ଦିନେ ନିଜେ ହେଇଥିଲେ ଶିଶୁ ଚାଲାଣର ଶିକାର, ଆଜି ଆନ୍ତର୍ଜାତିକ ସ୍ତରର ଶିଶୁ ଅଧିକାର କର୍ମୀ

ଦିନେ ନିଜେ ହେଇଥିଲେ ଶିଶୁ ଚାଲାଣର ଶିକାର, ଆଜି ଆନ୍ତର୍ଜାତିକ ସ୍ତରର ଶିଶୁ ଅଧିକାର କର୍ମୀ

Monday October 17, 2016,

2 min Read

ଦିନେ ପଶ୍ଚିମବଙ୍ଗର ସୁନ୍ଦରବନର ଏକ ଛୋଟ ଦ୍ଵୀପରୁ ଚାଲାଣ ହୋଇଥିବା ଏହି ୧୮ ବର୍ଷ ବୟସର ଯୁବତୀ ଆଜି ଆନ୍ତର୍ଜାତିକ ସ୍ତରରେ ଏକ ଜଣାଶୁଣା ଶିଶୁ ଅଧିକାର କର୍ମୀ। ସେ ସଂଯୁକ୍ତ ରାଷ୍ଟ୍ର ଦ୍ଵାରା ଏଯାଏଁ ଦୁଇ ଥର ନିମନ୍ତ୍ରିତ ହୋଇ ସେଠାରେ ନିଜର ବକ୍ତବ୍ୟ ରଖିଛନ୍ତି। ସଂଯୁକ୍ତ ରାଷ୍ଟ୍ରର ମହାସଚିବ ବାନ କି ମୁନ ଓ ବିଲ ଓ ମେଲିଣ୍ଡା ଗେଟ୍ସଙ୍କୁ ଭେଟିସାରି ଆସିବା ପରେ ଆନୋୟାରା ଖାତୁନ ଆଜି ଉତ୍ତର ୨୪ ପ୍ରଗଣା ଜିଲ୍ଲାରେ ଥିବା ତାଙ୍କ ଗାଁ ସନ୍ଦେଶଖାଲିର ହିରୋ।

Image : <a href=

Image :

Independenta12bc34de56fgmedium"/>

ସାରା ବିଶ୍ଵର କୋଣ ଅନୁକୋଣରୁ ଆସିଥିବା ଅନେକ ଦର୍ଶକଙ୍କ ସମ୍ମୁଖରେ ନିଜ ଗାଁର କାହାଣୀ କହିବା ଓ ଦୁନିଆର ଅନେକ କାହାଣୀ ଶୁଣିବା ପରେ ମୁଁ ଏକ ସାମାଜିକ କର୍ମୀ ଭାବେ ନିଜକୁ ଆହୁରି ଶକ୍ତ ମନେକରୁଛି,” ପିଟିଆଇକୁ କୁହନ୍ତି ଆନୋୟାରା ଯିଏ ନିଜେ ପିଲାବେଳେ ଦାରିଦ୍ର୍ୟର ଶିକାର ହୋଇ ଶିଶୁ ଗୃହ କର୍ମୀ ଭାବେ ଚାଲାଣ ହୋଇଯାଇଥିଲେ।

Save the Children ନାମକ ଏକ ଅନ୍ତର୍ଜାତୀୟ ଏନଜିଓର ଏକ ଯୁବନେତ୍ରୀ ଭାବେ ଆୟୋନାରା ଏବେ ୮୦ଟି ପିଲାଙ୍କ ଗୃପକୁ ପରିଚାଳନା କରୁଛନ୍ତି। ପ୍ରତ୍ଯେକ ଦଳରେ ୧୦ ରୁ ୨୦ ସଭ୍ଯ ଅଛନ୍ତି ଯେଉଁମାନେ ସ୍ୱାସ୍ଥ୍ୟ ଓ ଶିକ୍ଷା ସମ୍ବନ୍ଧୀୟ ସମସ୍ଯା ଛଡା ବାଳବିବାହ, ଶିଶୁ ଚାଲାଣ, ବାଳ ଶ୍ରମିକ ପ୍ରଥା ଭଳି ସାମାଜିକ ଶତ୍ରୁ ବିରୋଧରେ ଲଢୁଛନ୍ତି।

ସେ କୁହନ୍ତି ସେ ଯେବେ ପ୍ରଥମେ ଏସବୁ ସମସ୍ଯା ବିରୋଧରେ ସ୍ଵର ଉଠାଇବା ଆରମ୍ଭ କଲେ ସେତେବେଳେ ତାଙ୍କ ଗାଁରେ କେହି ତାଙ୍କୁ ଗୁରୁତ୍ତ୍ଵ ଦେଲେନାହିଁ। 

“ପ୍ରଥମେ ପ୍ରଥମେ ମୁଁ ଅନେକ ସମାଲୋଚନାର ଶିକାର ହେଲି। କିନ୍ତୁ ବର୍ତ୍ତମାନ ଅନେକ କିଛି ବଦଳିଛି। ଏବେ ସମସ୍ତେ ମୋ କଥା ଶୁଣୁଛନ୍ତି, “ ଏହି ଯୁବକର୍ମୀ ଜଣକ କୁହନ୍ତି। ଗତବର୍ଷ ସେ ସଂଯୁକ୍ତ ରାଷ୍ଟ୍ର ଦ୍ଵାରା ଆୟୋଜିତ ସତତ ବିକାଶ ଶିଖର ସମ୍ମେଳନରେ ଯୋଗ ଦେଇଥିଲେ ଏବଂ ଏହି ବର୍ଷ ସଂଯୁକ୍ତ ରାଷ୍ଟ୍ର ମହାସଭାରେ ଭାରତୀୟ ଶିଶୁ ମାନଙ୍କ ପ୍ରତିନିଧିତ୍ଵ କରିଥିଲେ।

ମୁଁ ଶିଶୁ ମାନଙ୍କ ଅଧିକାର ପାଇଁ ଲଢେଇ କରିବାକୁ ଚାହେଁ ଓ ସଚେତନତା ଆଣିବାକୁ ଚାହେଁ। ଶ୍ରମ ଓ ବିବାହ ନାମରେ ଶିଶୁ ଚାଲାଣ ଏକ ଗୁରୁତର ସମସ୍ଯା। ମୁଁ ନିଜେ ଏହାର ଶିକାର ହୋଇଥିଲି ଓ ଖୁବ ଭଲଭାବେ ଜାଣିଛି ଏହା କେତେ ଯନ୍ତ୍ରଣାମୟ, “ ଆୟୋନାରା Independent କୁ ଏକ ସାକ୍ଷାତକାର ରେ କୁହନ୍ତି।

ଖୁବ ବିଶାଳ ହସ୍ତୀ ମାନଙ୍କୁ ଭେଟିବା ବ୍ଯତୀତ ସେ ବିଭିନ୍ନ ଦେଶରୁ ଆସିଥିବା ଅନେକ ଶିଶୁ କର୍ମୀଙ୍କୁ ମଧ୍ୟ ଭେଟିଥିଲେ ଯେଉଁମାନେ କି ତାଙ୍କ ଜୀବନରେ ଆୟୋନାରାଙ୍କ ଠାରୁ ମଧ୍ୟ ବେଶି ଯନ୍ତ୍ରଣା ଭୋଗିଛନ୍ତି କିନ୍ତୁ ବର୍ତ୍ତମାନ ସମାଜରେ ଏକ ସକାରାତ୍ମକ ପରିବର୍ତ୍ତନ ଆଣିବା ଲକ୍ଷ୍ୟ ନେଇ ଲଢେଇ ଜାରି ରଖିଛନ୍ତି। ସେ କୁହନ୍ତି ଇରାକରୁ ଆସିଥିବା ଏକ ୨୩ ବର୍ଷୀୟା ୟାଜିଦି ଯୁବତୀ ନାଦିଆ ମୁରାଦଙ୍କ କାହାଣୀ ଶୁଣି କାନ୍ଦିପକାଇଥିଲେ। ନାଦିଆ ଏବେ ମାନବ ଚାଲାଣର ଶିକାର ହୋଇଥିବା ବ୍ୟକ୍ତିଙ୍କ ସମ୍ମାନ ପାଇଁ ସଂଯୁକ୍ତ ରାଷ୍ଟ୍ରର ସଦଭାବନା ରାଷ୍ଟ୍ରଦୂତ ଭାବେ କାମ କରୁଛନ୍ତି।

“ନାଦିଆ ତାଙ୍କ ଜୀବନରେ ଅନେକ କିଛି ହରାଇଛନ୍ତି। ମୁଁ ବେଳେବେଳେ ଭାବେ ଜଣେ ତା’ର ଜୀବନରେ ଏତେ ମାତ୍ରାରେ ଲଢେଇ କରିବା ପାଇଁ ବଳ କେଉଁଠୁ ପାଏ। ସେ ମୋ ପାଇଁ ଏକ ପ୍ରେରଣା,” କୁହନ୍ତି ଆନୋୟାରା। ସେ ଏବେ ବିଶ୍ଵର ଅନ୍ୟ ଶିଶୁ କର୍ମୀଙ୍କ ସହ ଏକ ନେଟୱର୍କ ତିଆରି କରିବାରେ ଲାଗିଛନ୍ତି। ସେ କୁହନ୍ତି - 

“ଦେଶ ଭିନ୍ନ ହୋଇପାରେ କିନ୍ତୁ ସମସ୍ଯା ସମାନ”