ପ୍ରାଯୁକ୍ତିକ ନ୍ୟାୟ ବା ଟେକ୍ନୋଲଜି ଜଷ୍ଟିସ୍ ଦ୍ୱାରା ପଛୁଆ ବର୍ଗର ଲୋକଙ୍କ ବିକାଶ ସମ୍ଭବ : ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ

ପ୍ରାଯୁକ୍ତିକ ନ୍ୟାୟ ବା ଟେକ୍ନୋଲଜି ଜଷ୍ଟିସ୍ ଦ୍ୱାରା ପଛୁଆ ବର୍ଗର ଲୋକଙ୍କ ବିକାଶ ସମ୍ଭବ : ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ

Wednesday February 10, 2016,

2 min Read

ପ୍ରାକ୍ଟିକାଲ ଆକ୍ସନର ୫୦ ବର୍ଷ ପୂର୍ତୀ ଅବସରରେ ସ୍ଥାନୀୟ ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଅଧିନସ୍ଥ କଲେଜ ଅଫ ଏଗ୍ରିକଲଚରାଲ ଇଞ୍ଜିନିୟରିଂ ଓ ଟେକନୋଲଜି (ସିଏଇଟି) ପରିସରରେ ଏକ ନ୍ୟାୟିକ ପ୍ରଯୁକ୍ତିବିଦ୍ୟା ବା ଟେକ୍ନୋଲଜି ଜଷ୍ଟିସ୍ ଉପରେ ଏକ ଜାତୀୟ ଆଲୋଚନାଚକ୍ର ଆୟୋଜିତ ହୋଇଯାଇଛି । ସିଏଇଟି ସହ ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ଉତ୍ସବରେ ମୁ୍ଖ୍ୟ ଅତିଥୀ ଭାବରେ ଯୋଗ ଦେଇ ରାଜ୍ୟ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ ନ୍ୟାୟିକ ପ୍ରଯୁକ୍ତିବିଦ୍ୟା ବା ଟେକ୍ନୋଲଜି ଜଷ୍ଟିସ୍ ଦ୍ୱାରା ପଛୁଆ ବର୍ଗର ଲୋକଙ୍କ ବିକାଶ ସମ୍ଭବ ବୋଲି ମତ ଦେଇଥିଲେ । ଏ ଅବସରରେ ମନ୍ତ୍ରୀ ରାଜଧାନୀର କିଛି ବସ୍ତିରେ ପରୀକ୍ଷାମୂଳକ ଭାବରେ କରାଯାଇଥିବା ଅଭିନବ ସୋଲାର ୱାଟର ବଲବର ଏକ ମଡେଲକୁ ଆନୁଷ୍ଠାନିକ ଭାବେ ଲୋକାର୍ପଣ କରିବା ସହ, ଏହା ଉପରେ ନିର୍ମିତ ପ୍ରାମାଣିକ ଚଳଚ୍ଚିତ୍ରକୁ ମଧ୍ୟ ଉନ୍ମୋଚିତ କରିଥିଲେ ।

image


ଅନ୍ୟ ଅତିଥୀମାନଙ୍କ ମଧ୍ୟରେ ରାଜ୍ୟ ଯୋଜନା ବୋର୍ଡର ସ୍ୱତନ୍ତ୍ର ସଚିବ ସୁଜିତ କୁମାର, ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର କୁଳପତି ଶ୍ରୀକ୍ରୀଷ୍ଣା ଦେବା ରାଓ, ଓୟୁଏଟିର କୁଳପତି ଡା ମନୋରଞ୍ଜନ କର, ସିଏଇଟିର ଅଧ୍ୟକ୍ଷ ଡା ଏମ୍ଡି ଖଲିଲ ଖାନ୍, ପ୍ରାକ୍ଟିକାଲ ଆକ୍ସନର ଦକ୍ଷିଣ ଏସିଆ ମୁଖ୍ୟ ଅଚ୍ୟୁତ ଲୁଇଟେଲ ଓ ଭାରତ ମୁଖ୍ୟ ଡା ବିରୁପାକ୍ଷ ଦିକ୍ସିତ ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ଅବସରରେ ଓୟୁଏଟି ପରିସରରେ ଏକ ପ୍ରଦର୍ଶନୀ ଆୟୋଜିତ କରାଯାଇଥିଲା, ଯାହାକୁ ବିଶ୍ୱବିଦ୍ୟାଳୟର କୁଳପତି ଶ୍ରୀ କର ଉଦଘାଟନ କରିଥିଲେ । ପ୍ରାକ୍ଟିକାଲ ଆକ୍ସନ ରାଜଧାନୀର ବସ୍ତିମାନଙ୍କରେ ୨୨୦ ଘରେ ଏକ ଅଭିନବ ସୋଲାର ୱାଟର ବଲବ ଲଗାଇଛନ୍ତି ଯାହାର ଏକ ନମୁନାକୁ ମନ୍ତ୍ରୀ ଲୋକାର୍ପିତ କରିଥିଲେ । ବିନା ବିଦ୍ୟୁତଶକ୍ତିରେ କେବଳ ପାଣିବୋତଲକୁ ବ୍ୟବହାର କରି ତିଆରି ହୋଇଥିବା ଲିଟର ଅଫ୍ ଲାଇଟକୁ ଉପସ୍ଥିତ ଅତିଥୀ ପ୍ରଶଂସା କରିଥିଲେ ।

image


ଏହି ଅବସରରେ ଜଳ-ପରିମଳ, ବର୍ଜ୍ୟବସ୍ତୁ, ଅସିମିତ ଶକ୍ତି ଉତ୍ସ, କୃଷି ଓ ଜଳବାୟୁ ଉପରେ କର୍ମଶାଳା ଅନୁଷ୍ଠିତ ହୋଇଥିଲା ଯେଉଁଠି ରାଜ୍ୟ ତଥା ରାଜ୍ୟ ବାହାରର ୧୫ରୁ ଅଧିକ ବିଶେଷଞ୍ଜ ନିଜ ବକ୍ତବ୍ୟ ରଖିଥିଲେ । ପ୍ରାକ୍ଟିକାଲ ଆକ୍ସନ ବିଶ୍ୱରେ ଟେକନୋଲଜିକୁ ବ୍ୟବହାର କରି ଦାରିଦ୍ର୍ୟ ଦୁରୀକରଣର ପ୍ରୟାସ ଜାରି ରଖିଛି । ଓଡିଶାରେ ସୌର ରଥ, ପବନ-ସୈାର ଚାଳିତ ବିଦ୍ୟୁତ ଶକ୍ତି, ଝରଣାକୁ ବ୍ୟବହାର କରି କ୍ଷୁଦ୍ର ଜଳବିଦ୍ୟୁତ ପ୍ରକଳ୍ପ ମାଧ୍ୟମରେ ଅନେକ ଅପହଂଚ ଇଲାକାରେ ଲୋକଙ୍କ ଜୀବନକୁ ସରସସୁନ୍ଦର କରିପାରିଛି ପ୍ରାକ୍ଟିକାଲ ଆକ୍ସନ ।

ପ୍ରାକ୍ଟିକାଲ ଆକ୍ସନ ବିଷୟରେ ଅଧିକ ଜାଣିବା ପାଇଁ ତାଙ୍କର ୱେବସାଇଟ ଦେଖନ୍ତୁ।