ଇଣ୍ଟରନେଟ ବ୍ୟବହାର କରି ଜୀବନ ପରିବର୍ତ୍ତନ କରିଥିବା ଭେଣ୍ଡି ବଜାରର ୫ ମହିଳା ଉଦ୍ୟୋଗୀ

ଇଣ୍ଟରନେଟ ବ୍ୟବହାର କରି ଜୀବନ ପରିବର୍ତ୍ତନ କରିଥିବା ଭେଣ୍ଡି ବଜାରର ୫ ମହିଳା ଉଦ୍ୟୋଗୀ

Thursday November 12, 2015,

7 min Read

ମୁମ୍ବାଇର ମହମ୍ମଦ ଅଲ୍ଳୀ ରୋଡରେ ଥିବା ଭେଣ୍ଡି ବଜାରକୁ ଯିବାବେଳେ ଆପଣଙ୍କ କାନରେ ସବୁବେଳେ ଟ୍ରାଫିକର ଗହଳି, ବିଭିନ୍ନ ସାମଗ୍ରୀ ବିକ୍ରି କରିବା ପାଇଁ ବୁଲାବିକାଳିଙ୍କ ଚିତ୍କାର ପ୍ରତିଧ୍ୱନିତ ହୋଇଥାଏ । କେବଳ ଏହା ନୁହେଁ, ମିଷ୍ଟାନ୍ନ ଓ ଖାଦ୍ୟର ମିଶ୍ରିତ ଗନ୍ଧକୁ ଏଡ଼ାଇ ଦେଇହେବନାହିଁ । ଭେଣ୍ଡିବଜାରରେ ଏଭଳି ଅନେକ ଦ୍ରବ୍ୟ ମିଳିଥାଏ, ତା’ ସହ ଏହି ଇଲାକା ଦୀର୍ଘ ଦଶନ୍ଧୀ ଧରି ମହାରାଷ୍ଟ୍ର ଓ ଗୁଜରାଟର ମୁସଲମାନ ସଂପ୍ରଦାୟଙ୍କ ଏକ ପ୍ରମୁଖ ବାସସ୍ଥଳୀ ହୋଇରହିଛି । ବର୍ତ୍ତମାନ ସୈଫି ବୁର୍ହାନୀ ଅପଲିଫ୍ଟମେଣ୍ଟ ଟ୍ରଷ୍ଟ ଦ୍ୱାରା ଭେଣ୍ଡି ବଜାରର ବିବର୍ତ୍ତନ ହେବାକୁ ଯାଉଛି । କାରଣ ଏହି ଟ୍ରଷ୍ଟ ଉକ୍ତ ଅଞ୍ଚଳରେ ସୁଧାର ଆଣି ଏଠାରେ ବସବାସ କରୁଥିବା ଲୋକ ଏବଂ ବ୍ୟବସାୟୀଙ୍କ ପାଇଁ ନୂତନ ନିର୍ମାଣ କରିବା ସକାଶେ ଏକ ପ୍ରକଳ୍ପ ହାତକୁ ନେଇଛି ।

ଏହି ନୂତନ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଥିବା ବେଳେ, ଏହାର ବାସିନ୍ଦାଙ୍କୁ ମୁମ୍ବାଇର ଦୁଇଟି ଟ୍ରାନ୍ଜିଟ୍ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଛି ଏବଂ ଏହା ମହିଳାମାନଙ୍କ ପାଇଁ, ସ୍ୱାଧୀନ ଭ୍ରମଣ, ନୂତନ ସଂପର୍କ ସୃଷ୍ଟି କରିବା, ନିଜଘରୁ ନୂତନ ବ୍ୟବସାୟ ଆରମ୍ଭ କରିବା ଭଳି ନୂତନ ସୁଯୋଗ ସୃଷ୍ଟିକରିଛି । ଏହି ମହିଳାଙ୍କ ମଧ୍ୟରୁ ଅନେକ ଇଣ୍ଟେରନେତ ବ୍ୟବହାର କରି ନିଜର ବ୍ୟବସାୟ ଆରମ୍ଭ କରିଛନ୍ତି ।

ହେର୍ ଷ୍ଟୋରି ଏଭଳି ୫ଜଣ ମହିଳାଙ୍କୁ ସାକ୍ଷାତ କରିଥିଲା ଯେଉଁମାନେ ଉପଲବ୍ଧ ସମ୍ବଳକୁ ବ୍ୟବହାର କରି ନିଜର କ୍ଷୁଦ୍ର ବ୍ୟବସାୟ ଚଳାଇଛନ୍ତି ।

ସାକିନା ବସନୱାଲା ଅଳଙ୍କାର ଉପରେ ଅଧିକ ଧ୍ୟାନ ଦିଅନ୍ତି, ଏହି ଗୁଡ଼ିକ ସେ ବିଭିନ୍ନ ସ୍ଥାନରୁ ସଂଗ୍ରହ କରିଥାନ୍ତି ଓ ସୋସିଆଲ୍ ମିଡ଼ିଆ ଯେପରି ଫେସବୁକ ଓ ହ୍ୱାଟ୍ସଅପ୍ ସହାୟତାରେ ଏହାକୁ ବିକ୍ରି କରିଥାନ୍ତି । ତିନିବର୍ଷ ପୂର୍ବେ ସେ ନିଜର ବ୍ୟବସାୟ ଆରମ୍ଭ କରିଥିଲେ, ତାଙ୍କରି USP ହେଉଛି ତାଙ୍କର ବୃଦ୍ଧିପାଉଥିବା ନେଟୱର୍କର ମୂଳସୂତ୍ର ।

Sakina Vasanwala

Sakina Vasanwala


ସାକିନା ଅନ୍ୟ ମହିଳାଙ୍କ ସହ କଥାବାର୍ତ୍ତା କରିବାକୁ ମୁମ୍ବାଇର ଟ୍ରେନ୍ ଏବଂ ଅନ୍ୟ ସର୍ବସାଧାରଣ ସ୍ଥାନକୁ ବ୍ୟବହାର କରିଥାନ୍ତି । ଯଦି କୌଣସି ମହିଳା ତାଙ୍କ ନିକଟରେ ଥିବା ଅଳଙ୍କାରକୁ ଦେଖି ପସନ୍ଦ କରନ୍ତି ତେବେ ସେ ଏହାର ବିକ୍ରି ପାଇଁ ବ୍ୟବସ୍ଥା କରି ସେମାନଙ୍କ ଠିକଣା ସଂଗ୍ରହ କରିଥାନ୍ତି । ସେ କହନ୍ତି, “ମହିଳାମାନେ ସର୍ବଦା ଅନ୍ୟ ମହିଳାଙ୍କ ସହ କଥାବାର୍ତ୍ତା କରିବାକୁ ପସନ୍ଦ କରିଥାନ୍ତି। ବସ୍ ରହଣିସ୍ଥାନରେ ହେଉଥିବା ସ୍ୱଳ୍ପ କଥାବାର୍ତ୍ତା ମଧ୍ୟ ଭଲ ନେଟୱର୍କ ଗଠନ କରିବାରେ ସହାୟକ ହୋଇଥାଏ । କିନ୍ତୁ ଏହା ଆପଣ କିଭଳି ଅନ୍ୟମାନଙ୍କ ସହ ବନ୍ଧୁତ୍ୱପୂର୍ଣ୍ଣ କଥା ହେଉଛନ୍ତି ତା’ ଉପରେ ନିର୍ଭର କରେ ।”

୩୯ବର୍ଷ ବୟସ୍କ ସାକିନାଙ୍କର ଦୁଇ ଗୋଟି ସନ୍ତାନ- ଏକ ବଢ଼ନ୍ତା ଝିଅ ଓ ପୁତ୍ର ସନ୍ତାନର ଜନନୀ ଅଟନ୍ତି ସେ । ନିଜର ବି.କମ ଡିଗ୍ରି ଓ ସିଏସ୍ ପାଠ୍ୟକ୍ରମରେ ପ୍ରାଥମିକ ସ୍ତରର ଜ୍ଞାନକୁ ଆଧାର କରି ଏବଂ ସୂଚନାପ୍ରଯୁକ୍ତି କ୍ଷେତ୍ରରେ କାମ କରୁଥିବା ତାଙ୍କ ସ୍ୱାମୀଙ୍କ ସାମାନ୍ୟ ସହାୟତାରେ ସେ ନିଜର ବ୍ୟବସାୟକୁ ସୁରୁଖୁରୁରେ ପରିଚାଳନା କରିଥାନ୍ତି । ସେ କହନ୍ତି, “ମୁଁ ଦାହୋଦରୁ ଆସିଛି। ସେଠାରେ ଥିବା ବେଳେ ମୁଁ କିରାଣୀ କାମ କରିଥିଲି । ସେଠାରୁ ଆସିବା ପରେ, ମୁଁ କରେସପନ୍ଡେଂସ ଦ୍ୱାରା ଅଧିକ ପଢ଼ିବାକୁ ଚେଷ୍ଟା କଲି କିନ୍ତୁ ମୁଁ ଏହାକୁ ସମାପ୍ତ କରି ନପାରି ଅଧାରୁ ଛାଡ଼ିଲି ।”

୧୪ ବର୍ଷର ବିବାହିତ ଜୀବନରେ, ତାଙ୍କ ନିକଟରେ ସବୁଠାରୁ ବଡ଼ ଆହ୍ୱାନ ଥିଲା ଘର ସମ୍ଭାଳିବା। କାରଣ ସେହି ସମୟରେ ତାଙ୍କର ନଣନ୍ଦମାନେ ତାଙ୍କ ସହ ରହୁଥିଲେ । ନିଜ ଜୀବନରେ କେତେକ ସୁବିଧାରୁ ବଂଚିତ ହୋଇଥିଲେ ମଧ୍ୟ ତାଙ୍କ ଝିଅ ଯେଭଳି କୌଣସି ସୁଯୋଗ ଓ ସୁବିଧାରୁ ବଂଚିତ ନହୁଅନ୍ତି ତା’ର ଉଦ୍ୟମ କରିଥିଲେ ସେ । ସେ କହନ୍ତି, “ଆମ ସଂପ୍ରଦାୟରେ, ଲୋକମାନେ ଏକ ନିର୍ଦ୍ଧିଷ୍ଟ ଧାରାକୁ ପାଳନ କରିଥାନ୍ତି, ଯଦି ଜଣେ ଝିଅ ବିକମ୍ ପଢ଼ୁଥାନ୍ତି, ତେବେ ଅନ୍ୟମାନେ ଏହାର ଅନୁକରଣ କରିଥାନ୍ତି । ସେହି ସମୟରେ ସେମାନଙ୍କର ପ୍ରକୃତ ଇଚ୍ଛା କ’ଣ ତାକୁ ନେଇ ପରାମର୍ଶ ଦେବା ଓ ଉଚିତ ରାସ୍ତା ଦେଖାଇବାକୁ କୌଣସି ବ୍ୟକ୍ତି ନଥିଲେ । ବର୍ତ୍ତମାନ ସ୍କୁଲ ଛାତ୍ରମାନେ ଅଧିକ ଉଚ୍ଚାଭିଳାଷୀ ଅଟନ୍ତି, ସେମାନେ ନିଜର ସୁଯୋଗ ସଂପର୍କରେ ଭଲଭାବେ ଅବଗତ ଏବଂ ସେଠାକୁ ଗଲେ ସେମାନେ କ’ଣ କରିବେ ସେ ନେଇ ସେମାନେ ନିଶ୍ଚିତ । ଏଣୁ ମୁଁ ମୋର ଝିଅକୁ ତା’ର ଲକ୍ଷ୍ୟ ଓ ସ୍ୱପ୍ନକୁ ସାକାର କରିବା କ୍ଷେତ୍ରରେ ସହାୟତା ଦେବାକୁ ଇଚ୍ଛା କରିଛି ।”

ସେ ନିଜର ପରିବା ଏବଂ ବନ୍ଧୁବର୍ଗଙ୍କୁ ଧନ୍ୟବାଦ ଦିଅନ୍ତି, ଯେଉଁମାନେ ସହାୟତାର ହାତ ଦୃଢ଼ତାର ସହ ବଢ଼ାଇଛନ୍ତି ।

୪୮ବର୍ଷୀୟା ମାରିଆ ଯଶଦନୱାଲା ନିଜ ଗସ୍ତରେ ବରିଷ୍ଠ ନାଗରିକଙ୍କୁ ସାଥିରେ ନେଇଥାନ୍ତି । ଭେଣ୍ଡି ବଜାରରେ ବସବାସ କରିବାପରେ, ସେ ଅନୁଭବ କରିଥିଲେ ଯେ ବରିଷ୍ଠ ନାଗରିକମାନେ ସାଧାରଣତଃ ଦୂରବର୍ତୀ ମସଜିଦ ଏବଂ ମନ୍ଦିରକୁ ଯାଇଥାନ୍ତି । ୫୮ ବର୍ଷରୁ ୯୪ ବର୍ଷ ବୟସର ବରିଷ୍ଠ ନାଗରିକଙ୍କୁ ନେଇ ବର୍ଷକୁ ଏକ ବଡ଼ ଯାତ୍ରା ଏବଂ ପ୍ରତି ଦୁଇମାସରେ ଛୋଟାଛୋଟ ଯାତ୍ରା କରିଥାନ୍ତି । ଏଥିରେ ତୀର୍ଥାଟନ ଓ ଆଡଭେଞ୍ଚର ସାମିଲ ରହିଛି ।

Mariya Jasdanwala, first row, third from left

Mariya Jasdanwala, first row, third from left


ସେ ବିଭିନ୍ନ ବରିଷ୍ଠ ନାଗରିକଙ୍କ ଘରକୁ ଯାଇ ଏହି ଯାତ୍ରା କାର୍ଯ୍ୟକ୍ରମ କିଭଳି ହୁଏ ସେନେଇ ସେ ସେମାନଙ୍କୁ ବୁଝାଇଥାନ୍ତି । ବର୍ତମାନ ଏହି କାର୍ଯ୍ୟ ସଂପର୍କରେ ଅନେକ ଜାଣିଲେଣି, ଏବଂ ସଂଖ୍ୟାଧିକ ଲୋକ ତାଙ୍କ ନିକଟକୁ ଆସି ଏହି ଯାତ୍ରାରେ ସାମିଲ କରିବାକୁ ଅନୁରୋଧ କରୁଛନ୍ତି ।

ବରିଷ୍ଠ ନାଗରିକଙ୍କ ପାଇଁ ଅର୍ଥ ଏକ ବିରାଟ ପ୍ରତିବନ୍ଧକ ହୋଇଥାଏ । ଏଣୁ ସେ ସେମାନଙ୍କୁ ନିଶ୍ଚିତ କରାଇଥାନ୍ତି ଯେ ସବୁଠାରୁ କମ୍ ଖର୍ଚ୍ଚରେ ଏହି ଯାତ୍ରା କରିହେବ । ମାରିଆ କହନ୍ତି, “ମୁଁ ଏହାକୁ ବ୍ୟବସାୟ ବୋଲି ବିଚାର କରେନାହିଁ, ଅଧିକନ୍ତୁ ମୁଁ ଏହାକୁ ସେବା ବୋଲି ଗ୍ରହଣ କରେ ଯାହା ସେମାନଙ୍କ ପାଇଁ ଉତ୍ସର୍ଗୀକୃତ ।”

ଏହି ଯାତ୍ରାଗୁଡ଼ିକ ଯେଭଳି ସୁଖଦ ହେବ ତାହା ନିଶ୍ଚିତ କରିବାକୁ ମାରିଆଙ୍କ ଭଉଣୀ ତାଙ୍କ ସହ ଯାଇଥାନ୍ତି । ସେ ସର୍ବଦା ବରିଷ୍ଠ ନାଗରିକଙ୍କ ପ୍ରତି ଅତିରିକ୍ତ ଯତ୍ନ ଏବଂ ସଜାଗ ରହିବା ପ୍ରତି ଧ୍ୟାନ ଦେଇଥାନ୍ତି । ସେ କହନ୍ତି, “ ସମସ୍ତ ଟିକଟ ଯେଭଳି ବାତାନୁକୁଳିତ ବଗିରେ ସଂରକ୍ଷିତ ହେବ ସେଥିପ୍ରତି ଅଧିକ ଦୃଷ୍ଟି ଦିଆଯାଇଥାଏ, ସମୟ ସମୟରେ ଆମେ ବିମାନରେ ଯାଇଥାଉ । ଆମେ ନିଜ ସହ ଚିକିତ୍ସା ସମ୍ବନ୍ଧିତ ସାମଗ୍ରୀ ମଧ୍ୟ ନେଇଥାଉ ଏବଂ ଏଭଳି ହୋଟେଲର ଚୟନ କରିଥାଉ ଯେଉଁଠି ଫୋନ୍ କଲ୍ ମାତ୍ରେ ଡାକ୍ତର ଉପଲବ୍ଧି ହୋଇପାରୁଥିବେ । ହୋଟେଲ ଗୁଡ଼ିକରେ ଯେଭଳି ଲିଫ୍ଟ ଥିବ ତାକୁ ନିଶ୍ଚିତ କରିଥାଏ ।”

ସେ ଜଣେ ବିକମ୍ ସ୍ନାତକ, ସେ ନିଜର ସ୍ୱାମୀ ଏବଂ ଶାଶୁଙ୍କ ସହ ରହିଥାନ୍ତି । ତାଙ୍କର ସବୁଠାରୁ ବଡ଼ ଆହ୍ୱାନ ହେଉଛି ଏକୁଟିଆ ରହିବାକୁ ଏଡ଼ାଇବା । ତାଙ୍କ ଭଳି ଜଣେ ମହିଳା ଉଦ୍ୟୋଗୀଙ୍କ ସଂପର୍କରେ ସେ କହନ୍ତି, “ମୁଁ ଅନୁଭବ କରେ ସେମାନେ ନିଜର ଇଚ୍ଛା ଓ ଆବେଗ ଦ୍ୱାରା ଆସନ୍ତୁ। ସେମାନଙ୍କ ଇଚ୍ଛା ଯାହା କରିବାକୁ ପ୍ରେରିତ କରିବ ତାହା କରନ୍ତୁ ବୋଲି ମୁଁ ଚାହିଁଥାଏ । ଏହା ପ୍ରଥମ ଚରଣର କଥା ଏବଂ ପରେ ଏହାର ସଫଳତା ମିଳିବ । ତୁମେ ଏହା କରିପାରିବନାହିଁ ବୋଲି କଦାପି ନକାରାତ୍ମକ ଚିନ୍ତା କରନ୍ତୁ ନାହିଁ ।”

ନିକଟ ଭବିଷ୍ୟତରେ, ସେ ବରିଷ୍ଠ ପୁରୁଷ ନାଗରିକଙ୍କୁ ନିଜ ଯାତ୍ରାରେ ସାମିଲ କରିବେ ଏବଂ ମହିଳା ନାଗରିକଙ୍କୁ ନେଇ ବିଦେଶ ଯାତ୍ରା କରିବାର ଯୋଜନା ରଖିଛନ୍ତି ।

ଜାମିଲା ପେଟିୱାଲା ଜଣେ ୨୨ବର୍ଷୀୟ ଯୁବତୀ ଏବଂ ଏକ ସନ୍ତାନର ଜନନୀ । ସେ ଯେତେବେଳେ ୧୨ମ ଶ୍ରେଣୀରେ ପଢ଼ୁଥିଲେ ସେ ସିଲାଇ କରିବା ଆରମ୍ଭ କରିଥିଲେ । ବର୍ତ୍ତମାନ ନିଜର ପରିବାରର ସହାୟତାରେ, ସେ 'ରିଦାସ' ଯାହାକି ଏକ ପାରମ୍ପରିକ ପୋଷାକ, ତା'ର ସିଲାଇ ନିମନ୍ତେ ଏକ ଶାଖା ଖୋଲିଛନ୍ତି । ଜାମିଆ ବର୍ତ୍ତମାନ ଜୋତା, ହାତଘଣ୍ଟା ଓ ଟି-ସାର୍ଟ ଯୋଗାଇବା ଆରମ୍ଭ କରିଛନ୍ତି ।

Jamila Petiwala

Jamila Petiwala


ସେ ରିଦାସ ଡିଜାଇନ୍ କରୁଥିବା ବେଳେ ତାଙ୍କ ଶାଶୁ ସେଗୁଡ଼ିକୁ ସିଲାଇକରନ୍ତି ।

ଜାମିଲାଙ୍କ ନିଜର ଏକ ୱେବସାଇଟ ଅଛି, ସେହିଭଳି ତାଙ୍କ ଫଟୋଗ୍ରାଫର ସ୍ୱାମୀଙ୍କ ମଧ୍ୟ ଏକ ୱେବସାଇଟ ଅଛି। ସେ ତାଙ୍କୁ ଏଥିପାଇଁ ସହଯୋଗ କରିଥାନ୍ତି । ସେ ସୋସିଆଲ୍ ମିଡ଼ିଆରେ ନିଜର ସାମଗ୍ରୀର ପ୍ରଚାର ଫଟୋ ଦ୍ୱାରା କରିଥାନ୍ତି । ତାଙ୍କର ୫୫୦ରୁ ୬୦୦ ନିୟମିତ ଗ୍ରାହକ ଅଛନ୍ତି । ଏହା ମଧ୍ୟରେ ମୁମ୍ବାଇ ଓ ଭୋପାଲର ଗ୍ରାହକ ସାମିଲ ଅଛନ୍ତି ।

ଜାମିଆ କହନ୍ତି, “ମୁଁ ମୋର ଝିଅକୁ ଏକ ଉତ୍ତମ ଜୀବନ ଦେବାକୁ ଚାହେଁ, ଯଦ୍ୱାରା ତା’ର ସ୍ୱପ୍ନକୁ ସାକାର କରିପାରିବି । ମୁଁ ଚାହେଁ ନାହିଁ ଯେ ସେ ନିଜର ଇଚ୍ଛାକୁ ପୂରଣ କରିନପାରିବାର ଅନୁଭବ କରୁ ।”

ସେହେନାଜ୍ ଇଲେକ୍ଟ୍ରିକ୍ୱାଲା ଟିଉସନ୍ କରି ନିଜର ଗୁଜରାଣ ମେଣ୍ଟାଉଥିଲେ, ପରେ ସେ ଏକ ଛୋଟ ଧରଣର ଟିଫିନ୍ ସେବା ଆରମ୍ଭ କରିବାକୁ ଚିନ୍ତା କଲେ । ସେ ଭେଣ୍ଡି ବଜାରରେ ରହିବା ବେଳେ ଏହା ଆରମ୍ଭ କରିଥିଲେ । ବର୍ତ୍ତମାନ ସେ ସ୍ୱଳ୍ପ ବରିଷ୍ଠ ନାଗରିକ ଏବଂ ଫ୍ୟାକ୍ଟରୀ ଶ୍ରମିକଙ୍କୁ ଖାଦ୍ୟ ଯୋଗାଉଛନ୍ତି । ସେ ନିଜର ଗ୍ରାହକଙ୍କ ସଂଖ୍ୟା ଅଳ୍ପ ରଖିବାକୁ ଚାହାନ୍ତି, କାରଣ ସେ ସେମାନଙ୍କ ପାଇଁ ଆବଶ୍ୟକ ଖାଦ୍ୟ ନିଜେ ସହଜରେ ରାନ୍ଧିପାରିବେ। ସେ ନିଜେ ରାନ୍ଧିବା ଏବଂ ବଜାର କରିବାକୁ ଭଲପାଆନ୍ତି ।

image


ସେ ବର୍ତ୍ତମାନ ୪୮ବର୍ଷ ବୟସରେ ପଦାର୍ପଣ କରିଛନ୍ତି ଏବଂ ତାଙ୍କର ଏକ ପୁଅ ଓ ଝିଅ ଅଛି । ସେ କହନ୍ତି, “ଆମର ଯୌଥ ପରିବାର ଏବଂ ଏହି କାରବାର କରିବା କଷ୍ଟକରଥିଲା । ସଂପ୍ରତି ଏଥିରେ ସୁଧାର ଆସିଛି କିନ୍ତୁ ମୁଁ ମୁଁ ଚାହୁଁଛି ମୋଠାରୁ ମୋର ସନ୍ତାନମାନେ ଭଲ ଜୀବନ ଅତିବାହିତ କରନ୍ତୁ ।” ତାଙ୍କ କହିବାନୁସାରେ, “ଶିକ୍ଷା ଲୋକଙ୍କ ଚିନ୍ତାଧାରାରେ ପରିବର୍ତ୍ତନ ଆଣିଛି ଏବଂ ଲୋକମାନେ ନିଜର ଝିଅ ଏବଂ ପତ୍ନୀଙ୍କୁ ଭିନ୍ନ ଭାବେ ଦେଖିବା ଆରମ୍ଭ କରିଛନ୍ତି ।”

ଜେନାବ ପିପାରମିଣ୍ଟୱାଲା ପାଇଁ ବେକିଙ୍ଗ ଏକ ଆବେଗ ଯଦିଓ ନୁହେଁ କିନ୍ତୁ ଏଥି ରୋଷେଇ ପ୍ରତି ତାଙ୍କର ଭଲପାଇବା ତାଙ୍କୁ ଏଠାକୁ ଟାଣିଆଣିଛି । ସେ ଚକୋଲେଟ୍ ତିଆରି କରିବା ଆରମ୍ଭ କରିଛନ୍ତି । ଏହାକୁ ନେଇ ତାଙ୍କର ୱେବସାଇଟ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି । ସେ ତାଙ୍କର ସାମଗ୍ରୀର ବିକ୍ରୀ ପାଇଁ ଫେସବୁକ ଓ Instagram ଭଳି ସୋସିଆଲ୍ ମିଡ଼ିଆକୁ ବ୍ୟବହାର କରିଛନ୍ତି ଏବଂ ଏହାଦ୍ୱାରା ତାଙ୍କର ଗ୍ରାହକଙ୍କ ସଂଖ୍ୟା ବୃଦ୍ଧି ପାଇଛି ।

Zainab Pipermintwala

Zainab Pipermintwala


ସେ ନିଜର ବ୍ୟବସାୟର ପ୍ରଚାର ପ୍ରସାର ତାଙ୍କ ପରିବାର, ସାଙ୍ଗସାଥି ଓ ପ୍ରାରମ୍ଭିକ ଗ୍ରାହକଙ୍କ ମାଧ୍ୟମରେ ହିଁ ହୋଇଥାଏ ।

ସେ ସାଧାରଣ କେକ୍ ତିଆରି କରିବାରୁ ନିଜର ବ୍ୟବସାୟ ଆରମ୍ଭ କରିଥିଲେ ଏବଂ ପରେ ସୁନ୍ଦର ଓ ମନଲୋଭା କେକ୍ ତିଆରି କରିବାରେ ଅଭିଜ୍ଞତା ଅର୍ଜନ କରିପାରିଛନ୍ତି । ସେ ଇଣ୍ଟରନେଟରେ ପ୍ରକାଶିତ ଭିଡିଓ ଜରିଆରେ ଏହାର ପ୍ରସ୍ତୁତ ଉପାୟ ସଂପର୍କରେ ଅନେକ ତଥ୍ୟ ସଂଗ୍ରହ କରିପାରିଛନ୍ତି ।

ସେ ନିଜର ପ୍ରାକ୍ କଲେଜ ଶିକ୍ଷା କରେସ୍ପଣ୍ଡେନ୍ସ ମାଧ୍ୟମରେ କରିଛନ୍ତି ଏବଂ ଏକ କମ୍ପାନୀରେ ଆକାଉଣ୍ଟ ବିଭାଗରେ କାମ କରିଛନ୍ତି । ସେ ଯେତେବେଳେ ସେ ଗର୍ଭବତୀ ଥିଲେ ଏଥିରୁ ଅବ୍ୟାହତି ନେଇଥିଲେ । ସ୍ୱାମୀ, ଶ୍ୱଶୁର ଏବଂ ପୁଅଙ୍କୁ ନେଇ ତାଙ୍କ ପରିବାର ଗଠିତ । ସେ ଫଟୋଗ୍ରାଫି ଠାରୁ ଆରମ୍ଭ କରି ସମସ୍ତ କାମ ନିଜେ କରନ୍ତି । ଯେତେବେଳେ ଅତ୍ୟଧିକ ଅର୍ଡର ମିଳେ, ସେ ନିଜର ସ୍ୱାମୀଙ୍କର ସହାୟତା ନେଇଥାନ୍ତି ।

ନିଜ ଘରୁ ବ୍ୟବସାୟ କରିବା ଏବଂ ପରିବାରର ଯଥେଷ୍ଟ ସମର୍ଥନ ମିଳିବା ଦ୍ୱାରା ତାଙ୍କ ବ୍ୟବସାୟ ସୁରୁଖୁରୁରେ ଚାଲିଛି । ସେ ଏହା କରିବାକୁ ପ୍ରେରିତ ହୋଇଥିଲେ କାରଣ ସନ୍ତାନ ଜନ୍ମ ପରେ ସେ ଘରେ ଅଳସୁଆ ହୋଇ ବସିବାକୁ ଚାହୁଁନଥିଲେ, କିନ୍ତୁ ବର୍ତ୍ତମାନ ସେ ନିଜର କାରବାରକୁ ବଢ଼ାଇବାକୁ ଉଦ୍ୟମ କରୁଛନ୍ତି ।

ଜେନାବ କହନ୍ତି, “ଟେକ୍ନୋଲୋଜି ଜୀବନ ପରିବର୍ତ୍ତନ କରିପାରେ ଏବଂ ଯଦି ଇଣ୍ଟେରନେଟ୍ ନଥାନ୍ତା ତେବେ ଆମେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତୁ ।”

    Share on
    close