡ଼ିର ଫୋଟୋ ଉଠାଇ ଆମକୁ ପଠାଇବେ। ପୋଲିସ ଏପରି ଗାଡ଼ି ପାଇଁ ୧୦୦୦ ଟଙ୍କାର ଚାଲାଣ କରିବ ଏବଂ ଯେଉଁ ବ୍ୟକ୍ତି ଫୋଟୋଟି ପୋଷ୍ଟ କରିଥିବେ ତାଙ୍କୁ ୧୦୦ ଟଙ୍କା ପୁରସ୍କାର ମିଳିବ।

                               -ନିତିନ ଗଡକରୀ କୁହନ୍ତି । (ସୂତ୍ର – Indian Express)

ସେ କହିଲେ ଏହି ଯୋଜନା ସମ୍ପର୍କରେ ସଭିଙ୍କୁ ଖବର କରିଦିଆଯିବ ଏବଂ ସବୁ ପୌର ନିଗମ, ଅଫିସ ଏବଂ ଆବାସିକ ସମାଜ ମାନଙ୍କୁ ପାର୍କିଂ ଜାଗା ସ୍ଥିର କରିବା ପାଇଁ ମଧ୍ୟ କୁହାଯିବ।

ଏକ ବର୍ଷ ପରେ ଯେତେବେଳେ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯିବ, ସେତେବେଳେ ଦାୟିତ୍ଵଟି ଗାଡ଼ିର ମାଲିକ ଉପରେ ଥିବ ଯେ ସେ ଠିକ ପାର୍କିଂ ଜାଗା ଦେଖି ନିଜ ଗାଡ଼ିକୁ ରଖିବ। ପ୍ରକୃତରେ ଆମର ବଦଭ୍ୟାସ ହେଇଯାଇଛି ଯେ ଆମେ ପାର୍କିଂ ଜାଗା ନ ଖୋଜି ମାଗଣାରେ ଗାଡ଼ି ରଖିବୁ ବୋଲି ରାସ୍ତାଘାଟରେ ଗାଡ଼ି ରଖିଦେଉ।

ସରକାର ଏପରି ଏକ ଯୋଜନା ଆଣିବା ପାଇଁ ବିଚାର କରିଛନ୍ତି ଯେଉଁଥିରେ ଗାଡ଼ି ରଖିବା ପାଇଁ ପାର୍କିଂ ସୁବିଧା ଥିବାର ଚିଠି ଦେଖାଇଲେ ଯାଇ ଗାଡ଼ିର ପଞ୍ଜୀକରଣ ହେଇପାରିବ। ନାଇଡ଼ୁ ଗତମାସ କହିଥିଲେ ଯେ ଉପଯୁକ୍ତ ପାର୍କିଂ ସୁବିଧା ନଥିଲେ ଗାଡ଼ିର ପଞ୍ଜୀକରଣ ହେଇପାରିବନି। ଅନେକ ପାଶ୍ଚାତ୍ୟ ଦେଶରେ ସମାନ ବ୍ୟବସ୍ଥା ରହିଛି ଯହିଁରେ ପାର୍କିଂ ଅଞ୍ଚଳର ସାର୍ଟିଫିକେଟ ଦେଖାଇଲେ ଯାଇ ଗାଡ଼ିର ପଞ୍ଜୀକରଣ ହୁଏ।

ବିଶେଷଜ୍ଞ ମାନଙ୍କ ଅନୁସାରେ ଏପରି ଏକ ପଦକ୍ଷେପ ବିଶେଷ କରି ଆବାସିକ ଅଞ୍ଚଳରେ ହେଉଥିବା ଅତ୍ୟଧିକ ଭିଡ଼କୁ କମ କରିବ। ୨୦୧୫ରେ ଭାରତରେ ୨ ମିଲିୟନରୁ ଅଧିକ କାର ବିକ୍ରି ହେଇଛି ବୋଲି ଜଣାଯାଏ। ତା’ପୂର୍ବ ବର୍ଷ ଏହି ସଂଖ୍ୟା ୧.୮ ମିଲିୟନରେ ଥିଲା। ରାସ୍ତାରେ ଗାଡ଼ି ସଂଖ୍ୟା ବଢିବା ସହ ପାର୍କିଂ ଏବଂ ଟ୍ରାଫିକ ସମସ୍ଯା ବଢିଚାଲିଛି। ଏପରି ସମୟରେ ପାର୍କିଂ ଏବଂ ଟ୍ରାଫିକକୁ ନେଇ ଏପରି ନୀତି ନିହାତି ଆବଶ୍ୟକ।