SHEROES.in: ମହିଳା ମାନଙ୍କ କର୍ମଜୀବନର ଲଗାମ ଏବେ ତାଙ୍କ ହାତରେ

SHEROES.in: ମହିଳା ମାନଙ୍କ କର୍ମଜୀବନର ଲଗାମ ଏବେ ତାଙ୍କ ହାତରେ

Monday November 16, 2015,

3 min Read

ଆମ ଦେଶରେ କର୍ମଜୀବୀ ମହିଳାମାନେ ବିବାହ କରିସାରିବା ପରେ ସାଧାରଣତଃ ଚାକିରିକୁ ପ୍ରାଧାନ୍ୟ ଦିଅନ୍ତି ନାହିଁ, କାରଣ ବିବାହ ପରେ ସେମାନେ ସ୍ଵାମୀ ଓ ପିଲା ଛୁଆଙ୍କ ପ୍ରତି ଅଧିକ ସମୟ ପ୍ରଦାନ କରନ୍ତି। ସନ୍ତାନ ଜନ୍ମପରେ ତା'ର ଲାଳନପାଳନରେ ସମୟ ଅତିବାହିତ କରନ୍ତି। ଏଥି ନିମନ୍ତେ ଅଧିକାଂଶ ମହିଳା ଚାକିରୀ ସବୁଦିନ ପାଇଁ ଛାଡି ଦିଅନ୍ତି ଅଥବା ପିଲା ଟିକିଏ ବଡ ହେଲା ପରେ ଚାକିରୀକୁ ଫେରିବା ଠିକ କରନ୍ତି। କିନ୍ତୁ ଏହାଦ୍ଵାରା ଅନେକ ମହିଳା ଚାକିରୀ ହରେଇଥାନ୍ତି ତାହାସହ ସେମାନଙ୍କ କମ୍ପାନୀ ବା ଶିଳ୍ପସଂସ୍ଥା ଭଲ କର୍ମଚାରୀଙ୍କ ଅଭାବର ଶିକାର ହୁଅନ୍ତି।

image


ଏହି ଅସୁବିଧାକୁ ଦୂର କରିବାକୁ ଆଗେଇ ଆସିଛନ୍ତି ସୈରୀ ଚହଲ୍। ସୈରୀ ଶିରୋସ୍.କମ ର ପ୍ରତିଷ୍ଠାତ୍ରୀ। ଏହି ୱେବସାଇଟ ମାଧ୍ୟମରେ ସିଏ ମହିଳା ମାନଙ୍କ କର୍ମଜୀବନରେ ଆସୁଥିବା ଏହି ବ୍ୟବଧାନକୁ କମେଇବାରେ ଓ ସେମାନଙ୍କୁ ପୁନର୍ବାର କର୍ମକ୍ଷେତ୍ରକୁ ଫେରିଯିବାକୁ ସହାୟତା କରିଥାନ୍ତି। ଉପଯୁକ୍ତ ଉପଦେଶ,ପରାମର୍ଶ ଦେବା ସହ ସେମାନଙ୍କୁ ଅନେକ ଘରୁ କାମ କରିବାର ସୁଯୋଗ ସମ୍ପର୍କରେ ଅବଗତ କରାଉଛନ୍ତି।

ସେ ମଧ୍ୟ Fleximoms ନାମକ ଏକ ସଂସ୍ଥା ଖୋଲିଛନ୍ତି ଯେଉଁଠି ଲମ୍ବା ବ୍ୟବଧାନ ପରେ ଯେଉଁ ମହିଳା ମାନେ କାମ କରିବାକୁ ଚାହୁଁଛନ୍ତି, ସେମାନଙ୍କୁ ଫ୍ଲେକ୍ସିବଲ କାର୍ଯ୍ୟନିର୍ଘଣ୍ଟର ଚାକିରୀ ସମ୍ପର୍କରେ ଅବଗତ କରାଉଛନ୍ତି।

"ଏକ ସମୟ ପରେ କର୍ମକ୍ଷେତ୍ରରେ କମିଯାଉଥିବା ମହିଳାଙ୍କ ସଂଖ୍ୟା - ଏହି ସମସ୍ୟାକୁ ନେଇ କିଛି କରିବା ଆବଶ୍ୟକ ବୋଲି ମୁଁ ହୃଦୟଙ୍ଗମ କଲି। SHEROES.in ଏହି ପ୍ରସଙ୍ଗରେ ହେଉଥିବା ଚର୍ଚ୍ଚାକୁ କାର୍ଯ୍ୟରେ ପରିଣତ କରିବା ଉଦ୍ଧେଶ୍ୟରେ ସ୍ଥାପନ କରାହେଲା," କହନ୍ତି ଚହଲ।

ଏହା ବିଷୟରେ ସେ କହନ୍ତି ‘ମହିଳାମାନଙ୍କୁ ପୁଣି ଥରେ ନିଜର କର୍ମକ୍ଷେତ୍ରକୁ ଫେରାଇ ଆଣିବା ପାଇଁ ଆମେ ଏହି ଉଦ୍ୟମ କରୁଛୁ। ଏବେ ଆମେ କ୍ୟାମ୍ପସ୍ ଶିରୋସ୍ ମଧ୍ୟ ଆରମ୍ଭ କରିଛୁ। ପ୍ରାୟ ୧୧୦୦ ଜାଗାରେ ଆମେ ଏହାକୁ ଆରମ୍ଭ କରିଛୁ ଓ ଉଦ୍ୟୋଗ ଜଗତ ମଧ୍ୟ ଆମର ଏହି ଉଦ୍ୟମକୁ ପସନ୍ଦ କରିଛି। ଆମକୁ ସେମାନେ ସହଯୋଗ ମଧ୍ୟ କରୁଛନ୍ତି। ପ୍ରାୟ ୩,୦୦,୦୦୦ ମହିଳା ଆଜି ଶିରୋସ.କମ ର ସଦସ୍ୟ ଅଛନ୍ତି। ଆଜି ଯାଏଁ ଆମେ ପ୍ରାୟ ୧,୦୦,୦୦ ମହିଳାଙ୍କୁ ଚାକିରୀ ପାଇବାରେ ସାହାଯ୍ୟ କରି ପାରିଛୁ। ଏହା ବ୍ୟତୀତ ଆମେ ମହିଳାମାନଙ୍କ ପାଇଁ ଚାକିରୀ ମେଳା,ୱର୍କଶପ,କୋଚିଂ ଓ ଗୋଷ୍ଠୀ ଭିତ୍ତିକ ସହଯୋଗ ମଧ୍ୟ କରୁଛୁ। ଯାହାଦ୍ୱାରା ସେମାନେ ପୁଣି ନିଜ ପସନ୍ଦର କାମକୁ ଫେରିପାରିବେ।

ଶିରୋସ୍ ମଧ୍ୟ ଭାରତରେ କର୍ମଜୀବୀ ମହିଳା ମାନଙ୍କ ବିଷୟରେ ଅନେକ ସର୍ବେକ୍ଷଣ କରି ନୂଆ ନୂଆ ତଥ୍ୟ ପ୍ରଦାନ କରିଛି, ଯାହା ଆଗରୁ କେହି ଦେଇନଥିଲେ। ଏହା ବିଷୟରେ ଚହଲ୍ କହନ୍ତି ‘ଅନୁଷ୍ଠାନିକ କ୍ଷେତ୍ରରେ ଭାରତରେ କର୍ମଜୀବୀ ମହିଳାଙ୍କ ଅନୁପାତ ହେଉଛି ମାତ୍ର ୧୭ ପ୍ରତିଶତ ଓ ଶୀର୍ଷ କ୍ଷେତ୍ରରେ ଏହା ମାତ୍ର ୫ ପ୍ରତିଶତ ଅଟେ ଯାହାକି ବିଶ୍ଵ ମାନ୍ୟତାରେ ଆମ ଦେଶର ସ୍ଥାନ ମୋଟ ୧୩୬ ଦେଶ ମଧ୍ୟରେ୧୧୩ତମ ସ୍ଥାନରେ ରଖେ।

୪୮% ମହିଳା ୫ବର୍ଷ ଚାକିରିପରେ କର୍ମକ୍ଷେତ୍ରରେ ନ ଥାନ୍ତି, ଅର୍ଥାତ ମିଡକ୍ୟାରିୟର୍ ସ୍ତରକୁ ଆସିବା ବେଳକୁ ଅନେକ ମହିଳା ଚାକିରୀ ଛାଡି ସାରିଥାଆନ୍ତି। ମୁଖ୍ୟତ ବିବାହ ଓ ପରିବାର ପାଇଁ ଏହା ଘଟିଥାଏ ଯାହାକି ଦେଶର ସକଳ ଘରୋଇ ଉତ୍ପାଦରେ କ୍ଷତି ଘଟାଇଥାଏ।

ଆଜି କିନ୍ତୁ ପରିସ୍ଥିତି ବଦଳିଛି। ପ୍ରାୟ ୧୦୦ ଛୋଟ ବଡ କମ୍ପାନୀ ଆମ ସହ କାମ କରୁଛନ୍ତି। ଉଦାହରଣ ସ୍ଵରୂପ Cleartax ନାମକ ଏକ ସଂସ୍ଥା ଆୟକର,ଓ ଟିକସ ସମ୍ପର୍କୀୟ କାମ ପାଇଁ ଆମ ସାହାଯ୍ୟ ନେଉଛି। ଏଥିପାଇଁ ମହିଳା ଚାଟର୍ଡ଼ ଏକାଉନ୍ଟେନ୍ଟ ମାନେ ଘରେ ବସି କାମ କରୁଛନ୍ତି। ସେହିପରି Honeywell ଓ Principal Advisors ଆଦି ସଂସ୍ଥା ମହିଳା କର୍ମଚାରୀ ଓ ପାର୍ଟନରଙ୍କ ସନ୍ଧାନରେ ଶିରୋସର ସହାୟତା ନେଉଛନ୍ତି।

"ଶିରୋସ୍ ର ଅଧିକାଂଶ କର୍ମଚାରୀ ହେଉଛନ୍ତି ମହିଳା। ଏଠାରେ ଇଂଜିନିଅର୍ ଠାରୁ ଆରମ୍ଭ କରି କୋଡର୍,କଲ ସେଣ୍ଟରର କର୍ମଚାରୀ କାମ କରନ୍ତି। ଆମର କେତେକ ସଦସ୍ୟ ବହୁତ ଦୂର ସ୍ଥାନ ମାନଙ୍କରେ ରହନ୍ତି। କିନ୍ତୁ କାମରେ ସେମାନେ କେବେବି କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ କରନ୍ତିନାହିଁ," କୁହନ୍ତି ଚହଲ।

    Share on
    close