ଏକ ଟିଟାନସ୍ ସଂକ୍ରମଣ ଠାରୁ ୧୦ହଜାର ସ୍ୱେଚ୍ଛାସେବୀ: Juvenile Careର କାହାଣୀ

ଏକ ଟିଟାନସ୍ ସଂକ୍ରମଣ ଠାରୁ ୧୦ହଜାର ସ୍ୱେଚ୍ଛାସେବୀ: Juvenile Careର କାହାଣୀ

Thursday November 26, 2015,

5 min Read

Juvenile Care(ତରୁଣ ଯତ୍ନ) ଏକ ସାମାଜିକ ପ୍ରକଳ୍ପ, ଏହା ୨୦୧୦ରେ ସାମାଜିକ ବିକାଶକୁ ନିଜର ଆବେଗ ଭାବେ ଗ୍ରହଣ କରିଥିବା ଜଣେ ଯୁବକ ରାହୁଲ ପ୍ରସାଦଙ୍କ ଦ୍ୱାରା ଆରମ୍ଭ ହୋଇଥିଲା । ଏହା ଭାରତର ଯୁବକଙ୍କୁ ସାମାଜିକ ଉଦ୍ୟୋଗ ଓ କାର୍ଯ୍ୟକ୍ରମରେ ସାମିଲ କରାଇଥାଏ । ବର୍ତ୍ତମାନ ଏହାର ୧୦ହଜାର ସ୍ୱେଚ୍ଛାସେବୀ ଶିଶୁ ଅଧିକାର ଓ ଶିଶୁ ନିର୍ଯାତନା ନିରାକରଣ ପାଇଁ କାମ କରୁଛନ୍ତି ।

ବେଙ୍ଗାଲୁରୁରେ ସ୍ଥିତ Juvenile Care ଏକ ପଂଜୀକୃତ ଟ୍ରଷ୍ଟ । ଭେଲୁର, ପୁନେ, ଦିଲ୍ଲୀ, ଜୟପୁରରେ ଏହାର ଶାଖା ରହିଛି । କଲେଜ ଛାତ୍ର, ଚାକିରିଆ ଓ ଅଣ-ଚାକିରିଆମାନେ ନିଜର ବଳକା ସମୟକୁ ଅନାଥାଳୟ ଓ ସ୍କୁଲରେ ମାଇକ୍ରୋସଫ୍ଟ ୱାର୍କସପ୍/ପ୍ରଶିକ୍ଷଣ ଶିବିର, ଗାଁ ଓ ବସ୍ତିରେ ସ୍ୱାସ୍ଥ୍ୟସେବା ଶିବିର, ଶିକ୍ଷକ ପ୍ରଶିକ୍ଷଣ ଶିବିର ଆଦି ମାଧ୍ୟମରେ କିଭଳି ସଦୁପଯୋଗ କରିପାରିବେ ସେନେଇ ଏହା ସହାୟତା ଦେଇଥାଏ । ଯୁବକମାନେ ଆଗଭର ହୋଇ ସମାଜର ମଂଗଳ ନିମନ୍ତେି ଯେଭଳି କାମ କରିବେ ସେହି ଲକ୍ଷ୍ୟ ନେଇ ସଂସ୍ଥା ନିଜର ଅଭିଯାନ ଚଳାଇଛି ।

image


Juvenile Care ଆରମ୍ଭ କରିବାର ପ୍ରେରଣା କେଉଁଠାରୁ ପାଇଲେ? ଏହାର ଉତ୍ତରରେ ସେ କହନ୍ତି, “୨୦୧୦ରେ, କଲେଜରେ ପଢ଼ିବା ପୂର୍ବରୁ, ଏକ ବ୍ୟକ୍ତିଗତ ଘଟଣା ଘଟିଥିଲା । ମୋର ଚାକରାଣୀର ପୁଅ ମୋ’ ଦ୍ୱାରା ଫୋପଡ଼ାଯାଇଥିବା ଏକ କଣ୍ଟା ଦ୍ୱାରା ଆଘାତପ୍ରାପ୍ତ ହୋଇଥିଲା । ପରେ ସେ ଟିଟାନସ୍(ଧନୁଷ୍ଟଙ୍କାର) ସଂକ୍ରମଣର ଶୀକାର ହୋଇଥିଲା । ସେ କଷ୍ଟ ପାଇଥିବା ମୁଁ ଦେଖିଲି ଓ ଅନୁଭବ କଲି ଯେ ଏଭଳି ଅନେକ ଶିଶୁ ଅଛନ୍ତି ଯେଉଁମାନେ ଅନୁରୂପ କଷ୍ଟ ପାଉଛନ୍ତି, କିନ୍ତୁ କିଛି କରିପାରିଲିନାହିଁ । ତଥାପି ମୁଁ କିଛି କରିବାକୁ ଚାହୁଁଥିଲି, ତେବେ ଏହା କିପରି କରିବି ଜାଣିନଥିଲି । ପରେ, ମୁଁ ଯେଉଁଥିପାଇଁ ସଂଘର୍ଷ କରିବି ତା’ର ସଠିକ କାରଣ ଓ ସମସ୍ୟା ସଂପର୍କରେ ଜାଣିବାକୁ ମୁଁ ନୂଆଦିଲ୍ଲୀର ଏକ ବସ୍ତିକୁ ଗଲି । ମୁଁ ସେଠାରେ ଦାରିଦ୍ର୍ୟ ଦେଖିଲି, ପରିମଳ ସମସ୍ୟା, ସ୍ୱାସ୍ଥ୍ୟ ସମସ୍ୟା ଓ କନ୍ୟା ସନ୍ତାନଙ୍କ ପ୍ରତି ଅନାଦର ଭାବକୁ ଦେଖିଲି । କିନ୍ତୁ ଏଭଳି ଏକ ପ୍ରସଙ୍ଗକୁ ଅନୁଭବ କଲି ଯାହା ସମସ୍ତ ସମସ୍ୟାର ମୂଳକାରଣ, ତାହା ହେଉଛି ଆବଶ୍ୟକ ଶିକ୍ଷାର ଅଭାବ । ମୁଁ ଜାଣିପାରିଲି ମୋତେ କ’ଣ କରିବାକୁ ପଡ଼ିବ । ମୋର ଅଭିଯାନରେ, ମୁଁ ଜାଣିଲି ଯେ ସାମାଜିକ ଉନ୍ନୟନର ଏକ ବୀଜ ରହିଛି, ଯାହା ଉପଯୁକ୍ତ ପରିବେଶ ପାଇଲେ ଦ୍ରୁମରେ ପରିଣତ ହେବ । ମୋର ମୂଲ ଲକ୍ଷ୍ୟ ହେଉଛି ମୋତେ ଓ ମୋର ଭଳି ଚିନ୍ତାକରୁଥିବା ଲୋକଙ୍କୁ ଏହି ପରିବେଶ ପ୍ରଦାନ କରିବା ।”

Juvenile Care ପ୍ରକଳ୍ପ: ଶିଶୁ ଶ୍ରମିକ ଓ ଦରିଦ୍ରତା ନିରାକରଣ ପାଇଁ EHSAAS (ଏହସାସ୍) ହେଉଛି ଏକ ପ୍ରକଳ୍ପ । ରଦ୍ଧି କାଗଜର ପୁନଃ ବ୍ୟବହାର ଉପଯୋଗୀ କରି ସ୍କୁଲପିଲାମାନଙ୍କ ସକାଶେ ରେଜିଷ୍ଟାର୍ ପ୍ରସ୍ତୁତ କରିବା ନିମନ୍ତେ କାଗଜ(KAGAZ) ପ୍ରକଳ୍ପ । ପ୍ରାଥମିକ ଶିକ୍ଷକଙ୍କ ନିମନ୍ତେ ନୂତନ ଶିକ୍ଷାପଦ୍ଧତି ସଂପର୍କରେ ଶିକ୍ଷା ଦେବା ପାଇଁ ପ୍ରକଳ୍ପ ୟୁଏନ୍ଆଇଇଡି । କେବଳ ଏହାନୁହେଁ ସ୍ପର୍ଶ, ବିଦ୍ୟା, ମୁସ୍କାନ୍, ସେଭ୍ ଦି ଗର୍ଲ ଚାଇଲ୍ଡ୍ ଭଳି ଅନେକ ପ୍ରକଳ୍ପ ରହିଛି ।

Juvenile Careର ସମୟସାରଣୀ

୨୦୧୦- ଶିଶୁ ମଂଗଳ ଓ ଶିଶୁ ନିର୍ଯାତନା ନିରାକରଣ ସକାଶେ କାର୍ଯ୍ୟକ୍ରମ ଓ ଅଭିଯାନ ନିମନ୍ତେ ଜୁଭେନାଇଲ୍ କେର୍ର ଚିନ୍ତାଧାରାର ସୃଷ୍ଟି ।

୨୦୧୧- ବାଙ୍ଗାଲୁରର କାଲାସିପାଲୟମ୍ରେ ଜୁଭେନାଇଲ୍ କେର୍ ପ୍ରଥମ ବସ୍ତି ପ୍ରକଳ୍ପ ସ୍ପର୍ଶର ଆରମ୍ଭ ।

୨୦୧୨- ଭିଆଇଟି ବିଶ୍ୱବିଦ୍ୟାଳୟ, ଭେଲୁରରେ ଶିଶୁ ଅଧିକାରର ସ୍ୱୀକୃତିପ୍ରାପ୍ତ କେନ୍ଦ୍ର ସ୍ଥାପନ ।

୨୦୧୩- ଦେଶର ୩ହଜାର ସ୍ୱେଚ୍ଛାସେବୀଙ୍କୁ ସାମିଲ କରିବାରେ ସଫଳ ।

୨୦୧୪- ଦେଶର ୧୦ହଜାର ସ୍ୱେଚ୍ଛାସେବୀ ଅଭିଯାନରେ ସାମିଲ ।

୨୦୧୫- ମାର୍ଚ୍ଚ ସୁଦ୍ଧା ୟୁନିଏଡ୍, ଏକ ଶିକ୍ଷା ଭିତ୍ତିକ ପ୍ରକଳ୍ପ ଆରମ୍ଭ ।

ସ୍ଥାୟିତ୍ୱ

Juvenile Care CSR(କଂପାନୀ ସୋସିଆଲ୍ ରେସ୍ପନସିବିଲିଟି) ଦ୍ୱାରା ଅନୁଦିତ ଓ ସେମାନଙ୍କ କାର୍ଯ୍ୟକ୍ରମ ଆୟୋଜନ ମାଧ୍ୟମରେ ଅର୍ଥ ଯୋଗାଡ଼ କରୁଛି । ଏହା ସହ ସେମାନଙ୍କ ସ୍ୱେଚ୍ଛାସେବୀଙ୍କ ଠାରୁ ସଦସ୍ୟତା ଦେୟ ୧୦୦ରୁ ୨୦୦ଟଙ୍କା ଆଦାୟ କରୁଛି । ଏହା ବଦଳରେ, ଯେଉଁ କଲେଜ ଛାତ୍ରଛାତ୍ରୀମାନେ Juvenile Careର ଅଂଶବିଶେଷ ହୋଇଛନ୍ତି ସେମାନେ ସାମାଜିକ କର୍ମ ଓ ସଚେତନତା ସଂପର୍କରେ ବାସ୍ତବିକ ଜ୍ଞାନ ଆହରଣ କରୁଛନ୍ତି । ସେହି ଛାତ୍ରଛାତ୍ରୀମାନେ ସିଏସ୍ଆର୍ ପ୍ରାୟୋଜିତ ବଡ଼ ବଜେଟର କାର୍ଯ୍ୟକ୍ରମ ଆୟୋଜନ କରି ଜନସଂପର୍କ, ମାର୍କେଟିଂ ଓ କର୍ପୋରେଟ୍ ପାର୍ଟନର୍ସିପ୍ ସଂପର୍କରେ ଅଭିଜ୍ଞତା ପାଉଛନ୍ତି ।

ବ୍ୟକ୍ତିଗତ ଯାତ୍ରା

୫ ବର୍ଷ ଧରି ଜୁଭେନାଇଲ୍ କେର୍ ଚଲାଇବା ପରେ, Yourstory ରାହୁଲଙ୍କୁ ତାଙ୍କ ବ୍ୟକ୍ତିଗତ ଆବିଷ୍କାର ଓ ଅଭିଜ୍ଞତା ସଂପର୍କରେ ପଚାରିଥିଲା, ଏହାର ଉତ୍ତରେ ସେ କହିଥିଲେ;

image


“ଗତ ୪ ବର୍ଷ, ମୁଁ ଅନୁଭବ କରିନଥିଲି ଯେ ମୁଁ କେତେବେଳେ ଏକ ଅନ୍ତର୍ମୁଖୀ ବ୍ୟକ୍ତିରୁ ପ୍ରେରଣାଦାୟୀ ବକ୍ତା ଭାବେ ପରିବର୍ତିତ ହୋଇଯାଇଛି । ୪ ବର୍ଷ ତଳେ ଯେତେବେଳେ ମୁଁ ମୋର ପ୍ରଥମ ସିଏସ୍ଆର୍ ସହଯୋଗୀ ପ୍ରସ୍ତାବ ନେଇ ଏକ ବହୁ ରାଷ୍ଟ୍ରୀୟ କଂପାନୀ ନିକଟକୁ ଗଲି, ମୋର ଦୁର୍ବଳ ଯୋଗାଯୋଗ ଦକ୍ଷତା ପାଇଁ କାର୍ଯ୍ୟାଳୟରୁ ତଡ଼ା ଖାଇଥିଲି । ବର୍ତ୍ତମାନ, ୪୦୦ଟି ଅନୁଦାନ ବୈଠକ ଶେଷ କରିବା ପରେ, ମୋର ପ୍ରଥମ ସାକ୍ଷାତକାର ଏକ ଶିକ୍ଷା ଥିଲା ବୋଲି ଅନୁଭବ କରୁଛି । ମୁଁ ବିଶ୍ୱାସ କରେ ଯେ ଆଜିକାଲିର ଯୁବକମାନେ ପଥଭ୍ରଷ୍ଟ କିମ୍ବା ନଷ୍ଟ ହୋଇଯାଉଛନ୍ତି ତା ନୁହେଁ, ପ୍ରତ୍ୟେକ ବ୍ୟକ୍ତି କୌଣସି ବିଷୟରେ ଦକ୍ଷ ଅଟନ୍ତି ଓ କେବଳ ଏହା ଏକ ଉତ୍ତମ ପରିବେଶର ଆବଶ୍ୟକ କରନ୍ତି । ଏହି କାରଣରୁ, ଅଲିମ୍ପିକ୍ରେ ଭାରତ ୫୦ତମ ସ୍ଥାନରେ ରହୁଛି ଓ ଆମେରିକା ୫୦ଟି ସ୍ୱର୍ଣ୍ଣ ପଦକ ପାଉଛି । ମୁଁ ଯେତେବେଳେ ପଛକୁ ଫେରିଚାହେଁ, ମୋର ସବୁଠାରୁ ବଡ଼ ଭୁଲ ହେଉଛି ଯେ ମୁଁ ମୋର ଶିକ୍ଷା ଓ ଆବେଗ ମଧ୍ୟରେ ସମତା ରକ୍ଷା କରିପାରିନଥିଲି । ଏହି ଶିକ୍ଷା ପାଇବା ପରେ ମୁଁ ନିଜର ସ୍ନାତକ ଶିକ୍ଷା ଶେଷ କଲି ଓ Juvenile Careକୁ ସଫଳତାର ଶୀର୍ଷକୁ ନେଲି । ଲୋକଙ୍କୁ ଏଥିପାଇଁ ପ୍ରେରଣା ଦେଲି, ସେମାନଙ୍କୁ ଏକ ଭିତ୍ତିଭୂମି ଦେଲି ଓ ଏହି ସମାଜକୁ ମୋର ଉକ୍ତର୍ଷତା ପ୍ରଦାନ କଲି ।”

Juvenile Care ଆଗକୁ କ’ଣ ଚିନ୍ତା କରିଛି?

“ଆସନ୍ତା ମାସଗୁଡ଼ିକରେ, ରାହୁଲ କହନ୍ତି, “ସମଗ୍ର ଭାରତରେ ସାମାଜିକ କାର୍ଯ୍ୟକ୍ରମ ବ୍ୟତୀତ, ମାର୍ଚ୍ଚ ମାସରେ ୟୁନିଏଡକୁ କାର୍ଯ୍ୟକାରୀ କରିବାକୁ ଯୋଜନା କଲି । ୧୦ଜଣ ପ୍ରଖ୍ୟାତ ଶିକ୍ଷାବିଦଙ୍କ ଦ୍ୱାରା ସରକାରଙ୍କୁ ସଠିକ୍ ଶିକ୍ଷା ପଦ୍ଧତି ପ୍ରଦାନ କରିବା ଓ କର୍ଣ୍ଣାଟକର ବେସରକାରୀ ସ୍କୁଲ ଶିକ୍ଷକଙ୍କୁ ଏନେଇ ପ୍ରଶିକ୍ଷିତ କରିବା ଏହାର ଲକ୍ଷ୍ୟ ରହିଛି । ସେହିଭଳି ଆମେ ଘରୋଇ ମହିଳା ସେଲ୍ ଗଠନ କରିଛୁ । ଏଥିରେ ଘରୋଇ ମହିଳାମାନେ ବସ୍ତି ଓ ଗାଁକୁ ଯାଇ କନ୍ୟାଶିଶୁ ଓ କନ୍ୟାସନ୍ତାନଙ୍କ ପରିମଳ ସଂପର୍କରେ ସଚେତନତା ସୃଷ୍ଟି କରିବେ ।”

କେଉଁ ବିଷୟ ରାହୁଲଙ୍କୁ ସକ୍ରିୟ କରିଛି?

“ଶିକ୍ଷା ଗ୍ରହଣ କରିବା ମୋତେ ସର୍ବଦା ରୋମାଂଚିତ କରିଛି । ପ୍ରତ୍ୟେକ କ୍ଷଣ, ପ୍ରତ୍ୟେକ ମୁହୂର୍ତ, ପ୍ରତ୍ୟେକ ଅଭିଜ୍ଞତା, ମୁଁ ବିଭିନ୍ନ ବିଷୟରୁ ଶିଖିଛି । ମୁଁ ଲୋକଙ୍କ ସହ କଥାହେବାକୁ ଭଲ ପାଏ, ଯୁବକଙ୍କ ସହ ଆଲୋଚନା କରିବାକୁ ପସନ୍ଦ କରେ । ମୁଁ କଲେଜ ଛାତ୍ରଙ୍କୁ ଓ କେତେକ କର୍ମଚାରୀଙ୍କୁ ସେମାନଙ୍କ ଗ୍ରାହକଙ୍କ ସହ କିଭଳି କଥାବାର୍ତା ହେବେ ସେନେଇ ପ୍ରଶିକ୍ଷିତ କରିଛି । ସେମାନେ ଶିକ୍ଷା ପାଇବା ଦେଖି, ସେମାନେ ପରିବର୍ତ୍ତନ ହେବା ଦେଖିଛି, ସେମାନଙ୍କ ବିକାଶ ମୋତେ ଅନ୍ୟମାନଙ୍କୁ ସହାୟତା କରିବାକୁ ପ୍ରେରଣା ଯୋଗାଇଛି । ୪ ବର୍ଷ ପୂର୍ବେ ମୁଁ ଯେତେବେଳେ Juvenile Care ଆରମ୍ଭ କଲି, ମୋତେ ଶିଖାଇବାକୁ କେହି ନଥିଲେ, ଯାହା ମୁଁ ଅନ୍ୟମାନଙ୍କୁ ଶିଖାଉଛି । ମୋର ଯାତ୍ରାରେ ଯେଉଁ ଅଭିଜ୍ଞତା ପାଇଛି ସେହି ଜ୍ଞାନ ବାଣ୍ଟିବାରେ ବିଶ୍ୱାସ କରେ । ମୁଁ ଯେତେବେଳେ ସମୟ ପାଏ, ମୋର ଅଧିକାଂଶ ସମୟ ଅନାଥାଶ୍ରମ ଓ ଗାଁରେ ସେମାନଙ୍କୁ ଶିକ୍ଷାଦେବାରେ ବିତାଇଥାଏ । ଶିଶୁମାନେ ହସିବାର ଦେଖିଲେ ମୋତେ ରାତିରେ ଭଲ ନିଦ ହୁଏ ।”

ମୂଳ ଲେଖା - ଇମାନୁଏଲ ଆମ୍ବେର୍ବର

ଭାଷାନ୍ତର - ଲମ୍ବୋଦାର ପ୍ରସାଦ ଦାଶ