ପୁଣିଥରେ ଆସିବ ନୋକିଆ ‘ଆଇକୋନିକ୍‌ ୩୩୧୦’ ମଡେଲ

ପୁଣିଥରେ ଆସିବ ନୋକିଆ ‘ଆଇକୋନିକ୍‌ ୩୩୧୦’ ମଡେଲ

Tuesday February 28, 2017,

1 min Read

ନୋକିଆ ତାର ‘ଆଇକୋନିକ୍‌ ୩୩୧୦’ମଡେଲକୁ ନୂତନ ଜ୍ଞାନ କୌଶଳ ପ୍ରୟୋଗ କରି ପୁର୍ନବାର ବଜାରରେ ଲଞ୍ଚ୍‌ କରିବାକୁ ଯାଉଛି। ଏହି ମୋବାଇଲ ଫୋନ୍‌ରେ ଗ୍ରାହକମାନେ େଓ୍ଵବ୍‌ ବ୍ରାଉଜିଂର ସୁବିଧା ପାଇବା ସହିତ ପପୁଲାର୍‌ ‘ସ୍ନେକ୍‌’ ଗେମ୍‌, ଆକର୍ଷଣୀୟ ରିଙ୍ଗଟୋନ୍‌ ଏବଂ ଶକ୍ତିଶାଳୀ ବ୍ୟାଟେରି ବ୍ୟାକ୍‌ଅପ୍‌ ମଧ୍ୟ ପାଇ ପାରିବେ। ଏତଦ୍‌ ବ୍ୟତୀତ ଥରେ ଚାର୍ଜ କଲେ ୨୨ଘଣ୍ଟା କଥାବର୍ତ୍ତା ହୋଇ ପାରିବା ଭଳି ସୁବିଧା ଏହି ଫୋନ୍‌ରେ ଖଞ୍ଜା ଯାଇଛି। ବହୁମାତ୍ରାରେ ବିକ୍ରି ହୋଇଥିବା ‘ନୋକିଆ ଆଇକୋନିକ ୩୩୧୦’ ମଡେଲଟି ୨୦୦୦ ମସିହାରେ ଲଞ୍ଚ୍‌ ହୋଇଥିଲା। ୨୦୦୫ରେ ଏହାର ବଜାର ପ୍ରବେଶ ବନ୍ଦ ହୋଇ ହୋଇଯାଇଥିଲା।

image


ତେବେ ନିକଟରେ ନୋକିଆ କମ୍ପାନି ସ୍ପେନ୍ର ବାର୍ସିଲୋନାଠାରେ ଆୟୋଜିତ ମୋବାଇଲ୍‌ ଓ୍‌ାର୍ଲଡ୍‌ କଂଗ୍ରେସରେ ଏକତ୍ର ହୋଇ ନୋକିଆ ସ୍ମାର୍ଟଫୋନ୍‌ ‘ନୋକିଆ ଫାଇଭ୍‌’, ‘ନୋକିଆ ଥ୍ରି’ ଓ ‘ ନୋକିଆ ସିକ୍ସ’ଲଞ୍ଚ୍‌ କରିଥିଲା। ଏଥିରେ ନୋକିଆ ସହିତ ହୁଆଓ୍ଵି, ଏଲଜି, ମୋଟୋ ଓ ସାମସଙ୍ଗ ଗାଲାକ୍ସି ଥ୍ରି ଏଥିରେ ସାମିଲ ଥିଲେ।