ରିଲାଏନ୍ସ ଜିଓ ନିଜର ନେଟୱର୍କ କ୍ଷମତା ବୃଦ୍ଧି ପାଇଁ କରିବ ଆଉ ୩୦,୦୦୦ କୋଟିର ନିବେଶ

ରିଲାଏନ୍ସ ଜିଓ ନିଜର ନେଟୱର୍କ କ୍ଷମତା ବୃଦ୍ଧି ପାଇଁ କରିବ ଆଉ ୩୦,୦୦୦ କୋଟିର ନିବେଶ

Monday January 16, 2017,

1 min Read

ରିଲାଏନ୍ସ ଜିଓ ନିଜର ନେଟୱର୍କର କ୍ଷମତା ବିସ୍ତାର ପାଇଁ ଆହୁରି ୩୦,୦୦୦ କୋଟି ଟଙ୍କାର ପୁଞ୍ଜିନିବେଶ କରିବ ବୋଲି ଜଣାପଡ଼ିଛି। ଏହାକୁ ମିଶାଇ ଜିଓ ନେଟୱର୍କର ମୋଟ ପୁଞ୍ଜିନିବେଶ ପ୍ରାୟ ୧.୯ ଲକ୍ଷ କୋଟିରେ ପହଞ୍ଚିବ।

image


ବଜାରରେ ଜିଓକୁ ମିଳୁଥିବା ପ୍ରତିକ୍ରିୟା ଆଶାତୀତ। ତେଣୁ ବର୍ତ୍ତମାନର ଗ୍ରାହକ ମାନଙ୍କୁ ଉତ୍ତମ ସେବା ଯୋଗାଇଦେବା ସହ ଆଗକୁ ଡିଜିଟାଲ ସେବାର ବର୍ଦ୍ଧିଷ୍ଣୁ ଚାହିଦାକୁ ନଜରରେ ରଖି ଜିଓର ନେଟୱର୍କ ସଂପ୍ରସାରଣ ଓ କ୍ଷମତା ବୃଷୀ ନିମନ୍ତେ ଏପରି ଏକ ନିଷ୍ପତ୍ତି ନିଆଯାଇଛି। - ଶେୟାର ଧାରକଙ୍କ ପାଇଁ ଜାରି କରାଯାଇଥିବା ଏକ ନୋଟିସରେ ଏହା କୁହାଯାଇଛି।

କମ୍ପାନୀର ବିକାଶକୁ ଆଖିରେ ରଖି ଏହି ନିବେଶ ମୁଖ୍ଯତଃ ଇକୁଇଟି ଅଫରରୁ ଆସିବ ବୋଲି କୁହାଯାଇଛି। ୧୩ ଜାନୁୟାରୀରେ ସମସ୍ତ ବୋର୍ଡ ବିର୍ଦ୍ଦେଶକଙ୍କର ଏକ ବୈଠକରେ ଆଲୋଚନା କରାଯାଇ ଏହି ନିଷ୍ପତ୍ତି ନିଆଯାଇଥିଲା। ୬ ବିଲିଅନର ସତ୍ତାଧିକାର ଇସୁ କରାଯିବ- ୯ % ଅଣ-ସଞ୍ଚୟୀ ବୈକଳ୍ପିକ ଶେୟାର ନଗଦରେ ୧୦ ଟଙ୍କା ପ୍ରତି ଶେୟାର ଏବଂ ୪୦ ଟଙ୍କା OCPS ପ୍ରିମିୟମ ହିସାବରେ ମୋଟ ୩୦,୦୦୦ କୋଟି ଟଙ୍କାର ପୁଞ୍ଜି ଖଟାଯିବ।

ସେପ୍ଟେମ୍ବରରେ ଆରମ୍ଭ ହେଇଥିବା ରିଲାଏନ୍ସ ଜିଓର ଗ୍ରାହକ ସଂଖ୍ୟା ଡିସେମ୍ବର ୩୧ ସୁଦ୍ଧା ୭୨.୪ ମିଲିୟନ ହେଇଛି ବୋଲି ଜଣାଯାଏ। ସେପ୍ଟେମ୍ବର ୫ ପୂର୍ବରୁ ଟ୍ରାଏଲ ପର୍ଯ୍ୟାୟରେ ମଧ୍ୟ ଏହା 4G ସେବା ଯୋଗାଇଦେଉଥିଲା। ଏହାସହ ଜିଓ ସବୁସମୟରେ ଲୋକାଲ, ଏସଟିଡ଼ି କଲ ଏବଂ ରୋମିଙ୍ଗ ସେବା ମଧ୍ୟ ମାଗଣା ରଖିଛି। ବର୍ତମାନ ଜିଓର ସମସ୍ତ ସେବା ମାର୍ଚ୍ଚ ୩୧, ୨୦୧୭ ଯାଏଁ ମାଗଣା ରହିବ।