ଖଦିଜାକୁ ମୁହଁ ଟିଏ ଦିଅ

ଖଦିଜାକୁ ମୁହଁ ଟିଏ ଦିଅ

Saturday November 28, 2015,

2 min Read

ଯାହାକୁ ଦେଖିଲେ କାହା ମନରେ ଘୃଣା ଆସେ, ସେ ଅନ୍ୟପଟେ ଲକ୍ଷଲକ୍ଷ ଲୋକଙ୍କ ମନରେ ପ୍ରେମ ଆଉ ସହୃଦୟତା ତିଆରି କଳେ । ସେମିତି ଜଣେ ଝିଅ ହେଉଛି ଖଦିଜା, ଯାହାର ମୁହଁ ନାହିଁ । କିଛି ସପ୍ତାହ ତଳେ ଦି ଲଜିକାଲ ଇଣ୍ଡିଆନ୍ ଫେସବୁକ କାନ୍ଥରେ ଏହି ଝିଅର ଫଟୋକୁ ନେଇ ବହୁ ମତାମତ ଆସିଥିଲା । କିଏ ଦୟା ଦେଖାଇଥିଲା ତ ଆଉ କିଏ ସିଧାସଳଖ ବଢ଼ାଇଥିଲା ସହଯୋଗର ହାତ । ସିଡ୍ନିରେ ରହୁଥିବା ନସୀବ ଆହ୍ଲୁଆଲିଆ, ଯିଏ ଏବେ ଭାରତ ଆସିଛନ୍ତି, ସେ ଏହି ଫଟୋଟିକୁ ଫେସବୁକରେ ଦେଖିଲେ । ସେ ଫଟୋ ତଳେ ମତାମତ ପଢ଼ି ବିବ୍ରତ ହେଲେ; ସମସ୍ତେ ମତ ଦେଇଛନ୍ତି, ଉପଦେଶ ବାଢ଼ିଛନ୍ତି, କିନ୍ତୁ କିଛି କରିବାକୁ କେହି ଆଗେଇ ଆସୁନାହାନ୍ତି । ନସୀବ ଗୋଟେ ଫେସବୁକ ପୃଷ୍ଠା ଖୋଲିଲେ ଓ କୋଲାକାତାର ଜଣେ ବ୍ୟବସାୟୀ ଜୟ ବର୍ମାଙ୍କ ସଂସ୍ପର୍ଶରେ ଆସିଲେ । କାରଣ ଜୟ ବର୍ମା ଖଦିଜା ଓ ତା ପରିବାରକୁ ଚିହ୍ନଟ କରିଥିଲେ ।

image


ଖଦିଜାଙ୍କର ବୟସ ୨୧ । ଜନ୍ମରୁ ତାଙ୍କର ମୁହଁ ନଥିଲା । ପିଲାବେଳେ ସେ ଆଖି ଖୋଲିପାରି ନଥିଲେ । ଆର୍ଥିକ ଅନଟନ ଯୋଗୁଁ ଉଚିତ ଚିକିତ୍ସା ମଧ୍ୟ ଠିକରେ ମିଳିଲା ନାହିଁ । ଯେତେବେଳେ ସେ ବଡ଼ ହେଲୋ ଅତିରିକ୍ତ ଚମଡ଼ା ମୁହଁ ଉପରେ ବଢ଼ିଚାଲିଲା ।

ଏବେ ଖଦିଜା ତାଙ୍କ ପରିବାରର ପ୍ରମୁଖ ରୋଜଗାରିଆ ସଦସ୍ୟ । ଏହି ଅସୁନ୍ଦର ଚେହେରା ହେତୁ ସେ ବାପାଙ୍କ ସହ ଭିକ୍ଷା ବୃତ୍ତିକୁ ଆଦରି ନେଇଛନ୍ତି । ଫେସବୁକରେ ନସୀବଙ୍କ ମତ ପଢ଼ିବା ପରେ ଜୟ ଖଦିଜାଙ୍କ ସଂସ୍ପର୍ଶରେ ଆସିଲେ । ଜୟ କହନ୍ତି, ‘ମୁଁ ଏ ଝିଅଟିକୁ ବହୁବାର କୋଲାକାତା ରାସ୍ତା କଡ଼ରେ ଭିକ୍ଷା କରୁଥିବାର ଦେଖିଛି । ତେବେ ନସୀବଙ୍କ ଭାବପ୍ରବଣ ମତ ପଢ଼ିବା ପରେ ମୁଁ ଖଦିଜାଙ୍କୁ ଖୋଜିବା ଆରମ୍ଭ କଲି । ମୋର ୧୦-୧୫ କର୍ମଚାରୀଙ୍କୁ ମୁଁ ଏ କାମରେ ଲଗାଇଦେଲି । ଆମେ ପୁଲିସ କମିଶନରଙ୍କୁ ମଧ୍ୟ ଜଣାଇଥିଲୁ । ଦେଢ଼କୋଟି ଲୋକଙ୍କ ଭିଡ଼ ଭିତରେ ଜଣେ ଭିକ୍ଷୁଣୀକୁ ପାଇବପା କଷ୍ଟକର ଥିଲା । ତେବେ ୭-୮ ଦିନ ଭିତରେ ଆମେ ଖଦିଜାଙ୍କୁ ଠାବ କଲୁ ।’

ଜୟ ଖଦିଜାଙ୍କ ପରିବାରକୁ ଭେଟି ଚିକିତ୍ସା ପାଇଁ ସହଯୋଗର ହାତ ବଢ଼ାଇଲେ । ପରିବାରକୁ ରାଜି କରାିବା ପ୍ରତିବଦଳରେ ବର୍ଷେ ଯାଏଁ ସେମାନଙ୍କ ଖର୍ଚ୍ଚ ତୁଲାଇବାକୁ ପ୍ରତିଶ୍ରୁତି ଦେଲେ ଜୟ ।

image


ଖଦିଜା ପରିବାର ପ୍ରତିପୋଷଣ ପାଇଁ ଜୟ ଓ ନସୀବ ମିଳିତ ଭାବେ ‘ସୋଲ୍ ଆେଞ୍ଜଲ’ ସଂଗଠନ ଗଢ଼ି ଅର୍ଥ ଯୋଗାଡ଼ ଆରମ୍ଭ କଲେ । ମାଙ୍ଗାଲୋରର ଡାକ୍ତର ମୁସ୍ତାଫା ଖାଦିରଙ୍କୁ ଭେଟିଲେ, ଯିଏ ବିନା ପାରିଶ୍ରମିକରେ ଖଦିଜାଙ୍କ ଚିକିତ୍ସା କରିବାକୁ ରାଜି ହେଲେ । ତେବେ ଅପରେସନ୍ ପୂର୍ବ ଓ ପରବର୍ତ୍ତୀ ଖର୍ଚ୍ଚ ମଧ୍ୟ ଥିଲା । ସେଥିପାଇଁ ଏଯାବତ ସୋଲ ଆଞ୍ଜେଲ ଗ୍ରୁପ୍ ୪ ଲକ୍ଷ ଟଙ୍କା ସଂଗ୍ରହ କରିଛି । ଆପଣମାନେ ମଧ୍ୟ ଚାହିଁଲେ ଦାନ ଦେଇପାରିବେ । ଆସନ୍ତା ୬ ମାସ ମଧ୍ୟରେ ଶଲ୍ୟ ଚିକିତ୍ସା ତିନି ପର୍ଯ୍ୟାୟରେ ଶେଷ ହେବ ।

ପ୍ରକୃତରେ ଗ୍ରୁପ୍ର ନାଁକୁ ସାର୍ଥକ କଲା ଭଳିସ୍ତରେ ଖଦିଜାଙ୍କ ଜୀବନରେ ଜୟ ଆଉ ନସୀବ ପରୀ ହୋଇ ଆସିଛନ୍ତି । ତେବେ କୋଳାହଳ ପଛରେ ରହି କାମ କରିବାକୁ ଜୟ ପସନ୍ଦ କରନ୍ତି । ସେ କହନ୍ତି, ‘ସଂଯୋଗବଶତଃ ଆମେ ଦୁଇଜଣ ଏକ ସମୟରେ ଇଣ୍ଟରନେଟ ଖୋଲିଥିଲୁ ଓ ଫେସବୁକରେ ଏକାଠି ହେଲୁ ।’

ମୂଳ ଲେଖା - ଆଦିତ୍ୟ ଭୂଷଣ ଦ୍ଵିବେଦୀ

ଭାଷାନ୍ତର - ଶୁଭ୍ରାଂଶୁ ପଣ୍ଡା